ଏଫ୍.ଏ.କ୍ୟୁ
"Registrar" UID ଅଧିକାରୀଙ୍କ ଦ୍ଵାରା, ଯେକୌଣସି ସ୍ଵୀକୃତି କିମ୍ବା ମାନ୍ୟତାପ୍ରାପ୍ତ ଅସ୍ତିତ୍ଵ ଥିବା ଅଧିକାରୀ ହୋଇପାରନ୍ତି, ଯିଏ ବ୍ୟକ୍ତିବିଶେଷଙ୍କୁ UID ନମ୍ବର୍ ପ୍ରାପ୍ତି କରିବା ଉଦ୍ଦେଶ୍ୟରେ ପଞ୍ଜୀକରଣ କରାଇଥା’ନ୍ତି | ରେଜିଷ୍ଟ୍ରାରଗୁଡିକ ନିର୍ଦ୍ଦିଷ୍ଟଭାବେ ରାଜ୍ୟ ସରକାର/କେନ୍ଦ୍ର ଶାସିତ ଅଞ୍ଚଳ, ରାଷ୍ଟ୍ରାୟତ୍ତ ଉଦୌଗ ଅବଂ ଅନ୍ୟାନ୍ୟ ଏଜେନ୍ସୀ ଓ ସଂସ୍ଥାଗୁଡିକର ବିଭାଗ କିମ୍ବା ଏଜେନ୍ସୀ ଅଟନ୍ତି, ଯେଉଁମାନେ, ସାଧାରଣ ସ୍ତରରେ ସେମାନଙ୍କର କିଛି କାର୍ଯ୍ୟକ୍ରମ, ଧନ୍ଦା କିମ୍ବା କାର୍ଯ୍ୟଧାରାକୁ ବାସିନ୍ଦାମାନଙ୍କ ସହିତ ପ୍ରୟୋଗ କରିବା ପାଇଁ ସେମାନଙ୍କ ସମ୍ପର୍କରେ ରହିଥା’ନ୍ତି | ଏହି ଭଳି ରେଜିଷ୍ଟ୍ରାରଗୁଡିକର ଉଦାହରଣଗୁଡିକ ହେଉଛି, ଗ୍ରାମ୍ୟ ଉନ୍ନୟନ ବିଭାଗ(NREGS ପାଇଁ) କିମ୍ବା ଯୋଗାଣ ଓ ଖାଉଟି ବ୍ୟାପାର ବିଭାଗ(TPDS ପାଇଁ), ବୀମା କମ୍ପାନୀଗୁଡିକ ଯେପରି ଜୀବନ ବୀମା ନିଗମ ଓ ବ୍ୟାଙ୍କଗୁଡିକ |
ରେଜିଷ୍ଟ୍ରାରଗୁଡିକ ବାସିନ୍ଦାମାନଙ୍କ ଠାରୁ ସିଧାସଳଖ କିମ୍ବା ପଞ୍ଜୀକରଣ ଏଜେନ୍ସୀମାନଙ୍କ ମାଧ୍ୟମରେ ସେମାନଙ୍କ ଜନାସାଂଖିକ ଓ ବାୟୋମେଟ୍ରିକ୍ ତଥ୍ୟକୁ ସଂଗ୍ରହ କରିଥା’ନ୍ତି | UIDAI, ରେଜିଷ୍ଟ୍ରାରଗୁଡିକ ଦ୍ଵାରା ସମଗ୍ର ଆଧାର ପଞ୍ଜୀକରଣ ପ୍ରଣାଳିଗୁଡିକୁ ଲାଗୁ କରିବା ପାଇଁ ଏକକ, କାର୍ଯ୍ୟଧାରା ଓ ପ୍ରଣାଳିଗୁଡିକ, ନିୟମାବଳୀ ଓ ବୈଷୟିକ ବ୍ୟବସ୍ଥାଗୁଡିକୁ ବିକଶିତ କରିଛି | ରେଜିଷ୍ଟ୍ରାରଗୁଡିକ ପରସ୍ପର ସହଯୋଗିତାକୁ ପ୍ରୋତ୍ସାହିତ ମଧ୍ୟ କରିପାରନ୍ତି ଯାହା ଏହି କାର୍ଯ୍ୟଧାରାରେ UIDAIକୁ ସହାୟକ ହେବା ସକାଷେ ସେଗୁଡିକୁ ନିର୍ମାଣ କରାଯାଇଛି |
- ବାସିନ୍ଦାଙ୍କର ଉପରୋକ୍ତ କୌଣସି ତଥ୍ୟର ସଂଶୋଧନ ପାଇଁ ଅପରେଟର୍ ପଞ୍ଜୀକରଣ କ୍ଲାଏଣ୍ଟ(ଥରକ ପାଇଁ) ଉପରେ ଥିବା ସଂଶୋଧନ ମେନୁକୁ ବ୍ୟବହାର କରିପାରିବେ | ବାସିନ୍ଦାଙ୍କ ଡେଟା୍କୁ ବାସିନ୍ଦାଙ୍କ ପଞ୍ଜୀକରଣର 96 ଘଣ୍ଟା ମଧ୍ୟରେ ଏବଂ ବାସିନ୍ଦାଙ୍କ ଉପସ୍ଥିତିରେ ସଂଶୋଧନ କରିପାରିବେ |
- ସଂଶୋଧନ ପ୍ରକ୍ରିୟାରେ ପରିବର୍ତ୍ତନ ପାଇଁ ନିମ୍ନଲିଖିତ ଅନୁରୋଧ କରାଯାଇପାରିବ:
- ସମସ୍ତ ଜନସାଂଖିକ କ୍ଷେତ୍ରଗୁଡିକ ଯେପରି ନାମ, ଠିକଣା, ଲିଙ୍ଗ, ଜନ୍ମ ତାରିଖ / ବୟସ*
- ବାସିନ୍ଦଙ୍କ ସହ ସମ୍ପର୍କ
- ମୋବାଇଲ୍ ନମ୍ବର୍
- ଇମେଲ୍ ଆଡ୍ରେସ୍
- ସମ୍ପର୍କର ବିବରଣୀ(ସମ୍ପର୍କର ପ୍ରକାର, ନାମ ଓ ଆଧାର ସଂଖ୍ୟା)
- ପରିଚୟକର୍ତ୍ତାଙ୍କ ନାମ ଓ ଆଧାର ସଂଖ୍ୟା
- ଯଦି ଅସଲରେ ବାସିନ୍ଦା 5 ବର୍ଷରୁ କମ୍ ବୟସରେ ଛୋଟପିଲା ଭାବେ ପଞ୍ଜୀକରଣ କରିଥିବେ ତେବେ ବାସିନ୍ଦାଙ୍କ ବୟସକୁ ସଂଶୋଧନ କରି 5 ବର୍ଷରୁ ଅଧିକ ବୟସ କରିବା ଅବୈଧ ଅଟେ କାରଣ ପଞ୍ଜୀକରଣ ସମୟରେ ବାୟୋମେଟ୍ରିକ୍ ତଥ୍ୟ ଗ୍ରହଣ କରାଯାଇ ନଥିବ |
- ବାସିନ୍ଦାଙ୍କର ପୁରୁଣା ତଥ୍ୟକୁ ସଂଶୋଧନ କରିବା ପାଇଁ ତା’ଙ୍କର ପୂର୍ବ ପଞ୍ଜୀକରଣ IDକୁ ପ୍ରବେଶ କରିବାକୁ ହେବ | ପଞ୍ଜୀକରଣକୁ ସଂଶୋଧନ କରିବା ପାଇଁ ବାସିନ୍ଦାଙ୍କର ପଞ୍ଜୀକରଣ ସଂଖ୍ୟା, ତାରିଖ ଓ ସମୟକୁ ସ୍ଵୀକୃତିପ୍ରାପ୍ତ ପତ୍ରରେ ଯାଞ୍ଚ କରନ୍ତୁ |
- ସଂଶୋଧନର ପ୍ରକାରକୁ ଆଧାର କରି ସଂଶୋଧନ ସମୟରେ PoI, PoA ଓ ପିତାମାତା/ଅଭିଭାବକଙ୍କର ସ୍ଵୀକୃତିପ୍ରାପ୍ତ ପତ୍ର ଆବଶ୍ୟକ ହୋଇପାରେ |
- ନାମରେ ପରିବର୍ତ୍ତନ ସକାଷେ ଗୋଟିଏ ଯାଞ୍ଚ ହୋଇଥିବା ପଞ୍ଜୀକରଣ ଫର୍ମ ଓ PoI ଦସ୍ତାବିଜ୍ କିମ୍ବା ଗୋଟିଏ ପରିଚୟକର୍ତ୍ତାଙ୍କ ନାମ ଓ UID ଆବଶ୍ୟକ ହୋଇପାରେ | ଠିକଣାରେ ପରିବର୍ତ୍ତନ ପାଇଁ ଗୋଟିଏ ଯାଞ୍ଚ ହୋଇଥିବା ପଞ୍ଜୀକରଣ ଫର୍ମ ଓ PoA ଦସ୍ତାବିଜ୍ କିମ୍ବା ଗୋଟିଏ ପରିଚୟକର୍ତ୍ତାଙ୍କ ନାମ ଓ ଆଧାର ସଂଖ୍ୟା ଆବଶ୍ୟକ ହୋଇପାରେ | ଯାଞ୍ଚ ହୋଇଥିବା ଜନ୍ମ ତାରିଖ ପାଇଁ ଗୋଟିଏ ଯାଞ୍ଚ ହୋଇଥିବା ପଞ୍ଜୀକରଣ ଫର୍ମ ଏବଂ ଜନ୍ମ ପ୍ରମାଣ ପତ୍ର ଆବଶ୍ୟକ ହୋଇପାରେ | ଯଦି 5 ବର୍ଷରୁ କମ୍ ବୟସ ପିଲାର ତଥ୍ୟରେ ସଂଶୋଧନ ଆବଶ୍ୟକ ହୁଏ ତେବେ ସମ୍ପର୍କର ପ୍ରକାରରେ ମାତାପିତାଙ୍କର ବିବରଣୀ, ସମ୍ପର୍କୀୟଙ୍କ ନାମ ଓ ମାତାପିତା/ଅଭିଭାବକଙ୍କ ଆଧାର ସଂଖ୍ୟା ବାଧ୍ୟତାମୁଳକ ଅଟେ |
- ସଫ୍ଟୱେରର ସଂଶୋଧନ ମେନୁରେ କେବଳ ସଂଶୋଧନ ଆବଶ୍ୟକ କରୁଥିବା କ୍ଷେତ୍ରଗୁଡିକୁ ପ୍ରବେଶ କରନ୍ତୁ | ସଂଶୋଧନ ସମୟରେ ଅସଲ ପଞ୍ଜୀକରଣରେ ଠିକ୍ ଥିବା କ୍ଷେତ୍ରଗୁଡିକୁ ପୁନଃ ଟାଇପ୍ କରିବାର ଆବଶ୍ୟକତା ନାହିଁ |
- ତଥ୍ୟରେ କରୁଥିବା ସଂଶୋଧନକୁ ବାସିନ୍ଦାଙ୍କ ସହ ପର୍ଯ୍ୟବେକ୍ଷଣ କରନ୍ତୁ ଏବଂ ବାସିନ୍ଦା ସଂଶୋଧନରେ ସନ୍ତୁଷ୍ଟ ବୋଲି ସୁନିଶ୍ଚିତ କରିବା ପାଇଁ ତା’ଙ୍କର(କ୍ଲାଏଣ୍ଟର ଡ୍ରପ୍ ଡାଉନ୍ ମେନୁରେ ପ୍ରଦାନ କରାଯାଇଛି) ଯେକୌଣସି ବାୟୋମେଟ୍ରିକକୁ ଗ୍ରହଣ କରିପାରିବେ |
- ବାସିନ୍ଦା 5 ବର୍ଷରୁ କମ୍ ବୟସର ପିଲା ଥିବା କ୍ଷେତ୍ରରେ, ସମ୍ପର୍କ କ୍ଷେତ୍ରଗୁଡିକରେ ପ୍ରବେଶ ହୋଇଥିବା ମାତାପିତା/ଅଭିଭାବକଙ୍କ ବିବରଣୀଗୁଡିକ ଯାହାର ବାୟୋମେଟ୍ରିକକୁ ଗ୍ରହଣ କରାଯିବ | ପଞ୍ଜୀକରଣରୁ ଅପରେଟର୍ ସାଇନ୍ ଅଫ୍ କରିବେ ଏବଂ ବିଶିଷ୍ଟ ବାୟୋମେଟ୍ରିକ୍ କ୍ଷେତ୍ରରେ ସୁପରଭାଇଜର୍, ପରିଚୟକର୍ତ୍ତା ଏବଂ କ୍ରମାନୁସାରେ ପରିଚୟକର୍ତ୍ତା ଆଧାରିତ ଯାଞ୍ଚରୁ ସାଇନ୍ ଅଫ କରିବେ |
- ସଂଶୋଧନ ପ୍ରକ୍ରିୟାର ଶେଷରେ ବାସିନ୍ଦାଙ୍କ ଫୋଟୋ ସହିତ ଗୋଟିଏ ସଂଶୋଧନ ସ୍ଵୀକୃତିପ୍ରାପ୍ତ ମୁଦ୍ରିତ ହେବ | ସଂଶୋଧନ ସ୍ଵୀକୃତିପ୍ରାପ୍ତ ଅପରେଟରଙ୍କ ଦ୍ଵାରା ସ୍ଵାକ୍ଷରିତ ହେବ ଏବଂ ବାସିନ୍ଦାଙ୍କୁ ପ୍ରଦାନ କରାଯିବ | ସମାନ ପତ୍ର ବାସିନ୍ଦାଙ୍କ ଦ୍ଵାରା ସ୍ଵାକ୍ଷରିତ ହେବା ସହ ବାସିନ୍ଦାଙ୍କର ଅନ୍ୟାନ୍ୟ ଦସ୍ତାବିଜ ସହ ଅପରେଟର୍ ଏହାକୁ ଫାଇଲ୍ କରିବେ |
TUIDAI ଗୋଟିଏ ସମ୍ପୂର୍ଣ୍ଣ ଅନବୋର୍ଡିଙ୍ଗ ପ୍ରୋସେସ୍ ଓ ଗାଇଡକୁ ପରିଭାଷିତ କରିଛି, ଯାହା ଆଧାରକୁ ସମ୍ପୂର୍ଣ୍ଣ କରିବା କ୍ଷେତ୍ରରେ ରେଜିଷ୍ଟ୍ରାରଗୁଡିକୁ ପ୍ରତ୍ୟେକ ସୋପାନରେ ସହାୟକ ହେବ | ଏହି ଦସ୍ତାବିଜରେ ଏହାର ଗୋଟିଏ ଉଚ୍ଚମାନର ସାରାଂଶ ଅଛି:
- ସମିତି ଓ ମିଳିତ କାର୍ଯ୍ୟକାରୀ ଗୋଷ୍ଠିଗୁଡିକୁ ସ୍ଥାପନ କରିବା
CM ଙ୍କ ଦ୍ଵାରା ପରିଚାଳିତ, ଆପେକ୍ସ/ସଶକ୍ତ ସମିତି ସ୍ଥାପନ କରିବା ଏବଂ ମୁଖ୍ୟ ସଚୀବଙ୍କ ଦ୍ଵାରା ପରିଚାଳିତ ଗୋଟିଏ ପ୍ରୟୋଗାତ୍ମକ ସମିତି ସ୍ଥାପନ କରିବା | UIDAI ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ରାଜ୍ୟ UIDICs, ନିଜ ନିଜ ରାଜ୍ୟରେ ଥିବା ରାଜ୍ୟ ରେଜିଷ୍ଟ୍ରାର ଓ ଅଣରାଜ୍ୟ ରେଜିଷ୍ଟ୍ରାରଗୁଡିକ ସହିତ ନିଶ୍ଚିତରୂପେ ସହଯୋଗ ରଖିବା ପାଇଁ ପରାମର୍ଶ ଦିଆଯାଉଛି ଯାହା ଷ୍ଟେକହୋଲ୍ଡରମାନଙ୍କ ମଧ୍ୟରେ ଉତ୍ତରଦାୟିତ୍ଵତାକୁ ବୃଦ୍ଧି କରିବା ଏବଂ SRs ସହିତ ପଛକୁ ପଛ ଥିବା NSRs କାର୍ଯ୍ୟଗୁଡିକୁ ସହଜ କରିବ | - ଆଧାର ପାଇଁ ନୋଡାଲ୍ ବିଭାଗକୁ ଚିହ୍ନଟ କରିବା; ବିଭାଗଗୁଡିକୁ ଚିହ୍ନଟ କରିବା ଯାହା ଗୋତିଏ ନୋଡାଲ୍ ଅଧିକାରୀଙ୍କ ସହ ରେଜିଷ୍ଟ୍ରାର୍ ଭାବେ କାର୍ଯ୍ୟ କରିବ | ଅନ୍ୟ ବିଭାଗଗୁଡିକ ଯେଉଁଗୁଡିକୁ ପଞ୍ଜୀକରଣ ସମୟରେ ପ୍ରୋଜେକ୍ଟରେ ରେଜିଷ୍ଟ୍ରାର୍ ଭାବେ ସମ୍ପୃକ୍ତ କରାଯିବ ନାହିଁ, ପରବର୍ତ୍ତୀ ସମୟରେ ସେମାନଙ୍କ ବ୍ୟବସ୍ଥାରେ ‘Aadhaar enabling’ ନାମକ ଗୋତିଏ ବିକଳ୍ପ ରହିବ | ନୋଡାଲ୍ ଓ ରେଜିଷ୍ଟ୍ରାର୍ ବିଭାଗଗୁଡିକ ସମାନ କିମ୍ବା ଅନ୍ୟାନ୍ୟ ବିଭାଗଗୁଡିକ ହୋଇପାରନ୍ତି | MoU ସ୍ଵାକ୍ଷର ହୋଇଛି ବୋଲି ସୁନିଶ୍ଚିତ କରନ୍ତୁ |
- ପଞ୍ଜୀକରଣ ପାଇଁ ଆର୍ଥିକ ସହଯୋଗ ପ୍ରାପ୍ତି ପାଇଁ ଏଜେନ୍ସୀଗୁଡିକୁ ଚିହ୍ନଟ କରନ୍ତୁ:UID ଅଧିକାରୀ UID ବ୍ୟବସ୍ଥାରେ ପ୍ରତ୍ୟେକ ସଫଳ ପଞ୍ଜୀକରଣ ପାଇଁ କିଛି ଆର୍ଥିକ ସହାୟତା ଉପଲବ୍ଧ କରାଇଥାଏ | ଏହି ବ୍ୟବସ୍ଥାକୁ କାର୍ଯ୍ୟକାରୀ କରିବା ପାଇଁ, ରେଜିଷ୍ଟ୍ରାରମାନଙ୍କୁ ରେଜିଷ୍ଟ୍ରାରର ସମ୍ପୂର୍ଣ୍ଣ ବିବରଣୀ(ନାମ, ଖାତାର ସମ୍ପୂର୍ଣ୍ଣ ବିବରଣୀ)କୁ ପ୍ରଦାନ କରିବାକୁ ହେବ ଯାହାଦ୍ଵାରା ସେମାନେ ଅର୍ଥ ରାଶି ପ୍ରାପ୍ତ କରିବେ |
- ମିଳିତ କାର୍ଯ୍ୟକାରୀ ଗୋଷ୍ଠୀ ସ୍ଥାପନ କରିବା– ଯାହା ନୋଡାଲ/ରେଜିଷ୍ଟ୍ରାର ବିଭାଗର ମୁଖ୍ୟଙ୍କ ଦ୍ଵାରା ପରିଚାଳିତ ହୋଇଥାଏ | ଅନ୍ୟ ସଭ୍ୟମାନେ ଅଧିକାରୀ ହେବା ଆବଶ୍ୟକ ଯେଉଁମାନେ ରେଜିଷ୍ଟ୍ରାରଙ୍କ ତରଫରୁ ବୈଷୟିକ, କାର୍ଯ୍ୟପ୍ରଣାଳି, IEC, ପ୍ରୟୋଗ କରିବା ଦଳକୁ ପଥ ପ୍ରଦର୍ଶନ କରିପାରିବେ | ସମ୍ପୂର୍ଣ୍ଣ ପ୍ରକ୍ରିୟାରେ ରାଜ୍ୟ ସରକାର/ରେଜିଷ୍ଟ୍ରାରମାନଙ୍କୁ ସହଯୋଗ କରିବା ପାଇଁ UIDAI ଉପଯୁକ୍ତ ପ୍ରତିନିଧିମାନଙ୍କୁ ପ୍ରସ୍ତାବିତ କରିବ | ଶୃଙ୍ଖଳିତ କର୍ଯ୍ୟକାରିତାକୁ ଏବଂ UIDAI – Registrar ସମାନ୍ତରାଳ ଭାବେ କାର୍ଯ୍ୟ କରିବା ସମୟରେ କାର୍ଯ୍ୟକାରୀ ଗୋଷ୍ଠୀର ସକ୍ରିୟ ଅଂଶଗ୍ରହଣକୁ ସୁନିଶ୍ଚିତ କରିଥାଏ |
ପ୍ରଦାନଯୋଗ୍ୟଗୁଡିକୁ / UIDAI ରେଜିଷ୍ଟ୍ରାର୍ ରେଡିନେସ୍ ଚେକଲିଷ୍ଟ(RRC)ରେ ଉଲ୍ଲେଖ ଥିବା କାର୍ଯ୍ୟଗୁଡିକର ନିଷ୍ପାଦନକୁ ସୁନିଶ୍ଚିତ କରିଥାଏ | UIDAI ନୋଡାଲ୍ ଅଧିକାରୀ ଓ EAଙ୍କ ସହିତ RRCକୁ ପ୍ରତ୍ୟେକ ସୋପାନରେ ନବୀକରଣ କରାଯାଇଥାଏ | ସ୍ଵାକ୍ଷରିତ ଚେକଲିଷ୍ଟକୁ ଆଞ୍ଚଳିକ କାର୍ଯ୍ୟାଳୟ/ନୋଡାଲ୍ ଅଧିକାରୀଙ୍କୁ ହସ୍ତାନ୍ତର କରାଯାଏ |
- ସୂକ୍ଷ୍ମାନୁଭବୀକରଣ କର୍ମଶାଳାଗୁଡିକ : ଆଧାର, ପଞ୍ଜୀକରଣ ଓ IECର ଉଦ୍ୟମ, ଭୂମିକା ଓ ଦାୟିତ୍ଵଗୁଡିକୁ, ରାଜ୍ୟ/ଜିଲ୍ଲା/ଗ୍ରାମ ସ୍ତରରେ ପଞ୍ଜୀକରଣର ପନ୍ଥା ଓ ଉପାୟଗୁଡିକର ଉପରେ ସମ୍ୟକ ଧାରଣା ଦେବା ପାଇଁ, ପର୍ଯ୍ୟାୟକ୍ରମରେ ସୂକ୍ଷ୍ମାନୁଭବୀକରଣ କର୍ମାଶାଳାଗୁଡିକୁ ପରିଚାଳିତ କରାଯାଇଥାଏ | ଏହା ଗୋଟିଏ ଉପଗୋଷ୍ଠୀ କର୍ମଶାଳଗୁଡିକ ଦ୍ଵାରା ଅନୁସରଣ କରାଯାଇଥାଏ ଏବଂ ତାହାକୁ ସମ୍ମିଳିତ ଓ ପ୍ରୟୋଗ କରିବା ପାଇଁ ମୁଖ୍ୟ କ୍ଷେତ୍ରଗୁଡିକୁ ଚିହ୍ନଟ କରିବା ସକାଷେ ପ୍ରଣାଳି, ବୈଷୟିକ, IEC ଓ ପ୍ରୟୋଗର ଦଳଗୁଡିକର ସଭ୍ୟମାନଙ୍କ ସହ ବୈଠକ କରିବାକୁ ପଡିଥାଏ | ବୈଷୟିକ, ପ୍ରଣାଳି ଓ IEC ଚିନ୍ତାଧାରାଗୁଡିକ UIDAI ସହିତ ସମାନ୍ତରାଳ ଭାବେ ରହିଥିବା ସୁନିଶ୍ଚିତ କରନ୍ତୁ |
ପଞ୍ଜୀକରଣଗୁଡିକ ଆରମ୍ଭ କରିବା ପାଇଁ କାର୍ଯ୍ୟକାରୀ ଷ୍ଟେଟସ୍ ପାଇଁ ଆବଶ୍ୟକ ଆଇଟମଗୁଡିକର ଷ୍ଟକର ତାରିଖ ‘go-live’ର ସୂଚୀର 2-3 ସପ୍ତାହ ପୂର୍ବରୁ ଗୋଟିଏ “Go Live readiness Workshop”ର ସୂଚୀକୁ ସ୍ଥିର କରାଯାଇଥାଏ | ରେଜିଷ୍ଟ୍ରାର ନିଶ୍ଚିତରୂପେ କାର୍ଯ୍ୟକ୍ଷେତ୍ର ଉପରେ କର୍ମଶାଳାଗୁଡିକୁ ସ୍ଥାପନ କରିବା ପଛରେ ଥିବା UIDAIର କାର୍ଯ୍ୟଧାରାଗୁଡିକର କେନ୍ଦ୍ର ଉପରେ ଉପଦେଶ ଦେବେ ଏବଂ ଏହା ମଧ୍ୟ ନିଶ୍ଚିତ କରିବେ ଯେ ଆବଶ୍ୟକ ଷ୍ଟେକହୋଲ୍ଡରମାନେ ଏବଂ କାର୍ଯ୍ୟକାରୀ ଗୋଷ୍ଠୀର ସଭ୍ୟମାନେ ଏହି କର୍ମଶାଳାରେ ଯୋଗ ଦେବେ | ପଞ୍ଜୀକରଣ ପ୍ରକ୍ରିୟାରେ ସାଧାରଣ ସାମାଜିକ ସଂସ୍ଥା(CSOs)ଗୁଡିକର ଭୁମିକାକୁ ପରିଭାଷିତ କରିବା ଏବଂ ସ୍ଥାନୀୟ ସ୍ତରରେ CSOର ଗୋଟିଏ ପ୍ୟାନେଲକୁ ବିକଶିତ କରିବା ଯେଉଁମାନେ ତଳୀୟବର୍ଗର ସଂପ୍ରାଦାୟକୁ ପଞ୍ଜୀକରଣ କରିବା ପାଇଁ ସାହାଯ୍ୟ କରିବେ | ସାମାଜିକ ଏକତ୍ରିକରଣ, ରେଜିଷ୍ଟ୍ରାରଗୁଡିକ ପାଇଁ ଗୋଟିଏ ବାଧ୍ୟତାମୁଳକ ଆବଶ୍ୟକତା ଅଟେ | ROମାନଙ୍କ ସହ ପରାମର୍ଶ କରି ରେଜିଷ୍ଟ୍ରାରମାନେ ତଳୀୟବର୍ଗ, ବିଭିନ୍ନ ଦୁର୍ବଳ ଗୋଷ୍ଠୀ ଓ ଅକ୍ଷମ ମାନଙ୍କ ପାଇଁ ବିଶିଷ୍ଟ ପଞ୍ଜୀକରଣ ପ୍ରକ୍ରିୟାଗୁଡିକୁ ଅଗ୍ରାଧିକାର ଦେବା ଆବଶ୍ୟକ ଅଟେ |
- ପରିଚୟକର୍ତ୍ତା ଜଣେ ବ୍ୟକ୍ତିଙ୍କୁ ଅନ୍ୟ ଜଣଙ୍କର(ଜୀବିତ କିମ୍ବା ମୃତ)ଛଳନା କରିବାର କଦାପି ଦୁରଭିସନ୍ଧି ରଖିବେ ନାହିଁ |
- ପରିଚୟକର୍ତ୍ତା ନିଶ୍ଚିତରୂପେ ଜଣେ ଆଧାର ଧାରକଙ୍କୁ ଜାଣିଶୁଣି ଅନ୍ୟ ଜଣଙ୍କର ଜନସାଂଖିକ ତଥ୍ୟକୁ ପରିବର୍ତ୍ତନ କରିବା ହେତୁ ସାହାଯ୍ୟ କରିବେ ନାହିଁ କିମ୍ବା ଭୁଲ୍ ବାୟୋମେଟ୍ରିକ୍ ତଥ୍ୟ ପ୍ରଦାନର ଦୁରଭିସନ୍ଧି କଦାପି ରଖିବେ ନାହିଁ |
- ନିୟମାବଳୀଗୁଡିକର ଅବମାନନା କରିଲେ ପରିଚୟକର୍ତ୍ତାଙ୍କ ବିପକ୍ଷରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ |
- ଥରେ ରେଜିଷ୍ଟ୍ରାର ସ୍ଥାନ ଅନୁସାରେ ପରିଚୟକର୍ତ୍ତା୍ମାନଙ୍କୁ ଚିହ୍ନଟ କରିସାରିବା ପରେ (ଜିଲ୍ଲା/ରାଜ୍ୟ ଯେଉଁଠି ପରିଚୟକର୍ତ୍ତା କାମ କରିବା ପାଇଁ ଅଧିକାର ପ୍ରାପ୍ତ), ସେ ପରିଚୟକର୍ତ୍ତାମାନଙ୍କୁ ବିଜ୍ଞପିତ କରିବେ |
- ପରିଚୟକର୍ତ୍ତାମାନେ ରେଜିଷ୍ଟ୍ରାର୍ ଓ UIDAI ଦ୍ଵାରା ଆୟୋଜିତ ଆଧାର ସଚେତନତା କର୍ମଶାଳାରେ ନିଶ୍ଚିତ ଭାବେ ଯୋଗ ଦେବା ସହ ଆଧାରର କାର୍ଯ୍ୟକ୍ରମ ସହ ପରିଚିତ ହେବେ ଏବଂ ପରିଚୟକର୍ତ୍ତାର ଦାୟିତ୍ଵ ଓ କାର୍ଯ୍ୟକ୍ଷମତାକୁ ବୁଝିପାରିବେ |
- ଯଦି ଜଣେ ଚିହ୍ନଟ ପରିଚୟକର୍ତ୍ତା ଗୋଟିଏ ପରିଚୟକର୍ତ୍ତା ଭାବେ କାମ କରିବା ପାଇଁ ପ୍ରସ୍ତୁତ ଅଛି, ସେ ଗୋଟିଏ ଲିଖିତ ଆକାରରେ ଦେବେ ଯେ ଆଧାରର ପଞ୍ଜୀକରଣ ପାଇଁ ପରିଚୟକର୍ତ୍ତା ଭାବେ କାମ କରିବେ ଏବଂ ୟୁନିକ୍ ଆଇଡେଣ୍ଟିଫିକେଶନ୍ ଅଥୋରିଟୀ ଅଫ ଇଣ୍ଡିଆ(UIDAI) ଓ ରେଜିଷ୍ଟ୍ରାରଙ୍କ ଦ୍ଵାରା ପ୍ରଣିତ ପରିଚୟକର୍ତ୍ତାଙ୍କ ପାଇଁ ଥିବା ସମସ୍ତ ନିୟମାବଳୀ ଓ କାର୍ଯ୍ୟଧାରାକୁ ଅନୁସରଣ କରିବେ |
- ପରିଚୟକର୍ତ୍ତା ପଞ୍ଜୀକରଣ କରିବା ସହ ସେମାନଙ୍କ ଆଧାର ସଂଖ୍ୟା ପ୍ରାପ୍ତ କରିବା ଆବଶ୍ୟକ ଏବଂ କାର୍ଯ୍ୟକ୍ଷେତ୍ରରେ ବାସିନ୍ଦାମାନଙ୍କୁ ପରିଚିତ କରିବା ପୂର୍ବରୁ ସମ୍ବନ୍ଧିତ ଫର୍ମରେ ସ୍ଵାକ୍ଷର କରିବା ଆବଶ୍ୟକ |
- ରେଜିଷ୍ଟ୍ରାର୍ ସେମାନଙ୍କୁ UIDAIରେ ପରିଚୟକର୍ତ୍ତା ଭାବେ ପଞ୍ଜିକୃତ କରିଛନ୍ତି ବୋଲି ସୁନିଶ୍ଚିତ କରିବା ଆବଶ୍ୟକ |
- ପରିଚୟକର୍ତ୍ତାମାନେ, ସେମାନଙ୍କୁ ପ୍ରଦାନ କରାଯାଇଥିବା କ୍ଷେତ୍ର ମଧ୍ୟରେ ପଞ୍ଜୀକରଣ ସୂଚୀ, ପଞ୍ଜୀକରଣ କେନ୍ଦ୍ରର ଅବସ୍ଥିତି ଏବଂ ପଞ୍ଜୀକରଣ କେନ୍ଦ୍ରଗୁଡିକର କାମ କରିବା ସମୟ ସହିତ ପରିଚିତ ରହିବେ |
- ସେମାନଙ୍କର ଯୋଗାଯୋଗ ତଥ୍ୟ ଠିକ୍ ଭାବେ ପଞ୍ଜୀକରଣ କେନ୍ଦ୍ରରେ ପ୍ରଦର୍ଶିତ ହୋଇଛି ବୋଲି ସୁନିଶ୍ଚିତ କରନ୍ତୁ | ପ୍ରଦର୍ଶିତ ନଥିବା/ଭୁଲ୍ ତଥ୍ୟ ଥିବା କ୍ଷେତ୍ରରେ, ପଞ୍ଜୀକରଣ କେନ୍ଦ୍ରର ସୁପଭାଇଜରଙ୍କ ତଥ୍ୟକୁ ପ୍ରଦର୍ଶନ/ସଂଶୋଧନ କରିବା ପାଇଁ କହିପାରିବେ |
- ପରିଚୟକର୍ତ୍ତା ବାସିନ୍ଦାମାନଙ୍କ ପାଖରେ ସହଜରେ ପହଞ୍ଚିବା ଆବଶ୍ୟକ ଅଟେ |
- ପରିଚୟକର୍ତ୍ତା ପଞ୍ଜୀକରଣ ଫର୍ମରେ ବାସିନ୍ଦାଙ୍କର ନାମ ଓ ଠିକଣା ଠିକ୍ ଓ ସମ୍ପୂର୍ଣ୍ଣ ଥିବା ଯାଞ୍ଚ କରିବେ | ପରିଚୟକର୍ତ୍ତା ନିଜର ବିବରଣୀକୁ ମଧ୍ୟ ଫର୍ମରେ ଯାଞ୍ଚ କରିବେ ଏବଂ ତା’ପରେ ପଞ୍ଜୀକରଣ ଫର୍ମରେ ଉଦ୍ଦିଷ୍ଟ ଥିବା ସ୍ଥାନରେ ସ୍ଵାକ୍ଷର/ବୃଦ୍ଧାଙ୍ଗୁଳି ଛାପ ପ୍ରଦାନ କରିବେ |
- ପରିଚୟକର୍ତ୍ତାମାନେ ECର କାର୍ଯ୍ୟକାରୀ ସମୟରେ ବାସିନ୍ଦାମାନଙ୍କୁ ପରିଚିତ କରାଇବା ପାଇଁ ଉପଲବ୍ଧ ରହିବେ | ସେମାନେ କାର୍ଯ୍ୟକାରୀ ସମୟରେ ଉପଲବ୍ଧ ନଥିବା ସ୍ଥଳେ, ଦିନର ଶେଷରେ ପଞ୍ଜୀକରଣ କେନ୍ଦ୍ରକୁ ଯାଇ ସେମାନଙ୍କ ପରିଚୟ ହେତୁ ସ୍ଥଗିତ ଥିବା ବାସିନ୍ଦାମାନଙ୍କର ତାଲିକାକୁ ଯାଞ୍ଚ କରିପାରିବେ |
- ପରିଚୟକର୍ତ୍ତା ଯତ୍ନ ସହକାରେ ବାସିନ୍ଦାଙ୍କର ନାମ ଓ ଠିକଣା ଯାଞ୍ଚ କରନ୍ତୁ ଏବଂ ସେମାନଙ୍କର ଅନୁମୋଦନ/ଅଗ୍ରାହ୍ୟ ପ୍ରଦାନ କରିବେ |
- ପରିଚୟକର୍ତ୍ତା ଗୋଟିଏ ବାସିନ୍ଦାଙ୍କର ପଞ୍ଜୀକରଣ କରିବା ପାଇଁ ନିଜର ବାୟୋମେଟ୍ରିକକୁ ଆଧାର କ୍ଲାଏଣ୍ଟରେ ପ୍ରଦାନ କରିବେ |
- ପରିଚୟକର୍ତ୍ତା ତାହାକୁ ପ୍ରିଣ୍ଟ କରିବା ପାଇଁ ଆବଶ୍ୟକ ସ୍ଥଳେ ସ୍ଵାକ୍ଷର/ବୃଦ୍ଧାଙ୍ଗୁଳୀ ଛାପ ମଧ୍ୟ ପ୍ରଦାନ କରିବେ |
- ପରିଚୟକର୍ତ୍ତା ପରିଚୟ କରାଉଥିବା ବାସିନ୍ଦାଙ୍କର ପରିଚୟ ଓ ଠିକଣାକୁ ସୁନିଶ୍ଚିତ କରିବେ |
- ପରିଚୟକର୍ତ୍ତା ନିଶ୍ଚିତରୂପେ ବାସିନ୍ଦାମାନଙ୍କୁ ପରିଚିତ କରାଇବେ ଯାହାର ବ୍ୟକ୍ତିଗତ କିମ୍ବା ଠିକଣାଗତ ପ୍ରମାଣ ପତ୍ର ନଥିବ |
- ଯିଏ ତାଙ୍କ ପାଖକୁ ଆସିବ ପରିଚୟକର୍ତ୍ତା ପ୍ରତ୍ୟେକଙ୍କୁ ପରିଚିତ କରିବା ପାଇଁ ବାଧ୍ୟ ନୁହଁନ୍ତି |
- ପରିଚୟକର୍ତ୍ତା ବାସିନ୍ଦାଙ୍କୁ ପରିଚିତ କରିବା ଉଦ୍ଦେଶ୍ୟରେ କୌଣସି ଶୁଳ୍କ ଗ୍ରହଣ କରିପାରିବେ ନାହିଁ | ଯାହାହେଲେ, ରେଜିଷ୍ଟ୍ରାର ସେମାନଙ୍କ କାମ ପାଇଁ ସମ୍ମାନୀତ କରିପାରନ୍ତି |
- ପରିଚୟକର୍ତ୍ତା ହେଉଚନ୍ତି ବ୍ୟକ୍ତିବିଶେଷ (ଉଦାହରଣ ରେଜିଷ୍ଟ୍ରାରଙ୍କ କର୍ମଚାରୀ, ନିର୍ବାଚିତ ସ୍ଥାନୀୟ ସଭ୍ୟ, ସ୍ଥାନୀୟ ପରିଚାଳନା ସମିତିର ସଭ୍ୟ, ଡାକବାଲା, ପ୍ରଭାବକର୍ତ୍ତା ଯେପରି ଶିକ୍ଷକବୃନ୍ଦ, ସ୍ଵାସ୍ଥ୍ୟକର୍ମୀ ଓ ଡାକ୍ତର, ଆଙ୍ଗନବାଡି / ASHA କର୍ମୀ, ସ୍ଥାନୀୟ NGOର ପ୍ରତିନିଧି ପ୍ରଭୃତି)ରେଜିଷ୍ଟ୍ରାରଙ୍କ ଦ୍ଵାରା ଚିହ୍ନଟ ହୋଇଥା’ନ୍ତି ଏବଂ UIDAIର CIDRରେ ପରିଚୟକର୍ତ୍ତା ଭାବେ “Introducers” ପଞ୍ଜିକୃତ ହୋଇଥାନ୍ତି |
- ନିର୍ଦ୍ଦିଷ୍ଟ କ୍ଷେତ୍ରରେ, UIDAI ଆଞ୍ଚଳିକ କର୍ଯ୍ୟାଳୟ ରେଜିଷ୍ଟ୍ରାରମାନଙ୍କ ସୁବିଧା ସକାଷେ ନିଜେ ଗୋଟିଏ ପରିଚୟକର୍ତ୍ତାଙ୍କର ଗୋଷ୍ଠୀ ଚିହ୍ନଟ କରିବା ପାଇଁ ଆରମ୍ଭିକ ପନ୍ଥା ନେଇପାରେ |
- ପରିଚୟକର୍ତ୍ତାଙ୍କ ବୟସ ନିଶ୍ଚିତରୂପେ 18 ବର୍ଷରୁ ଊର୍ଦ୍ଧ୍ଵ ହେବ ଏବଂ ଅପରାଧୀ ହୋଇନଥିବେ |
- ପରିଚୟକର୍ତ୍ତା ଗୋଟିଏ ରେଜିଷ୍ଟ୍ରାରଙ୍କ ସହ ସମ୍ପର୍କରେ ରହିବେ | ସେହି ପରିଚୟକର୍ତ୍ତା ଏପରି ଅଧିକ ରେଜିଷ୍ଟ୍ରାରଙ୍କ ଦ୍ଵାରା ବ୍ୟବହାର କରାଯାଇପାରିବେ ଯେତେବେଳ ପର୍ଯ୍ୟନ୍ତ ସେମାନେ ସମ୍ପର୍କୀତ ରେଜିଷ୍ଟ୍ରାରଙ୍କ ଦ୍ଵାରା ଚିହ୍ନଟ ହୋଇଥିବେ ଏବଂ ନିର୍ଦ୍ଦିଷ୍ଟ ରେଜିଷ୍ଟ୍ରାରଙ୍କ ପାଇଁ UIDAIର CIDRରେ “Introducers” ଭାବେ ପଞ୍ଜିକୃତ ହୋଇଥିବେ | ତେଣୁ, ପରିଚୟକର୍ତ୍ତା ରେଜିଷ୍ଟ୍ରାରଙ୍କ ଅଧିକାର କ୍ଷେତ୍ର ମଧ୍ୟରେ ଲୋକମାନଙ୍କୁ ପରିଚୟ କରାଇପାରିବେ | ଏହାକୁ ଜଣେ ରେଜିଷ୍ଟ୍ରାର ପ୍ରଶାସନିକ ସୀମା(ରାଜ୍ୟ, ଜିଲ୍ଲା ସ୍ତରୀୟ) ସାହାଯ୍ୟରେ ପରିଚୟକର୍ତ୍ତାଙ୍କର କାର୍ଯ୍ୟକୁ ସୀମିତ କରିପାରିବେ |
- ପଞ୍ଜୀକରଣ ସମୟରେ ମୁଖ୍ୟ ଜନସାଂଖିକ ତଥ୍ୟ ଠିକ୍ ଭାବେ ଯାଞ୍ଚ ହେବା ଆବଶ୍ୟକ | ବାସିନ୍ଦା ଅନୁମୋଦିତ ବ୍ୟକ୍ତିଗତ ପ୍ରମାଣ(PoI) ଓ ଠିକଣାଗତ ପ୍ରମାଣ(PoA) ଭାବେ ଯେକୌଣସି ଦସ୍ତାବିଜକୁ ଆଣିପାରିବେ |
- ଯଦି ଜଣେ ବାସିନ୍ଦା ବ୍ୟକ୍ତିଗତ ପ୍ରମାଣ କିମ୍ବା ଠିକଣାଗତ ପ୍ରମାଣ ପ୍ରଦାନ କରିବାରେ ଅକ୍ଷମ ଅଟନ୍ତି, ସେମାନେ ଗୋଟିଏ ପୂର୍ବ-ପଦବି ଧାରୀ “ପରିଚୟକର୍ତ୍ତା(Introducer)”ଙ୍କ ମାଧ୍ୟମରେ ପଞ୍ଜୀକରଣ କରିପାରିବେ ଯିଏ ରେଜିଷ୍ଟ୍ରାର୍ କିମ୍ବା ଆଞ୍ଚଳିକ କାର୍ଯ୍ୟାଳୟ ଦ୍ଵାରା ଚିହ୍ନଟ ଓ ବିଜ୍ଞପିତ ଅଟନ୍ତି |
- ପରିଚୟକର୍ତ୍ତା ଜଣେ ବ୍ୟକ୍ତି ଯିଏ ରେଜିଷ୍ଟ୍ରାରଙ୍କ ଦ୍ଵାରା, PoA/PoI ନଥିବା ବ୍ୟକ୍ତିଙ୍କୁ ପରିଚିତ କରିବା ପାଇଁ ଅଧିକାର ପ୍ରାପ୍ତ | ଏହି ପରିଚୟ ବାସିନ୍ଦାଙ୍କୁ ଗୋଟିଏ ଚାରିତ୍ରିକ ପ୍ରମାଣ ପତ୍ର ଦେବା ପାଇଁ ପର୍ଯ୍ୟାପ୍ତ ନୁହେଁ |
- ଯାଞ୍ଚ ପାଇଁ ବାସିନ୍ଦାଙ୍କର ଅସଲ ଦସ୍ତାବିଜଗୁଡିକ ଥିବା ସୁନିଶ୍ଚିତ କରନ୍ତୁ | ଅସଲ ଦସ୍ତାବିଜ୍ ଉପଲବ୍ଧ ନଥିବା କ୍ଷେତ୍ରରେ ଆଟେଷ୍ଟେଡ୍ ନକଲଗୁଡିକ / ଗୋଟିଏ ପବ୍ଲିକ୍ ନୋଟାରୀ / ଗେଯେଟେଡ୍ ଅଧିକାରୀଙ୍କ ଦ୍ଵାରା ସ୍ଵାକ୍ଷରିତ ଦସ୍ତାବିଜକୁ ଗ୍ରହଣ କରାଯିବ |
- ଆଧାର ପଞ୍ଜୀକରଣ/ନବୀକରଣ ପାଇଁ ବାସିନ୍ଦାଙ୍କ ଦ୍ଵାରା ପ୍ରଦାନ କରାଯାଇଥିବା ଦସ୍ତାବିଜଗୁଡିକ କେବଳ ଗ୍ରହଣୀୟ ଦସ୍ତାବିଜ୍ ତାଲିକାରେ ଥିବା ଆବଶ୍ୟକ ଅଟେ |
- ବ୍ୟକ୍ତିଗତ ପ୍ରମାଣ ଠିକଣାଗତ ପ୍ରମାଣ ପାଇଁ ଅଧିକାରୀ/ଅନୁଷ୍ଠାନ(କେବଳ ସେଗୁଡିକ ଯାହା UIDAIର ବୈଧ ଦସ୍ତାବିଜର ତାଲିକା ଦ୍ଵାରା ପ୍ରମାଣିତ ହେଉଥିବ) ଦ୍ଵାରା ଜାରି ହେଉଥିବା ପ୍ରମାଣ ପତ୍ରର ଆପେଣ୍ଡିକ୍ସ A/B ଅନୁସାରେ ହେବ |
- ଯାଞ୍ଚକର୍ତ୍ତା ଯାଞ୍ଚ ପାଇଁ ମନା କରିପାରନ୍ତି ଯଦି ଦସ୍ତାବିଜଗୁଡିକ ଜାଲ୍/ବଦଳ ହେବାର ସେମାନେ ସଂଦେହ କରନ୍ତି | କିଛି କ୍ଷେତ୍ରରେ ଯେଉଁଠି ଯାଞ୍ଚକର୍ତ୍ତା ପ୍ରଦାନ କରାଯାଇଥିବା ଦସ୍ତାବିଜର ଜାଞ୍ଚ ପାଇଁ ମନା କରିବେ, ପଞ୍ଜୀକରଣ ଫର୍ମରେ ଯାଞ୍ଚକର୍ତ୍ତା ସଂକ୍ଷେପରେ କାରଣକୁ ରେକର୍ଡ କରିପାରିବେ |
- ଯାଞ୍ଚକର୍ତ୍ତା କାରଣ ସହିତ ମନାକରିବା କ୍ଷେତ୍ରରେ କିମ୍ବା କୌଣସି କାରଣକୁ ରେକର୍ଡିଙ୍ଗ ନକରି ବାସିନ୍ଦାଙ୍କୁ ଫେରାଇଦିଅନ୍ତି, ତେବେ ବାସିନ୍ଦା ବ୍ଲକ୍ ସ୍ତରରେ ଅଭିଯୋଗ ଦୁରୀକରଣ ପାଇଁ ରେଜିଷ୍ଟ୍ରାରଙ୍କ ଦ୍ଵାରା ସୃଷ୍ଟି ହୋଇଥିବା ପଦାଧିକାରୀଙ୍କ ସହଯୋଗ ଲୋଡିପାରିବେ |
- PoI, DoB, PoA, PoR ବିପକ୍ଷରେ, ନାମ, ଜନ୍ମ ତାରିଖ, ଠିକଣା, ଓ ସମ୍ପର୍କର ବିବରଣୀର କ୍ରମାନୁସାରେ ଯାଞ୍ଚ
- ନାମ
- PoI, ବାସିନ୍ଦାଙ୍କ ନାମ ଓ ଫୋଟୋଗ୍ରାଫ ଥିବା ଗୋଟିଏ ଦସ୍ତାବିଜ୍ ଆବଶ୍ୟକ | ଉଭୟ ଥିବା ସହାୟକ ଦସ୍ତାବିଜ୍ ସହ ଯାଞ୍ଚ କରନ୍ତୁ |
- ଯଦି ଦାଖଲ ହୋଇଥିବା କୌଣସି PoI ଦସ୍ତାବିଜରେ ବାସିନ୍ଦାଙ୍କ ଫୋଟୋଗ୍ରାଫ୍ ନଥାଏ ତେବେ ଏହାକୁ ଗୋଟିଏ ବୈଧ PoI ଭବେ ଗ୍ରହଣ କରାଯିବ ନାହିଁ | ଅନ୍ତର୍ଭୁକ୍ତ ହେବା ସହ ଅପମାନରୁ ବଞ୍ଚିବା ପାଇଁ ପୁରୁଣା ଫୋଟୋଗ୍ରାଫ୍ ଥିବା ଦସ୍ତାବିଜକୁ ଗ୍ରହଣ କରାଯିବ |
- ଦସ୍ତାବିଜରେ ଥିବା ନାମକୁ ବାସିନ୍ଦାଙ୍କୁ ତା’ଙ୍କ ନାମ ପଚାରି ସୁନିଶ୍ଚିତ କରନ୍ତୁ | ଏହା ବାସିନ୍ଦା ନିଜର ଦସ୍ତାବିଜ୍ ପ୍ରଦାନ କରିଛନ୍ତି ବୋଲି ସୁନିଶ୍ଚିତ ହେବ |
- ବ୍ୟକ୍ତିଙ୍କ ନାମ ସମ୍ପୂର୍ଣ୍ଣ ରୂପେ ପ୍ରବେଶ କରନ୍ତୁ | ଏଥିରେ ଉପନାମ କିମ୍ବା ଅଭିବାଦକ ଶବ୍ଦ ଯେପରି Mr., Miss, Mrs., Major, Retd., Dr. ପ୍ରଭୃତି ରହିବ ନାହିଁ |
- ବ୍ୟକ୍ତିଙ୍କର ନାମକୁ ଯତ୍ନ ଓ ସଠିକତାର ସହ ଲେଖିବା ଅତ୍ୟନ୍ତ ଜରୁରୀ ଅଟେ | ଉଦାହରଣସ୍ଵରୂ, ବାସିନ୍ଦା ତାଙ୍କ ନାମ V. Vijayan ବୋଲି କହିପାରନ୍ତି କିନ୍ତୁ ତାଙ୍କ ପୁରା ନାମ VenkatramanVijayan ହୋଇପାରେ ଏବଂ ସେହିପରି R. K. Srivastava ଙ୍କ ପୁରାନାମ ପ୍ରକୃତରେ Ramesh Kumar Srivastava ହୋଇପାରେ | ସେହିପରି ଜଣେ ମହିଳା ଏନରୋଲୀ ତାଙ୍କ ନାମ K. S. K. Durga ବୋଲି କହିପାରନ୍ତି ଯେତେବେଳେ କି ତାଙ୍କର ପୁରା ନାମ Kalluri Surya Kanaka Durga ହୋ ଇପାରେ | ସେମାନଙ୍କ ସଂକ୍ଷିପ୍ତ ସ୍ଵାକ୍ଷରରୁ ପ୍ରସାରିତ କରିବା ସହ ପ୍ରଦାନ କରିଥିବା ପ୍ରାମାଣୀକ ଦସ୍ତାବିଜରେ ତାହାକୁ ଯାଞ୍ଚ କରିବେ |
- ଘୋଷିତ ନାମ ଏବଂ ଦସ୍ତାବିଜ(PoI) ରେ ଥିବା ନାମରେ ଭିନ୍ନତା ଥିବା କ୍ଷେତ୍ରରେ ଏବଂ ଗୋଟିଏର ଦସ୍ତାବିଜରେ ବନାନ୍ କିମ୍ବା/ଏବଂ ପ୍ରଥମ ନାମ , ମଝି ନାମ ଓ ଶେଷ ନାମର କ୍ରମରେ ଭିନ୍ନତା ଥିବା କ୍ଷେତ୍ରରେ, ବାସିନ୍ଦା ଘୋଷିତ କରିଥିବା ନାମକୁ ରେକର୍ଡ କରାଯାଇପାରେ |
- ଯଦି ଏନରୋଲୀଙ୍କ ଦ୍ଵାରା ପ୍ରଦାନ କରାଯାଇଥିବା ଦୁଇଟି ଦସ୍ତାବିଜରେ ସମାନ ନାମରେ ଭିନ୍ନତା ଥାଏ (ଯେପରି ସଂକ୍ଷିପ୍ତ ସ୍ଵାକ୍ଷର ଏବଂ ପୁରା ନାମ ସହିତ), ଏନରୋଲୀଙ୍କ ପୁରାନାମକୁ ରେକର୍ଡ କରାଯିବ |
- ବେଳେବେଳେ ନବଜାତ ଓ ପିଲାମାନଙ୍କର ନାମକରଣ ହୋଇନଥାଏ | ପିଲା ପାଇଁ ଚାହୁଁଥିବା ନାମକୁ ପ୍ରଦାନ କରିବା ପାଇଁ ଏନରୋଲୀଙ୍କୁ ଅନୁରୋଧ କରନ୍ତୁ ଏବଂ UID ପ୍ରଦାନ କରିବା କ୍ଷେତ୍ରରେ ନାମକୁ ଗ୍ରହଣ କରିବା କେତେ ଜରୁରୀ ତାହା ବର୍ଣ୍ଣନା କରନ୍ତୁ | PoI ପାଇଁ ସହାୟକ ଦସ୍ତାବିଜ୍ ଉପଲବ୍ଧ ନଥିବା କ୍ଷେତ୍ରରେ ପରିଚୟକର୍ତ୍ତାଙ୍କ ସହାୟତାରେ ନାମକୁ ରେକର୍ଡ କରିପାରିବେ |
- ଜନ୍ମ ତାରିଖ(DOB):
- ବାସିନ୍ଦାଙ୍କ ଜନ୍ମ ତାରିଖ ନିର୍ଦ୍ଦିଷ୍ଟ କ୍ଷେତ୍ରରେ ନିଶ୍ଚିତରୂପେ ଦିନ, ମାସ ଓ ବର୍ଷକୁ ସୂଚିତ କରିବ |
- ଯଦି ବାସିନ୍ଦା ଜନ୍ମ ତାରିଖ ସମ୍ବନ୍ଧିତ ପ୍ରାମାଣିକ ଦସ୍ତାବିଜ୍ ପ୍ରଦାନ କରନ୍ତି ତେବେ ଜନ୍ମ ତାରିଖ “Verified” ବୋଲି ଗ୍ରହଣ କରାଯିବ | ଯେତେବେଳେ ବସିନ୍ଦା କୌଣସି ଦସ୍ତାବିଜ୍ ବିନା DoBକୁ ଘୋଷଣ କରନ୍ତି ସେତେବେଳେ ଜନ୍ମ ତାରିଖକୁ “Declared” ଭାବେ ଗ୍ରହଣ କରାଯାଏ |
- ଯେତେବେଳେ ବାସିନ୍ଦା ପ୍ରକୃତ ଜନ୍ମ ତାରିଖ ପ୍ରଦାନ କରିବା ପାଇଁ ଅକ୍ଷମ ହୁଅନ୍ତି ଏବଂ ବାସିନ୍ଦାଙ୍କ ଦ୍ଵାରା କେବଳ ବୟସ ପ୍ରଦାନ କରାଯାଇଥାଏ କିମ୍ବା ଯାଞ୍ଚକର୍ତ୍ତାଙ୍କ ଦ୍ଵାରା ଆନୁମାନିକ ଭାବେ ପ୍ରଦାନ କରାଯାଏ ତେବେ କେବଳ ବୟସକୁ ରେକର୍ଡ କରାଯାଏ | ଏହି କ୍ଷେତ୍ରରେ ସଫ୍ଟୱେର୍ ଅଟୋମାଟିକାଲୀ ଜନ୍ମ ବର୍ଷକୁ ଗଣନା କରିଥାଏ |
- ଯାଞ୍ଚକର୍ତ୍ତା ପଞ୍ଜୀକରଣ/ନବୀକରଣ ଫର୍ମରେ ପ୍ରବେଶକୁ ଯାଞ୍ଚ କରିବେ ଏବଂ ସୁନିଶ୍ଚିତ କରିବେ ଯେ ବାସିନ୍ଦା ଠିକ୍ ଭାବେ ଜନ୍ମ ତାରିଖକୁ “verified”/”declared” ସୂଚିତ କରିଛନ୍ତି କିମ୍ବା ନିଜର ବୟସକୁ ପୂରଣ କରିଛନ୍ତି |
- ବାସସ୍ଥାନ ଠିକଣା:
- PoA ନାମ ଓ ଠିକଣାକୁ ଧାରଣ କରିଛି ବୋଲି ଯାଞ୍ଚ କରନ୍ତୁ | ଯାଞ୍ଚକର୍ତ୍ତା ସୁନିଶ୍ଚିତ କରିବେ ଯେ PoA ଦସ୍ତାବିଜରେ ଥିବା ନାମ PoI ଦସ୍ତାବିଜରେ ଥିବା ନାମ ସହିତ ମେଳ ହେଉଥିବ | PoI ଓ PoA ଦସ୍ତାବିଜରେ ଥିବା ନାମର ଭିନ୍ନତାକୁ ଗ୍ରହଣ କରାଯିବ ଯଦି ବନାନରେ କିମ୍ବା/ଏବଂ ପ୍ରଥମ, ମଝି ଓ ଶେଷ ନାମର କ୍ରମରେ ଭିନ୍ନତା ଥାଏ |
- ଛୋଟ ପିଲା ଏବଂ ବୃଦ୍ଧ ଲୋକଙ୍କ ପାଇଁ “care of” ବ୍ୟବହାର କରାଯାଏ ଯଦି କେହି କ୍ରମାନୁସାରେ ମାତାପିତା ଏବଂ ସନ୍ତାନ ମାନଙ୍କ ସହ ରହୁଥିବେ | ଯଦି ଉପଲବ୍ଧ ନଥିବ ତେବେ ଏହି ଆଡ୍ରେସ୍ ଲାଇନକୁ ଖାଲି ଛାଡିଦେବେ |
- ଠିକଣାକୁ ବୃଦ୍ଧି କରିବା ପାଇଁ ଅନୁମତି ଅଛି | ବାସିନ୍ଦା ଛୋଟ ଫିଲ୍ଡଗୁଡିକ ସଂଯୋଗ କରିବା ପାଇଁ ଅନୁମତି ଅଛି ଯେପରି ଘର ନଂ., ଲେନ୍ ନଂ., ଗଳି ନାମ, ଟାଇପୋଗ୍ରାଫିକ୍ ତୃଟିକୁ ସଂଶୋଧନ କରିବେ, ଛୋଟ ପରିବର୍ତ୍ତନ/ ପିନକୋଡ୍ ସଂଶୋଧନ ପ୍ରଭୃତିକୁ PoAରେ ଥିବା ଠିକଣାରେ କରିପାରିବେ ଯେପର୍ଯ୍ୟନ୍ତ ଏହି ସଂଯୋଗ/ରୂପାନ୍ତର PoA ଦସ୍ତାବିଜରେ ଥିବା ମୂଳ ଠିକଣାକୁ ପରିବର୍ତ୍ତନ କରିବ ନାହିଁ |
- ଯଦି ଅନୁରୋଧ କରାଯାଇଥିବା ଠିକଣା ଗୁରୁତ୍ଵପୂର୍ଣ୍ଣ ଥାଏ ଏବଂ PoAରେ ଥିବା ମୂଳ ଠିକଣାକୁ ପରିବର୍ତ୍ତନ କରିବାକୁ ହୁଏ ତେବେ ବାସିନ୍ଦାଙ୍କୁ ଗୋଟିଏ PoAର ବିକଳ୍ପ ଦେବାକୁ ହେବ କିମ୍ବା ଏକ ପରିଚୟକର୍ତ୍ତାଙ୍କ ମାଧ୍ୟମରେ ପଞ୍ଜୀକରଣ କରିବାକୁ ହେବ |
- ସମ୍ପର୍କର ବିବରଣୀ:
- 5 ବର୍ଷରୁ କମ୍ ବୟସ ପିଲାମାନଙ୍କ ପାଇଁ ମାତାପିତାଙ୍କ ମଧ୍ୟରୁ ଜଣଙ୍କର କିମ୍ବା ଅଭିଭାବକଙ୍କ “Name” ଓ “Aadhaar Number” ବାଧ୍ୟତାମୁଳକ ଅଟେ | ପିଲାମାନଙ୍କୁ(କିମ୍ବା ସେମାନେ ଏକାସଂଗେ ପଞ୍ଜୀକରଣ କରିପାରିବେ) ପଞ୍ଜୀକରଣ କରିବା ସମୟରେ ମାତାପିତା/ଅଭିଭାବକ ସେମାନଙ୍କ ଆଧାର ପ୍ରଦାନ କରିବା ଆବଶ୍ୟକ ଅଟେ |
- ସାବାଳକଙ୍କ କ୍ଷେତ୍ରରେ ମାତାପିତା କିମ୍ବା ସାଥୀଙ୍କର ତଥ୍ୟର ଯାଞ୍ଚ ଆବଶ୍ୟକତା ନାହିଁ | ସେଗୁଡିକୁ କେବଳ ଆଭ୍ୟନ୍ତରୀଣ ଉଦ୍ଦେଶ୍ୟରେ ରେକର୍ଡ କରାଯାଏ |
- ପରିବାର ମୁଖ୍ୟ(HoF):
- PoR ଦସ୍ତାବିଜ୍ ପରିବାରର ମୁଖ୍ୟ ଓ ପରିବାରର ସଦସ୍ୟଙ୍କ ମଧ୍ୟରେ ସମ୍ବନ୍ଧ ସ୍ଥାପନକୁ ଯାଞ୍ଚ କରିବ | ସମ୍ପର୍କ ଦସ୍ତାବିଜ(PoR)କୁ ଆଧାର କରି, କେବଳ ସେହି ସଦସ୍ୟମାନେ ପଞ୍ଜୀକରଣ କରିପାରିବେ ଯାହାର ନାମ ସମ୍ପର୍କ ଦସ୍ତାବିଜରେ ରେକର୍ଡ ଅଛି |
- ପରିବାରର ସଦସ୍ୟ ପଞ୍ଜୀକରଣ ପାଇଁ ଗଲା ସମୟରେ ପରିବାରର ମୁଖ୍ୟ ସର୍ବଦା ତା’ଙ୍କ ସହିତ ଯିବେ |
- HoF ଆଧାରିତ ଯାଞ୍ଚରେ ଯାଞ୍ଚକର୍ତ୍ତା ନିଶ୍ଚିତରୂପେ ପଞ୍ଜୀକରଣ/ନବୀକରଣ ଫର୍ମରେ HoF ବିବରଣୀକୁ ଯାଞ୍ଚ କରିବେ | ଫର୍ମରେ ଥିବା HoFଙ୍କ ନାମ ଓ ଆଧାର ଅଂଖ୍ୟାକୁ ଆଧାର ପତ୍ର ସହିତ ଯାଞ୍ଚ କରିବେ |
- HoF ଆଧାରିତ ପଞ୍ଜୀକରଣରେ ଫର୍ମରେ ଉଲ୍ଲେଖ ଥିବା ସମ୍ପର୍କର ବିବରଣୀ କେବଳ HoFଙ୍କର ବୋଲି ସୁନିଶ୍ଚିତ କରନ୍ତୁ |
- ମୋବାଇଲ୍ ନମ୍ବର୍, ଇମେଲ୍ ଆଡ୍ରେସ୍:
ଯଦି ଏନରୋଲୀଙ୍କର ମୋବାଇଲ୍ ନମ୍ବର୍ ଓ ଇମେଲ୍ ଆଡ୍ରେସ୍ ଥାଏ ଏବଂ ତାହା ପ୍ରଦାନ କରିବା ପାଇଁ ଇଚ୍ଛୁକ ଥା’ନ୍ତି, ତେବେ ଏହି ଅପଶନାଲ୍ ଫିଲ୍ଡଗୁଡିକୁ ପୂରଣ କରିପାରିବେ | ଯାଞ୍ଚକର୍ତ୍ତା ବାସିନ୍ଦାଙ୍କୁ ଏହି ଫିଲ୍ଡଗୁଡିକର ଗୁରୁତ୍ଵ ଉପରେ ବର୍ଣ୍ଣନା କରିବେ | UIDAI, ଏହି ତଥ୍ୟକୁ ଯଦି ଆବଶ୍ୟକ ହୁଏ ଯେପରି ଫେରସ୍ତ ହୋଇଥିବା ପତ୍ର, ବ୍ୟବହାର କରି ବାସିନ୍ଦାଙ୍କ ସହ ଯୋଗାଯୋଗରେ ରହିବ |
ଯେତେବେଳେ ଜଣେ ବାସିନ୍ଦା ଗୋଟିଏ ପଞ୍ଜୀକରଣ କେନ୍ଦ୍ରକୁ ଆଧାର ପଞ୍ଜୀକରଣ କରିବା ପାଇଁ ଆସନ୍ତି, ବାସିନ୍ଦା ପ୍ରଦାନ କରିଥିବା ଦସ୍ତାବିଜଗୁଡିକ ଅନୁସାରେ ଜନସାଂଖିକ ତଥ୍ୟଗୁଡିକୁ ପ୍ରବେଶ କରାଯିବ | ବାସିନ୍ଦାଙ୍କ ଦ୍ଵାରା ଦାଖଲ କରାଯାଇଥିବା ଦସ୍ତାବିଜଗୁଡିକର ପ୍ରାମାଣିକତାକୁ ଯଥାବିଧି ଅଧିକାରୀଙ୍କ ଦ୍ଵାରା ଯାଞ୍ଚ କରାଯାଏ, ଯାହାଙ୍କୁ ଦସ୍ତାବିଜ୍ ଯାଞ୍ଚ କରିବା ପାଇଁ ଅଧିକାର ଦିଆଯାଇଥାଏ | ଏପରି ଅଧିକାରୀଙ୍କୁ ଯାଞ୍ଚକର୍ତ୍ତା ଭାବେ କୁହାଯାଇଥାଏ | ପଞ୍ଜୀକରଣ କେନ୍ଦ୍ରରେ ଉପସ୍ଥିତ ଥିବା ଯାଞ୍ଚକର୍ତ୍ତା, ବାସିନ୍ଦା ପୂରଣ କରିଥିବା ପଞ୍ଜୀକରଣ ଫର୍ମର ବିପକ୍ଷରେ ଦାଖଲ ହୋଇଥିବା ଦସ୍ତାବିଜଗୁଡିକୁ ଯାଞ୍ଚ କରନ୍ତି | ଅବସରପ୍ରାପ୍ତ ସରକାରୀ କର୍ମଚାରୀଙ୍କୁ କାର୍ଯ୍ୟ ପ୍ରଦାନ କରାଯାଇଥାଏ ଯେଉଁମାନେ ଏହିପରି ଯାଞ୍ଚ ପ୍ରକ୍ରିୟା ସହିତ ପରିଚିତ ଥିବେ, ଯାହାଙ୍କୁ ରେଜିଷ୍ଟ୍ରାରଙ୍କ ଦ୍ଵାରା ବ୍ୟବହାର କରାଯାଇପାରିବ ଯଦି ସେମାନେ ଦସ୍ତାବିଜ ଯାଞ୍ଚ ପାଇଁ ଅଧିକାରୀ ଭାବେ ସେବା ପ୍ରଦାନ ପାଇଁ ଅକ୍ଷମ ହୁଅନ୍ତି |
- କୌଣସି କାର୍ଯ୍ୟରତ/ଅବସରପ୍ରାପ୍ତ କର୍ମକର୍ତ୍ତା ଉଭୟ ସରକାରୀ (ସସସ୍ତ୍ର ସେନା ଓ CPMF ମଧ୍ୟ) ଏବଂ PSUଗୁଡିକ ଯେପରି ବ୍ୟାଙ୍କ Group ‘C’/ class III କର୍ମକର୍ତ୍ତାଙ୍କ ଠାରୁ ନିମ୍ନ ପାହ୍ୟା ହୋଇନଥିବ, ସେମାନଙ୍କୁ ଯାଞ୍ଚକର୍ତ୍ତା ଭାବେ ନିଯୁକ୍ତ କରାଯାଇପାରେ | ସ୍ଥାନଗୁଡିକ ଯେପରି ବୃହତ ନଗରୀ ଓ ମେଟ୍ରୋଗୁଡିକରେ ଯେଉଁଠି ରେଜିଷ୍ଟ୍ରାର ଏଭଳି ଅବସରପ୍ରାପ୍ତ/କାର୍ଯ୍ୟରତ ସରକାରୀ କର୍ମଚାରୀଙ୍କର ସେବା ପାଇବା ପାଇଁ ଅକ୍ଷମ ହୁଅନ୍ତି, ଗୋଟିଏ ଆଉଟସୋର୍ସଡ ଭେଣ୍ଡର ଠାରୁ UIDAI ଆଞ୍ଚଳିକ କାର୍ଯ୍ୟାଳୟର ସହମତି କ୍ରମେ ଯାଞ୍ଚକର୍ତ୍ତାମାନଙ୍କୁ ନିଯୁକ୍ତ କରାଇବାରେ ସକ୍ଷମ ହୁଅନ୍ତି | ପଞ୍ଜୀକରଣ କେନ୍ଦ୍ରରେ ଥିବା ଯାଞ୍ଚକର୍ତ୍ତା ସମାନ ଭେଣ୍ଡରରୁ ଗ୍ରହଣ କରାଯାଇପାରିବ ନାହିଁ ଯାହାକୁ ପଞ୍ଜୀକରଣ ଏଜେନ୍ସୀ ଭଡାରେ ଦିଆଯାଇଥିବ | ଯାଞ୍ଚକର୍ତ୍ତା କ୍ଷେତ୍ରରେ କାମ କରିବା ପୂର୍ବରୁ ଉପଯୁକ୍ତ ଭାବେ ତାଲିମ୍ ଗ୍ରହଣ କରିଥିବା ରେଜିଷ୍ଟ୍ରାର୍ ସୁନିଶ୍ଚିତ କରିବେ |
- ଆବଶ୍ୟକତାନୁସାରେ ରେଜିଷ୍ଟ୍ରାର୍ ଗୋଟିଏ କେନ୍ଦ୍ରରେ ଏକରୁ ଅଧିକ ଯାଞ୍ଚକର୍ତ୍ତାଙ୍କୁ ନିଯୁକ୍ତ କରିପାରିବେ | ପଞ୍ଜୀକରଣ ଆରମ୍ଭ ପୂର୍ବରୁ ଉପାଧି ଅନୁସାରେ ସମସ୍ତ ଜାଞ୍ଚକର୍ତ୍ତାଙ୍କର ତାଲିକା ରେଜିଷ୍ଟ୍ରାରଙ୍କ ଦ୍ଵାରା ନିଶ୍ଚିତରୂପେ ପ୍ରକାଶ ହେବ ଏବଂ ତାଲିକାକୁ ସମ୍ପର୍କୀତ ଆଞ୍ଚଳିକ କାର୍ଯ୍ୟାଳୟକୁ ପ୍ରେରଣ କରାଯିବ |
ପଞ୍ଜୀକରଣ କେନ୍ଦ୍ରରେ, ସୁପରଭାଇଜରର ଭୁମିକା ହେଉଛି ଯୋଜନାବଦ୍ଧ ଭାବେ ପରିବହନ ବ୍ୟବସ୍ଥା ଏବଂ ପଞ୍ଜୀକରଣ କେନ୍ଦ୍ରରେ ଅନ୍ୟାନ୍ୟ ଆବଶ୍ୟକତାକୁ ଉପଯୋଗ କରିବା, ପଞ୍ଜୀକରଣ କେନ୍ଦ୍ରରେ UIDAIର ନିୟମାବଳୀ ଅନୁସାରେ ଓ ପଞ୍ଜୀକରଣ କେନ୍ଦ୍ର ସ୍ଥାପନ ଚେକଲିଷ୍ଟ ଅନୁସାରେ ପଞ୍ଜୀକରଣ ସେବା କେନ୍ଦ୍ରକୁ ସ୍ଥାପନ କରିବା | ଆଧାର ପଞ୍ଜୀକରଣ କେନ୍ଦ୍ରରେ ସୁପରଭାଇଜରର ଭୁମିକାକୁ ନିର୍ବାହ କରିବା ସମୟରେ, ନିମ୍ନଲିଖିତଗୁଡିକୁ ସୁନିଶ୍ଚିତ କରନ୍ତି:
- ସ୍ଥାନର ପ୍ରସ୍ତୁତି
- ପଞ୍ଜୀକରଣ ଏଜେନ୍ସୀକୁ ପଞ୍ଜୀକରଣ ସେବା କେନ୍ଦ୍ର ଓ କେନ୍ଦ୍ରଗୁଡିକୁ ସ୍ଥାପନ କରିବା ସକାଷେ ଉତ୍ସାହିତ କରିବା ପାଇଁ UIDAI, ପଞ୍ଜୀକରଣ କେନ୍ଦ୍ର ଚେକଲିଷ୍ଟ ବିକଶିତ କରିଛି | ସୁପର୍ଭାଇଜର୍ ଏଇ ଚେକଲିଷ୍ଟକୁ ବ୍ୟବହାର କରିବେ ଏବଂ ତା’ଙ୍କ ଦାୟିତ୍ଵରେ ଥିବା କେନ୍ଦ୍ର ସମସ୍ତ ଆବଶ୍ୟକତାକୁ ପୂରଣ କରୁଛି ବୋଲି ସୁନିଶ୍ଚିତ କରିବେ | ପ୍ରତ୍ୟେକ ପଞ୍ଜୀକରଣ କେନ୍ଦ୍ର ଆରମ୍ଭ ହେବା ପୂର୍ବରୁ ସେ ଚେକଲିଷ୍ଟକୁ ପ୍ରତ୍ୟେକ ସପ୍ତାହ(ଯେଉଁଟି ଆଗ ହେବ)ରେ ଥରେ ପୂରଣ ଓ ସ୍ଵାକ୍ଷର କରିବେ | ପ୍ରତ୍ୟେକ ପଞ୍ଜୀକରଣ କେନ୍ଦ୍ରରେ ପରବର୍ତ୍ତୀ ପର୍ଯ୍ୟବେକ୍ଷଣ/ଅଡିଟ୍ ସକାଷେ ଏହି ଚେକଲିଷ୍ଟକୁ ରେଜିଷ୍ଟ୍ରାର/UIDAI ଏବଂ ସେମାନଙ୍କ ଦ୍ଵାରା ଘୋଷିତ ପ୍ରଦର୍ଶନ ନିରିକ୍ଷକ/ଏଜେନ୍ସୀ ଦ୍ଵାରା ପରିଚାଳନା କରିବା ଆବଶ୍ୟକ |
- ଆଧାର ପଞ୍ଜୀକରଣ/ନବୀକରଣ ଆରମ୍ଭ କରିବା ପାଇଁ ସୁପରଭାଇଜର୍ ଆଧାର କ୍ଲାଏଣ୍ଟକୁ ଲାପଟପ୍/ଡେସ୍କଟପରେ ଇନଷ୍ଟଲ୍ ଓ ପରୀକ୍ଷା କରିବା, ସମସ୍ତ ଉପକରଣ ଏବଂ ପ୍ରିଣ୍ଟର୍ ତଥା ସ୍କାନର୍ ସଂଯୋଗ ହେବା ସହିତ ସେଗୁଡିକ ଭଲ ଭାବେ କାର୍ଯ୍ୟ କରୁଛନ୍ତି ବୋଲି ସୁନିଶ୍ଚିତ କରିବା, ସମସ୍ତ ଦାୟିତ୍ଵ ଥାଏ |
- ନବୀକରଣ ଆଧାର ପଞ୍ଜୀକରଣ କ୍ଲାଏଣ୍ଟ/ନବୀକରଣ ଇନଷ୍ଟଲ୍ ହୋଇଛି ବୋଲି ସୁନିଶ୍ଚିତ କରିବେ |
- ପଞ୍ଜୀକରଣ କେନ୍ଦ୍ରର ପରିସର ପରିଷ୍କାର ପରିଚ୍ଛନ୍ନ, ସୁସ୍ଥ, ସୁପରିଚାଳିତ ଏବଂ ବିଦ୍ୟୁତ୍/ନିଆଁର ବିପଦରୁ ସୁରକ୍ଷିତ ବୋଲି ସୁନିଶ୍ଚିତ କରିବେ |
- ନିମ୍ନରେ ପ୍ରଦତ୍ତ ପଞ୍ଜୀକରଣ କେନ୍ଦ୍ରର ମୌଳିକ ତଥ୍ୟ ପ୍ରତ୍ୟେକ ପଞ୍ଜୀକରଣ କେନ୍ଦ୍ରରେ ପ୍ରଦର୍ଶିତ ହୋଇଛି ବୋଲି ସୁନିଶ୍ଚିତ କରିବେ(ସ୍ଥାନୀୟ ଭାଷା ଓ ଇଙ୍ଗଲିଶରେ):
- ରେଜିଷ୍ଟ୍ରାରଙ୍କ ନାମ ଓ ଯୋଗାଯୋଗ ନମ୍ବର୍
- ପଞ୍ଜୀକରଣ ଏଜେନ୍ସୀଙ୍କ ନାମ ଓ ଯୋଗାଯୋଗ ନମ୍ବର୍
- ପଞ୍ଜୀକରଣ କେନ୍ଦ୍ରଗୁଡିକରେ EA ସୁପରଭାଇଜରଙ୍କ ନାମ, କୋଡ୍ ଓ ଯୋଗାଯୋଗ ନମ୍ବର୍
- ସୁପରଭାଇଜରଙ୍କ ବିପକ୍ଷରେ ଅଭିଯୋଗ ଆଣିବା ପାଇଁ ଏସ୍କାଲେଶନ୍ ମେଟ୍ରିକ୍ସ
- ପଞ୍ଜୀକରଣ କେନ୍ଦ୍ରର କାର୍ଯ୍ୟ ଦିବସ ଓ ଛୁଟିଦିନ
- UIDAIର ହେଲ୍ପଲାଇନ୍ ନମ୍ବର୍: 1947 ଓ ଇମେଲ୍ ଆଇଡି: help@uidai.gov.in
- ଆଧାର ପଞ୍ଜୀକରଣ/ନବୀକରଣ ପାଇଁ ଆବଶ୍ୟକ ଦସ୍ତାବିଜଗୁଡିକର ତାଲିକା
- ଆଧାର ସମ୍ପର୍କୀତ ସେବାଗୁଡିକ ପାଇଁ ଥିବା ମୂଲ୍ୟ ସୁଚୀ
- UIDAI ନିୟମାବଳୀ ଅନୁସାରେ ରେଜିଷ୍ଟ୍ରାର୍/UIDAI ଦ୍ଵାରା ପ୍ରଦାନ କରାଯାଇଥିବା ଆଧାର IEC ମ୍ୟାଟେରିଆଲଗୁଡିକ ଠିକ୍ ଭାବେ ପ୍ରଦର୍ଶିତ ହୋଇଛି ବୋଲି ସୁପରଭାଇଜର୍ ମଧ୍ୟ ସୁନିଶ୍ଚିତ କରିବେ |
- ବାସିନ୍ଦାମାନଙ୍କ ପ୍ରତି ଅପରେଟର୍ ଓ ଅନ୍ୟ କର୍ମଚାରୀମାନଙ୍କର ବ୍ୟବହାର ଭଦ୍ରୋଚିତ ବୋଲି ସୁନିଶ୍ଚିତ କରିବେ |
- ଅସନ୍ତୁଷ୍ଟ ବାସିନ୍ଦାଙ୍କୁ ଅପରେଟର୍ ପରିଚାଳନା କରିବାକୁ ଅକ୍ଷମ ହେବା କ୍ଷେତ୍ରରେ ଏବଂ ଅଶାନ୍ତ ପରିସ୍ଥିତିକୁ ପ୍ରତିହତ କରିବା ପାଇଁ ଆଗଭର ହେବା
- ଯେଉଁ ପଞ୍ଜୀକରଣ କେନ୍ଦ୍ରରେ ୟୁନିଫର୍ମ ପ୍ରଦାନ କରାଯାଇଛି ସେଠାରେ କର୍ମଚାରୀମାନେ ୟୁନିଫର୍ମ ପିନ୍ଧିଥିବା ସୁନିଶ୍ଚିତ କରନ୍ତୁ ଯାହାଦ୍ଵାରା ଯଦି ବାସିନ୍ଦାମାନେ କିଛି ଅସୁବିଧାର ସମ୍ମୁଖୀନ ହୁଅନ୍ତି ତେବେ ସେମାନେ ପରିଚ୍ଛଦରୁ କର୍ମଚାରୀମାନଙ୍କୁ ଚିହ୍ନଟ କରିପାରିବେ |
- ରେଜିଷ୍ଟ୍ରାରଙ୍କ ସହ ବୈଧ ଚୁକ୍ତି ନଥାଇ କୌଣସି ସ୍ଥାନରେ ପଞ୍ଜୀକରଣ କାର୍ଯ୍ୟ ହାତକୁ ନେବେ ନାହିଁ |
- ନିଜକୁ ଓ ଅନ୍ୟମାନଙ୍କୁ ନେଇ ସମିତିର ସଭ୍ୟ ହେବା
- ସୁପରଭାଇଜର୍ ନିଶ୍ଚିତରୂପେ ଆବଶ୍ୟକ ଦସ୍ତାବିଜ୍ ସହିତ ନିଜର “ସଭ୍ୟ ପାଇଁ ଫର୍ମ(On boarding Form)”କୁ ଦାଖଲ କରିବେ ଯାହାର ବଦଳରେ ଫର୍ମ ଯାଞ୍ଚ ପାଇଁ ସମ୍ପର୍କୀତ “UIDAI ଆଞ୍ଚଳିକ କାର୍ଯ୍ୟାଳୟରେ” ଦାଖଲ ହେବ |
- ଯାଞ୍ଚ ପରେ ଆଞ୍ଚଳିକ କାର୍ଯ୍ୟାଳୟଗୁଡିକ ସମ୍ବନ୍ଧୀତ ପଞ୍ଜୀକରଣ ଏଜେନ୍ସୀର ସମିତିରେ ସଭ୍ୟ ପାଇଁ ଗ୍ରହଣ/ଅଗ୍ରାହ୍ୟ କରିବେ |
- ତା’ପରେ ପଞ୍ଜୀକରଣ ଏଜେନ୍ସୀ ଆଧାର କ୍ଲାଏଣ୍ଟ ସଫ୍ଟୱେରରେ ବାୟୋମେଟ୍ରିକ୍ ନେବା ସହିତ ସୁପରଭାଇଜରଙ୍କୁ ସଂଯୁକ୍ତ କରିବେ ଏବଂ ପଞ୍ଜୀକରଣ ମେସିନକୁ କାର୍ଯ୍ୟକାରୀ କରିବା ପାଇଁ ଗୋଟିଏ ୟୁଜର୍ ନେମ୍ ଓ ପାସୱର୍ଡ ପ୍ରଦାନ କରିବେ |
- ପଞ୍ଜିକୃତ ୟୁଜର୍ ଅର୍ଥ, ୟୁଜରଙ୍କର ବାୟୋମେଟ୍ରିକ୍ ବିବରଣୀର ଯାଞ୍ଚ UIDAIରେ ସଫଳତାର ସହ ସମ୍ପନ୍ନ ହୋଇଛି ଏବଂ ପଞ୍ଜୀକରଣ ସେବା କେନ୍ଦ୍ରର ସ୍ଥାନୀୟ ତଥ୍ୟଭଣ୍ଡାର(ଡେଟାବେସ)ରେ ଗ଼ଚ୍ଛିତ କରାଯାଇଛି |
- ସୁପରଭାଇଜର୍ ଏହା ମଧ୍ୟ ସୁନିଶ୍ଚିତ କରିବେ ଯେ ସମସ୍ତ ଅପରେଟର୍ ମଧ୍ୟ ସ୍ଥାନୀୟ ପ୍ରମାଣୀକରଣ ପାଇଁ ସେବା କେନ୍ଦ୍ରରେ ସମିତିର ସଭ୍ୟ ହେବେ |
- କେନ୍ଦ୍ରରେ କାର୍ଯ୍ୟଗୁଡିକୁ ପରିଚାଳନା କରିବା
- ଅବଶ୍ୟକସ୍ଥଳେ ସୁପରଭାଇଜରମାନେ ମଧ୍ୟ ଗୋଟିଏ ଅପରେଟର୍ ଭଳି କାର୍ଯ୍ୟ କରିବେ |
- ସମୟ ସମୟରେ UIDAI ଦ୍ଵାରା ପ୍ରଣିତ ହେଉଥିବା ପଞ୍ଜୀକରଣ ଓ ନବୀକରଣ ସମ୍ବନ୍ଧିତ ନବୀକରଣ ନିୟମାବଳୀଗୁଡିକ ଓ ଯୋଜନାଗୁଡିକ ସହ ସୁପରଭାଇଜର୍ ନିଶ୍ଚିତରୂପେ ସୁପରିଚିତ ଥିବେ |
- ସୁପରଭାଇଜର୍ ନିଜ ପଞ୍ଜୀକରଣ କେନ୍ଦ୍ରରେ ପଞ୍ଜୀକରଣ କାର୍ଯ୍ୟକୁ ତଦାରଖ କର
ପଞ୍ଜୀକରଣ ଏଜେନ୍ସୀ, ପଞ୍ଜୀକରଣ କେନ୍ଦ୍ରଗୁଡିକୁ ଚଲାଇବା ଓ ପରିଚାଳନା କରିବା ସକାଷେ ଗୋଟିଏ ସୁପରଭାଇଜରଙ୍କୁ ନିଯୁକ୍ତ କରିଥା’ନ୍ତି | ପ୍ରତ୍ୟେକ ପଞ୍ଜୀକରଣ କେନ୍ଦ୍ରରେ ଜଣେ ସୁପରଭାଇଜର୍ ରହିବା ବାଧ୍ୟତାମୁଳକ ଅଟେ | ଏହି ଭୁମିକାକୁ ତୁଲାଇବା ପାଇଁ ବ୍ୟକ୍ତି ଜଣଙ୍କର ନିମ୍ନଲିଖିତ ଯୋଗ୍ୟତା ଥିବା ଆବଶ୍ୟକ:
ବ୍ୟକ୍ତିଜଣଙ୍କର ବୟସ 18 କିମ୍ବା ତଦୁର୍ଦ୍ଧ ହୋଇଥିବା ଆବଶ୍ୟକ |
- ବ୍ୟକ୍ତିଜଣଙ୍କ ଅନ୍ୟୁନ 10+2 ପାସ୍ କିମ୍ବା ଜଣେ ଗ୍ରାଜୁଏଟଙ୍କୁ ଅଗ୍ରାଧିକାର ଦିଆଯିବ
- ସେ ଆଧାର ପାଇଁ ପଞ୍ଜୀକରଣ କରିଥିବେ ଏବଂ ତା’ଙ୍କର ଆଧାର ସଂଖ୍ୟା ସୃଷ୍ଟି ହୋଇଥିବ |
- ବ୍ୟକ୍ତିଜଣକର ଭଲଭାବେ ବୁଝୁଥିବା ଆବଶ୍ୟକ ଏବଂ କମ୍ପ୍ୟୁଟର୍ ବ୍ୟବହାରରେ ଅଭିଜ୍ଞତା ଥିବ |
- UIDAI ଦ୍ଵାରା ନିଯୁକ୍ତ ଗୋଟିଏ ପରୀକ୍ଷଣ ଓ ସ୍ଵୀକୃତି ପ୍ରଦାନକାରୀ ଏଜେନ୍ସୀରୁ “ଅପରେଟର୍ ପ୍ରମାଣପତ୍ର (Operator Certificate)” ପ୍ରାପ୍ତ କରିଥିବେ |
ସୁପରଭାଇଜର୍ ଭାବେ କାମ ଆରମ୍ଭ କରିବା ପୂର୍ବରୁ:
- UIDAI ନିୟମାବଳୀ ଅନୁରୂପ ପଞ୍ଜୀକରଣଗୁଡିକୁ ଅଗ୍ରାଧିକାର ଦେବା ସହ, ବ୍ୟକ୍ତି ଜଣକ ଯେକୌଣସି ପଞ୍ଜୀକରଣ ଏଜେନ୍ସୀ ଦ୍ଵାରା ନିଯୁକ୍ତ ଓ ସକ୍ରିୟ ରହିଥିବେ |
- ବ୍ୟକ୍ତି ଜଣକ ଆଞ୍ଚଳିକ କାର୍ଯ୍ୟାଳୟଗୁଡିକ/ପଞ୍ଜୀକରଣ ଏଜେନ୍ସୀ ଦ୍ଵାରା ପରିଚାଳିତ, ଆଧାର ପଞ୍ଜୀକରଣ ସମୟରେ ଆଧାର ପଞ୍ଜୀକରଣ/ନବୀକରଣ ପ୍ରକ୍ରିୟାଗୁଡିକର ଏବଂ ବିଭିନ୍ନ ଉପକରଣଗୁଡିକର ବ୍ୟବହାର ଉପରେ ଅନୁଷ୍ଠିତ ଅଧିବେଶନରେ ତାଲିମ୍ ନେଇଥିବେ |
- ସ୍ଵୀକୃତି ପାଇଁ ପରୀକ୍ଷା ଦେବା ପୂର୍ବରୁ ବ୍ୟକ୍ତି ଜଣକ UIDAI ୱେବସାଇଟରେ ଉପଲବ୍ଧ ଥିବା ଆଧାର ପଞ୍ଜୀକରଣ/ନବୀକରଣର ସମ୍ପୂର୍ଣ୍ଣ ମ୍ୟାଟେରିଆଲକୁ ପଢିଥିବା ଆବଶ୍ୟକ |
- ବ୍ୟକ୍ତିଜଣକ ସ୍ଥାନୀୟ ଭାଷାର କୀବୋର୍ଡ ଓ ଆକ୍ଷରିକ ଅନୁବାଦ ସହିତ ସହଜ ଥିବେ |
ପଞ୍ଜୀକରଣ ପାଇଁ ବାସିନ୍ଦା ନିଜର ଅସଲ ଦସ୍ତାବିଜଗୁଡିକ/ଆଟେଷ୍ଟେଡ୍ ଫୋଟୋନକଲଗୁଡିକ ସହିତ ପୂରଣ ହୋଇଥିବା ଆଧାର ପଞ୍ଜୀକରଣ/ନବୀକରଣ ଫର୍ମ ସହିତ ଉପସ୍ଥିତ ହେବେ | ଯାଞ୍ଚକର୍ତ୍ତା ନିଶ୍ଚିତ ଭାବେ ସହାୟକ ଦସ୍ତାବିଜରେ ଉଲ୍ଲେଖ ଥିବା ତଥ୍ୟ ସହିତ ଆଧାର ପଞ୍ଜୀକରଣ/ନବୀକରଣ ଫର୍ମରେ ଉଲ୍ଲେଖ ଥିବା ତଥ୍ୟ ସହିତ ଯାଞ୍ଚ କରିବେ | ଯାଞ୍ଚକର୍ତ୍ତା ଏହା ମଧ୍ୟ ଯାଞ୍ଚ କରିବେ ଯେ ପଞ୍ଜୀକରଣ ଫର୍ମରେ ଦିଆଯାଇଥିବା ଦସ୍ତାବିଜର ନାମ ଏବଂ ବାସିନ୍ଦାଙ୍କ ଦ୍ଵାରା ପ୍ରଦାନ କରାଯାଇଥିବା ଦସ୍ତାବିଜର ନାମ ସମାନ ଅଟେ |
- ଯାଞ୍ଚକର୍ତ୍ତା ପଞ୍ଜୀକରଣ କେନ୍ଦ୍ରର କାର୍ଯ୍ୟକାରୀ ସମୟରେ ସର୍ବଦା ଉପଲବ୍ଧ ରହିବା ଆବଶ୍ୟକ ଅଟେ | ରେଜିଷ୍ଟ୍ରାରମାନେ ପଞ୍ଜୀକରଣ ସମୟରେ ଯାଞ୍ଚକର୍ତ୍ତାଙ୍କ ଉପସ୍ଥିତିକୁ ସୁନିଶ୍ଚିତ କରିବେ |
- UIDAI ପଞ୍ଜୀକରଣ ପ୍ରକ୍ରିୟା ଅନୁଯାୟି ପଞ୍ଜୀକରଣ/ନବୀକରଣ ଫର୍ମ ସମ୍ପୂର୍ଣ୍ଣ ଓ ଠିକ୍ ଭାବେ ପୂରଣ ହୋଇଛି ବୋଲି ସୁନିଶ୍ଚିତ କରିବା ଯାଞ୍ଚକର୍ତ୍ତାଙ୍କର ଦାୟିତ୍ଵ ଅଟେ | ବାଧ୍ୟତାମୁଳକ କ୍ଷେତ୍ରଗୁଡିକୁ ଶୁନ୍ୟ ଛାଡି ପାରିବେ ନାହିଁ ଏବଂ ବାସିନ୍ଦା ମାନଙ୍କୁ ବାଧ୍ୟ ନଥିବା କ୍ଷେତ୍ର ଯେପରି ମୋବାଇଲ୍ ନମ୍ବର୍ ଓ ଏମେଲ୍ ଆଡ୍ରେସ୍ କ୍ଷେତ୍ରକୁ ପୂରଣ କରିବା ପାଇଁ ଉତ୍ସାହିତ କରିବା ଆବଶ୍ୟକ |
- ଯାଞ୍ଚକର୍ତ୍ତା ଯାଞ୍ଚ ପରେ ପଞ୍ଜୀକରଣ/ନବୀକରଣ ଫର୍ମରେ ସ୍ଵାକ୍ଷର କରିବା ସହ ମୋହର ମଧ୍ୟ ଦେବେ | ଯଦି ମୋହର ଉପଲବ୍ଧ ନଥାଏ ତେବେ ଯାଞ୍ଚକର୍ତ୍ତା ସ୍ଵାକ୍ଷର କରିବା ସହ ନିଜ ନାମକୁ ଲେଖିବେ | ବାସିନ୍ଦା ତା’ପରେ ପଞ୍ଜୀକରଣ ପାଇଁ ପଞ୍ଜୀକରଣ ଏଜେନ୍ସୀ ଅପରେଟରଙ୍କ ପାଖକୁ ଯିବେ |
- ଯାହାହେଲେ, ଯଦି ବାସିନ୍ଦା ପଞ୍ଜିକୃତ ହୋଇଛନ୍ତି ଏବଂ ଗୋଟିଏ ନିର୍ଦ୍ଦିଷ୍ଟ ଜନସାଂଖିକ କ୍ଷେତ୍ରର ସଂଶୋଧନ ପାଇଁ ଆସିଥା’ନ୍ତି, ବାସିନ୍ଦାଙ୍କୁ ଫର୍ମରେ ସମ୍ପୂର୍ଣ୍ଣ ବିବରଣୀକୁ ପୂରଣ କରିବା ଆବଶ୍ୟକତା ନାହିଁ | ବାସିନ୍ଦା ନିଶ୍ଚିତରୂପେ ତା’ଙ୍କର ଅସଲ ପଞ୍ଜୀକରଣ ସଂଖ୍ୟା, ତାରିଖ ଓ ସମୟ(ଉଭୟ EID ଅଟନ୍ତି), ନିଜ ନାମ ଏବଂ ସଂଶୋଧନ ଆବଶ୍ୟକ ଥିବା କ୍ଷେତ୍ରକୁ ପୂରଣ କରିବେ |
- ଯାଞ୍ଚକର୍ତ୍ତା, ଏହା ଯଦି ଦସ୍ତାବିଜଗୁଡିକରୁ ଗୋଟିଏକୁ ସଂଶୋଧନ କରିବାର ଥାଏ ତେବେ ସେ ଯାଞ୍ଚ କରିବେ | ଯାଞ୍ଚକର୍ତ୍ତା ବାସିନ୍ଦାଙ୍କର ପଞ୍ଜୀକରଣ ହେବା ସମୟରେ ବ୍ୟବହାର ହେଉଥିବା ସମାନ UIDAI ନିୟମାବଳୀଗୁଡିକୁ ବ୍ୟବହାର କରିବେ |
- ଯେଉଁଠି ଆଟେଷ୍ଟେଡ୍ / ପବ୍ଲିକ୍ ନୋଟାରୀ/ଗେଯେଟେଡଙ୍କ ଦ୍ଵାରା ସ୍ଵାକ୍ଷରୀତ ନକଲ ନଥିବା କ୍ଷେତ୍ରରେ ଯାଞ୍ଚକର୍ତ୍ତାଙ୍କ ସ୍ଵାକ୍ଷର/ବୃଦ୍ଧାଙ୍ଗୁଳି ଛାପ ଏବଂ ମୋହର/ନାମ ସହିତ ଦାଖଲ ହୋଇଥାଏ |
- ଯାଞ୍ଚକର୍ତ୍ତା ନିଶ୍ଚିତରୂପେ ପ୍ରତିଦିନ ପଞ୍ଜୀକରଣ କେନ୍ଦ୍ରରେ ଉପସ୍ଥିତ ରହିବା ସହିତ ପଞ୍ଜୀକରଣ କେନ୍ଦ୍ରର ପ୍ରଦର୍ଶନକୁ ନିରିକ୍ଷଣ କରିପାରିବେ ଏବଂ ପଞ୍ଜୀକରଣ କେନ୍ଦ୍ରରେ ହେଉଥିବା ବ୍ୟତିକ୍ରମ ଓ ଅବୈଧ କର୍ମ ବିଷୟରେ ଯଥାଶୀଘ୍ର UIDAI ଓ ରେଜିଷ୍ଟ୍ରାରଙ୍କୁ ଅବଗତ କରାଇବେ |
ପଞ୍ଜୀକରଣର ପ୍ରକାର ଉପରେ ନିର୍ଭର କରି ଅପରେଟର୍, ନିମ୍ନଲିଖିତ ପ୍ରତ୍ୟେକ ଦସ୍ତାବିଜର ଅସଲକୁ ସ୍କାନ କରିବେ:
- ପଞ୍ଜୀକରଣ ଫର୍ମ – ପ୍ରତ୍ୟେକ ପଞ୍ଜୀକରଣ ପାଇଁ
- PoI, PoA – ଦସ୍ତାବିଜ୍ ଆଧାରିତ ପଞ୍ଜୀକରଣ ପାଇଁ
- ଜନ୍ମ ତରିଖର ଦସ୍ତାବିଜ୍ – ଜନ୍ମ ତାରିଖକୁ ଯାଞ୍ଚ କରିବା ପାଇଁ
- PoR – ପରିବାରର ମୁଖ୍ୟଙ୍କୁ ଆଧାର କରି ପଞ୍ଜୀକରଣ କରିବା ପାଇଁ
- ସ୍ଵୀକୃତିପ୍ରାପ୍ତି ତଥା ସହମତି ଚିରିକୁଟି– ପ୍ରତ୍ୟେକ ପଞ୍ଜୀକରଣ ଅପରେଟର୍ ଓ ବାସିନ୍ଦାଙ୍କ ସ୍ଵାକ୍ଷର
- କିଛି କ୍ଷେତ୍ରରେ ଯେଉଁଠି ଅସଲ ଦସ୍ତାବିଜ୍ ଉପଲବ୍ଧ ନଥାଏ ସ୍ଵୀକୃତିପ୍ରାପ୍ତ ପବ୍ଲିକ୍ ନୋଟାରୀ/ଗେଜେଟେଡ୍ ଉଚ୍ଚାଧିକାରୀଙ୍କ ଦ୍ଵାରା ଆଟେଷ୍ଟ ହୋଇଥିବା ନକଲଗୁଡିକୁ ଗ୍ରହଣ କରାଯିବ |
- ଦସ୍ତାବିଜଗୁଡିକ ଗୋଟିଏ କ୍ରମରେ ସ୍କାନ୍ ହେବେ ଏବଂ ସମସ୍ତ ଦସ୍ତାବିଜ୍ ଏକକ(A4) ଆକାରରେ ସ୍କାନ୍ ହେବ |
- ଦସ୍ତାବିଜର ଆବଶ୍ୟକ ଅଂଶଗୁଡିକ(ଆଧାର ପଞ୍ଜୀକରଣ ସମୟରେ ପ୍ରବେଶ କରାଯାଇଥିବା ତଥ୍ୟ)ସ୍କାନରେ ସ୍ପଷ୍ଟ ଭାବେ ଦୃଶ୍ୟମାନ ହେବା ଆବଶ୍ୟକ ଏବଂ ଦସ୍ତାବିଜର ପେଜଗୁଡିକ ଉପରକୁ ଉପର ରହିବେ ନାହିଁ |
- ପ୍ରତ୍ୟେକ ସ୍କାନଡ ପେଜ୍ ଧୂଳି ଏବଂ କ୍ଷତ ହେତୁ କୌଣସି ଚିହ୍ନ ବିନା ଏବଂ ନିଶ୍ଚିତରୂପେ ପଠନଯୋଗ୍ୟ ହେଉଥିବ | ଯେଉଁଠାରେ ଆବଶ୍ୟକ, ପୂର୍ବ ସ୍କାନକୁ ବାହାର କରି ଦସ୍ତାବିଜକୁ ପୁନଃ ସ୍କାନ୍ କରିବେ |
- ଥରେ ସମସ୍ତ ପେଜଗୁଡିକ ସ୍କାନ୍ ହୋଇସାରିଲା ପରେ ଅପରେଟର୍ ଦେଖିବା ସହ ସର୍ବମୋଟ୍ ସ୍କାନ୍ ହୋଇଥିବା ପେଜକୁ ଯାଞ୍ଚ କରିବେ ଏବଂ ସମସ୍ତ ପେଜ୍ ସ୍କାନ୍ ହୋଇଛି ବୋଲି ସୁନିଶ୍ଚିତ କରିବେ | ବାସିନ୍ଦାଙ୍କୁ ସମସ୍ତ ଅସଲ ଦସ୍ତାବିଜ୍ ଓ ପଞ୍ଜୀକରଣ ଫର୍ମକୁ ଫେରସ୍ତ କରିଦେବେ | ସ୍ଵୀକୃତିପ୍ରାପ୍ତି ତଥା ସହମତି ଚିରିକୁଟିକୁ ମଧ୍ୟ ବାସିନ୍ଦାଙ୍କୁ ପ୍ରଦାନ କରିବେ |
ଗ୍ରହଣ କରାଯାଇଥିବା ସମସ୍ତ ବିବରଣୀ ସଠିକ୍ ବୋଲି ସୁନିଶ୍ଚିତ କରିବା ପାଇଁ ଅପରେଟର୍ ନିଶ୍ଚିତ ଭାବେ ପ୍ରବେଶ ହୋଇଥିବା ତଥ୍ୟଗୁଡିକୁ ମନିଟର୍ ଆଡକୁ ମୁହଁ କରି ବାସିନ୍ଦାଙ୍କୁ ପ୍ରଦର୍ଶନ କରିବେ, ଆବଶ୍ୟକ ସ୍ଥଳେ ଏନରୋଲୀଙ୍କ ପାଇଁ ବିଷୟବସ୍ତୁକୁ ପଢି ଶୁଣାଇବେ | ବାସିନ୍ଦାଙ୍କ ସହ ପଞ୍ଜୀକରଣ ତଥ୍ୟକୁ ପର୍ଯ୍ୟବେକ୍ଷଣ କଲା ସମୟରେ, ଅପରେଟର୍ ପଞ୍ଜୀକରଣକୁ ସମାପନ କରିବା ପୂର୍ବରୁ, ଜଟିଳ କ୍ଷେତ୍ରଗୁଡିକୁ ପଢି ଶୁଣାଇବେ |
- ଅପରେଟର୍ ନିଶ୍ଚିତରୂପେ ନିମ୍ନଲିଖିତ କ୍ଷେତ୍ରଗୁଡିକୁ ପୁନଃ ନିଶ୍ଚିତ କରିବେ:
- ବାସିନ୍ଦାଙ୍କ ନାମର ବନାନ୍
- ଲିଙ୍ଗକୁ ସଂଶୋଧନ କରିବା
- ବୟସ/ଜନ୍ମ ତାରିଖକୁ ସଂଶୋଧନ କରିବା
- ଠିକଣା – ପିନ୍ କୋଡ୍; ଘର ନାମ; ଗାଁ/ ସହର /ନଗର; ଜିଲ୍ଲା; ରାଜ୍ୟ
- ସମ୍ପର୍କର ବିବରଣୀ – ମାତାପିତା/ସାଥୀ/ଅଭିଭାବକ ; ସମ୍ପର୍କୀୟଙ୍କ ନାମ
- ବାସିନ୍ଦାଙ୍କର ସଠିକ୍ ଓ ପରିଷ୍କାର୍ ଫୋଟୋଗ୍ରାଫ୍
- ମୋବାଇଲ୍ ନମ୍ବର୍ ଓ ଇମେଲ୍ ID
- କୌଣସି ତୃଟି ଥିବା କ୍ଷେତ୍ରରେ, ଅପରେଟର୍ ନିଶ୍ଚିତରୂପେ ରେକର୍ଡ ହୋଇଥିବା ତଥ୍ୟକୁ ସଂଶୋଧନ କରିବେ ଏବଂ ବାସିନ୍ଦାଙ୍କ ସହ ପୁନର୍ବାର ପର୍ଯ୍ୟବେକ୍ଷଣ କରିବେ | ଯଦି ସଂଶୋଧନ ଆବଶ୍ୟକ ନହୁଏ, ତେବେ ବାସିନ୍ଦା ତଥ୍ୟକୁ ଅନୁମୋଦନ କରିବେ |
ବାୟୋମେଟ୍ରିକ୍ ତଥ୍ୟ ଗ୍ରହଣ କରିବା ନିୟମାବଳୀଗୁଡିକ:
- ସୁସ୍ଥତା ପାଇଁ(ଛାଡିଯାଇଥିବା/ଅଙ୍ଗଛେଦ ହୋଇଥିବ) ବାସିନ୍ଦାଙ୍କର ଆଖି ଓ ହାତଆଙ୍ଗୁଠିଗୁଡିକୁ ଯାଞ୍ଚ କରନ୍ତୁ | ଯଦି ବାସିନ୍ଦାଙ୍କର କିଛି ବିକଳାଙ୍ଗତା ଥାଏ ଯେଉଁ କାରଣରୁ ହାତଆଙ୍ଗୁଠି/ଆଇରିସ୍(ଆଖିଡୋଳା)କୁ ନେବା ସମ୍ଭବ ହୁଏ ନାହିଁ, ଏଗୁଡିକ ମଧ୍ୟ ବାୟୋମେଟ୍ରିକ୍ ବିଶିଷ୍ଟତାରେ ଗ୍ରହଣ କରାଯିବ |
- ସଫ୍ଟୱେରରେ ବାୟୋମେଟ୍ରିକ୍ ବିଶିଷ୍ଟତାକୁ ଯାଞ୍ଚ ଓ ସୂଚିତ କରନ୍ତୁ, କେବଳ ଯେଉଁଠି ଆବଶ୍ୟକ | ଯେଉଁଠି ବାୟୋମେଟ୍ରିକକୁ ଗ୍ରହଣ କରିହେବ ସେଠାରେ ବାୟୋମେଟ୍ରିକ୍ ବିଶିଷ୍ଟତାକୁ ଚିହ୍ନଟ କରନ୍ତୁ ନାହିଁ | ଏହାକୁ ମିଥ୍ୟା ଭାବେ ଗ୍ରହଣ କରାଯିବ ଏବଂ ଦୃଢ ଜୋରିମାନାକୁ ଆମନ୍ତ୍ରଣ କରିବ |
- ବାୟୋମେଟ୍ରିକ୍ ବିଶିଷ୍ଟତା କ୍ଷେତ୍ରରେ, ସର୍ବଦା ବାସିନ୍ଦାଙ୍କର ବିଶିଷ୍ଟତା ବ୍ୟତିତ ମୁହଁ ଓ ଉଭୟ ହାତର ବିଶିଷ୍ଟ ଫୋଟୋଗ୍ରାଫ ଗ୍ରହଣ କରନ୍ତୁ |
- ବାସିନ୍ଦାଙ୍କ ଅସୁସ୍ଥତା ବା ବୃଦ୍ଧାବସ୍ଥା ହେତୁ ବାୟୋମେଟ୍ରିକ୍ ଉପକରଣ ନିକଟରେ ପହଞ୍ଚିବା କିମ୍ବା ଠିକ୍ ଭଙ୍ଗିରେ ରହିବା ସମ୍ଭବ ହୋଇନପାରେ | ଏପରି କ୍ଷେତ୍ରରେ ଅପରେଟର୍ ବାୟୋମେଟ୍ରିକ୍ ତଥ୍ୟ ନେବା ପାଇଁ କିଛି ବ୍ୟବସ୍ଥା କରିବା ସହ ଉପକରଣକୁ ତା’ଙ୍କ ପାଖକୁ ନେଇପାରିବେ |
- ଯଦି ହାତଆଙ୍ଗୁଠି/ଆଇରିସ୍(ଆଖିଡୋଳ)ରେ ଅସ୍ଥାୟି କ୍ଷତ ଥାଏ ଏବଂ ବାୟୋମେଟ୍ରିକ୍ ଗ୍ରହଣ କରିବା ସମ୍ଭବ ହୁଏ ନାହିଁ ତେବେ ଅପରେଟର୍ ଏହାକୁ ବିଶିଷ୍ଟ ଭାବେ ରେକର୍ଡ କରିବେ | ବସିନ୍ଦା ପରବର୍ତ୍ତୀ ସମୟରେ ନିଜର ବାୟୋମେଟ୍ରିକଗୁଡିକୁ ନବୀକରଣ କରିନେବେ |
- ବାୟୋମେଟ୍ରିକଗୁଡିକ ଗ୍ରହଣ – 5 ବର୍ଷରୁ ଉର୍ଦ୍ଦ୍ଵ ସମସ୍ତ ବାସିନ୍ଦାଙ୍କର ମୁହଁର ଛବି, ଆଇରିସ୍(ଆଖିଡୋଳା) ଓ ହାତଆଙ୍ଗୁଠିଗୁଡିକର ଛାପ |
- 5 ବର୍ଷରୁ କମ୍ ଛୋଟ ପିଲାଙ୍କ କ୍ଷେତ୍ରରେ କେବଳ ମୁହଁର ଛବି ଏବଂ ମାତାପିତା ଯେକୌଣସି ଜଣଙ୍କର ବାୟୋମେଟ୍ରିକକୁ ଗ୍ରହଣ କରାଯାଏ |
ମୁହଁର ଛବି ଗ୍ରହଣ କରିବା ପାଇଁ ନିୟମାବଳୀଗୁଡିକ:
- ବାସିନ୍ଦାଙ୍କ ଅବସ୍ଥିତି: ମୁହଁର ଛବିକୁ ଗ୍ରହଣ କରିବା ପାଇଁ , ଅପରେଟର୍, ବାସିନ୍ଦାଙ୍କୁ ଠିକ୍ ଦୁରତାରେ କିମ୍ବା ଠିକ୍ ପୋଶ୍ଚରରେ ରଖିବା ବ୍ୟତିତ କ୍ୟାମେରାକୁ ଆଡଜଷ୍ଟ କରିବା ପାଇଁ ଉପଦେଶ ଦିଆଯାଉଛି | ମୁଣ୍ଡକୁ ନଘୁରାଇ ବା ନଝୁଙ୍କାଇ ସମ୍ମୁଖସ୍ଥ ପୋଜକୁ ଗ୍ରହଣ କରିବା ଆବଶ୍ୟକ | ବାସିନ୍ଦା ପିଠିକୁ ସିଧା କରି ଏବଂ କ୍ୟାମେରା ଆଡକୁ ମୁହଁ କରି ଠିକ୍ ଭାବେ ବସିବା ପାଇଁ ନିର୍ଦ୍ଦେଶ ଦିଅନ୍ତୁ |
- ଫୋକସ୍: ଗ୍ରହଣ କରିବା ଉପକରଣ ଅଟୋ ଫୋକସ ଓ ଅଟୋ-କ୍ୟାପଚର୍ ଫଙ୍କଶନକୁ ବ୍ୟବହାର କରିବା ଉଚିତ୍ | ଆଉଟପୁଟ୍ ଛବି ମୋଶନ୍ ବ୍ଲର୍ ଦ୍ଵାରା ପ୍ରଭାବିତ ନହେବା, ଅତ୍ୟଧିକ ବା ନ୍ୟୁନ ଏକ୍ସପୋଜର୍, ଅପ୍ରାକୃତିକ ରଙ୍ଗର ଲାଇଟ୍ ଏବଂ ଅଙ୍କାବଙ୍କା ନହେବା ଆବଶ୍ୟକ |
- ଭାବ: ଅଟୋମାଟିକ୍ ମୁହଁକୁ ଚିହ୍ନିବା ପାଇଁ ଭାବ ଦୃଢ ଭାବେ ପ୍ରଦର୍ଶନକୁ ପ୍ରଭାବିତ କରିଥାଏ ଏବଂ ମନୁଷ୍ୟଙ୍କ ଦ୍ଵାରା ପ୍ରକୃତ ଦୃଶ୍ୟ ଦେଖିବାକୁ ମଧ୍ୟ ପ୍ରଭାବିତ କରିଥାଏ | ଏହାକୁ ଦୃଢ ଭାବେ କୁହାଯାଉଛି ଯେ ମୁହଁକୁ ଭାବଶୁନ୍ୟ(ସ୍ମିତହାସ୍ୟ ବିନା), ଦାନ୍ତ ବନ୍ଦ କରି, ଦୁଇ ଆଖିକୁ ମେଲା କରିବା ସହ କ୍ୟାମେରାକୁ ଦେଖୁଥିବା ଭଙ୍ଗିରେ, ଗ୍ରହଣ କରିବେ |
- ଉଜ୍ଜ୍ଵଳତା: ଖରାପ ଉଜ୍ଜ୍ଵଳତାର ମୁହଁକୁ ଚିହ୍ନିବା ଉପରେ ବହୁତ ପ୍ରଭାବ ପକାଇଥାଏ | ସଠିକ୍ ଓ ସମଭାବେ ବଣ୍ଟନ ହୋଇଥିବା ଆଲୋକ କୌଶଳ ବ୍ୟବହାର ହେବା ଉଚିତ୍ ଯାହାଦ୍ଵାରା ମୁହଁ ଉପରେ ଛାଇ ରହିବ ନାହିଁ, ଆଖି କୋରଡରେ ଛାଇ ରହିବ ନାହିଁ ଏବଂ ହଟ୍ ସ୍ପଟ୍ ରହିବ ନାହିଁ | ବାସିନ୍ଦାଙ୍କ ଠିକ୍ ଉପରେ କୌଣସି ଲାଇଟ୍ ରହିବ ନାହିଁ ଯାହା ଛାଇ ସୃଷ୍ଟି କରିବ | ଆଲୋକକୁ ଧିମା କରିବା ସହ ବାସିନ୍ଦାଙ୍କ ସମ୍ମୁଖରେ ରଖିବେ ଯାହାଦ୍ଵାରା ଆଖିତଳେ ଛାଇ ରହିବ ନାହିଁ |
- ଚଷମା: ଯଦି ବାସିନ୍ଦା ଚଷମା ବ୍ୟବହାର କରୁଥାନ୍ତି ତେବେ ଚଷମା ସହିତ ଫୋଟୋଗ୍ରାଫ୍ ନେବା ପାଇଁ ଉପଦେଶ ଦିଆଯାଉଛି | ଯାହାହେଲେ, ଚଷମାଗୁଡିକ ପରିଷ୍କାର ଓ ପାରଦର୍ଶୀ ହେବା ଆବଶ୍ୟକ | ଫୋଟୋଗ୍ରାଫ୍ ନେବା ପୂର୍ବରୁ କଳା ଚଷମା / ଟିଣ୍ଟେଡ୍ ଚଷମାକୁ କାଢିଦେବା ଆବଶ୍ୟକ |
- ଆସବାବ: ଆସବାବର ବ୍ୟବହାର ଯାହା ମୁହଁର କିଛି ଅଂଶକୁ ଢାଙ୍କି ଦେଉଥିବ, ସେଗୁଡିକ ପାଇଁ ଅନୁମତି ଦିଆଯିବ ନାହିଁ | ଉଦାହରଣସ୍ଵରୂପ, ପର୍ଦାରେ ଥିବା ସ୍ତ୍ରୀ ଲୋକମାନେ ଫୋଟୋଗ୍ରାଫ୍ ନେବା ପୂର୍ବରୁ ନିଜର ସମ୍ପୂର୍ଣ୍ଣ ମୁହଁକୁ ପ୍ରଦର୍ଶନ କରିବା ଆବଶ୍ୟକ | ସେହିପରି ଓଢଣା ତଳେ ଥିବା ସ୍ତ୍ରୀ ଲୋକମାନେ ଫୋଟୋଗ୍ରାଫ ନେବା ପୂର୍ବରୁ ସମ୍ପୂର୍ଣ୍ଣ ମୁହଁମଣ୍ଡଳକୁ ପ୍ରଦର୍ଶନ କରିବା ଆବଶ୍ୟକ | ମୁଣ୍ଡକୁ ଢାଙ୍କି ପାରନ୍ତି କିନ୍ତୁ ନିଶ୍ଚିତରୂପେ ଚେହେରା ଦୃଶ୍ୟମାନ ହେବା ଆବଶ୍ୟକ |
- ଆସବାବ ଯେପରି ପଗଡି/ମୁଣ୍ଡ ବନ୍ଧା ପାଇଁ ଅନୁମତି ଅଛି ଯେହେତୁ ଏହା ଧାର୍ମିକ/ପରମ୍ପରାଗତ ଅଟେ |
- ଏଥିସହିତ ଆସବାବ ଯେପରି ଆଖି ପ୍ୟାଚକୁ ଅନୁମତି ଅଛି ଯେହେତୁ ଏହା ସ୍ଵାସ୍ଥ୍ୟ ସମ୍ବନ୍ଧିତ ଅଟେ | ଏହାର ଅର୍ଥ ମଧ୍ୟ ଆଖିଡୋଳା ପାଇଁ ଗୋଟିଏ ବିଶିଷ୍ଟତାକୁ ରେକର୍ଡ କରିବାର ଆବଶ୍ୟକତା ଅଛି କାରଣ କେବଳ ଗୋଟିଏ ଆଖିଡୋଳାକୁ ଗ୍ରହଣ କରାଯିବ |
- ଆବଶ୍ୟକାତା ଅନୁସାରେ ଯଥା ସମ୍ଭବ ମୁହଁର ଭଲ ଛବି ଗ୍ରହଣ କରିବା ପାଇଁ ଅପରେଟରମାନଙ୍କୁ ତାଲିମ୍ ଦେବା ଆବଶ୍ୟକ | ଗୁଣବତ୍ତା ଫ୍ଲାଗ୍ ସବୁଜ ରହିବା ସତ୍ତ୍ଵେ ଅପରେଟର୍ ଜାଣିପାରିବେ ଯେ ଭଲ ଛବି ଗ୍ରହଣ କରାଯାଇପାରିବ, ତା’ପରେ ତାହାକୁ ଚେଷ୍ଟା କରିବେ | ଯାହାହେଲେ, ଏହା ମନରେ ରହିବା ଆବଶ୍ୟକ ଯେ ପୁନଃ ଗ୍ରହଣ ବାସିନ୍ଦାଙ୍କ ପାଇଁ ଯେପରି ଆପମାନଜନକ ନହୁଏ |
- ପିଲାମାନଙ୍କ କ୍ଷେତ୍ରରେ, ମାତାପିତାଙ୍କ କୋଳରେ ବସିବା ଗ୍ରହଣୀୟ ଅଟେ, କିନ୍ତୁ ଏହା ସୁନିଶ୍ଚିତ କରନ୍ତୁ ଯେ ଯେପରି ପିଲା ମୁହଁ ସହିତ ମାତାପିତାଙ୍କର ମୁହଁ ଗ୍ରହଣ ନହୁଏ | ସାନ ପିଲାଙ୍କ କ୍ଷେତ୍ରରେ ଧଳା ସ୍କ୍ରୀନ୍ ନଥିବା ହେତୁ ବ୍ୟାକଗ୍ରାଉଣ୍ଡକୁ ଅଗ୍ରାହ୍ୟ କରାଯାଇପାରେ କିନ୍ତୁ ଗୋଟିଏ ଛବିରେ ଦୁଇଟି ମୁହଁ ରହିପାରିବ ନାହିଁ |
- କାର୍ଯ୍ୟକାରୀ ମତାମତକୁ ଚେକ୍ କରିବା ଆବଶ୍ୟକ ଯଦି ଗ୍ରହଣ ଅସଫଳ ହୁଏ | ସଫ୍ଟୱେରରେ ଥିବା କିଛି କାର୍ଯ୍ୟକାରୀ ମତାମତ:
- ମୁହଁ ପ୍ରାପ୍ତ ହେଉନାହିଁ
- ଏନରୋଲୀ ବହୁତ ଦୁରରେ ଅଛନ୍ତି
- ଏନରୋଲୀ ଅତି ନିକଟରେ ଅଛନ୍ତି (ଇନପୁଟ୍ ଇମେଜରେ ଆଖିର ଦୂରତା ଛବିର ପ୍ରସ୍ଥର ଏକ ତୃତୀୟାଂଶରୁ ଅଧିକ ଅଛି)
- ଅବସ୍ଥାନ(ସିଧା ଦେଖନ୍ତୁ)
- କମ୍ ଆଲୋକ
- ମୁହଁରେ ଆତ୍ମବିଶ୍ଵାସର ନ୍ୟୁନତା(ମୁହଁହୀନତା, ବ୍ୟକ୍ତିଙ୍କର ମୁହଁ ମଣୀଷର ବୋଲି ଚିହ୍ନଟ ହେଉ ନାହିଁ)
- ବିଶୃଙ୍ଖଳିତ ଆଲୋକ(ଆଉଟପୁଟ୍ ଛବିରେ ମୁହଁ ଦିଶୁ ନାହିଁ)
- ଭୁଲ୍ ବ୍ୟାକଗ୍ରାଉଣ୍ଡ(ଆଉଟପୁଟ ଛବିରେ)
- କମ୍ ଆଲୋକ(ଆଉଟପୁଟ୍ ଛବିର ମୁହଁ ଯାଗାରେ ଖରାପ ଧୁସର ଭେଲ୍ୟୁଗୁଡିକ ଅଛି)
ଜନସାଂଖିକ ତଥ୍ୟ ଗ୍ରହଣ ନିୟମାବଳୀଗୁଡିକ:
- ଯାଞ୍ଚ ହୋଇଥିବା ପଞ୍ଜୀକରଣ/ନବୀକରଣ ଫର୍ମରୁ ବାସିନ୍ଦାଙ୍କର ଜନସାଂଖିକ ବିବରଣୀକୁ ପ୍ରବେଶ କରନ୍ତୁ |
- ଆଧାର ନବୀକରଣ ହେବାକ୍ଷେତ୍ରରେ, କେବଳ ନବୀକରଣ ଆବଶ୍ୟକ କରୁଥିବା କ୍ଷେତ୍ରଗୁଡିକୁ ଚିହ୍ନଟ ଓ ପୂରଣ କରନ୍ତୁ |
- ବାସିନ୍ଦାମାନଙ୍କୁ ମୋବାଇଲ୍ ନମ୍ବର୍ ଓ ଇମେଲ୍ ଆଇଡିକୁ ସଂଯୁକ୍ତ କରିବା ପାଇଁ ଉତ୍ସାହିତ କରନ୍ତୁ, ଏହି ବିବରଣୀକୁ ବ୍ୟବହାର କରି, UIDAI, ବାସିନ୍ଦାଙ୍କ ସମ୍ପର୍କରେ ରହିବ |
- ଜନସାଂଖିକ ତଥ୍ୟ ଗ୍ରହଣ କରିବା ସମୟରେ ତଥ୍ୟ ଆସ୍ଥେଟିକ୍ସ ଉପରେ ନଜର ରଖନ୍ତୁ | ତଥ୍ୟ ଗ୍ରହଣ କରିବା ସମୟରେ ସ୍ପେସଗୁଡିକର ଅନୁପଯୁକ୍ତ ବ୍ୟବହାର, ପଙ୍କଚୁଏସନ୍ ଚିହ୍ନଗୁଡିକ, କ୍ୟାପିଟାଲ୍ ଓ ସ୍ମଲ୍ ଅକ୍ଷରର ବ୍ୟବହାରକୁ ଏଡାଇବାକୁ ଚେଷ୍ଟା କରନ୍ତୁ |
- ଅଣ-ସାମ୍ବିନ୍ଧାନିକ ଭାଷାର ବ୍ୟବହାର ଓ ଅକ୍ଷରିକ ଅନୁବାଦର ତୃଟିକୁ ପରିହର କରନ୍ତୁ |
- ବାଧ୍ୟତାମୁଳକ ନଥିବା କ୍ଷେତ୍ରକୁ ଖାଲି ଛାଡିଦିଅନ୍ତୁ ଯେଉଁଠି ବାସିନ୍ଦାଙ୍କ ଦ୍ଵାରା କୌଣସି ତଥ୍ୟ ପ୍ରଦାନ କରାଯାଇ ନାହିଁ | ବାସିନ୍ଦା ତଥ୍ୟ ପ୍ରବେଶ କରିନଥିବା ସ୍ଥାନରେ N/A, NA ପ୍ରଭୃତିକୁ ପ୍ରବେଶ କରନ୍ତୁ ନାହିଁ |
- 5 ବର୍ଷରୁ ଊର୍ଦ୍ଧ୍ଵ ବସିନ୍ଦାଙ୍କ ପାଇଁ ବାପା / ମା’ / ସ୍ଵାମୀ / ସ୍ତ୍ରୀ / ଅଭିଭାବକ ସ୍ଥାନ ବାଧ୍ୟତାମୁଳକ ନୁହେଁ, ସାବାଳକଙ୍କ କ୍ଷେତ୍ରରେ ଯିଏକି ସେହି ପରିସ୍ଥିତିରେ ନଥିବେ କିମ୍ବା ପ୍ରକାଶ କରିବାକୁ ଇଚ୍ଛୁକ ନଥିବେ | ତା’ପରେ “Relationship to Resident”ରେ ଥିବା “Not Given” ଚେକ୍ ବକ୍ସକୁ ଚୟନ କରନ୍ତୁ |
- ଛୋଟ ପିଲା 5 ବର୍ଷରୁ କମ୍ ବୟସ କ୍ଷେତ୍ରରେ, ମାତାପିତା ଜଣଙ୍କର କିମ୍ବା ଅଭିଭାବକଙ୍କର ନାମ ଆଧାର ସଂଖ୍ୟାକୁ ରେକର୍ଡ କରିବା ବାଧ୍ୟତାମୁଳକ ଅଟେ |
- ‘parent’s name’ ବିପକ୍ଷରେ କେବଳ ବାପାଙ୍କ ନାମ ରେକର୍ଡ କରିବା ବାଧ୍ୟତାମୁଳକ ନୁହେଁ | ମାତାପିତାଙ୍କ ସହମତି କ୍ରମେ ‘parent’, guardian’ ନେମରେ ମାତାଙ୍କ ନାମ ମଧ୍ୟ ଏକକ ଭାବେ ରେକର୍ଡ କରାଯାଇପାରିବ |
- ପିଲାମାନଙ୍କୁ ଦୃଷ୍ଟିରେ ରଖି ମାତାପିତା ପଞ୍ଜୀକରଣ କରିବା ବାଧ୍ୟତାମୁଳକ ଅଟେ | ଯଦି ପିଲାର ବାପା / ମା’ / ଅଭିଭାବକ ପଞ୍ଜୀକରଣ କରିନାହାଁନ୍ତି କିମ୍ବା ଆଧାର ସଂଖ୍ୟା ନଥାଏ ତେବେ ପିଲାର ପଞ୍ଜୀକରଣ ହୋଇପାରିବ ନାହିଁ |
- ପରିବାରର ମୁଖ୍ୟ(HoF)ଆଧାରିତ ଯାଞ୍ଚ ପାଇଁ ନାମ, HoFଙ୍କର ଆଧାର ସଂଖ୍ୟା ଏବଂ ପରିବାରର ସଦସ୍ୟଙ୍କ ସହ ମୁଖ୍ୟଙ୍କର ସମ୍ପର୍କର ବିବରଣୀକୁ ପ୍ରବେଶ କରିବା ବାଧ୍ୟତାମୁଳକ ଅଟେ |
- ପଞ୍ଜୀକରଣ କେନ୍ଦ୍ରରେ ଅପରେଟରଙ୍କ କାମ ହେଲା UIDAI ନିୟମାବଳୀଅନୁସାରେ ପଞ୍ଜିକୃତ ହେବାକୁ ଥିବା ବାସିନ୍ଦାଙ୍କର ଜନସାଂଖିକ ଓ ବାୟୋମେଟ୍ରିକ୍ ତଥ୍ୟକୁ ଗ୍ରହଣ କରିବା | ଗୋଟିଏ ଆଧାର ପଞ୍ଜୀକରଣ କେନ୍ଦ୍ରରେ ଅପରେଟର୍ ଭାବେ କାମ କଲାବେଳେ ନିମ୍ନଲିଖିତ “ପନ୍ଦରଟି ଧର୍ମାଦେଶକୁ” ସୁନିଶ୍ଚିତ କରିବେ:
- ପଞ୍ଜୀକରଣଗୁଡିକୁ କରିବା ପାଇଁ ଆଧାର କ୍ଲାଏଣ୍ଟରେ ନିଜର ଅପରେଟର୍ IDରେ ଲଗିନ୍ କରନ୍ତୁ ଏବଂ ଯାଗା ଛାଡି ଯିବା ପୂର୍ବରୁ ଲଗ-ଅଫ୍ କରିବାକୁ ଭୁଲନ୍ତୁ ନାହିଁ ଯାହାଦ୍ଵାରା ପଞ୍ଜୀକରଣ ପାଇଁ ଅନ୍ୟ କେହି ଆପଣଙ୍କ ଲଗିନକୁ ବ୍ୟବହାର କରିପାରିବେ ନାହିଁ |
- ପ୍ରତ୍ୟେକ ଦିନ ପଞ୍ଜୀକରଣ ଆରମ୍ଭ କରିବା ପୂର୍ବରୁ GPS କୋଅର୍ଡିନେଟଗୁଡିକୁ ଗ୍ରହଣ କରନ୍ତୁ |
- ପ୍ରତ୍ୟେକ ଲଗିନରେ ଆପଣଙ୍କ କମ୍ପ୍ୟୁଟରରେ ସାମ୍ପ୍ରତିକ ସମୟ ଓ ତାରିଖ ଥିବା ସୁନିଶ୍ଚିତ କରନ୍ତୁ |
- ସେବା କେନ୍ଦ୍ରର ନକ୍ସା UIDAI ନିୟମାବଳୀ ଅନୁସାରେ ଥିବା ସୁନିଶ୍ଚିତ କରନ୍ତୁ |
- ବାସିନ୍ଦାଙ୍କୁ ପୂର୍ବରୁ ପଞ୍ଜୀକରଣ/ନବୀକରଣ ବିଷୟରେ ସଂକ୍ଷେପରେ କୁହନ୍ତୁ ଏବଂ କାର୍ଯ୍ୟ ମଧ୍ୟରେ ବାସିନ୍ଦାଙ୍କୁ ସହଜ କରିବା ସହ ତଥ୍ୟକୁ ଗ୍ରହଣ କରନ୍ତୁ |
- ପ୍ରଦତ୍ତ “Find Aadhaar Facility”କୁ ବ୍ୟବହାର କରି ବାସିନ୍ଦାଙ୍କ ସଦ୍ୟ ପଞ୍ଜୀକରଣ କରିବା ପୂର୍ବରୁ ସେ କେବେ ମଧ୍ୟ ଆଧାର ପାଇଁ ପଞ୍ଜୀକରଣ କରି ନଥିବା ସୁନିଶ୍ଚିତ କରନ୍ତୁ |
- ସମସ୍ତ ଅସଲ ଦସ୍ତାବିଜଗୁଡିକ ଉପଲବ୍ଧ ଥିବା ସୁନିଶ୍ଚିତ କରନ୍ତୁ ଯାହା ବାସିନ୍ଦାଙ୍କ ଅନୁରୋଧ କ୍ରମେ ପଞ୍ଜୀକରଣ/ନବୀକରଣ ହେବ ଏବଂ ଏଗୁଡିକ ପଞ୍ଜୀକରଣ/ନବୀକରଣ ହେବାକୁ ଥିବା ବସିନ୍ଦାଙ୍କର ନିଜସ୍ଵ ଅଟେ |
- ବାସିନ୍ଦାଙ୍କ ସହ ଯୋଗାଯୋଗ କରିବା ପାଇଁ ସେମାନଙ୍କ ମୋବାଇଲ୍ ନମ୍ବର୍ ଓ ଇମେଲ୍ ଆଇଡି ଦେବା ପାଇଁ ବସିନ୍ଦାଙ୍କୁ ଉତ୍ସାହିତ କରନ୍ତୁ ଏବଂ ଅନ୍ୟାନ୍ୟ ବ୍ୟବହର ଯେପରି OTP ଆଧାରିତ ପ୍ରମାଣୀକରଣ ଏବଂ ଅନଲାଇନରେ ଆଧାର ନବୀକରଣ କରିବା ସୁବିଧା |
- ବସିନ୍ଦାଙ୍କର ଆଧାର ପଞ୍ଜୀକରଣ/ନବୀକରଣ ଫର୍ମ ଏବଂ ସେଥିରେ ଯାଞ୍ଚକର୍ତ୍ତାଙ୍କର ସ୍ଵାକ୍ଷର/ବୃଦ୍ଧାଙ୍ଗୁଳି ଛାପ ଏବଂ ମୋହର/ସ୍ଵାକ୍ଷର ଥିବା ଚେକ୍ କରନ୍ତୁ | ଫର୍ମରେ ବାସିନ୍ଦାଙ୍କର ସ୍ଵାକ୍ଷର/ ବୃଦ୍ଧାଙ୍ଗୁଳି ଛାପ ନିଶ୍ଚିତରୂପେ ରହିବା ଆବଶ୍ୟକ |
- ବାସିନ୍ଦାଙ୍କୁ ସୁନିଶ୍ଚିତ କରାନ୍ତୁ ଯେ ତା’ଙ୍କର ବାୟୋମେଟ୍ରିକ୍ କେବଳ ଆଧାର ପଞ୍ଜୀକରଣ/ନବୀକରଣ ପାଇଁ ବ୍ୟବହାର ହେବ ଅନ୍ୟ କିଛି ଉଦ୍ଦେଶ୍ୟରେ ନୁହେଁ |
- ପରିଚୟକର୍ତ୍ତା/HoF ଆଧାରିତ ପଞ୍ଜୀକରଣ କ୍ଷେତ୍ରରେ, ଫର୍ମରେ ଯଥାକ୍ରମେ ପରିଚୟକର୍ତ୍ତା ଓ HoFମାନଙ୍କ ପାଇଁ ପ୍ରଦାନ କରାଯାଇଥିବା କ୍ଷେତ୍ରକୁ ପୂରଣ କରିବା ସହିତ ପରିଚୟକର୍ତ୍ତା/HoFଙ୍କ ସ୍ଵାକ୍ଷର/ ବୃଦ୍ଧାଙ୍ଗୁଳି ଛାପ ମଧ୍ୟ ରହିବା ଆବଶ୍ୟକ |
- ଆଧାର କ୍ଲାଏଣ୍ଟ ସଫ୍ଟୱେର(ECMP/UCL)ରେ ବାସିନ୍ଦାଙ୍କର ଜନସାଂଖିକ ଓ ବାୟୋମେଟ୍ରିକ୍ ତଥ୍ୟକୁ କ୍ଲାଏଣ୍ଟ ସଫ୍ଟୱେରରେ ପ୍ରଦାନ କରାଯାଇଥିବା ସ୍କ୍ରୀନରେ ଥିବା କ୍ରମାନୁସାରେ ଗ୍ରହଣ କରନ୍ତୁ |
- ପଞ୍ଜୀକରଣ/ନବୀକରଣ କରିବା ସମୟରେ ସୁନିଶ୍ଚିତ କରନ୍ତୁ ଯେ ବାସିନ୍ଦାଙ୍କ ସ୍କ୍ରୀନ୍ ସର୍ବଦା ଖୋଲା ଅଛି ଏବଂ ପ୍ରବେଶ ହୋଇଥିବା ତଥ୍ୟର ସଠିକତାକୁ ଯାଞ୍ଚ କରିବା ପାଇଁ ବାସିନ୍ଦାଙ୍କୁ ପ୍ରଶ୍ନ ପଚାରନ୍ତୁ ଏବଂ ସାଇନ୍ ଅଫ୍ କରିବା ପୂର୍ବରୁ ବସିନ୍ଦାଙ୍କର ଜନସାଂଖିକ ତଥ୍ୟକୁ ସଂକ୍ଷିପ୍ତ ଆଲୋଚନା କରନ୍ତୁ |
- ମୁଦ୍ରଣ ଓ ସ୍ଵାକ୍ଷର କରି ବାସିନ୍ଦାଙ୍କୁ ସ୍ଵୀକୃତିପ୍ରାପ୍ତ ପ୍ରଦାନ କରିବା ସହ ସମ୍ମତିକ୍ରମେ ନାମଙ୍କନର ଶେଷରେ ବାସିନ୍ଦାଙ୍କର ସ୍ଵାକ୍ଷର ନେବେ |
- ପଞ୍ଜୀକରଣ/ନବୀକରଣ ଫର୍ମ, ଅସଲ ସହାୟକ ଦସ୍ତାବିଜଗୁଡିକ ଓ ସ୍ଵାକ୍ଷରିତ ସମ୍ମତି ଚିରିକୁଟି ପଞ୍ଜୀକରଣ/ନବୀକରଣ କ୍ଲାଏଣ୍ଟରେ ଅପଲୋଡ୍ ହେବା ଏବଂ ସମସ୍ତ ଦସ୍ତାବିଜଗୁଡିକ ବାସିନ୍ଦଙ୍କୁ ଫେରସ୍ତ ହୋଇଥିବା ସୁନିଶ୍ଚିତ କରନ୍ତୁ |
ପଞ୍ଜୀକରଣ ସେବା କେନ୍ଦ୍ରଗୁଡିକରେ ନାମଙ୍କନକୁ ନିଷ୍ପାଦନ କରିବା ପାଇଁ ପଞ୍ଜୀକରଣ ଏଜେନ୍ସୀ ଦ୍ଵାରା ଜଣେ ଅପରେଟରଙ୍କୁ ନିଯୁକ୍ତି ଦିଆଯାଇଥାଏ | ଏହି ଭୁମିକାକୁ ପାଇଁ ଯୋଗ୍ୟ ବିବେଚିତ ହବା ନିମନ୍ତେ ବ୍ୟକ୍ତିଜଣଙ୍କ ନିମ୍ନଲିଖିତ ମାନଦଣ୍ଡ ପୂରଣ କରିଥିବା ଆବଶ୍ୟକ:
- ବୟସ 18 କିମ୍ବା ତଦୁର୍ଦ୍ଧ ହୋଇଥିବା ଆବଶ୍ୟକ |
- ଅନ୍ୟୁନ 10+2 ପାସ୍ କିମ୍ବା ଜଣେ ଗ୍ରାଜୁଏଟଙ୍କୁ ଅଗ୍ରାଧିକାର ଦିଆଯିବ |
- ବ୍ୟକ୍ତି ଜଣକ ଆଧାର ପାଇଁ ପଞ୍ଜୀକରଣ କରିଥିବେ ଏବଂ ତାଙ୍କର ଆଧାର ସଂଖ୍ୟା ସୃଷ୍ଟି ହୋଇଥିବ |
- ବ୍ୟକ୍ତିଙ୍କର କମ୍ପ୍ୟୁଟର୍ ଚାଳନା ଉପରେ ମୌଳିକ ଜ୍ଞାନ ଥିବ ଏବଂ ସ୍ଥାନୀୟ ଭାଷା, କୀବୋର୍ଡ ଓ ଆକ୍ଷରିକ ଅନୁବାଦ ସହିତ ସହଜ ଥିବେ |
- UIDAI ଦ୍ଵାରା ନିଯୁକ୍ତ ଗୋଟିଏ ପରୀକ୍ଷଣ ଓ ସ୍ଵୀକୃତି ପ୍ରଦାନକାରୀ ଏଜେନ୍ସୀରୁ “ଅପରେଟର୍ ପ୍ରମାଣପତ୍ର (Operator Certificate)” ପ୍ରାପ୍ତ କରିଥିବେ |
ଗୋଟିଏ ଅପରେଟର୍ ଭାବେ କାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ:
- UIDAI ନିୟମାବଳୀ ଅନୁରୂପ ପଞ୍ଜୀକରଣଗୁଡିକୁ ଅଗ୍ରାଧିକାର ଦେବା ସହ, ବ୍ୟକ୍ତି ଜଣକ ଯେକୌଣସି ପଞ୍ଜୀକରଣ ଏଜେନ୍ସୀ ଦ୍ଵାରା ନିଯୁକ୍ତ ଓ ସକ୍ରିୟ ରହିଥିବେ |
- ବ୍ୟକ୍ତି ଜଣକ ଆଞ୍ଚଳିକ କାର୍ଯ୍ୟାଳୟଗୁଡିକ/ପଞ୍ଜୀକରଣ ଏଜେନ୍ସୀ ଦ୍ଵାରା ପରିଚାଳିତ, ଆଧାର ପଞ୍ଜୀକରଣ ସମୟରେ ଆଧାର ପଞ୍ଜୀକରଣ/ନବୀକରଣ ପ୍ରକ୍ରିୟାଗୁଡିକର ଏବଂ ବିଭିନ୍ନ ଉପକରଣଗୁଡିକର ବ୍ୟବହାର ଉପରେ ଅନୁଷ୍ଠିତ ଅଧିବେଶନରେ ତାଲିମ୍ ନେଇଥିବେ |
- ସ୍ଵୀକୃତି ପାଇଁ ପରୀକ୍ଷା ଦେବା ପୂର୍ବରୁ ବ୍ୟକ୍ତି ଜଣକ UIDAI ୱେବସାଇଟରେ ଥିବା ତାଲିମ୍ ପାଇଁ ଥିବା ସମ୍ପୂର୍ଣ୍ଣ ମ୍ୟାଟେରିଆଲକୁ ପଢିଥିବା ଆବଶ୍ୟକ |
- ସ୍ଥାନୀୟ ଭାଷାର କୀବୋର୍ଡ ଓ ଆକ୍ଷରିକ ଅନୁବାଦ ସହିତ ସହଜ ଥିବା ଆବଶ୍ୟକ |
- ଅପରେଟର୍ ନିଶ୍ଚିତରୂପେ ତା’ଙ୍କର ଆବଶ୍ୟକ ଦସ୍ତାବିଜଗୁଡିକ ସହ “On boarding Form”କୁ ପଞ୍ଜୀକରଣ ଏଜେନ୍ସୀଙ୍କ ନିକଟରେ ଦାଖଲ କରିବେ ଯାହାକୁ ସମ୍ପର୍କୀତ “UIDAI ଆଞ୍ଚଳିକ କାର୍ଯ୍ୟାଳୟ”ରେ ଯାଞ୍ଚ ପାଇଁ ଦାଖଲ କରାଯିବ |
- ଯାଞ୍ଚ ପରେ ଆଞ୍ଚଳିକ କାର୍ଯ୍ୟାଳୟଗୁଡିକ ସଭ୍ୟମାନଙ୍କ ସହିତ ଗ୍ରହଣ/ଅଗ୍ରାହ୍ୟ ଅନୁରୂପ ପଞ୍ଜୀକରଣ ଏଜେନ୍ସୀକୁ ଅବଗତ କରିବେ |
- ତା’ପରେ ପଞ୍ଜୀକରଣ ଏଜେନ୍ସୀ ଆଧାର କ୍ଲାଏଣ୍ଟ ସଫ୍ଟୱେରରେ ତା’ଙ୍କର ବାୟୋମେଟ୍ରିକଗୁଡିକୁ ନେଇ ଅପରେଟର୍ ଭାବେ ସଂଯୁକ୍ତ କରିବେ ଏବଂ ପଞ୍ଜୀକରଣ ମେସିନକୁ ପରିଚାଳନା କରିବା ପାଇଁ ଗୋଟିଏ ୟୁଜର୍ ନେମ୍ ଓ ପାସୱର୍ଡ୍ ପ୍ରଦାନ କରିବେ |
- ପଞ୍ଜିକୃତ ୟୁଜର୍ ଅର୍ଥ, UIDAIରେ ୟୁଜରଙ୍କର ବାୟୋମେଟ୍ରିକ୍ ସଫଳତାର ସହ ଯାଞ୍ଚ ସମ୍ପୂର୍ଣ୍ଣ ହୋଇଛି ଏବଂ ପଞ୍ଜୀକରଣ ସେବା କେନ୍ଦ୍ରର ସ୍ଥାନୀୟ ତଥ୍ୟଭଣ୍ଡାର(ଡେଟାବେସ)ରେ ଗଚ୍ଛିତ ହୋଇଛି |
ଗୋଟିଏ EA ପାଇଁ ପ୍ରସ୍ତୁତି କାର୍ଯ୍ୟ
EA ନିଶ୍ଚିତରୁପେ ସେମାନଙ୍କ ପ୍ରୋଜେକ୍ଟ ଓ ବୈଷୟିକ ପରିଚାଳକଙ୍କୁ ଚିହ୍ନଟ କରିବା ଆବଶ୍ୟକ ଯିଏ ମିଳିତ କାର୍ଯ୍ୟକାରୀ ଗୋଷ୍ଠୀର ଅଂଶ ହେବେ ଯାହା ନୋଡାଲ୍/ପଞ୍ଜିକୃତ ବିଭାଗ ଦ୍ଵାରା ପରିଚାଳିତ ହେଉଥିବ | EA ପାଇଁ ପ୍ରାରମ୍ଭ ଓ ସଭ୍ୟମାନଙ୍କର କର୍ମଶାଳା ନିଶ୍ଚିତରୂପେ ରେଜିଷ୍ଟ୍ରାରଙ୍କ ଦ୍ଵାରା ପରିଚଳିତ ହେବା ଆବଶ୍ୟକ ଏବଂ UIDAI ପଞ୍ଜୀକରଣ ପ୍ରକ୍ରିୟା ଓ ନିୟମଗୁଡିକର ସମ୍ପୂର୍ଣ୍ଣ ବିବରଣୀ ଓ କାର୍ଯ୍ୟକାରୀତା ଉପରେ ସଂକ୍ଷିପ୍ତ ବିବରଣୀ ପ୍ରଦାନ କରିବ | EA ନିଶ୍ଚିତରୂପେ ନିଜକୁ ପଞ୍ଜୀକରଣ ପ୍ରକ୍ରିୟା ଓ ନିୟମଗୁଡିକ ତଥା ସମୟକ୍ରମେ ହେଉଥିବା ସଂଶୋଧନ/ନବୀକରଣଗୁଡିକ ସହ ମଧ୍ୟ ପରିଚିତ ହେବା ଆବଶ୍ୟକ | ପଞ୍ଜୀକରଣ ଏଜେନ୍ସୀ(EA)ର କାମ ନିମ୍ନରେ ଥିବା କାର୍ଯ୍ୟକ୍ରମଗୁଡିକୁ ନେଇ ହୋଇଥାଏ:
- ପଞ୍ଜୀକରଣ ହାର୍ଡୱେର୍, ସଫ୍ଟୱେର୍ ଯେଉଁଥିରେ UIDAIର ବୈଶିଷ୍ଟ୍ୟତାନୁସାରେ ଥିବା ବାୟୋମେଟ୍ରିକ୍ ଉପକରଣକୁ ସଂଗ୍ରହ କରିବା
ପଞ୍ଜୀକରଣ ଏଜେନ୍ସୀ, ପଞ୍ଜୀକରଣ ହାର୍ଡୱେର୍, ସଫ୍ଟୱେର୍ ସହିତ ସ୍ଵୀକୃତି ପ୍ରାପ୍ତ ବାୟୋମେଟ୍ରିକ୍ ଉପକରଣଗୁଡିକ(ହାତଆଙ୍ଗୁଠି ଛାପ ଓ ଆଇରିସ୍(ଆଖିଡୋଳା) ଗ୍ରହଣ କରିବା ପାଇଁ), ଯାହା ପଞ୍ଜୀକରଣ ସେବା କେନ୍ଦ୍ରରେ ବାୟୋମେଟ୍ରିକ୍ ତଥ୍ୟକୁ ଗ୍ରହଣ କରିବା ବ୍ୟବହୃତ ହେବ ଏବଂ ସେଗୁଡିକ UIDAIର ବୈଶିଷ୍ଟ୍ୟତାନୁସାରେ ଥିବ, ସେଗୁଡିକୁ ସଂଗ୍ରହ କରନ୍ତୁ | EA ନିଶ୍ଚିତରୂପେ କେବଳ ସେହି ବାୟୋମେଟ୍ରିକ୍ ଉପକରଣଗୁଡିକୁ ସଂଗ୍ରହ କରିବେ ଯାହା UIDAI ଦ୍ଵାରା କିମ୍ବା ଏହାର ଭରସାଯୋଗ୍ୟ ଏଜେନ୍ସୀ ଦ୍ଵାରା ସ୍ଵୀକୃତିପ୍ରାପ୍ତ ହୋଇଥିବ | EAଗୁଡିକ ହାର୍ଡୱେର୍ ଯୋଗାଣକାରୀଙ୍କ ଦ୍ଵାରା ନିରନ୍ତର ସହଯୋଗ ପ୍ରାପ୍ତ କରିବ ବୋଲି ମଧ୍ୟ ସୁନିଶ୍ଚିତ କରିବା ବାଧ୍ୟତାମୁଳକ ଅଟେ |
- ପଞ୍ଜୀକରଣ ପାଇଁ ତାଲିମପ୍ରାପ୍ତ ଲୋକଶକ୍ତିକୁ ଭଡାରେ ନିଅନ୍ତୁ
UIDAI ନିର୍ଦ୍ଦେଶିତ ନିୟମାବଳୀ ଅନୁସାରେ ପଞ୍ଜୀକରଣ ଏଜେନ୍ସୀ ନାମଙ୍କନ କେନ୍ଦ୍ର/ସେବାକେନ୍ଦ୍ରକୁ ପରିଚାଳନା କରିବା ପାଇଁ ଲୋକଶକ୍ତି ଯେପରି ଅପରେଟର ଓ ସୁପରଭାଇଜରମାନଙ୍କୁ ଭଡାରେ ନେବା ଆବଶ୍ୟକ | ପଞ୍ଜୀକରଣ ଏଜେନ୍ସୀଗୁଡିକ, ପଞ୍ଜୀକରଣ ସମୟରେ, ପଞ୍ଜୀକରଣ କେନ୍ଦ୍ରଗୁଡିକରେ ବୈଷୟିକ ସହାୟତା ଦେବା ପାଇଁ ନିଶ୍ଚିତରୂପେ ବୈଷୟିକ କର୍ମକର୍ତ୍ତାଙ୍କୁ ରଖିବା ଆବଶ୍ୟକ | ବୈଷୟିକ କର୍ମକର୍ତ୍ତା ଜଣକ ଶକ୍ତି/ସିଷ୍ଟମ୍/ବାୟୋମେଟ୍ରିକ୍ ଉପକରଣ ସମ୍ବନ୍ଧିତ ପରିଚାଳନାଗତ ସମସ୍ୟା ପାଇଁ ଫୋନ କରିବା ମାତ୍ରେ ଉପସ୍ଥିତ ହେବା ସକାଷେ ସର୍ବଦା ଅନ୍ୟୁନ ଛ’ଟି କେନ୍ଦ୍ରର ମଝାମଝି ସ୍ଥାନରେ ରହିବେ ଯାହାଦ୍ଵାରା ଉପସ୍ଥିତ ହେବା ସମୟକୁ କମ୍ କରାଯାଇପାରିବ | EA ସୁନିଶ୍ଚିତ କରିବେ ଯେ ଅପରେଟର୍ ଓ ସୁପରଭାଇଜରମାନଙ୍କର ବୟସ 18 କିମ୍ବା ତଦୁର୍ଦ୍ଧ ହୋଇଥିବା ଆବଶ୍ୟକ | ଅପରେଟର୍ ନିଶ୍ଚିତଭାବେ ଅନ୍ୟୁନ 10+2 ଉତ୍ତିର୍ଣ୍ଣ ହୋଇଥିବେ ଏବଂ ସହଜ ଭାବେ କମ୍ପ୍ୟୁଟର୍ ବ୍ୟବହାର କରିପାରୁଥିବେ | ସୁପରଭାଇଜର୍ ଅନ୍ୟୁନ 10+2 ପାସ୍ କିମ୍ବା ଜଣେ ଗ୍ରାଜୁଏଟଙ୍କୁ ଅଗ୍ରାଧିକାର ଦିଆଯିବ ଏବଂ କମ୍ପ୍ୟୁଟରକୁ ଭଲଭାବେ ବୁଝିପାରୁଥିବେ ଏବଂ କମ୍ପ୍ୟୁଟର ବ୍ୟବହାରରେ ଅଭିଜ୍ଞତା ଥିବ |
PF, ESI, ଔଦ୍ୟଗିକ ବିବାଦ ଅଧିନିୟମ, ଠିକା ଶ୍ରମିକ ଅଧିନିୟମ ଏବଂ ନ୍ୟୁନତମ ମଜୁରି ଅଧିନିୟମ ଭଳି ବିଭିନ୍ନ ଶ୍ରମ ବିନିୟମଗୁଡିକରେ ଥିବା ଶ୍ରମ ଆଇନ୍ ଓ ସମସ୍ତ ବୈଧାନିକ ପ୍ରାବଧାନଗୁଡିକର ଅନୁପାଳନକୁ EA ସୁନିଶ୍ଚିତ କରିବା ଆବଶ୍ୟକ |
କର୍ମକର୍ତ୍ତାଙ୍କୁ ନିଶ୍ଚିତ ଭାବେ ବିଭିନ୍ନ କାର୍ଯ୍ୟକ୍ରମ ଓ ଉପକରଣ ଏବଂ ପଞ୍ଜୀକରଣରେ ସାମିଲ୍/ବ୍ୟବହୃତ ଉପକରଣ ପାଇଁ ଅଧିଷ୍ଠାପନ(ଇଣ୍ଡକ୍ସନ୍)ତାଲିମ ପ୍ରଦାନ କରିବା ବାଧ୍ୟତାମୁଳକ ଅଟେ ଏବଂ ବାସିନ୍ଦାଙ୍କ ପଞ୍ଜୀକରଣ, ସ୍ଥାନୀୟ ଭାଷାର ଆକ୍ଷରିକ ଅନୁବାଦ ଦକ୍ଷତା ପ୍ରଦାନ କରିବା ଆବଶ୍ୟକ ଯାହା ସେମାନଙ୍କୁ ସ୍ଥାନୀୟ ପରିସ୍ଥିତିକୁ ବୁଝିବା ଓ ଅନୁକୁଳିତ କରିବାରେ ସକ୍ଷମ କରିଥାଏ | କର୍ମକର୍ତ୍ତାମାନଙ୍କୁ ନିଯୁକ୍ତି ଦେବା ପୂର୍ବରୁ ଅଧିଷ୍ଠାପନ(ଇଣ୍ଡକ୍ସନ୍) ତାଲିମ୍ ବାଧ୍ୟତାମୁଳକ ହେବ | EA, UIDAIର ସମ୍ପୃକ୍ତ RO ଆଞ୍ଚଳିକ ଅଧିକାରୀଙ୍କୁ ତାଲିମର ସୁଚୀକୁ ଏବଂ ଗୋଟିଏ ଫୋଲୋ-ଅପ୍ ରିପୋର୍ଟ ମଧ୍ୟ ପ୍ରଦାନ କରିବେ | UIDAI ନିୟମାବଳୀ ଅନୁସାରେ ପଞ୍ଜୀକରଣ ଏଜେନ୍ସୀ ତାଲିମ୍ ପ୍ରଦାନ ପାଇଁ ଆବଶ୍ୟକ ସଂସ୍ଥାନକୁ ସୁନିଶ୍ଚିତ କରିବେ | ଅପରେଟର ଓ ସୁପରଭାଇଜରମାନେ UIDAI ସ୍ଵୀକୃତି ପ୍ରାପ୍ତ ପରୀକ୍ଷଣ ଓ ସ୍ଵୀକୃତି ପ୍ରଦାନକାରୀ ଏଜେନ୍ସୀରୁ ସ୍ଵୀକୃତି ପତ୍ର ପ୍ରାପ୍ତ କରିଥିବା ଆବଶ୍ୟକ | ନିର୍ଦ୍ଦିଷ୍ଟ ଭୁମିକା ପାଇଁ ସଠିକ୍ ସ୍ଵୀକୃତିକୁ ସୁନିଶ୍ଚିତ କରନ୍ତୁ | ଗୋଟିଏ ସ୍ଵୀକୃତି ପ୍ରାପ୍ତ ଅପରେଟର୍ ସୁପରଭାଇଜର୍ ଭାବେ କାମ କରିପାରିବେ ନାହିଁ |
ଅପରେଟର୍ ଓ ସୁପରଭାଇଜରମାନଙ୍କୁ ସେମାନଙ୍କ ବ୍ୟାଙ୍କ ଖାତାରେ ଅର୍ଥ ପ୍ରଦାନ କରିବା ଆବଶ୍ୟକ ଅଟେ |
- ପଞ୍ଜିକୃତ ଅପରେଟର୍/ସୁପରଭାଇଜରମାନଙ୍କୁ UIDAIରେ ପଞ୍ଜିକୃତ ଓ କାର୍ଯ୍ୟକ୍ଷମ କରିବା:<
ଅପରେଟର୍/ସୁପରଭାଇଜରମାନେ ନିଶ୍ଚିତରୂପେ ନିଜର ଆଧାର ସଂଖ୍ୟା ସୃଷ୍ଟି କରିଥିବା ଆବଶ୍ୟକ ଏବଂ ପଞ୍ଜୀକରଣ କାର୍ଯ୍ୟକୁ ଅଗ୍ରାଧିକାର ଦେବା ସହିତ UIDAIର ନିୟମାବଳୀ ସହ ସକ୍ରିୟ ହେବା ପାଇଁ ସ୍ଵୀକୃତି ପରୀକ୍ଷାରେ କୃତକାର୍ଯ୍ୟ ହେବା ଆବଶ୍ୟକ | ସେମାନଙ୍କୁ ଏହି ବାଧ୍ୟତାମୁଳକ ଆବଶ୍ୟକତାକୁ ପୂରଣ କରିବା ବିନା ପଞ୍ଜୀକରଣ କାର୍ଯ୍ୟରେ ନିଯୁକ୍ତି କରିବେ ନାହିଁ |
- EA ଆଡମିନ୍ ୟୁଜର୍ ସେମାନଙ୍କ ଅପରେଟର୍/ସୁପରଭାଇଜରମାନଙ୍କୁ ସକ୍ରିୟ କରିବା ପାଇଁ ନିଶ୍ଚିତରୂପେ ବିଶିଷ୍ଟ ୟୁଜର୍ IDଗୁଡିକୁ ବ୍ୟବହାର କରିବେ | ଅନେକ ଅପରେଟରଙ୍କ IDଗୁଡିକ ପାଇଁ ଗୋଟିଏ ପାସୱର୍ଡକୁ ବ୍ୟବହାର କରନ୍ତୁ ନାହିଁ | UIDAI ବୈଷୟିକ ପୋର୍ଟାଲ୍ ଏବଂ ସ୍ଵୀକୃତିପ୍ରାପ୍ତ ଏଜେନ୍ସୀ ପୋର୍ଟାଲରେ ପ୍ରବେଶ ହୋଇଥିବା ତଥ୍ୟ ସଠିକ୍ ବୋଲି ସୁନିଶ୍ଚିତ କରନ୍ତୁ ଏବଂ ସେଗୁଡିକ ମେଳ ହେଉଥିବା ଆବଶ୍ୟକ |
- ପଞ୍ଜୀକରଣଗୁଡିକର ଆରମ୍ଭକୁ ଗୁରୁତ୍ଵ ଦେବା ସହ ଆଧାର ନିୟମାବଳୀ ଅନୁରୂପ ସକ୍ରିୟ ଲୋକଶକ୍ତିର ଉପଲବ୍ଧତାକୁ EA ନିଶ୍ଚିତରୂପେ ସୁନିଶ୍ଚିତ କରିବେ |
- EAଗୁଡିକ ପ୍ରଦର୍ଶନ କରିବେ ଯେ ସେମାନେ ସକ୍ରିୟ ଅପରେଟରମାନଙ୍କୁ ସ୍ଵୀକୃତି ଦେଇଛନ୍ତି, ମେସିନଗୁଡିକ ଉପଲବ୍ଧ ଅଛି ଏବଂ ଉପଯୋଗ ହେବା ପାଇଁ ହାର୍ଡୱେର୍ ଉପଲବ୍ଧ ଅଛି | EAଗୁଡିକ ପଞ୍ଜୀକରଣ ସେବା କେନ୍ଦ୍ରଗୁଡିକର ଉପଯୋଗ ଯୋଜନାଗୁଡିକୁ ଘୋଷଣା କରିବା ଆବଶ୍ୟକ ଯେପରି କେତେବେଳେ ଓ କେଉଁଠି କେନ୍ଦ୍ରଗୁଡିକ ସ୍ଥାପନ ହେବ | EAଗୁଡିକ ଏହା ମଧ୍ୟ ପ୍ରଦର୍ଶନ କରିବେ ଯେ ସେମାନଙ୍କ ପାଖରେ ଆବଶ୍ୟକ ପର୍ଯ୍ୟବେକ୍ଷଣ ସଂସ୍ଥାନ ଉପଲବ୍ଧ ଅଛି | ଏହି ତଥ୍ୟକୁ ଭିତ୍ତି କରି, ROଗୁଡିକ ରେଜିଷ୍ଟ୍ରାର୍ ଓ EAଗୁଡିକର ପ୍ରସ୍ତୁତିକରଣକୁ ଆକଳନ କରିପାରିବେ ଏବଂ ତା’ପରେ ସେବା କେନ୍ଦ୍ରଗୁଡିକର ପରିଚାଳକ ଗୋଷ୍ଠୀଙ୍କୁ ଅନୁମତି ପ୍ରଦାନ କରିପାରିବେ |
- UIDAIରେ ଗୋଟିଏ ପଞ୍ଜୀକରଣ ଏଜେନ୍ସୀ ଭାବେ ପ୍ରତିଷ୍ଠିତ ହେବା:
- EA ନିଶ୍ଚିତରୂପେ ସେମାନଙ୍କର EA କୋଡକୁ UIDAI ଠାରୁ ପ୍ରାପ୍ତ କରିବେ
- EA (ସଂଯୁକ୍ତ EA) ସେମାନଙ୍କ ମଧ୍ୟରେ ଲିଙ୍କକୁ ସ୍ଥାପନ କରିବା ପାଇଁ ରେଜିଷ୍ଟ୍ରାରଙ୍କୁ ଅନୁରୋଧ କରିବେ
- ପୋର୍ଟାଲ୍ ପାଇଁ ଆଡମିନ୍ ପାସୱର୍ଡକୁ ପ୍ରାପ୍ତ କରିବା ସହ UIDAIରୁ କ୍ଲାଏଣ୍ଟ ପଞ୍ଜୀକରଣ ପାଇଁ ସ୍ଵୀକୃତି କୋଡ୍ ପ୍ରାପ୍ତ କରି
- SFTP ଖାତା ସେଟପ୍ ଓ ପାସୱର୍ଡ୍ ପ୍ରାପ୍ତ କର
ଆଧାର ସଫ୍ଟୱେରର ଯୋଜନାବଦ୍ଧ ପଞ୍ଜୀକରଣ କେନ୍ଦ୍ରଗୁଡିକରେ ପିନ୍ କୋଡ୍ ତଥ୍ୟ ପାଇଁ ପିନ୍ ମାଷ୍ଟର୍ ଯାଞ୍ଚ ହୋଇଛି ବୋଲି ସୁନିଶ୍ଚିତ କରିବା ସହ ଠିକ୍ ଓ ସମ୍ପୂର୍ଣ୍ଣ ଅଛି | ଛାଡିଯାଇଥିବା/ଭୁଲ୍ ପିନକୋଡଗୁଡିକୁ ପର୍ଯ୍ୟାଲୋଚନା ଓ ସୂଚିତ କରିବା ସହ ପିନ୍ ନମ୍ବରଗୁଡିକୁ ସଂଶୋଧନ କରିବା ପାଇଁ ପିନକୋଡ୍ ସଂଶୋଧନ କାର୍ଯ୍ୟଧାରାକୁ ବ୍ୟବହାର କରିବେ |
- ସଫ୍ଟୱେର୍ ଇନଷ୍ଟଲେଶନ୍, କନଫିଗୁରେଶନ୍ ଓ ରେଜିଷ୍ଟ୍ରେଶନ୍:
- ଆଧାର ପଞ୍ଜୀକରଣ ସଫ୍ଟୱେରର ନବୀକରଣ ଭର୍ସନକୁ କ୍ଲାଏଣ୍ଟ CIDR ସହିତ ଇନଷ୍ଟଲ୍, କନଫିଗର୍ ଓ ରେଜିଷ୍ଟର୍ କରିବେ | ପଞ୍ଜୀକରଣ ଏଜେନ୍ସୀ ଏହାର କ୍ଲାଏଣ୍ଟମାନଙ୍କୁ ପଞ୍ଜିକୃତ କରିବା ପାଇଁ UIDAIର ବୈଷୟିକ ଦଳଙ୍କ ଠରୁ ସ୍ଵୀକୃତିପ୍ରାପ୍ତ ୟୁଜର୍ ଓ ସ୍ଵୀକୃତିପ୍ରାପ୍ତ ୟୁଜର୍ କୋଡ୍ ଆବଶ୍ୟକ କରିବେ |
- ସିଷ୍ଟମକୁ କନଫିଗର୍ କରୁଥିବା ବ୍ୟକ୍ତି ପ୍ରକୃତରେ ରେଜିଷ୍ଟ୍ରାରଙ୍କର ଜଣେ ପ୍ରତିନିଧି ଅଟନ୍ତି | ସାଧାରଣତଃ ରେଜିଷ୍ଟ୍ରାର୍ ଇନଷ୍ଟଲେଶନ୍ ଓ କନଫିଗୁରେଶନ୍ କାର୍ଯ୍ୟ କରିବା ପାଇଁ EAକୁ ପଚାରିପାରନ୍ତି | ଏହି କ୍ଷେତ୍ରରେ, ରେଜିଷ୍ଟ୍ରେଶନ୍ ଓ କନଫିଗୁରେଶନ୍ ରେଜିଷ୍ଟ୍ରାରଙ୍କ ପ୍ରତିନିଧିଙ୍କ ଉପସ୍ଥିତିରେ କରାଯାଇପାରେ |
- ସମସ୍ତ ନବୀକରଣ ମାଷ୍ଟର୍ ତଥ୍ୟ ଯେପରି ପିନ୍ କୋଡ୍, ଅପରେଟର୍ କ୍ରେଡେନଶିଆଲସ, ଦସ୍ତାବିଜଗୁଡିକର ତାଲିକା ପ୍ରଭୃତି କ୍ଲାଏଣ୍ଟରେ ଲୋଡ୍ ହେବେ |
- ଆଧାର କ୍ଲାଏଣ୍ଟର କାର୍ଯ୍ୟକାରୀତାକୁ ସ୍ଥାନୀୟ ଭାଷା ସହାୟକ, ପିନ୍ କୋଡ୍ ଓ ଉପଲବ୍ଧ ଥିବା ମାଷ୍ଟର୍ ତଥ୍ୟ ସହ ଏକତ୍ର କରି ଭଲ ଭାବେ ପରୀକ୍ଷା କରିବେ
- UIDAIରେ ସମସ୍ତ ପଞ୍ଜିକୃତ ସେବା କେନ୍ଦ୍ରଗୁଡିକ ସକ୍ରିୟ ଅଛନ୍ତି ବୋଲି ସୁନିଶ୍ଚିତ କରନ୍ତୁ
- ପଞ୍ଜୀକରଣ ସେବା କେନ୍ଦ୍ରଗୁଡିକରେ ଅପରେଟର୍/ସୁପରଭାଇଜର୍/ପରିଚୟକର୍ତ୍ତାମାନେ(OSI) ସଭ୍ୟ ଅଛନ୍ତି ବୋଲି ସୁନିଶ୍ଚିତ କରନ୍ତୁ
EA ରେଜିଷ୍ଟ୍ରାରଙ୍କ ସହ ସୁନିଶ୍ଚିତ କରିବେ ଯେ ଆଧାର ପଞ୍ଜୀକରଣ ଫର୍ମଗୁଡିକ ମୁଦ୍ରିତ ହୋଇଛି, ବଣ୍ଟନ ପାଇଁ ପ୍ରସ୍ତୁତ/ବାସିନ୍ଦାମାନଙ୍କୁ ବଣ୍ଟନ କରାଯାଇଛି | ଯଦି ଆଗୁଆଭାବେ ପଞ୍ଜୀକରଣ ଫର୍ମଗୁଡିକ ବଣ୍ଟନ ଓ ପୂରଣ କରାଯାଇଥାଏ, ତେବେ ଏହା କେନ୍ଦ୍ରରେ ପଞ୍ଜୀକରଣକୁ ଦୃତ କରିବାରେ ସାହାଯ୍ୟ କରିବ | ପଞ୍ଜୀକରଣ ଫର୍ମଗୁଡିକୁ ନିୟନ୍ତ୍ରିତ ବଣ୍ଟନ ଦ୍ଵାରା ଜନଗହଳିକୁ ପରିଚାଳନା କରିବା ପାଇଁ ବ୍ୟବହାର କରାଯାଇପାରିବ |
- ପଞ୍ଜୀକରଣ କେନ୍ଦ୍ର(EC) ଓ ପଞ୍ଜୀକରଣ ସେବା କେନ୍ଦ୍ର ସ୍ଥାପନ କରିବା :
- ପଞ୍ଜୀକରଣ ସୁଚୀଗୁଡିକୁ ବିକଶିତ କରିବାରେ EA ରେଜିଷ୍ଟ୍ରାରଙ୍କୁ ସହଯୋଗ କରିବେ | ନିର୍ଦ୍ଧାରିତ ସ୍ଥାନଗୁଡିକରେ ଉପଯୁକ୍ତ ପଞ୍ଜୀକରଣ କେନ୍ଦ୍ରଗୁଡିକୁ ଚିହ୍ନଟ କରିବା ସକାଷେ EA ରେଜିଷ୍ଟ୍ରାରଙ୍କ ସହ କାର୍ଯ୍ୟ କରିବେ | ଥରେ ECଗୁଡିକ ଚିହ୍ନଟ ହୋଇଗଲେ, ନବୀକରଣ ପଞ୍ଜୀକରଣ କେନ୍ଦ୍ରର ସେଟପ୍ ଚେକଲିଷ୍ଟ ଅନୁସାରେ EA, ECର ପ୍ରସ୍ତୁତିକୁ ସୁନିଶ୍ଚିତ କରିବେ | UIDAI ଦ୍ଵାରା ପଞ୍ଜୀକରଣ କେନ୍ଦ୍ରର ସେଟପ୍ ଚେକଲିଷ୍ଟ ପଞ୍ଜୀକରଣ କେନ୍ଦ୍ର ଓ ସେବା କେନ୍ଦ୍ର ସ୍ତରରେ ବିଭିନ୍ନ ଆବଶ୍ୟକତାକୁ ତାଲିକାଭୁକ୍ତ କରିଥାଏ ଏବଂ ଯୋଜନାରେ EAକୁ ପ୍ରୋତ୍ସାହିତ କରିଥାଏ |
- ପର୍ଯ୍ୟାପ୍ତ ଆସବାବ ଯେପରି ମୁଦ୍ରଣ ପାଇଁ କାଗଜ ଓ କେନ୍ଦ୍ରରେ ଉପଲବ୍ଧ ଥିବା ଅନ୍ୟାନ୍ୟ ପରିବହନ ବ୍ୟବସ୍ଥାକୁ ସୁନିଶ୍ଚିତ କରିବା | ପର୍ଯ୍ୟାପ୍ତ ଶକ୍ତି ଓ ଅନ୍ୟାନ୍ୟ ସହଯୋଗୀ ବ୍ୟବସ୍ଥାକୁ ପଞ୍ଜୀକରଣ କେନ୍ଦ୍ରରେ ସୁନିଶ୍ଚିତ କରିବା | ପଞ୍ଜୀକରଣ ପାଇଁ ହାର୍ଡୱେର୍ ଓ ସଫ୍ଟୱେରକୁ ବିନିଯୋଗ କରିବା | ପ୍ରତ୍ୟେକ ସେବା କେନ୍ଦ୍ରରେ ସମସ୍ତ ଉପକରଣ ଓ ଆପ୍ଲିକେଶନର କାର୍ଯ୍ୟକାରୀତାକୁ ପରୀକ୍ଷା କରିବା |
- EA ରେଜିଷ୍ଟ୍ରାରଙ୍କ ସହିତ ବୈଧ ଚୁକ୍ତି ନକରି କ୍ଷେତ୍ରଗୁଡିକରେ ପଞ୍ଜୀକରଣ କାର୍ଯ୍ୟକୁ କଦାପି କରିବେ ନାହିଁ | ପଞ୍ଜୀକରଣ ଏଜେନ୍ସୀଗୁଡିକ ମଧ୍ୟ UIDAI ପୋର୍ଟାଲରେ ଥିବା ପଞ୍ଜୀକରଣ କେନ୍ଦ୍ରର ସମସ୍ତ ବିବରଣୀକୁ ପୂରଣ କରିବା ଆବଶ୍ୟକ ଅଟେ |
- EA ନିଶ୍ଚିତରୂପେ ସୁରକ୍ଷା କାର୍ଯ୍ୟଧାରାଗୁଡିକୁ, ଆଇନ୍ ଓ କଟକଣାଗୁଡିକୁ ମାନିବେ ଏବଂ ସମସ୍ତ ନିୟମ ବ୍ୟବସ୍ଥାକୁ ମାନିବା ସହିତ ସୁରକ୍ଷା ଓ ଶ୍ରମ ଆଇନ୍, ନିୟମ, ସେଠାରେ ସମୟ ସମୟରେ ଜାରି ହେଉଥିବା ଆଇନ୍ ଓ ବିଜ୍ଞପ୍ତିକୁ ମାନିବେ | କର୍ମକର୍ତ୍ତାଙ୍କୁ ସୁରକ୍ଷା ଓ ପ୍ରୋତ୍ସାହନ ଦେବା ପାଇଁ EA ସମସ୍ତ ଜରୁରୀ କିମ୍ବା ଉପଯୁକ୍ତ ପଦକ୍ଷେପଗୁଡିକୁ ଗ୍ରହଣ କରିବେ ଏବଂ ସମସ୍ତ ଉପଯୋଗୀ ସୁରକ୍ଷା ନିୟମ ଓ ନିର୍ଦ୍ଦେଷାବଳୀଗୁଡିକୁ ପାଳନ କରିବେ |
- ଯୋଗାଯୋଗ କେନ୍ଦ୍ରର ତଥ୍ୟକୁ ପୂରଣ କରିବା:
UIDAI ଯୋଗାଯୋଗ କେନ୍ଦ୍ର ଦ୍ଵାରା ଆବଶ୍ୟକ ହେଉଥିବା ତଥ୍ୟ ସହ ଫର୍ମଗୁଡିକୁ EA ନିଶ୍ଚିତରୂପେ ପୂରଣ କରିବେ ଓ ଦାଖଲ କରିବେ | ଏହି ତଥ୍ୟ ଦ୍ଵାରା, EAଙ୍କୁ ECଙ୍କ ସହ ଯୋଗାଯୋଗ, ପଞ୍ଜୀକରଣ କେନ୍ଦ୍ରର ଠିକଣା ଓ କାର୍ଯ୍ୟକାରୀ ସମୟକୁ ପ୍ରଭୃତିକୁ ଜାଣିବାରେ ସହାୟକ ହେବ |
- ସାହାଯ୍ୟରେ ସଚେତନତାର ସୃଷ୍ଟି:
ପଞ୍ଜୀକରଣ ଏଜେନ୍ସୀ ରେଜିଷ୍ଟ୍ରାରଙ୍କ ସହ ଯୋଗାଯୋଗ ରଖି କାର୍ଯ୍ୟ କରିବା ଆବଶ୍ୟକ ଏବଂ ନିମ୍ନସ୍ତରରୁ ବାସିନ୍ଦାଙ୍କୁ ସଚେତନ କରାଇବେ | ପଞ୍ଜୀକରଣ କାର୍ଯ୍ୟର ଆରମ୍ଭକୁ ଦୃଷ୍ଟିରେ ରଖି ପଞ୍ଜୀକରଣ ଏଜେନ୍ସୀ ସ୍ଥାନୀୟ ପରିଚାଳନା ସମିତି ସହ ନିକଟତର ହୋଇ କାର୍ଯ୍ୟ କରିବେ, ମୂଳ ପରିଚାୟକର୍ତ୍ତାମାନେ ଆଧାରକୁ ଲୋକଲୋଚନକୁ ଆଣିବା ସହ, ଏହାର ପ୍ରାଧାନ୍ୟତା, ଓ ସେହି ସ୍ଥାନରେ ଆଧାର ପଞ୍ଜୀକରଣର ସୁଚୀକୁ ଅବଗତ କରାଇବେ | EA ପ୍ରାଞ୍ଜଳ ଭାବେ ପଞ୍ଜୀକରଣ କେନ୍ଦ୍ରଗୁଡିକରେ ସମ୍ମତି ସମ୍ବନ୍ଧିତ ଜରୁରୀ ତଥ୍ୟ ଏବଂ ଅପରେଟରଙ୍କ ଦାୟିତ୍ଵଗୁଡିକୁ ପ୍ରଦର୍ଶନ କରିବା ଆବଶ୍ୟକ | UIDAI/ରେଜିଷ୍ଟ୍ରାରଙ୍କ ଦ୍ଵାରା ପ୍ରଦାନ କରାଯାଇଥିବା ବିଷୟକୁ ପ୍ରକାଶ କରିବାରେ ପଞ୍ଜୀକରଣ ଏଜେନ୍ସୀର ଭୁମିକା ସୀମିତ ଅଟେ | UIDAI/ରେଜିଷ୍ଟ୍ରାରଙ୍କ ଦ୍ଵାରା ପ୍ରଦାନ କରାଯାଇଥିବା ବିଷୟକୁ EA ସଂଯୁକ୍ତ / ରୂପାନ୍ତର / ଡିଲିଟ୍ କରିବେ ନାହିଁ |
ଘରୋଇ/ ବାଣିଜ୍ୟ ସଂସ୍ଥା/PSUs / ସରକାରୀ କମ୍ପାନୀଗୁଡିକ / ସ୍ଵୟଂଶାସିତ ବିଶେଷମାନଙ୍କୁ ପଞ୍ଜୀକରଣ କାର୍ଯ୍ୟ ପାଇଁ ଉପ-ଠିକାଦାରୀକୁ ଅନୁମତି ଦିଆଯାଏ ନାହିଁ | ଯାହାହେଲେ, କ୍ଷେତ୍ର ସ୍ତରୀୟ ଲୋକଶକ୍ତି ଯେପରି ପଞ୍ଜୀକରଣ ଅପରେଟର୍ ଓ ପର୍ଯ୍ୟବେକ୍ଷକଙ୍କୁ ତୃତୀୟ ପକ୍ଷ ମାଧ୍ୟମରେ ଭଡାରେ ନେଇପାରିବେ | ଏହି ଲୋକଶକ୍ତିକୁ ଉପଲବ୍ଧ କରାଉଥିବା କମ୍ପାନୀଗୁଡିକର ସମ୍ପୂର୍ଣ୍ଣ ବିବରଣୀ, EAମାନେ ପ୍ରଦାନ କରିବେ | ଯାହାହେଲେ, ସରକାରୀ ସଂସ୍ଥାଗୁଡିକ, CSC/ ସ୍ଥାନୀୟ ସରକାରୀ ସଂସ୍ଥାଗୁଡିକୁ ପଞ୍ଜୀକରଣ କାର୍ଯ୍ୟ କରିବା ପାଇଁ ଅନୁମତି ଦେଇପାରିବେ |
ପଞ୍ଜୀକରଣ ଏଜେନ୍ସୀଗୁଡିକ ହେଲେ ସଂସ୍ଥା, ଯେଉଁମାନଙ୍କୁ ରେଜିଷ୍ଟ୍ରାରମାନେ, UID ପଞ୍ଜୀକରଣ ସକାଷେ ଜନସାଂଖିକ ଓ ବାୟୋମେଟ୍ରିକ୍ ତଥ୍ୟ ସଂଗ୍ରହ ପାଇଁ ଭଡାରେ ନେଇଥା’ନ୍ତି | ରେଜିଷ୍ଟ୍ରାରମାନଙ୍କ ଦ୍ଵାରା ନିଯୁକ୍ତିକୁ ଜାରି ରଖିବା ପାଇଁ ପଞ୍ଜୀକରଣ ଏଜେନ୍ସୀଗୁଡିକ UIDAI ଦ୍ଵାରା ସୁଚୀଭୁକ୍ତ ହେବା ପାଇଁ ଜାରିରଖନ୍ତି | ଯଦି ରେଜିଷ୍ଟ୍ରାରଙ୍କ ଦ୍ଵାରା ଅଣସୁଚୀଭୁକ୍ତ ଏଜେନ୍ସୀଗୁଡିକ ନିଯୁକ୍ତ ହୁଅନ୍ତି ତେବେ ସେମାନେ ତାଲିକାଭୁକ୍ତ ଏଜେନ୍ସୀଗୁଡିକ ଭଳି ସମାନ ନିୟମାବଳୀଗୁଡିକର ପାଳନ କରିବେ |
- ତା’ପରେ ଅପରେଟର୍ ନିଜକୁ ସ୍ଵୀକୃତି ପ୍ରଦାନ ପୂର୍ବକ ବସିନ୍ଦାଙ୍କ ପାଇଁ ଗ୍ରହଣ କରାଯାଇଥିବା ତଥ୍ୟକୁ ସାଇନ୍ ଅଫ୍ କରିବେ |
- ଆପଣ କରିଥିବା ପଞ୍ଜୀକରଣରେ ଅନ୍ୟ କାହାକୁ ସ୍ଵାକ୍ଷର କରିବା ପାଇଁ ଅନୁମତି ଦିଅନ୍ତୁ ନାହିଁ | ଅନ୍ୟ ମାନଙ୍କ ଦ୍ଵାରା କରାଯାଇଥିବା ପଞ୍ଜୀକରଣରେ ସ୍ଵାକ୍ଷର କରନ୍ତୁ ନାହିଁ |
- ଏନରୋଲୀଙ୍କ ବାୟୋମେଟ୍ରିକ୍ ବିଶିଷ୍ଟତା ଥିବା ସ୍ଥଳେ ଅପରେଟର୍ ସୁପରଭାଇଜରଙ୍କୁ ସାଇନ୍ ଅଫ୍ କରାଇବେ |
- ଯାଞ୍ଚର ପ୍ରକାର ପରିଚୟାକର୍ତ୍ତା/HOF ଭାବେ ଚୟନ ହେବା କ୍ଷେତ୍ରରେ, ପ୍ରଯ୍ୟବେକ୍ଷଣ ସ୍କ୍ରୀନରେ ପରିଚୟକର୍ତ୍ତା/HOF ସାଇନ୍ ଅଫ୍ କରିବେ |
- ପଞ୍ଜୀକରଣ ସମୟରେ ଯଦି ପରିଚୟକର୍ତ୍ତା ନିଜେ ଅନୁପସ୍ଥିତ ରୁହନ୍ତି, ତେବେ “ପରେ ସଂଲଗ୍ନ କରନ୍ତୁ (Attach later)” ଚେକ୍ ବକ୍ସକୁ ଚୟନ କରନ୍ତୁ, ଯାହାଦ୍ଵାରା ଦିନର ଶେଷସୁଦ୍ଧା ପରିଚୟକର୍ତ୍ତାଙ୍କ ଦ୍ଵାରା ପଞ୍ଜୀକରଣକୁ ଯାଞ୍ଚ କରାଯାଇପାରିବ |
- ଅପରେଟର୍ ଭାଷାକୁ ଚୟନ କରିପାରିବେ ଯେଉଁଥିରେ ବୈଧ/ଘୋଷଣାର ଟେକ୍ସଟକୁ ବାସିନ୍ଦାଙ୍କ ଉପସ୍ଥିତିରେ ରସିଦ୍ ଉପରେ ମୁଦ୍ରିତ କରାଯିବ |
- ଅପରେଟର୍ ବାସିନ୍ଦାଙ୍କୁ ସେମାନଙ୍କ ଭାଷାକୁ ଚୟନ କରିବା ପାଇଁ କୁହନ୍ତି ଯେଉଁଥିରେ ରସିଦ୍ ମୁଦ୍ରିତ ହେବ | ଯେକୌଣସି ଘୋଷିତ ଭାଷାର ବିକଳ୍ପକୁ ଚୟନ କଲାପରେ, ନିଶ୍ଚିତରୂପେ ଚୟନୀତ ଭାଷାରେ ରସିଦ୍ ମୁଦ୍ରିତ ହେବ ଯାହା ଇଙ୍ଗଲିଶ କିମ୍ବା ଯେକୌଣସି ସ୍ଥାନିୟ ଭାଷା ହୋଇପାରେ ଯାହା୍କୁ କନଫିଗୁରେଶନ୍ ସ୍କ୍ରୀନ୍ ଉପରେ ସେଟ୍ କରାଯାଇଥିବ |
- ସମାନ ଦସ୍ତାବିଜ୍ ଉପରେ ବାସିନ୍ଦାଙ୍କର ସ୍ଵାକ୍ଷରକୁ ଗ୍ରହଣ କରନ୍ତୁ ଏବଂ ବାସିନ୍ଦାଙ୍କର ଅନ୍ୟାନ୍ୟ ଦସ୍ତାବି୍ଜଗୁଡିକ ସହିତ ଏହାକୁ ଫାଇଲ୍ କରନ୍ତୁ | ବାସିନ୍ଦାଙ୍କର ଦସ୍ତାବିଜଗୁଡିକ ଜରୁରୀ ଅଟେ ଯେହେତୁ ସେଗୁଡିକ ଦ୍ଵାରା ବାସିନ୍ଦାଙ୍କୁ UIDAIରେ ଗ୍ରହଣ/ଅଗ୍ରାହ୍ୟ କରାଯିବ |
- ବାସିନ୍ଦାଙ୍କୁ ସ୍ଵାକ୍ଷର କରି ସ୍ଵୀକୃତିପ୍ରାପ୍ତ ପ୍ରଦାନ କରନ୍ତୁ | ପଞ୍ଜୀକରଣ ହୋଇଛି ବୋଲି ବାସିନ୍ଦାଙ୍କ ପାଇଁ ସ୍ଵୀକୃତିପ୍ରାପ୍ତ ଗୋଟିଏ ଲିଖିତ ପ୍ରମାଣ ଅଟେ | ଏହା ବାସିନ୍ଦାଙ୍କ ପାଇଁ ଜରୁରୀ ଅଟେ ଯେହେତୁ ଏହା ପଞ୍ଜୀକରଣ ସଂଖ୍ୟା ସହିତ, ତାରିଖ ଓ ସମୟକୁ ମଧ୍ୟ ଧାରଣ କରିଥାଏ ଯାହାକୁ UIDAI ସହିତ ଯୋଗାଯୋଗ କରିବା ସମୟରେ ଏବଂ ଯୋଗାଯୋଗ କେନ୍ଦ୍ର (1947)ରେ ଆଧାରର ଷ୍ଟେଟସକୁ ଜାଣିବା ପାଇଁ ବ୍ୟବହାର କରାଯାଇଥାଏ |
- ସଂଶୋଧନ ପ୍ରକ୍ରିୟାକୁ ବ୍ୟବହାର କରି ବାସିନ୍ଦାଙ୍କ ତଥ୍ୟଭାଣ୍ଡାର(ଡେଟାବେସ)ରେ ଆବଶ୍ୟକ ସଂଶୋଧନ କରିବା ପାଇଁ ମଧ୍ୟ ପଞ୍ଜୀକରଣ ସଂଖ୍ୟା, ତାରିଖ ଓ ସମୟ ଆବଶ୍ୟକ ହୋଇଥାଏ | ତେଣୁ ମୁଦ୍ରିତ ହୋଇଥିବା ସ୍ଵୀକୃତିପ୍ରାପ୍ତ ଓ ଅନ୍ୟାନ୍ୟ ତଥ୍ୟ ସ୍ପଷ୍ଟ ଓ ପଠନଯୋଗ୍ୟ ହେବାକୁ ଅପରେଟର୍ ସୁନିଶ୍ଚିତ କରିବେ |
- ବାସିନ୍ଦାଙ୍କୁ ସ୍ଵୀକୃତିପ୍ରାପ୍ତ ପ୍ରଦାନ କରିବା ସମୟରେ ଅପରେଟର୍ ନିମ୍ନଲିଖିତ ସବୁକୁ ନିଶ୍ଚିତରୂପେ ସୂଚିତ କରିବେ
- ମୁଦ୍ରିତ ହୋଇଥିବା ସ୍ଵୀକୃତିପ୍ରାପ୍ତ ସଂଖ୍ୟା ଆଧାର ସଂଖ୍ୟା ନୁହେଁ ଏବଂ ବାସିନ୍ଦାଙ୍କର ଆଧାର ସଂଖ୍ୟାକୁ ପତ୍ର ମାଧ୍ୟମରେ ପ୍ରେରଣ କରାଯିବ | ସ୍ଵୀକୃତିପ୍ରାପ୍ତ ଉପରେ ମଧ୍ୟ ଏହି ବାର୍ତ୍ତାକୁ ମୁଦ୍ରଣ କରାଯାଇଛି |
- ବାସିନ୍ଦା ନିଜର ତଥା ନିଜ ପିଲାମାନଙ୍କର ପଞ୍ଜୀକରଣ ସ୍ଵୀକୃତିପ୍ରାପ୍ତ ଚିରିକୁଟିକୁ ଭବିଷ୍ୟତରେ ସନ୍ଦର୍ଭିତ ପାଇଁ ସାଇତି ରଖିବେ |
- ପରିଚୟକର୍ତ୍ତା ଭିତ୍ତିକ ପଞ୍ଜୀକରଣ ହେବା କ୍ଷେତ୍ରରେ, ପରିଚୟକର୍ତ୍ତା ନିର୍ଦ୍ଦିଷ୍ଟ ସମୟ ସୀମାରେ ଠିକ୍ ଭାବେ ସାଇନ୍ ଅଫ୍ କରିବା ଆବଶ୍ୟକ ଅଟେ ଏବଂ ବାସିନ୍ଦାଙ୍କର ଆଧାର ଗୋଟିଏ ବୈଧ ପରିଚୟକର୍ତ୍ତାଙ୍କ ସମର୍ଥନ ଦ୍ଵାରା ପ୍ରାପ୍ତ ହେବ |
- ଏଠାରେ 96 ଘଣ୍ଟାର ଅବଧି ଅଛି ଯେଉଁ ସମୟ ମଧ୍ୟରେ ବାସିନ୍ଦାଙ୍କର ତଥ୍ୟ ସଂଶୋଧନ କରିହେବ, ତେଣୁ କୌଣସି ଏକ ତୃଟି ଥିବା କ୍ଷେତ୍ରରେ ସେମାନେ ଏହି ସୁବିଧାର ଉପଯୋଗ କରିପାରିବେ |
- ଆଧାର ସୃଷ୍ଟି ଷ୍ଟେଟସକୁ ଜାଣିବା ପାଇଁ ସେମାନେ କଲ୍ ସେଣ୍ଟରକୁ କଲ୍ କରିପାରିବେ କିମ୍ବା ଇ-ଆଧାର ପୋର୍ଟାଲ୍/ଆଧାର୍ ପୋର୍ଟାଲ୍/ୱେବସାଇଟରେ ଲଗ ଅନ୍ କରିପାରିବେ |
- ଆଧାର ସଂଖ୍ୟା ସ୍ଥାନୀୟ ପୋଷ୍ଟ ଅଫିସ୍ କିମ୍ବା ଅନ୍ୟ ସ୍ଵୀକୃତି ପ୍ରାପ୍ତ ଏଜେନ୍ସୀ ଦ୍ଵାରା ପଞ୍ଜୀକରଣ ସମୟରେ ପ୍ରଦାନ କରାଯାଇଥିବା ଠିକଣାରେ ପ୍ରେରଣ କରାଯିବ |
ରେଜିଷ୍ଟ୍ରାରଙ୍କର ବିଭିନ୍ନ ଭୁମିକା ଓ ଦାୟିତ୍ଵଗୁଡିକ ଉପରେ ଗୋଟିଏ ଉଚ୍ଚ ସ୍ତରୀୟ ସାରାଂଶ ହେଉଛି:
- ପଞ୍ଜୀକରଣ ଯୋଜନା କରିବା :
ପଞ୍ଜୀକରଣ ଯୋଜନା କର୍ମଶାଳାର ଗୋଟିଏ ଅଂଶ ଭାବେ, ଇପ୍ସିତ ପଞ୍ଜୀକରଣ ସଂଖ୍ୟାକୁ ଧାର୍ଯ୍ୟ କରିବା ପାଇଁ ରେଜିଷ୍ଟ୍ରାରଙ୍କୁ ପରାମର୍ଶ, ସ୍ଥାନଗୁଡିକୁ ପରିଦର୍ଶନ କରିବା ଏବଂ ସମାନ ସମୟ ସୀମା ଧାର୍ଯ୍ୟ କରିବା | ଏହି ତଥ୍ୟ ଅନୁସାରେ ଆବଶ୍ୟକ ହେଉଥିବା ପଞ୍ଜୀକରଣ ସ୍ଥାନ, ତାହାର ଅବସ୍ଥିତି, ଆବଶ୍ୟକ ଉପକରଣ, ନିୟୋଯିତ ହେବାକୁ ଥିବା ଅପରେଟର୍ ପ୍ରଭୃତିକୁ ଆକଳନ କରିବାରେ ବ୍ୟବହାର କରାଯାଇପାରିବ |ରେଜିଷ୍ଟ୍ରାର୍ ପଞ୍ଜୀକରଣର ପନ୍ଥାକୁ ମଧ୍ୟ ସ୍ଥିର କରିପାରିବେ (ପର୍ଯ୍ୟାୟକ୍ରମେ, କ୍ଷିପ୍ର ଭାବେ, ପ୍ରଭୃତି) | ଏହା ଦୃଢ ଭାବେ ସୁପାରିଶ୍ କରାଯାଉଛି ଯେ ରେଜିଷ୍ଟ୍ରାରମାନେ ସମସ୍ତ ସ୍ଥାନୀୟ ବାସିନ୍ଦାମାନଙ୍କୁ ପଞ୍ଜିକୃତ କରିବେ ଏବଂ ଏହାକୁ ସେମାନଙ୍କ ହିତାଧିକାରୀମାନଙ୍କ/ଉପଭୋକ୍ତାଙ୍କ ମଧ୍ୟରେ ସୀମିତ ରଖିବେ ନାହିଁ | ସମଗ୍ର ବାସିନ୍ଦାମାନଙ୍କୁ ‘Sweeping’ କରିବା ରେଜିଷ୍ଟ୍ରାରମାନଙ୍କୁ ଅର୍ଥନୈତିକ ମାପଦଣ୍ଡ ଏବଂ ବାସିନ୍ଦା ପିଛା ହେଉଥିବା ପଞ୍ଜୀକରଣ ଖର୍ଚ୍ଚକୁ ଆକଳନ କରିବାରେ ସହାଯ୍ୟକାରୀ ହେବ |
ତଳୀୟବର୍ଗ/ଦୁର୍ବଳ ଗୋଷ୍ଠୀମାନଙ୍କୁ ଏବଂ CSO ସମ୍ପୃକ୍ତ ଥିବା କ୍ଷେତ୍ରଗୁଡିକୁ ସଂଯୁକ୍ତ କରି ଯୋଜନାକୁ ସମାପନ କରନ୍ତୁ | ROମାନଙ୍କ ସହ ପରାମର୍ଶ କରି ରେଜିଷ୍ଟ୍ରାରମାନେ ତଳୀୟବର୍ଗ, ବିଭିନ୍ନ ଦୁର୍ବଳ ଗୋଷ୍ଠୀ ଓ ଅକ୍ଷମ ମାନଙ୍କ ପାଇଁ ବିଶିଷ୍ଟ ପଞ୍ଜୀକରଣ ପ୍ରକ୍ରିୟାଗୁଡିକୁ ଅଗ୍ରାଧିକାର ଦେବା ଆବଶ୍ୟକ ଅଟେ |
ଆଧାର-ସକ୍ଷମ ପ୍ରୟୋଗଗୁଡିକ ପାଇଁ ଆଗ୍ରହର କ୍ଷେତ୍ରକୁ ଚିହ୍ନଟ କରନ୍ତୁ | ଆଧାର-ସକ୍ଷମ ବ୍ୟାଙ୍କ ଖାତାଗୁଡିକ ମାଧ୍ୟମରେ ସରାକାରଙ୍କ ଦ୍ଵାରା ପ୍ରାପ୍ତିଗୁଡିକୁ ଚିହ୍ନଟ କରନ୍ତୁ | ପଞ୍ଜୀକରଣ ଆରମ୍ଭ କରିବା ପାଇଁ, ରେଜିଷ୍ଟ୍ରାରଙ୍କୁ ନିମ୍ନଲିଖିତ କାର୍ଯ୍ୟଗୁଡିକୁ ସମ୍ପୂର୍ଣ୍ଣ କରିବାକୁ ହେବ
- ପଞ୍ଜୀକରଣ ଏଜେନ୍ସୀ ଚୟନ ଏବଂ ପରିଚାଳକ ଗୋଷ୍ଠୀର ସମ୍ପୃକ୍ତି:
ପଞ୍ଜୀକରଣ ଏଜେନ୍ସୀଗୁଡିକୁ ଚିହ୍ନଟ କରିବା(EA)
- ରେଜିଷ୍ଟ୍ରାରମାନେ ବାସିନ୍ଦାମାନଙ୍କୁ ଆଧାରରେ ପଞ୍ଜୀକରଣ କରିବା ଉଦ୍ଦେଶ୍ୟରେ ପଞ୍ଜୀକରଣ ଏଜେନ୍ସୀଗୁଡିକୁ ନିୟୋଜିତ କରିପାରିବେ | ରେଜିଷ୍ଟ୍ରାରମାନେ ଭଡା ଆକାରରେ ନିଆଯାଇଥିବା ପଞ୍ଜୀକରଣ ଏଜେନ୍ସୀଗୁଡିକର ବିବରଣୀକୁ UIDAI ସହିତ ବାଣ୍ଟି ପାରିବେ |
- ରେଜିଷ୍ଟ୍ରାରମାନେ କେବଳ ତାଲିକାଭୁକ୍ତ ପଞ୍ଜୀକରଣ ଏଜେନ୍ସୀଗୁଡିକୁ ନିୟୋଜିତ କରିବା ପାଇଁ ଉପଦେଶ ଦିଆଯାଉଛି | ଯଦି ଅଣ-ତାଲିକାଭୁକ୍ତ ଏଜେନ୍ସୀଗୁଡିକ ନିୟୋଜିତ ହୁଅନ୍ତି, ତେବେ ସେମାନେ ତାଲିକାଭୁକ୍ତ ଏଜେନ୍ସୀଗୁଡିକ ଭଳି ସମାନ ନିୟମାବଳୀଗୁଡିକର ପାଳନ କରିବେ
- ନୁତନ ଚୁକ୍ତିପତ୍ରରେ ଗୋଟିଏ ସଂଯୁକ୍ତ ଧାରା ଅନୁସାରେ ତାଲିକାଭୁକ୍ତ ଭାବେ କାର୍ଯ୍ୟକୁ ଜାରି ରଖିବା ବାଧ୍ୟତାମୁଳକ ହେବ | RFPର ନମୂନା/Q ଟେମ୍ପ୍ଲେଟଗୁଡିକ ଏବଂ ତାଲିକାଭୁକ୍ତ ଏଜେନ୍ସୀଗୁଡିକ UIDAI ୱେବସାଇଟରେ ପ୍ରକାଶିତ ହୋଇଛି |
- ଆଂଶିକ ଚୁକ୍ତି ନୁହେଁ –ଆଂଶିକ ଚୁକ୍ତି ଦ୍ଵାରା ତଥ୍ୟର ଗୁଣବତ୍ତା ଓ ସୁରକ୍ଷା ଉପରେ ବହୁଳ ପ୍ରଭାବ ପଡିଥାଏ | ପଞ୍ଜୀକରଣ ଏଜେନ୍ସୀଗୁଡିକ ସହ ଚୁକ୍ତି ସ୍ଵାକ୍ଷର କରିବା ସମୟରେ ଆଂଶିକ ଚୁକ୍ତିକୁ ପ୍ରୋତ୍ସାହନ ଦିଅନ୍ତୁ ନାହିଁ | ଯାହାହେଲେ କ୍ଷେତ୍ର ସ୍ତରୀୟ ଲୋକଶକ୍ତି ଯେପରି ପଞ୍ଜୀକରଣ ଅପରେଟର୍ ଓ ପର୍ଯ୍ୟବେକ୍ଷକ ପାଇଁ ତୃତୀୟ ପକ୍ଷ ମାଧ୍ୟମରେ ଭଡାରେ ନେଇପାରିବେ | ଏହି ଲୋକଶକ୍ତିକୁ ଉପଲବ୍ଧ କରାଉଥିବା କମ୍ପାନୀଗୁଡିକର ସମ୍ପୂର୍ଣ୍ଣ ବିବରଣୀ, EAମାନେ ପ୍ରଦାନ କରିବେ |
- ପରିଚାଳକ EA – EA ପ୍ରୋଜେକ୍ଟ ଓ ବୈଷୟିକ ପରିଚାଳକମାନେ, JWGରେ ସଂଯୁକ୍ତ ଓ ଚିହ୍ନଟ ହେବା ଆବଶ୍ୟକ | EA ପାଇଁ ପ୍ରାରମ୍ଭିକ କାର୍ଯ୍ୟଶାଳା ରେଜିଷ୍ଟ୍ରାର୍ ଦ୍ଵାରା ଅନୁଷ୍ଠିତ ହେବା ଆବଶ୍ୟକ ଏବଂ ପଞ୍ଜୀକରଣ ପ୍ରଣାଳିର ସମ୍ପୂର୍ଣ୍ଣ ତଥ୍ୟ ଏବଂ ପ୍ରୟୋଗର ସଂକ୍ଷିପ୍ତ ବିବରଣୀ UIDAI ଉପଲବ୍ଧ କରାଇବ |
- ପଞ୍ଜୀକରଣ ଏଜେନ୍ସୀ ସମ୍ବନ୍ଧିତ ଆବଶ୍ୟକତାଗୁଡିକୁ ଚିହ୍ନଟ କରିବା ଯେପରି EAଙ୍କର ତାଲିମ୍, ଉପକରଣ/ରିସୋର୍ସ କ୍ଷମତାର ଆକଳନ |
- UIDAI ଦ୍ଵାରା ପରିଭାଷିତ ଏକକକୁ ଭିତ୍ତି କରି, ସମ୍ମାନିତ ପଞ୍ଜୀକରଣ ଏଜେନ୍ସୀମାନଙ୍କ ମାଧ୍ୟମରେ ସ୍ଵୀକୃତି ପ୍ରାପ୍ତ ବାୟୋମେଟ୍ରିକ୍ ଉପକରଣଗୁଡିକ ସହ ସଂସ୍ଥାନକୁ ସଂଗ୍ରହ କରିବା |
- ଏହା ପରାମର୍ଶ ଦିଆଯାଉଛି ଯେ ରେଜିଷ୍ଟ୍ରାରମାନେ ପଞ୍ଜୀକରଣ ଏଜେନ୍ସୀମାନଙ୍କୁ କେବଳ ତାଲିମପ୍ରାପ୍ତ ଅପରେଟର/ପର୍ଯ୍ୟବେକ୍ଷକମାନଙ୍କୁ ବ୍ୟବହାର କରିବା ପାଇଁ ପ୍ରୋତ୍ସାହିତ କରିବେ |
- ପଞ୍ଜୀକରଣ କେନ୍ଦ୍ର ଓ ବିଶେଷ ସେବା କେନ୍ଦ୍ରଗୁଡିକ:
ପଞ୍ଜୀକରଣ କେନ୍ଦ୍ରଗୁଡିକ ଓ ସେମାନଙ୍କର ଅବସ୍ଥିତି
- ରେଜିଷ୍ଟ୍ରାର୍ ଉପଯୁକ୍ତ ସ୍ଥାନକୁ ଚିହ୍ନଟ ଓ ସୁପରିଚାଳନା କରିବେ ଯେଉଁଠି, ନିୟମ ଓ କାନୁନ୍, ପ୍ରାକୃତିକ ବୈଶିଷ୍ଟ୍ୟତା, ସ୍ଥାନୀୟ ପାଣିପାଗ ଅବସ୍ଥା, ସୁରକ୍ଷା, ବିଜୁଳିର ଉପଲବ୍ଧତା, କ୍ଷେତ୍ରକୁ ଯିବା ଆସିବା ପାଇଁ ଥିବା ସୁବିଧା ଏବଂ ଉଜ୍ଜ୍ଵଳତାକୁ ନଜରରେ ରଖି ପଞ୍ଜୀକରଣ କେନ୍ଦ୍ରଗୁଡିକୁ ସ୍ଥାପିତ କରିବେ | କେନ୍ଦ୍ରର ଚୟନ କରିବା ପାଇଁ ନିୟମାବଳୀଗୁଡିକ ପାଇଁ ରେସିଡେଣ୍ଟ ଏନରୋଲମେଣ୍ଟ ପ୍ରୋସେସ୍ ଦସ୍ତାବିଜକୁ ରେଫର୍ କରନ୍ତୁ |
- ଅଣ-ରାଜ୍ୟ ରେଜିଷ୍ଟ୍ରାରଗୁଡିକ, RO ଓ ରାଜ୍ୟ ନୋଡାଲ୍ ବିଭାଗଗୁଡିକ ସହିତ ସହଯୋଗ ପୂର୍ବକ କାମ କରିବା ଆବଶ୍ୟକ | NSRଗୁଡିକ ମଧ୍ୟ ନିକଟରୁ ତଦାରଖକୁ ସୁନିଶ୍ଚିତ କରିବା ପାଇଁ ସେମାନଙ୍କ ପରିସର ମଧ୍ୟରେ ପଞ୍ଜୀକରଣ କେନ୍ଦ୍ରଗୁଡିକୁ ସ୍ଥାପନ କରିବା ଆବଶ୍ୟକ | ବ୍ୟାଙ୍କ NSRଗୁଡିକୁ ମଧ୍ୟ ବିଶେଷ କ୍ୟାମ୍ପ ମାଧ୍ୟମରେ ପଞ୍ଜୀକରଣ କରିବା ପାଇଁ ଅନୁମତି ପ୍ରଦାନ କରାଯାଇପାରେ ଯଦି ସେମାନେ ଏହି ପଞ୍ଜୀକରଣ ଯୋଜନାଗୁଡିକୁ ରାଜ୍ୟ UIDIC ଓ/କିମ୍ବା ରାଜ୍ୟ ନୋଡାଲ୍ ଅଧିକାରୀଙ୍କ ଠାରୁ ସ୍ଵୀକୃତି ପ୍ରାପ୍ତ କରିଥିବେ |
- ରେଜିଷ୍ଟ୍ରାରଗୁଡିକ ସ୍ଥାୟୀ ପଞ୍ଜୀକରଣ କେନ୍ଦ୍ର ସ୍ଥାପନ ପାଇଁ ଯୋଜନା କରିବା ଆବଶ୍ୟକ | ରେଜିଷ୍ଟ୍ରାରଗୁଡିକ ସେମାନଙ୍କ ସ୍ଥାନରେ, ‘enrolment sweeps’ ସମ୍ପୂର୍ଣ୍ଣ ହେଲାପରେ ପଞ୍ଜୀକରଣ ଓ ଅଦ୍ୟତନର ପ୍ରକ୍ରିୟାକୁ ଜାରି ରଖିବା ପାଇଁ, ଅନ୍ୟୁନ ଗୋଟିଏ ପଞ୍ଜୀକରଣ ସାରଣୀର ନକ୍ସାକୁ ପରିଚାଳନା କରିବା ଆବଶ୍ୟକ ଅଟେ |
- ପ୍ରତ୍ୟେକ କେନ୍ଦ୍ର ପାଇଁ ବିଶେଷ ସେବା କେନ୍ଦ୍ରଗୁଡିକର ସଂଖ୍ୟାକୁ ସ୍ଥିର କରନ୍ତୁ
- ଗୋଟିଏ ନିର୍ଦ୍ଦିଷ୍ଟ କ୍ଷେତ୍ର କିମ
ହଁ, ନିର୍ଦ୍ଦିଷ୍ଟ ଫିଲ୍ଡ କିମ୍ବା ଫିଲ୍ଡଗୁଡିକରେ ନବୀକରଣ/ସଂଶୋଧନ ହେବା ସ୍ଥଳେ ଆପଣଙ୍କୁ ସମ୍ପୂର୍ଣ୍ଣକୁ ନିଶ୍ଚିତରୂପେ ପୂରଣ କରିବାକୁ ହେବ | ଯେକୌଣସି ଫିଲ୍ଡଗୁଡିକରେ ନବୀକରଣ/ସଂଶୋଧନ କରିବା ପାଇଁ ମୋବାଇଲ୍ ନମ୍ବର୍ ବାଧ୍ୟତାମୁଳକ ଅଟେ | କିନ୍ତୁ ଇମେଲ୍ ID ପ୍ରଦାନ କରିବା ବାଧ୍ୟତାମୁଳକ ନୁହେଁ | ଅଧିକନ୍ତୁ, ନବୀକରଣ ହେବାକୁ ଥିବା ଫିଲ୍ଡଗୁଡିକ, ଫର୍ମରେ ପ୍ରାଞ୍ଜଳ ଭାବେ ସୂଚିତ ହେବା ଆବଶ୍ୟକ ଅଟେ |
ହଁ, ଉଭୟ SSUP କିମ୍ବା ଡାକ ମାଧ୍ୟମରେ ନବୀକରଣର ଅନୁରୋଧ କରିବା କ୍ଷେତ୍ରରେ ଫର୍ମକୁ ଇଙ୍ଗଲିଶ୍ କିମ୍ବା ସ୍ଥାନୀୟ ଭାଷାରେ ପୂରଣ କରନ୍ତୁ | ଆଧାର ପାଇଁ ପଞ୍ଜୀକରଣ କରିବା ସମୟରେ ଆପଣ ବ୍ୟବହାର କରିଥିବା ସ୍ଥାନୀୟ ଭାଷାକୁ ବ୍ୟବହାର କରନ୍ତୁ ଏବଂ ଯାହା ଆପଣଙ୍କ ଆଧାର ଲେଟରରେ ଦୃଶ୍ୟମାନ ହେଉଥିବ |
ହଁ, UIDAI ୱେବସାଇଟରେ ଉପଲବ୍ଧ ଥିବା ଷ୍ଟାଣ୍ଡାର୍ଡ “Aadhaar Data Update/Correction Form”କୁ ବ୍ୟବହାର କରନ୍ତୁ | uidai.gov.inରେ ଥିବା “Update Request by Post” ଉପରେ କ୍ଲିକ୍ କରନ୍ତୁ
ଆବେଦନ ଫର୍ମ ସହିତ ସହାୟକ ଦସ୍ତାବିଜଗୁଡିକୁ UIDAIକୁ ପଠାଇବା ଆବଶ୍ୟକ ଅଟେ | ଲଫାପା ଉପରେ “Aadhaar Update/Correction”କୁ ସୂଚିତ କରନ୍ତୁ | ଲଫାପାକୁ ଠିକ୍ ଭାବେ ବନ୍ଦ କରନ୍ତୁ | ନବୀକରଣ ଅନୁରୋଧକୁ ନିମ୍ନଲିଖିତ ଠିକଣାଗୁଡିକରେ ରେଜିଷ୍ଟର୍ଡ ଡାକ ମାଧ୍ୟମରେ ପ୍ରେରଣ କରିପାରିବେ
ଠିକଣା
UIDAI
ପୋ. ବ. ନଂ. ୯୯
ବଞ୍ଜାରା ହିଲସ
ହାଇଦରାବାଦ- ୫୦୦୦୩୪
ଇଣ୍ଡିଆ
ହଁ, ମୋବାଇଲ୍ ନମ୍ବର୍ ପ୍ରଦାନ କରିବା ବାଧ୍ୟତାମୁଳକ ଅଟେ କାରଣ ଯାଞ୍ଚ କରିବା ସମୟରେ ଆବେଦନକର୍ତ୍ତାଙ୍କୁ କଲ୍ କରିବା ପାଇଁ ବ୍ୟବହାର କରାଯାଇପାରେ | ବାସିନ୍ଦାଙ୍କୁ ସେହି ମୋବାଇଲ୍ ନମ୍ବରରେ ଗୋଟିଏ SMS ପ୍ରେରଣ କରି ଆବେଦନର ଷ୍ଟେଟସ୍ ବିଷୟରେ ଅବଗତ କରାଯାଇଥାଏ | ଡାକ/ଅନଲାଇନ୍ ମାଧ୍ୟମରେ ନବୀକରଣ ପାଇଁ ଥିବା, ମୋବାଇଲ୍ ନମ୍ବର୍ ବିନା ଆବେଦନଗୁଡିକୁ ଅଗ୍ରାହ୍ୟ କରିଦିଆଯାଏ |
ନାମ, ଠିକଣା, ଜନ୍ମ ତାରିଖ ଓ ଲିଙ୍ଗର ନବୀକରଣ ହେବା କ୍ଷେତ୍ରରେ, ପ୍ରଦତ୍ତ ଠିକଣାରେ ନବୀକରଣଗୁଡିକ ସହିତ ଆଧାର ପତ୍ର ପ୍ରେରଣ କରାଯିବ | ମୋବାଇଲ୍ ନମ୍ବର୍/ଇମେଲ୍ IDର ନବୀକରଣ ହେବା କ୍ଷେତ୍ରରେ, ପ୍ରଦତ୍ତ ମୋବାଇଲ୍ ନମ୍ବର୍/ଇମେଲ୍ IDରେ ଗୋଟିଏ ବିଜ୍ଞପ୍ତି ପଠାଯିବ |
ନବୀକରଣ ପାଇଁ ଦାଖଲ ହୋଇଥିବା ସୁଚନା ଆଧାର ତଥ୍ୟର ନବୀକରଣ ହେବା ପାଇଁ ପ୍ରତିଶୃତିବଦ୍ଧ ନୁହେଁ | ଦାଖଲ ହୋଇଥିବା ତଥ୍ୟ ଯାଞ୍ଚ ଓ ବୈଧତା ପାଇଁ ଉଦ୍ଦିଷ୍ଟ ଅଟେ | ଭୁଲ ତଥ୍ୟ ପ୍ରଦାନ କରିବା/ତଥ୍ୟ ଲୁଚାଇବା ଦ୍ଵାରା ଆବଦନକୁ ଅଗ୍ରାହ୍ୟ କରାଯାଇପାରେ |
ହଁ, ଆପଣ ଆପଣଙ୍କ ବାୟୋମେଟ୍ରିକଗୁଡିକୁ (ହାତଆଙ୍ଗୁଳିଗୁଡିକର ଛାପ/ଆଇରିସ୍(ଆଖିଡୋଳା)/ଫୋଟୋଗ୍ରାଫ୍)ଆଧାରରେ ନବୀକରଣ କରିପାରିବେ | ବାୟୋମେଟ୍ରିକ୍ ନବୀକରଣଗୁଡିକ ପାଇଁ, ଆପଣଙ୍କୁ ନିକଟସ୍ଥ ସ୍ତାୟୀ ପଞ୍ଜୀକରଣ କେନ୍ଦ୍ରକୁ ଯିବା ଆବଶ୍ୟକ ଅଟେ |
ନା, ସମସ୍ତ ବାୟୋମେଟ୍ରିକ୍ ନବୀକରଣଗୁଡିକ, ଫୋଟୋଗ୍ରାଫ୍ ପାଇଁ ମଧ୍ୟ ଆପଣଙ୍କୁ ନିକଟସ୍ଥ ଆଧାରର ସ୍ଥାୟୀ ପଞ୍ଜୀକରଣ କେନ୍ଦ୍ରକୁ ନିଜେ ଯିବାକୁ ହେବ |
ଆନୁରୋଧ ପରେ ଆଧାରରେ ଅଦ୍ୟତନ ହେବା ପାଇଁ, ଏହା ପାଖାପାଖି 90 ଦିନ ସମୟ ନେଇଥାଏ |
ହଁ, ଆପଣ ଆପଣଙ୍କ ପଞ୍ଜିକୃତ ମୋବାଇଲ୍ ନମ୍ବର୍ ଥିବା କ୍ଷେତ୍ରରେ ଏବଂ ତାହାକୁ ମଧ୍ୟ ଧାରଣ କରିଥିବା ହେତୁ, ଆପଣ ଆମର ସ୍ଵୟଂ ସେବା ନବୀକରଣ ପୋର୍ଟାଲ୍ ମାଧ୍ୟମରେ ଏହକୁ ଦ୍ଵିତୀୟ ନମ୍ବର୍ ସହିତ ନବୀକରଣ/ପ୍ରତିସ୍ଥାପନ କରିପାରିବେ | ଆପଣଙ୍କୁ ବର୍ତ୍ତମାନ ପଞ୍ଜିକୃତ ଥିବା ମୋବାଇଲ୍ ନମ୍ବରରେ ପ୍ରାପ୍ତ ହୋଇଥିବା ୱାନ୍ ଟାଇମ୍ ପାସୱର୍ଡ(OTP) ଯାହା SSUP ଦ୍ଵାରା ପ୍ରେରିତ, ତାହାକୁ ପ୍ରବେଶ କରନ୍ତୁ |
ଆଧାରରେ ପଞ୍ଜିକୃତ ହୋଇଥିବା ମୋବାଇଲ୍ ନମ୍ବର୍ ହଜିଯାଇଥିବା/ବର୍ତ୍ତମାନ ନଥିବା କ୍ଷେତ୍ରରେ, ଆପଣଙ୍କୁ ନିକଟସ୍ଥ ଆଧାର ନବୀକରଣ କେନ୍ଦ୍ରକୁ ନିଜେ ଯିବା ସହିତ ମୋବାଇଲ୍ ନମ୍ବରକୁ ନବୀକରଣ କରିବାକୁ ହେବ | ଏହି କ୍ଷେତ୍ରରେ ମୋବାଇଲ୍ ନମ୍ବରକୁ ଡାକ କିମ୍ବା ଅନଲାଇନରେ ନବୀକରଣ କରିପାରିବେ ନାହିଁ |
ନା, ଅଦ୍ୟତନ ପାଇଁ ଆପଣ ଯେକୌଣସି ସ୍ଥାୟୀ ପଞ୍ଜୀକରଣ କେନ୍ଦ୍ରକୁ ଯାଇ ପାରିବେ |
ନା, ନବୀକରଣ କଲା ପରେ ମଧ୍ୟ, ଆପଣଙ୍କ ଆଧାର ସଂଖ୍ୟା ପୂର୍ବପରି ସମାନ ରହିବ |
ହଁ, ଡାକ ମାଧ୍ୟମରେ କରିବାକୁ ନବୀକରଣ କ୍ଷେତ୍ରରେ, ସହାୟକ ଦସ୍ତାବିଜଗୁଡିକୁ ସ୍ଵ-ଅନୁପ୍ରମାଣିତ କରିବା ଆବଶ୍ୟକ ଅଟେ |
ଅଦ୍ୟତନ ମାର୍ଗ ଭାବେ ଅନଲାଇନ୍ ସ୍ଵୟଂ ସେବା ନବୀକରଣ ପୋର୍ଟାଲ୍(SSUP)କୁ ବ୍ୟବହାର କରିବା କ୍ଷେତ୍ରରେ, ଆପଣ ଅସଲ ଦସ୍ତାବିଜଗୁଡିକର ସ୍କାନକୁ ଅପଲୋଡ୍ କରିବା ଆବଶ୍ୟକ ଅଟେ |
ହଁ, ଅଦ୍ୟତନ ପାଇଁ ପଞ୍ଜୀକରଣ କେନ୍ଦ୍ରକୁ ଅସଲ ଦସ୍ତାବିଜକୁ ଆଣିବା ଆବଶ୍ୟକ ଅଟେ | ଅସଲ ଦସ୍ତାବିକଗୁଡିକୁ ସ୍କାନ୍ କରାଯିବ ଏବଂ ଅଦ୍ୟତନ ପରେ ଆପଣଙ୍କୁ ଫେରାଇଦିଆଯିବ |
ଯଦି ଆପଣ ନବୀକରଣ ପାଇଁ ଡାକ ମାଧ୍ୟମକୁ ବ୍ୟବହାର କରୁଥା’ନ୍ତି ତେବେ, ଆପଣ ଆପଣଙ୍କ ଜନସାଂଖିକ ବିବରଣୀଗୁଡିକୁ(ନାମ, ଠିକଣା, ଜନ୍ମ ତାରିଖ, ଲିଙ୍ଗ, ମୋବାଇଲ୍ ଓ ଇମେଲ୍)କୁ ନବୀକରଣ କରିପାରିବେ |
ଯଦି ଆପଣ ଅନଲାଇନ୍ ସ୍ଵୟଂ ସେବା ନବୀକରଣ ପୋର୍ଟାଲକୁ ବ୍ୟବହାର କରୁଥା’ନ୍ତି ତେବେ ଆପଣଙ୍କ ଜନସାଂଖିକ ବିବରଣୀଗୁଡିକୁ(ନାମ, ଠିକଣା, ଜନ୍ମ ତାରିଖ, ଲିଙ୍ଗ, ମୋବାଇଲ୍ ଓ ଇମେଲ୍)କୁ ନବୀକରଣ କରିପାରିବେ | ଏହି ସେବାକୁ ବ୍ୟବହାର କରିବା ସମୟରେ ଦୟାକରି ସୁନିଶ୍ଚିତ କରନ୍ତୁ ଯେ, ଆପଣଙ୍କ ମୋବାଇଲ୍ ନମ୍ବର୍ ଆଧାରରେ ପଞ୍ଜିକୃତ ହୋଇଛି |
ଆପଣ ସ୍ଥାୟୀ ପଞ୍ଜୀକରଣ କେନ୍ଦ୍ରକୁ ଯାଇ, ଉଭୟ ଜନସାଂଖିକ(ନାମ, ଠିକଣା, ଜନ୍ମ ତାରିଖ, ଲିଙ୍ଗ, ମୋବାଇଲ୍ ଓ ଇମେଲ୍) ଏବଂ ବାୟୋମେଟ୍ରିକଗୁଡିକ(ହାତ ଆଙ୍ଗୁଠିଗୁଡିକର ଛାପ, ଆଇରିସ୍(ଆଖିଡୋଳା) ଓ ଫୋଟୋଗ୍ରାଫ) ପ୍ରାପ୍ତ କରିପାରିବେ |
ଯଦି ଆପଣ ଅଦ୍ୟତନ ପାଇଁ ଅନଲାଇନ୍ ସ୍ଵୟଂ ସେବା ନବୀକରଣ ପୋର୍ଟାଲକୁ ବ୍ୟବହାର କରୁଥା’ନ୍ତି, ତେବେ ଆପଣଙ୍କ ମୋବାଇଲ୍ ନମ୍ବର୍ ଆଧାର ସହିତ ପଞ୍ଜିକୃତ ହୋଇଥିବା ଆବଶ୍ୟକ ଅଟେ ନଚେତ୍ ଆପଣ ନିକଟସ୍ଥ ସ୍ଥାୟୀ ପଞ୍ଜୀକରଣ କେନ୍ଦ୍ରକୁ ସହାୟକ ଦସ୍ତାବିଜ୍ ସହ ଯାଇପାରିବେ କିମ୍ବା ଡାକ ମାଧ୍ୟମରେ ଆବେଦନ ଫର୍ମ ସହିତ ସହାୟକ ଦସ୍ତାବିଜଗୁଡିକ ସହ ଅଦ୍ୟତନର ଅନୁରୋଧକୁ ପ୍ରେରଣ କରିପାରିବେ |
ଆପଣଙ୍କ ବିବରଣୀକୁ ନବୀକରଣ କରିବା ପାଇଁ ତିନୋଟି ମାର୍ଗ ଅଛି:-
- ସ୍ଥାୟୀ ପଞ୍ଜୀକରଣ କେନ୍ଦ୍ରକୁ ଯାଇ କରିପାରିବେ uidai.gov.inରେ ଥିବା “Locate Enrolment Center” ଉପରେ କ୍ଲିକ୍ କରି ନିକଟସ୍ଥ ପଞ୍ଜୀକରଣ କେନ୍ଦ୍ର ପାଇଁ ସର୍ଚ କରିପାରିବେ |
- ଅନଲାଇନରେ ସ୍ଵୟଂ ସେବାନବୀକରଣ ପୋର୍ଟାଲ(SSUP) କୁ ବ୍ୟବହାର କରିପାରିବେ | uidai.gov.in ରେ ଥିବା “Update Aadhaar Details (Online)” ଉପରେ କ୍ଲିକ୍ କରନ୍ତୁ |
- ଡାକ ମାଧ୍ୟମରେ,ଆବେଦନ ଫର୍ମ ସହିତ ସ୍ଵ-ଅନୁପ୍ରମାଣିତ ସହାୟକ ଦସ୍ତାବିଜଗୁଡିକ ସହ UIDAIକୁ ପ୍ରେରଣ କରନ୍ତୁ | uidai.gov.inରେ ଥିବା “Update Request by Post” ଉପରେ କ୍ଲିକ୍ କରନ୍ତୁ |
ହଁ, ଥରେ ଆପଣଙ୍କ ଅନୁରୋଧ ଅନୁମୋଦିତ ହେଲା ପରେ, ଆପଣଙ୍କ ଇ-ଆଧାରକୁ ଅନଲାଇନରୁ ଡାଉନଲୋଡ୍ କରିପାରିବେ | ଆପଣ uidai.gov.in ଉପରେ ଥିବା “Download Aadhaar” ଉପରେ କ୍ଲିକ୍ କରି, ଆପଣଙ୍କ ଇ-ଆଧାରକୁ ଡାଉନଲୋଡ୍ କରିପାରିବେ |
Related Pages
Reference Links
UIDAI ମୁଖ୍ୟକାର୍ଯ୍ୟାଳୟ ଅଫିସ ଠିକଣା
Headquarters ଭାରତୀୟ ବିଶିଷ୍ଟ ପରିଚୟ ପ୍ରାଧିକରଣ ଭାରତ ସରକାର
ବଙ୍ଗଳା ସାହିବ ରୋଡ, କାଳୀ ମନ୍ଦିର ପଛ,
ଗୋଲ ମାର୍କେଟ, ନୂଆଦିଲ୍ଲୀ -୧୧୦୦୦୧
Regional Offices
UIDAI ଆଞ୍ଚଳିକ କାର୍ଯ୍ୟାଳୟ, Hyderabad
ଷଷ୍ଠ ମହଲା, ପୂର୍ବ ବ୍ଲକ, ସ୍ଵର୍ଣ୍ଣଜୟନ୍ତୀ କମ୍ପ୍ଲେକ୍ସ ମୈତ୍ରୀବନମ୍ ପାର୍ଶ୍ଵରେ,ଅମୀରପେଟ୍ ହାଇଦରାବାଦ-୫୦୦୦୩୮, ରାଜ୍ୟ- ତେଲେଙ୍ଗାନା
UIDAI ଆଞ୍ଚଳିକ କାର୍ଯ୍ୟାଳୟ, Hyderabad
ଷଷ୍ଠ ମହଲା, ପୂର୍ବ ବ୍ଲକ, ସ୍ଵର୍ଣ୍ଣଜୟନ୍ତୀ କମ୍ପ୍ଲେକ୍ସ ମୈତ୍ରୀବନମ୍ ପାର୍ଶ୍ଵରେ,ଅମୀରପେଟ୍ ହାଇଦରାବାଦ-୫୦୦୦୩୮, ରାଜ୍ୟ- ତେଲେଙ୍ଗାନା
UIDAI Regional Office, Guwahati
Block-V, First Floor, HOUSEFED Complex, Beltola-Basistha Road, Dispur, Guwahati - 781 006
UIDAI Regional Office, Guwahati
Block-V, First Floor, HOUSEFED Complex, Beltola-Basistha Road, Dispur, Guwahati - 781 006
UIDAI Regional Office, Ranchi
1st Floor, JIADA Central Office Building, Namkum Industrial Area,Near STPI Lowadih, Ranchi - 834 010
UIDAI ଆଞ୍ଚଳିକ କାର୍ଯ୍ୟାଳୟ, Hyderabad
ଷଷ୍ଠ ମହଲା, ପୂର୍ବ ବ୍ଲକ, ସ୍ଵର୍ଣ୍ଣଜୟନ୍ତୀ କମ୍ପ୍ଲେକ୍ସ ମୈତ୍ରୀବନମ୍ ପାର୍ଶ୍ଵରେ,ଅମୀରପେଟ୍ ହାଇଦରାବାଦ-୫୦୦୦୩୮, ରାଜ୍ୟ- ତେଲେଙ୍ଗାନା
UIDAI Regional Office, Mumbai
7th Floor, MTNL Exchange, GD Somani Marg, Cuff Parade, Colaba, Mumbai - 400 005
UIDAI Regional Office, Mumbai
7th Floor, MTNL Exchange, GD Somani Marg, Cuff Parade, Colaba, Mumbai - 400 005
UIDAI Regional Office, Delhi
Ground Floor, Pragati Maidan Metro Station, Pragati Maidan, New Delhi-110001
UIDAI Regional Office, Mumbai
7th Floor, MTNL Exchange, GD Somani Marg, Cuff Parade, Colaba, Mumbai - 400 005
UIDAI Regional Office, Mumbai
7th Floor, MTNL Exchange, GD Somani Marg, Cuff Parade, Colaba, Mumbai - 400 005
UIDAI Regional Office, Ranchi
1st Floor, JIADA Central Office Building, Namkum Industrial Area,Near STPI Lowadih, Ranchi - 834 010
UIDAI Regional Office, Bengaluru
Khanija Bhavan, No. 49, 3rd Floor, South Wing Race Course Road, Bengaluru - 560001
UIDAI Regional Office, Bengaluru
Khanija Bhavan, No. 49, 3rd Floor, South Wing Race Course Road, Bengaluru - 560001
UIDAI Regional Office, Bengaluru
Khanija Bhavan, No. 49, 3rd Floor, South Wing Race Course Road, Bengaluru - 560001
UIDAI Regional Office, Delhi
Ground Floor, Pragati Maidan Metro Station, Pragati Maidan, New Delhi-110001
UIDAI Regional Office, Mumbai
7th Floor, MTNL Exchange, GD Somani Marg, Cuff Parade, Colaba, Mumbai - 400 005
UIDAI Regional Office, Guwahati
Block-V, First Floor, HOUSEFED Complex, Beltola-Basistha Road, Dispur, Guwahati - 781 006
UIDAI Regional Office, Guwahati
Block-V, First Floor, HOUSEFED Complex, Beltola-Basistha Road, Dispur, Guwahati - 781 006
UIDAI Regional Office, Guwahati
Block-V, First Floor, HOUSEFED Complex, Beltola-Basistha Road, Dispur, Guwahati - 781 006
UIDAI Regional Office, Guwahati
Block-V, First Floor, HOUSEFED Complex, Beltola-Basistha Road, Dispur, Guwahati - 781 006
UIDAI ଆଞ୍ଚଳିକ କାର୍ଯ୍ୟାଳୟ, Hyderabad
ଷଷ୍ଠ ମହଲା, ପୂର୍ବ ବ୍ଲକ, ସ୍ଵର୍ଣ୍ଣଜୟନ୍ତୀ କମ୍ପ୍ଲେକ୍ସ ମୈତ୍ରୀବନମ୍ ପାର୍ଶ୍ଵରେ,ଅମୀରପେଟ୍ ହାଇଦରାବାଦ-୫୦୦୦୩୮, ରାଜ୍ୟ- ତେଲେଙ୍ଗାନା
UIDAI Regional Office, Bengaluru
Khanija Bhavan, No. 49, 3rd Floor, South Wing Race Course Road, Bengaluru - 560001
UIDAI Regional Office, Delhi
Ground Floor, Pragati Maidan Metro Station, Pragati Maidan, New Delhi-110001
UIDAI Regional Office, Guwahati
Block-V, First Floor, HOUSEFED Complex, Beltola-Basistha Road, Dispur, Guwahati - 781 006
UIDAI Regional Office, Bengaluru
Khanija Bhavan, No. 49, 3rd Floor, South Wing Race Course Road, Bengaluru - 560001
UIDAI ଆଞ୍ଚଳିକ କାର୍ଯ୍ୟାଳୟ, Hyderabad
ଷଷ୍ଠ ମହଲା, ପୂର୍ବ ବ୍ଲକ, ସ୍ଵର୍ଣ୍ଣଜୟନ୍ତୀ କମ୍ପ୍ଲେକ୍ସ ମୈତ୍ରୀବନମ୍ ପାର୍ଶ୍ଵରେ,ଅମୀରପେଟ୍ ହାଇଦରାବାଦ-୫୦୦୦୩୮, ରାଜ୍ୟ- ତେଲେଙ୍ଗାନା
UIDAI Regional Office, Guwahati
Block-V, First Floor, HOUSEFED Complex, Beltola-Basistha Road, Dispur, Guwahati - 781 006
UIDAI Regional Office, Lucknow
3rd Floor, Uttar Pradesh Samaj Kalyan Nirman Nigam Building, TC-46/ V,Vibhuti Khand, Gomti Nagar, Lucknow- 226 010
UIDAI Regional Office, Delhi
Ground Floor, Pragati Maidan Metro Station, Pragati Maidan, New Delhi-110001
UIDAI Regional Office, Ranchi
1st Floor, JIADA Central Office Building, Namkum Industrial Area,Near STPI Lowadih, Ranchi - 834 010