ପ୍ରମାଣୀକରଣ ସେବା ଏଜେନ୍ସୀ

ଉପକ୍ରମ

ଆଧାର ଅଧିନିୟମ ୨୦୧୬ ଅନୁସାରେ, ଅନୁରୋଧକାରୀ ସଂସ୍ଥା କହିଲେ ସେହି ସଂସ୍ଥା ବା ସଂଗଠନ ବା ବ୍ୟକ୍ତିକୁ ବୁଝାଇବ ଯିଏ ଆଧାର ସଂଖ୍ୟା ସହିତ ଜଣେ ବ୍ୟକ୍ତିର ଡେମୋଗ୍ରାଫିକ ବା ସାମାଜିକ ତଥ୍ୟ କିମ୍ବା ବାୟୋମେଟ୍ରିକ ବା ଶରୀରଗତ ତଥ୍ୟକୁ କେନ୍ଦ୍ରୀୟ ପରିଚୟ ତଥ୍ୟ ଭଣ୍ଡାର (ସି.ଆଇ.ଡି.ଆର୍.)ଙ୍କ ନିକଟକକୁ ପଠାଇ ତାହାର ପ୍ରମାଣୀକରଣ ଚାହେଁ।

ପ୍ରମାଣୀକରଣ ବ୍ୟବହାରକାରୀ ସଂସ୍ଥା (ଏ.ୟୁ.ଏ.) କହିଲେ ସେହି ସଂସ୍ଥାକୁ ବୁଝାଇବ ଯିଏ ପ୍ରମାଣୀକରଣ ସେବାପ୍ରଦାନକାରୀ ସଂସ୍ଥା (ଏ.ଏସ.ଏ.) ଯୋଗାଉଥୁବା ପ୍ରମାଣୀକର ବ୍ୟବସ୍ଥା ଉପଯୋଗ କରି ଆଧାର ସଂଖ୍ୟା ଥିବା ବ୍ୟକ୍ତିଙ୍କୁ ଆଧାର-ସମୃଦ୍ଧ ସେବା ଯୋଗାନ୍ତି । ୟୁ.ଆଇ.ଡି.ଏ.ଆଇ.ର ଆଧାର ପ୍ରମାଣୀକରଣ ସେବା ବ୍ୟବହାର କରୁଥିବା ତଥା ତାହାର ସେବା ବା ବ୍ୟବସାୟକୁ ଚଲାଇବା ପାଇଁ ପରିଚୟର ପ୍ରମାଣୀକରଣ ଅନୁରୋଧ ପଠାଏଥିବା ଯେକୌଣସି ସରକାରୀ ସଂସ୍ଥା / ଅର୍ଦ୍ଧସରକାରୀ ସଂସ୍ଥା/ ବା ଭାରତରେ ପଞ୍ଜିକୃତ ହୋଇଥିବା ବୈଧ ବେସରକାରୀ ସଂସ୍ଥା ହେଉଛନ୍ତି ଏ.ୟୁ.ଏ. ବା ପ୍ରମାଣୀକରଣ ବ୍ୟବହାରକାରୀ ସଂସ୍ଥା।

ଉପ-ପ୍ରମାଣୀକରଣ ଅନୁରୋଧକାରୀ ସଂସ୍ଥା (ଇଂରାଜୀରେ, ସବ୍-ଏ.ୟୁ.ଏ.) ଉପ-ପ୍ରମାଣୀକରଣ ଅନୁରୋଧକାରୀ ସଂସ୍ଥା ବା ସବ୍-ଏ.ୟୁ.ଏ. ହେଲେ ସେହି ସଂସ୍ଥା ଯିଏ ତାଙ୍କ ସେବା ଯୋଗାଇବା ପାଇଁ ଆଧାର ପ୍ରମାଣୀକରଣକୁ ଅନ୍ୟ ଏକ ଅନୁରୋଧକାରୀ ସଂସ୍ଥା ମାର୍ଫତରେ ବ୍ୟବହାର କରନ୍ତି ।

ଗୋଟିଏ ଅନୁରୋଧକାରୀ ସଂସ୍ଥା (ଯଥା – ଏ.ୟୁ.ଏ., କେ.ୟୁ.ଏ.) ଏକ ପ୍ରମାଣୀକରଣ ସେବା ପ୍ରଦାନକାରୀ ସଂସ୍ଥା ବା ଏ.ଏସ.ଏ. ଜରିଆରେ (ନିଜେ ଏ.ଏସ.ଏ. ହୋଇ ବା ଅନ୍ୟ ଏକ ଏ.ଏସ.ଏ.ର ସେବା ନେଇ) ସି.ଆଇ.ଡି.ଆର. ସହିତ ଯୋଗସୂତ୍ର ରଖନ୍ତି ।

କାର୍ଯ୍ୟକ୍ଷମ ଥିବା ପ୍ରମାଣୀକରଣ ବ୍ୟବହାରକାରୀ ସଂସ୍ଥା ବା ଏ.ୟୁ,ଏ.ର ସୂଚୀ

କାର୍ଯ୍ୟକ୍ଷମ ଥିବା କେ.ୱାଇ.ସି. ବ୍ୟବହାରକାରୀ ସଂସ୍ଥା ବା କେ.ୟୁ,ଏ.ର ସୂଚୀ

ଅନୁରୋଧକାରୀ ସଂସ୍ଥା(ପ୍ରମାଣୀକରଣ ବ୍ୟବହାରକାରୀ ସଂସ୍ଥା ଓ ଇ-କେ.ୱାଇ.ସି. ବ୍ୟବହାରକାରୀ ସଂସ୍ଥା)ର ନିଯୁକ୍ତି

  • ପ୍ରାଧିକରଣ ଦ୍ୱାରା ପ୍ରଦାନ କରାଯାଉଥିବା ପ୍ରମାଣୀକରଣ ସୁବିଧା ବ୍ୟବହାର କରିବା ପାଇଁ ଅନୁରୋଧକାରୀ ସଂସ୍ଥା ହେବା ପାଇଁ ଇଚ୍ଛୁକ ଥିବା ସଂସ୍ଥା ଏହି ମର୍ମରେ ପ୍ରାଧିକରଣ ଦ୍ୱାରା ସ୍ଥିରୀକୃତ ହୋଇଥିବା ପ୍ରକ୍ରିୟା ଆପଣେଇ ଅନୁରୋଧକାରୀ ସଂସ୍ଥା ଭାବରେ ନିଯୁକ୍ତି ପାଇଁ ଆବେଦନ କରିବେ । ଅନୁସୂଚୀ କ (ସିଡ୍ୟୁଲ – ଏ)ରେ ନିର୍ଦ୍ଧାରିତ ହୋଇଥିବା ମାନଦଣ୍ଡ ହାସଲ କରୁଥିବା ସଂସ୍ଥା ହିଁ ଆବେଦନ କରିବା ପାଇଁ ଯୋଗ୍ୟ ଅଟନ୍ତି । ଯୋଗ୍ୟତା ମାନଦଣ୍ଡରେ ପରିବର୍ତ୍ତନ ଆଣିବା ପାଇଁ ପ୍ରାଧିକରଣ ସମୟ ସମୟରେ ଆଦେଶ ଜାରି କରି ସିଡ୍ୟୁଲ-ଏ ରେ ପରିବର୍ତ୍ତନ ଆଣିପାରିବେ ।
  • ଆବେଦନର ବିଚାର ସମୟରେ ତଥା ଆବେଦନ ଉପରେ ନିଷ୍ପତ୍ତି ନେବା ସମୟରେ ପ୍ରାଧିକରଣ ଯଦି ଆବଶ୍ୟକ ବା ଜରୁରୀ ମନେ କରିବେ ତେବେ ସେଭଳି ଅନୁରୋଧକାରୀ ସଂସ୍ଥାର କାର୍ଯ୍ୟ ସମ୍ବନ୍ଧିତ ଅଧିକ ତଥ୍ୟ ଆବେଦନକାରୀ ସଂସ୍ଥାଙ୍କଠାରୁ ମାଗିପାରିବେ ବା ଆବେଦନକାରୀ ସଂସ୍ଥାଙ୍କଠାରୁ ଅତିରିକ୍ତ ସ୍ପଷ୍ଟୀକରଣ ମାଗିପାରିବେ ।
  • ପ୍ରାଧିକରଣ ଏଥି ପାଇଁ ସ୍ଥିର କରିଥିବା ସମୟ ସୀମା ମଧ୍ୟରେ ଆବେଦନକାରୀ ପ୍ରାଧିକରଣ ପକ୍ଷରୁ ତାଙ୍କୁ ମଗାଯାଇଥିବା ଅତିରିକ୍ତ ସୂଚନା ବା ସ୍ପଷ୍ଟୀକରଣ ପ୍ରାଧିକରଣକୁ ପ୍ରଦାନ କରିବେ । ପ୍ରାଧିକରଣ ଦାଖଲ ହୋଇଥିବା ତଥ୍ୟ ଓ ସ୍ପଷ୍ଟୀକରଣରେ ସନ୍ତୁଷ୍ଟ ହେବା ଆବଶ୍ୟକ ।
  • ଆବେଦନକାରୀ ର ଆବେଦନ, ଦାଖଲ ହୋଇଥିବା ତଥ୍ୟ ଏବଂ ତାହାର ଯୋଗ୍ୟତା ବିଚାର କରିବା ସମୟରେ ପ୍ରାଧିକରଣ ଦିଆଯାଇଥିବା ତଥ୍ୟ ଓ ସୂଚନାର ଯାଞ୍ଚ ପାଇଁ ସମ୍ପୃକ୍ତ ତଥ୍ୟ, ଭିତ୍ତିଭୂମି ଓ ବୈଷୟିକ ସହାୟତାକୁ ନିଜେ ଦେଖିପରଖି ପାରିବେ ଏବଂ ଆବଶ୍ୟକତା ଅନୁସାରେ ସବୁ ଠିକ୍ ଅଛି ନା ନାହିଁ ତନଖି ପାରିବେ ।
  • ଆବେଦନକାରୀ ସଂସ୍ଥା ଦ୍ୱାରା ଦାଖଲ ହୋଇଥିବା ଆବେଦନ, ଦସ୍ତାବିଜ ଓ ତଥ୍ୟକୁ ଯାଞ୍ଚ କରିସାରିବା ପରେ ତଥା ତାହାର ଯୋଗ୍ୟତାକୁ ଠହରାଇ ସାରିବା ପରେ ପ୍ରାଧିକରଣ ନିମ୍ନ ନିଷ୍ପତ୍ତି ନେଇପାରିବେ:
    (କ) ଯଥାଯଥ ଭାବରେ ଆବେଦନକାରୀ ସଂସ୍ଥାର ଆବେଦନକୁ ଅନୁମୋଦନ କରିବେ; ଏବଂ
    (ଖ) ସମ୍ପୃକ୍ତ ସଂସ୍ଥା ସହିତ ଉପଯୁକ୍ତ ରାଜିନାମା କରିବେ ଯହିଁରେ ସେହି ଅନୁରୋଧକାରୀ ସଂସ୍ଥା ଦ୍ୱାରା ପାଳନ ହେବାକୁ ଥିବା ସର୍ତ୍ତାବଳୀ ଲିଖିତ ହୋଇ ରହିବ । ଦାୟିତ୍ୱର ଅନୁପାଳନରେ ହେଳା ପାଇଁ କ୍ଷତିପୂରଣ ତଥା ନିରୁତ୍ସାହ ମଧ୍ୟ ସର୍ତ୍ତାବଳୀରେ ଉଲ୍ଲିଖିତ ରହିବ ।
  •  ସମୟ ସମୟରେ ପ୍ରାଧିକରଣ ଅନୁରୋଧକାରୀ ସଂସ୍ଥାମାନଙ୍କୁ ନିଯୁକ୍ତ କରିବା ବେଳେ ସମ୍ପୃକ୍ତ ସଂସ୍ଥାମାନଙ୍କଠାରୁ ନିଆଯାଉଥିବା ଶୁଳ୍କ ବା ଫିଜ୍ ଓ ଅନ୍ୟାନ୍ୟ ଦେୟ ଯଥା - ଆବେଦନ ଫିଜ୍, ବାର୍ଷିକ ଗ୍ରାହକ ଫିଜ୍, ଏବଂ ବ୍ୟକ୍ତିର ପ୍ରମାଣୀକରଣ କାର୍ଯ୍ୟ ପାଇଁ ନିଆଯାଉଥିବା ଫିଜ୍ ନିର୍ଦ୍ଧାରଣ କରିପାରିବେ ।

ବାଧ୍ୟତାମୂଳକ ସୁରକ୍ଷା ଆବଶ୍ୟକତା

  • ଆଧାର ସଂଖ୍ୟାକୁ କେବେ ମଧ୍ୟ ଏକ ଡୋମେନ ନିର୍ଦ୍ଦିଷ୍ଟ ପରିଚୟକ ବା ଡୋମେନ ସ୍ପେସିଫିକ ଆଇଡେଣ୍ଟିଫାୟର ଭାବରେ ବ୍ୟବହାର କରାଯିବା ଉଚିତ ନୁହେଁ ।
  • ସଞ୍ଚାଳକ ଦ୍ୱାରା ପରିଚାଳିତ ହେଉଥିବା ଉପକରଣ ବ୍ୟବହାର ହେଉଥିଲେ ସେହିଭଳି ସଞ୍ଚାଳକ ବା ପରିଚାଳକଙ୍କ ପ୍ରମାଣୀକରଣ ହେବା ଦରକାର । ପାସୱାର୍ଡ, ଆଧାର ପ୍ରମାଣୀକରଣ ଭଳି ଉପାୟ ମାଧ୍ୟମରେ ସେହିଭଳି ପ୍ରମାଣୀକରଣ ହେବା ଆବଶ୍ୟକ ଅଟେ ।
  • ଆଧାର ପ୍ରମାଣୀକରଣ ପାଇଁ ସଂଗୃହୀତ ବ୍ୟକ୍ତିଗତ ପରିଚୟ ତଥ୍ୟ ବା ପରସନାଲ ଆଇଡେଣ୍ଟିଟି ଡାଟା (ପି.ଆଇ.ଡି.) ବ୍ଲକ ଉତ୍ତୋଳନ ସମୟରେ ହିଁ ଏନକ୍ରିପ୍ଟ କରିବା ବା ସଙ୍କେତରେ ରୂପାନ୍ତର କରିବାର ଆବଶ୍ୟକତା ରହିଛି । ତାହାକୁ ଆଦୌ ସାଙ୍କେତିକ ସ୍ୱରୂପରେ ପରିବର୍ତ୍ତନ ନ କରି ଏକ ନେଟୱାର୍କରେ ଛଡାଯିବା ଉଚିତ ନୁହେଁ ।
  • ସଙ୍କେତିକ ସ୍ୱରୂପକୁ ପରିବର୍ତ୍ତିତ ହୋଇଥିବା ପି.ଆଇ.ଡି. ବ୍ଲକକୁ ଗଚ୍ଛିତ କରି ରଖାଯିବା ଉଚିତ ନୁହେଁ । କେବଳ ବଫର୍ଡ ପ୍ରମାଣୀକରଣ ବା ଯେଉଁଠି ପ୍ରମାଣୀକରଣର ଆବେଦନ କିଛି ନିର୍ଦ୍ଦିଷ୍ଟ ସମୟ ପର୍ଯ୍ୟନ୍ତ ଉପକରଣରେ ଧାଡିହୋଇ ରହେ ସେହିଭଳି କ୍ଷେତ୍ରରେ ହିଁ ସଂଗୃହୀତ ତଥ୍ୟକୁ ଅଳ୍ପ ସମୟ ପାଇଁ ସଂଗ୍ରହ କରି ରଖାଯାଇପାରିବ । ବର୍ତ୍ତମାନ ବଫର୍ଡ ପ୍ରମାଣୀକରଣ ପାଇଁ ସର୍ବାଧି ସମୟସୀମା ୨୪ ଘଣ୍ଟା ରହିଛି।
  • ଆଧାର ପ୍ରମାଣୀକରଣ ପାଇଁ ସଂଗୃହୀତ ହୋଇଥିବା ବାୟୋମେଟ୍ରିକ ବା ଶରୀରଗତ ତଥ୍ୟ ଏବଂ ଥରକିଆ ପାସୱାର୍ଡ ବା ଓଟିପିକୁ କୌଣସି ସ୍ଥାୟୀ ଭଣ୍ଡାର ବା ଡାଟାବେସରେ ସଂଗ୍ରହ କରି ରଖାଯିବା ଉଚିତ ନୁହେଁ ।
  • ମେଟାଡାଟା ଓ ପ୍ରତ୍ୟୁତ୍ତରକୁ ଅଡ଼ିଟ ଆବଶ୍ୟକତା ପାଇଁ ଲଗ୍ କରି ରଖାଯିବା ଉଚିତ ।
  • ପ୍ରମାଣୀକରଣ ବ୍ୟବହାରକାରୀ ସଂସ୍ଥା (ଏ.ୟୁ.ଏ.) ଏବଂ ପ୍ରମାଣୀକରଣ ସେବା ପ୍ରଦାନକାରୀ ସଂସ୍ଥା (ଏ.ଏସ୍.ଏ.) ମଧ୍ୟରେ ଥିବା ନେଟୱାର୍କ ବା ଯୋଗାଯୋଗ ବ୍ୟବସ୍ଥା ସୁରକ୍ଷିତ ରହିବା ଉଚିତ ।

ଅନୁରୋଧକାରୀ ସଂସ୍ଥା (ଏ.ୟୁ.ଏ. / କେ.ୟୁ.ଏ.) ମାନଙ୍କର ଦାୟିତ୍ୱ ଏବଂ ତଥ୍ୟର ସୁରକ୍ଷା

ପଅନୁରୋଧକାରୀ ସଂସ୍ଥା (ଏ.ୟୁ.ଏ. / କେ.ୟୁ.ଏ.)ମାନଙ୍କର ଦାୟିତ୍ୱ ଏବଂ ତଥ୍ୟର ସୁରକ୍ଷା ପାଇଁ ଆଧାର ଅଧିନିୟମ, ୨୦୧୬ ଓ ଏହା ସମ୍ବନ୍ଧିତ ନିୟନ୍ତ୍ରଣକୁ ଦେଖିପାରିବେ ।