ଭାରତୀୟ ବିଶିଷ୍ଟ ପରିଚୟ ପ୍ରାଧିକରଣ

ଭାରତୀୟ ବିଶିଷ୍ଟ ପରିଚୟ ପ୍ରାଧିକରଣ (UIDAI), ହେଉଛି ଏକ ବୈଧାନିକ ପ୍ରାଧିକାରୀ ନିୟମ ଅନ୍ତର୍ଗତ ସ୍ଥାପିତ ହୋଇଥିଲା ଆଧାର (ଆର୍ଥିକ ଓ ଅନ୍ୟାନ୍ୟ ସବସିଡୀ, ଲାଭ ଓ ସେବାର ବିତରଣ ପାଇଁ ଲକ୍ଷିତ) ଅଧିନିୟମ ୨୦୧୬ ("ଆଧାର ଅଧିନିୟମ ୨୦୧୬") ଭାରତ ସରକାରଙ୍କ ଦ୍ୱାରା ୧୨ ଜୁଲାଇ ୨୦୧୬ରେ, ବୈଦ୍ୟୁତିକ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରଣାଳୟ (MeitY) ଅନ୍ତର୍ଗତ |

ଏହାର ‍ସ୍ଥାପନା ପୂର୍ବରୁ, ଏକ ବୈଧାନିକ ପ୍ରାଧିକାରୀ ଭାବରେ UIDAI, ତତ୍କାଳୀନ ଯୋଜନା ଆୟୋଗ (ବର୍ତ୍ତମାନ ନୀତି ଆୟୋଗ)ର, ତାହାର ଗେଜେଟ୍ ବିଜ୍ଞପ୍ତି ସଂଖ୍ୟା. A-43044/02/2009-Admn.I) ତା ୨୮ ଜାନୁଆରୀ ୨୦୦୯ ରିଖ ଅନୁସାରେ, ଏକ ସଂଲଗ୍ନକ କାର୍ଯ୍ୟାଳୟ ଭାବେ କାର୍ଯ୍ୟ କରୁଥିଲା | ପରବର୍ତ୍ତୀ ସମୟରେ, ତା ୧୨ ସେପ୍ଟେମ୍ୱର ୨୦୧୫ ରିଖରେ, ତତ୍କାଳୀନ ଯୋଗାଯୋଗ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରଣାଳୟର ବୈଦ୍ୟୁତିକ ଓ ସୂଚନା ପ୍ରଯୁକ୍ତି (DeitY) ବିଭାଗ ସହିତ UIDAIକୁ ସଂଲଗ୍ନ କରିବା ପାଇଁ ବ୍ୟବସାୟ ନିୟମକୁ ସରକାର ସଂଶୋଧନ କଲେ |

ଭାରତର ସମସ୍ତ ବାସିନ୍ଦାଙ୍କୁ, "ଆଧାର" ନାମରେ ଏକ ବିଶିଷ୍ଟ ପରିଚୟ ସଂଖ୍ୟା (UID) ଜାରି କରିବା ଉଦ୍ଦେଶ୍ୟରେ UIDAIର ‍ସ୍ଥାପନା କରାଯାଇଥିଲା, ଯାହା (କ) ନକଲୀ ଓ ମିଥ୍ୟା ପରିଚୟକୁ ସମାପ୍ତ କରିବାରେ ଯଥେଷ୍ଟ ଶକ୍ତ ଏବଂ (ଖ) ଏକ ସରଳ ଓ ସୁଲଭ ମାର୍ଗରେ ଯାଞ୍ଚ ଓ ପ୍ରମାଣୀକରଣ କରାଯାଇପାରିବ | ପ୍ରଥମ UID ସଂଖ୍ୟା, ମହାରାଷ୍ଟ୍ର ‍ସ୍ଥିତ ନନ୍ଦର୍ବାରର ଜଣେ ବାସିନ୍ଦାଙ୍କୁ ୨୯ ସେପ୍ଟେମ୍ୱର ୨୦୧୦ରେ ପ୍ରଦାନ କରାଯାଇଥିଲା | ଭାରତୀୟ ବାସିନ୍ଦାମାନଙ୍କୁ, ପ୍ରାଧିକରଣ ଏପର୍ଯ୍ୟନ୍ତ ଜାରି କରିଛନ୍ତି 120+ କୋଟିରୁ ଊର୍ଦ୍ଧ୍ୱ UID ସଂଖ୍ୟା UID ସଂଖ୍ୟା |

UIDAI ବିଷୟରେ ଅଧିକ ଜାଣିବା ପାଇଁ, ଦୟାକରି ୱେବସାଇଟର Organizational Structureସାଂଗଠନିକ ସଂରଚନାବିଭାଗ ଦେଖନ୍ତୁ |