ୟୁ.ଆଇ.ଡି.ଏ.ଆଇ. ଆପତ୍ତି ଅଭିଯୋଗ ପ୍ରତିବିଧାନ

Grievances at UIDAI are received through following channels:

ୟୁ.ଆଇ.ଡି.ଏ.ଆଇ. ଯୋଗାଯୋଗ କେନ୍ଦ୍ର ଜରିଆରେ

ଆଧାର ନାମାଙ୍କନ, ନବୀକରଣ ଏବଂ ଅନ୍ୟାନ୍ୟ ସେବା ସମ୍ପର୍କିତ ଜିଜ୍ଞାସା ଓ ଆପତ୍ତିକୁ ବୁଝୀବା ପାଇଁ ୟୁ.ଆଇ.ଡି.ଏ.ଆଇ. ଏକ ଯୋଗାଯୋଗ କେନ୍ଦ୍ର ସ୍ଥାପନ କରିଛି। ନାମାଙ୍କନ କେନ୍ଦ୍ରରେ ନାମାଙ୍କନ ପ୍ରକ୍ରିୟା ସରିବା ପରେ ସେଠାରେ ଥିବା ନାମାଙ୍କନ ସଞ୍ଚାଳକ ଏକ ମୁଦ୍ରିତ ରସିଦ ଦିଅନ୍ତି। ତହିଁରେ ଇଆଇଡି ବା ନାମାଙ୍କନ ସଂଖ୍ୟା ରହିଥାଏ। ସେହି ନାମାଙ୍କନ ସଂଖ୍ୟାକୁ ବ୍ୟବହାର କରି ଜଣେ ବାସିନ୍ଦା ୟୁ.ଆଇ.ଡି.ଏ.ଆଇ. ଯୋଗାଯୋଗ କେନ୍ଦ୍ର ସହିତ ନିମ୍ନ ମାଧ୍ୟମମାନଙ୍କରେ ଯୋଗାଯୋଗ କରିପାରିବେ।

ଯୋଗାଯୋଗ କେନ୍ଦ୍ର ବିଶଦରେ
ବାସିନ୍ଦା ପୋର୍ଟାଲରେ ଅଭିଯୋଗ ମାଧ୍ୟମରେ - ଅଭିଯୋଗ ଦାଖଲ କରନ୍ତୁ

ଡାକ ମାଧ୍ୟମରେ

ଡାକ ମାଧ୍ୟମରେ ହାର୍ଡ କପିରେ ବା ପତ୍ର ମାଧ୍ୟମରେ ୟୁ.ଆଇ.ଡି.ଏ.ଆଇ. ମୂଖ୍ୟାଳୟ ଓ କ୍ଷେତ୍ରୀୟ କାର୍ଯ୍ୟାଳୟମାନଙ୍କରେ ଆପତ୍ତି ଅଭିଯୋଗ ଗ୍ରହଣ କରାଯାଏ। ଅତିରିକ୍ତ ମହାନିର୍ଦ୍ଦେଶକ ୟୁ.ଆଇ.ଡି.ଏ.ଆଇ.ରେ ସାର୍ବଜନୀନ ଆପତ୍ତିଅଭିଯୋଗ ପ୍ରତିବିଧାନ ଅଧିକାରୀ ଦାୟିତ୍ୱ ନିର୍ବହନ କରନ୍ତି। ଆପତ୍ତି ଅଭିଯୋଗକୁ ପ୍ରଥମେ ପରଖାଯାଏ ଏବଂ ଅତିରିକ୍ତ ମହାନିର୍ଦ୍ଦେଶକଙ୍କ ଅନୁମୋଦନ ପରେ ହାର୍ଡକପୁ ବା ପତ୍ରକୁ ସମ୍ବନ୍ଧିତ କ୍ଷେତ୍ରୀୟ କାର୍ଯ୍ୟାଳୟ ବା ମୂଖ୍ୟାଳୟର ସମ୍ବନ୍ଧିତ ବିଭାଗକୁ ପଠାଇ ଦିଆଯାଏ। ସମ୍ବନ୍ଧିତ କ୍ଷେତ୍ରୀୟ କାର୍ଯ୍ୟାଳୟ/ମୂଖ୍ୟାଳୟର ସମ୍ବନ୍ଧିତ ବିଭାଗ ଅଭିଯୋଗର ବିଚାର କରି ଉତ୍ତରକୁ ପ୍ରତ୍ୟକ୍ଷ ଭାବରେ ଆପତ୍ତିଅଭିଯୋଗକାରୀ ବାସିନ୍ଦାଙ୍କୁ ପଠାଇ ଦିଅନ୍ତି ଓ ତାହର ଏକ ନକଲ ଆପତ୍ତିଅଭିଯୋଗ ପ୍ରକୋଷ୍ଠକୁ ଦିଅନ୍ତି। କୌଣସି ସ୍ଥଳରେ ଯଦି ମଧ୍ୟବର୍ତ୍ତୀକାଳୀନ ପ୍ରତ୍ୟୁତ୍ତର ଆବଶ୍ୟକ ହୁଏ ତେବେ ସମ୍ବନ୍ଧିତ କ୍ଷେତ୍ରୀୟ କାର୍ଯ୍ୟାଳୟ/ମୂଖ୍ୟାଳୟର ସମ୍ବନ୍ଧିତ ବିଭାଗ ସେହି ଉତ୍ତର ପ୍ରଦାନ କରନ୍ତି।

ଭାରତ ସରକାରଙ୍କ ୱେବ୍ ସାଇଟ୍ ମାଧ୍ୟମରେ ପ୍ରାପ୍ତ ହୋଇଥିବା ଆପତ୍ତି ଓ ଅଭିଯୋଗ

ୟୁ.ଆଇ.ଡି.ଏ.ଆଇ. ଆପତ୍ତି ଓ ଅଭିଯୋଗ ପାଇଁ ଥିବା ଭାରତ ସରକାରଙ୍କ ୱେବ୍ ସାଇଟ୍ pgportal.gov.in. ମାଧ୍ୟମରେ ଆପତ୍ତି ଓ ଅଭିଯୋଗ ଗ୍ରହଣ କରିଥାଏ । ସେହି ୱେବ୍ ସାଇଟ୍ରେ ନିମ୍ନଲିଖିତ ମୋଡ୍ମାନ ରହିଛି :

  • ଆପତ୍ତି ଓ ଅଭିଯୋଗ ମହାନିର୍ଦ୍ଦେଶକ,
  • ପ୍ରଶାସନିକ ସଂସ୍କାର ଓ ଜନସାଧାରଣ ଆପତ୍ତି ଅଭିଯୋଗ ବିଭାଗ
  • ମୂଳ ସଂସ୍ଥା,
  • ପ୍ରତ୍ୟକ୍ଷ ପ୍ରାପ୍ତି,
  • ରାଷ୍ଟ୍ରପତିଙ୍କ ସଚିବାଳୟ,
  • ପେନସନ,
  • ମନ୍ତ୍ରୀମାନଙ୍କ କାର୍ଯ୍ୟାଳୟ,
  • ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଆପତ୍ତି ଅଭିଯୋଗକୁ ପ୍ରଥମେ ପରଖାଯାଏ ଏବଂ ଅତିରିକ୍ତ ମହାନିର୍ଦ୍ଦେଶକଙ୍କ ଅନୁମୋଦନ ପରେ ହାର୍ଡକପୁ ବା ପତ୍ରକୁ ସମ୍ବନ୍ଧିତ କ୍ଷେତ୍ରୀୟ କାର୍ଯ୍ୟାଳୟ ବା ମୂଖ୍ୟାଳୟର ସମ୍ବନ୍ଧିତ ବିଭାଗକୁ ପଠାଇ ଦିଆଯାଏ । ଅତିରିକ୍ତ ମହାନିର୍ଦ୍ଦେଶକ ୟୁ.ଆଇ.ଡି.ଏ.ଆଇ.ରେ ସାର୍ବଜନୀନ ଆପତ୍ତିଅଭିଯୋଗ ପ୍ରତିବିଧାନ ଅଧିକାରୀ ଦାୟିତ୍ୱ ନିର୍ବହନ କରନ୍ତି । ସମ୍ବନ୍ଧିତ କ୍ଷେତ୍ରୀୟ କାର୍ଯ୍ୟାଳୟ/ମୂଖ୍ୟାଳୟର ସମ୍ବନ୍ଧିତ ବିଭାଗ ଅଭିଯୋଗର ବିଚାର କରି ଅନଲାଇନରେ ଆପତ୍ତିଅଭିଯୋଗକାରୀ ବାସିନ୍ଦାଙ୍କୁ ଉତ୍ତର ଦିଅନ୍ତି । କୌଣସି ସ୍ଥଳରେ ଯଦି ମଧ୍ୟବର୍ତ୍ତୀକାଳୀନ ପ୍ରତ୍ୟୁତ୍ତର ଆବଶ୍ୟକ ହୁଏ ତେବେ ସମ୍ବନ୍ଧିତ କ୍ଷେତ୍ରୀୟ କାର୍ଯ୍ୟାଳୟ/ମୂଖ୍ୟାଳୟର ସମ୍ବନ୍ଧିତ ବିଭାଗ ସେହି ଉତ୍ତର ପ୍ରଦାନ କରନ୍ତି।

ଇ-ମେଲ ମାଧ୍ୟମରେ

ଅନେକ ସମୟରେ ୟୁ.ଆଇ.ଡି.ଏ.ଆଇ.ର ଅଧିକାରୀ ମାନେ ଇ-ମେଲ ମାଧ୍ୟମରେ ଆପତ୍ତି ଅଭି÷ଯୋଗ ପାଇଥାନ୍ତି । ସେହି ଇ-ମେଲ ଗୁଡିକର ଯାଞ୍ଚ ହେବା ପରେ ତାହାକୁ ସମ୍ବନ୍ଧିତ କ୍ଷେତ୍ରୀୟ କାର୍ଯ୍ୟାଳୟ / ମୂଖ୍ୟାଳୟର ସମ୍ବନ୍ଧିତ ବିଭାଗକୁ ପଠାଇ ଦିଆଯାଏ । ସମ୍ବନ୍ଧିତ କ୍ଷେତ୍ରୀୟ କାର୍ଯ୍ୟାଳୟ / ମୂଖ୍ୟାଳୟର ସମ୍ବନ୍ଧିତ ବିଭାଗ ସେହି ଆପତ୍ତି ଅଭିଯୋଗର ଉତ୍ତର ଇ-ମେଲ ମାଧ୍ୟମରେ ପ୍ରଦାନ କରିଥାନ୍ତି ଏବଂ ଏହାର ସୂଚନା ଅଭିଯୋଗ ପ୍ରତିବିଧାନ ପ୍ରକୋଷ୍ଠକୁ ଦିଅନ୍ତି ।