ରେଜିଷ୍ଟ୍ରାର୍ସ

ରେଜିଷ୍ଟ୍ରାର୍ ହେଉଛି ଏକ ସଂସ୍ଥା, ଯାହା ବ୍ୟକ୍ତିବିଶେଷ ପଞ୍ଜୀକରଣ ପାଇଁ UIDAI ଦ୍ୱାରା ଅଧିକାରପ୍ରାପ୍ତ କିମ୍ୱା ଚିହ୍ନଟ ହୋଇଥାଏ | ଏକ ବୁଝାମଣା ଜ୍ଞାପକ ଦ୍ୱାରା ସେମାନେ UIDAI ସହିତ ସହଯୋଗ କରନ୍ତି ଏବଂ ସେମାନଙ୍କୁ ଆବଣ୍ଟିତ ଭୂମିକା ଓ ଦାୟିତ୍ୱ ଦ୍ୱାରା ଆବଦ୍ଧତା ପାଇଁ ଦାୟୀ ଅଟନ୍ତି | ସେଗୁଡ଼ିକ ମୁଖ୍ୟତଃ, ବିଭିନ୍ନ ରାଜ୍ୟ ସରକାର, କେନ୍ଦ୍ର ମନ୍ତ୍ରାଣାଳୟ, ବ୍ୟାଙ୍କ୍ସ ଓ ସାର୍ବଜନୀନ ‍କ୍ଷେତ୍ର ଅନୁଷ୍ଠାନ ଅଟନ୍ତି, ଯେଉଁମାନେ ବାସିନ୍ଦାମାନଙ୍କ ପଞ୍ଜୀକରଣ ପାଇଁ UIDAI ସହିତ MoU ସ୍ୱାକ୍ଷର କରିଥା’ନ୍ତି |

"ରେଜିଷ୍ଟ୍ରାର୍" ହେଉଛି ଏକ ସଂସ୍ଥା, ଯାହା UID ନମ୍ୱର୍ସ ପାଇଁ ବ୍ୟକ୍ତିବିଶେଷମାନଙ୍କର ପଞ୍ଜୀକରଣ ନିମନ୍ତେ ପ୍ରାଧିକାରୀ ଦ୍ୱାରା ଅଧିକାରପ୍ରାପ୍ତ କିମ୍ୱା ଚିହ୍ନଟ ହୋଇଥାଏ | ରେଜିଷ୍ଟ୍ରାରଗୁଡ଼ିକ ସାଧାରଣତଃ, ରାଜ୍ୟ ସରକାର/କେନ୍ଦ୍ରଶାସିତ ଅଞ୍ଚଳ, ସାର୍ବଜନୀନ ‍କ୍ଷେତ୍ର ଉପକ୍ରମ ଏବଂ ଅନ୍ୟ ସଂସ୍ଥା ଓ ଅନୁଷ୍ଠାନଗୁଡ଼ିକର ବିଭାଗ କିମ୍ୱା ସଂସ୍ଥା ହୋଇଥା’ନ୍ତି, ଯେଉଁମାନେ ସେମାନଙ୍କର କାର୍ଯ୍ୟକ୍ରମ, କାର୍ଯ୍ୟକଳାପ କିମ୍ୱା କାର୍ଯ୍ୟଗୁଡ଼ିକ ମଧ୍ୟରୁ କିଛିର ସାଧାରଣ ଭାବେ ଲାଗୁ କରୁଥିବା ସମୟରେ ବାସିନ୍ଦାଙ୍କ ସହିତ କଥାବାର୍ତ୍ତା କରିଥା’ନ୍ତି | ଏହିପରି ରେଜିଷ୍ଟ୍ରାର୍ସର ଉଦାହରଣ ହେଉଛି, ଗ୍ରାମୀଣ ବିକାଶ ବିଭାଗ (NREGS ପାଇଁ) କିମ୍ୱା ଜନ ଯୋଗାଣ ଓ ଉପଭୋକ୍ତା ବ୍ୟାପାର ବିଭାଗ (TPDS ପାଇଁ), ଜୀବନ ବୀମା ନିଗମ ପରି ବୀମା କମ୍ପାନୀ ଓ ବ୍ୟାଙ୍କ୍ସ |

ଏକ ରେଜିଷ୍ଟ୍ରାର୍ କିପରି ହେବେ?

ଏହି ସ୍ତରରେ, UIDAI, ମୁଖ୍ୟତଃ ରାଜ୍ୟ ସରକାର, କେନ୍ଦ୍ର ମନ୍ତ୍ରଣାଳୟ ଓ ଆର୍ଥିକ ଅନୁଷ୍ଠାନଗୁଡ଼ିକ ସହିତ ନିୟୋଜିତ ହୋଇଥାଏ | ପ୍ରତ୍ୟେକ ରେଜିଷ୍ଟର୍ ସହିତ UIDAI, MoU ସ୍ୱାକ୍ଷର କରିଥାଏ, ଯେଉଁଥିରେ ଭୂମିକା ଓ ଦାୟିତ୍ୱ ପରିଭାଷିତ ହୋଇଥାଏ ଓ ସେଗୁଡ଼ିକୁ ପାଳନ କରିବାକୁ ହୋଇଥାଏ | ସ୍ୱାକ୍ଷରିତ MoU, ରେଜିଷ୍ଟ୍ରାର୍ କୁ, ନିଜେ ହେଉ କିମ୍ୱା ପଞ୍ଜୀକରଣ ଏଜେନ୍ସୀଗୁଡ଼ିକର ଚୟନ ଦ୍ୱାରା ହେଉ, ବାସିନ୍ଦାଙ୍କର ପଞ୍ଜୀକରଣ ଆରମ୍ବ କରିବାକୁ ଅନୁମତି ଦେଇଥାଏ |

ରାଜ୍ୟ ଓ ଅଣ-ରାଜ୍ୟ ରେଜିଷ୍ଟ୍ରାର୍ସ

UIDAI ପାଇଁ ରେଜିଷ୍ଟ୍ରାର୍ ଭାବରେ କାମ କରୁଥିବା ରାଜ୍ୟ ସରକାର/କେନ୍ଦ୍ରଶାସିତ ଏଜେନ୍ସୀଗୁଡ଼ିକ ହେଉଛନ୍ତି ରେଜିଷ୍ଟ୍ରାର୍ | MoU ସ୍ୱାକ୍ଷର କରିଥିବା ସମସ୍ତ ବ୍ୟାଙ୍କ୍ସ ଓ ସାର୍ବଜନୀନ ‍କ୍ଷେତ୍ର ଉପକ୍ରମଗୁଡ଼ିକ ଅଣ-ରାଜ୍ୟ ରେଜିଷ୍ଟ୍ରାର୍ ଭାବେ କାର୍ଯ୍ୟ କରନ୍ତି |

ରେଜିଷ୍ଟ୍ରାର୍ ଙ୍କ ଭୂମିକା ଓ ଦାୟିତ୍ୱ

  • UIDAIର ସହଯୋଗୀ ହୋଇ ଏବଂ ପଞ୍ଜୀକରଣ ପ୍ରକ୍ରିୟା ଲାଗୁ କରିବାରେ UIDAI ଦ୍ୱାରା ପରିଭାଷିତ ଇକୋସିଷ୍ଟମ୍ କୁ ଉନ୍ନତ କରିବା
  • ପଞ୍ଜୀକରଣ ପ୍ରକ୍ରିୟା ପାଇଁ କେବଳ UIDAI ଦ୍ୱାରା ପ୍ରଦତ୍ତ ସଫ୍ଟୱେର୍ ବ୍ୟବହାର କରିବେ, ଯେଉଁଥିରେ ପଞ୍ଜୀକରଣ କ୍ଲାଏଣ୍ଟ, ଅପରେଟର୍, ସୁପରଭାଇଜର୍, ପଞ୍ଜୀକରଣ ଏଜେନ୍ସୀ, ରେଜିଷ୍ଟ୍ରାର୍ ଓ ଅନ୍ୟ ସୂଚନାର ଜାଣିବାର ‍କ୍ଷମତା ପାଇଁ ପ୍ରତ୍ୟେକ ପଞ୍ଜୀକରଣ / ନବୀକରଣ ସହିତ ପଞ୍ଜୀକରଣ ପ୍ୟାକେଟ୍ ର ଅଂଶ ଭାବରେ ଅଡିଟ୍ ଡାଟା ସଂଗ୍ରହର ପ୍ରାବଧାନ ଥାଏ |
  • ପ୍ରାଧିକାରୀଙ୍କ ଦ୍ୱାରା ସମୟ ସମୟରେ ପରାମର୍ଶ କରାଯାଇଥିବା ଅନୁସାରେ କମ୍ପ୍ୟୁଟର୍, ପ୍ରିଣ୍ଟର୍, ବାୟୋମେଟ୍ରିକ୍ ଉପକରଣ ଓ ଅନ୍ୟାନ୍ୟ ସରଞ୍ଜାମ ପରି ଉପକରଣର ବୈଶିଷ୍ଟ୍ୟ ହେବ |
  • ବାୟୋମେଟ୍ରିକ୍ ଡିଭାଇସଗୁଡ଼ିକ, UIDAI ଦ୍ୱାରା ପରାମର୍ଶିତ ଅନୁସାରେ ହୋଇଥିବା ଦରକାର, ତତସମେତ ପ୍ରାଧିକାରୀ ଦ୍ୱାରା ପରାମର୍ଶିତ ପ୍ରକ୍ରିୟାନୁସାରେ ପ୍ରମାଣିତ ହୋଇଥିବା ଆବଶ୍ୟକ |
  • ବାସିନ୍ଦାଙ୍କ ପଞ୍ଜୀକରଣ ପାଇଁ ପଞ୍ଜୀକରଣ ଏଜେନ୍ସୀଗୁଡ଼ିକୁ ନିୟୋଜିତ କରିବେ, ଏଜେନ୍ସୀଗୁଡ଼ିକର ତାଲିମ୍ ବ୍ୟବସ୍ଥା ସହ ନିୟମିତ ତଦାରଖ କରିବେ |
  • ପ୍ରଶିକ୍ଷଣ, ସଚେତନତା ଗଠନ, ପଞ୍ଜୀକରଣ, ପ୍ରମାଣୀକରଣ ଆଦି ସମେତ ବୈଷୟିକ ଜ୍ଞାନକୌଶଳ, ଉପକରଣ ଓ ପ୍ରକ୍ରିୟାରେ UIDAI ଦ୍ୱାରା ପରିଭାଷିତ ମାନ ପାଳନ କରୁଥିବାର ସୁନିଶ୍ଚିତ କରିବେ |
  • ରେଜିଷ୍ଟ୍ରାର୍ସ ନିଜେ କିମ୍ୱା ତାଙ୍କ ଦ୍ୱାରା ଚୁକ୍ତି ହୋଇଥିବା ପଞ୍ଜୀକରଣ ଏଜେନ୍ସୀ ମାଧ୍ୟମରେ ବାସିନ୍ଦାଙ୍କର ପଞ୍ଜୀକରଣ ବହନ କରନ୍ତି | ନିଜସ୍ୱ ପ୍ରଣାଳୀ ପାଳନପୂର୍ବକ, ରେଜିଷ୍ଟ୍ରାର୍ସଙ୍କ ପାଖରେ, ପାନେଲଭୁକ୍ତ ହୋଇଥିବା ପଞ୍ଜୀକରଣ ଏଜେନ୍ସୀ କିମ୍ୱା ଅନ୍ୟ ଉପଯୁକ୍ତ ଏଜେନ୍ସୀଗୁଡ଼ିକ ସହିତ ଚୁକ୍ତି କରିବାର ବିକଳ୍ପ ଥାଏ |
  • କେବଳ FTP ଚାନେଲ୍ ବ୍ୟବହାର କରି, ନିର୍ଦ୍ଦିଷ୍ଟ ସମୟାବଧିରେ, ପଞ୍ଜୀକରଣ ପ୍ୟାକେଟଗୁଡ଼ିକ CIDRକୁ ‍ସ୍ଥାନାନ୍ତର ହୋଇଥିବାର ସୁନିଶ୍ଚିତ କରିବେ |
  • ସେହି ସମୟରେ ସଂଗୃହିତ ତଥ୍ୟ ପାଇଁ ପ୍ରାସଙ୍ଗିକ ସୁରକ୍ଷା ସୁନିଶ୍ଚିତ କରିବେ; ସହାୟକ ଦସ୍ତାବିଜଗୁଡ଼ିକୁ ସୁରକ୍ଷିତ ରଖି, ଆବଶ୍ୟକତା ଅନୁସାରେ UIDAIକୁ ଆକ୍ସେସ୍ ପ୍ରଦାନ କରିବେ |
  • ସୀମିତ ବାସିନ୍ଦାଙ୍କର ପଞ୍ଜୀକରଣ ସର୍ବାଧିକ କରିବାକୁ ଜନ ସମାଜ ଅନୁଷ୍ଠାନ ଓ ଅନ୍ୟ ଆଉଟରିଚ୍ ଦଳଗୁଡ଼ିକ ସହିତ ସହଯୋଗିତା କରିବେ |
  • UIDAI ଦ୍ୱାରା ପରିଭାଷିତ ଅନୁସାରେ ଅଭିଯୋଗ ଅଧିନିୟମ ପାଇଁ ‍ସ୍ଥାପନା ପ୍ରକ୍ରିୟା, EA ପ୍ରଦର୍ଶନ ତଦାରଖ ଆଦି; ବିବାଦ ମାମଲାକୁ ସମାଧାନ କରିବାରେ UIDAIକୁ ସହାୟତା ପ୍ରଦାନ କରିବା |

ରେଜିଷ୍ଟ୍ରାର୍ ଅନବୋର୍ଡିଙ୍ଗ୍ ଦସ୍ତାବିଜ୍

ରେଜିଷ୍ଟ୍ରାରର ଅନବୋର୍ଡିଙ୍ଗ୍ ପାଇଁ UIDAI ପାଖରେ ଏକ ଉତ୍ତମ ପରିଭାଷିତ ପ୍ରକ୍ରିୟା ଅଛି ଏବଂ ପଞ୍ଜୀକରଣ ପ୍ରକ୍ରିୟାରେ ସେମାନଙ୍କ ସହାୟତା ନିମନ୍ତେ ଦସ୍ତାବିଜର ସେଟ୍ ବିଦ୍ୟମାନ ଅଛି | ରେଜିଷ୍ଟ୍ରାର୍ ପ୍ରତି ପ୍ରାସଙ୍ଗିକ ସମସ୍ତ ଦସ୍ତାବିଜଗୁଡ଼ିକ, ସନ୍ଦର୍ଭ ପାଇଁ ୱେବସାଇଟରେ ସର୍ବଦା ନବୀକରଣ ଓ ଉପଲବ୍ଧ | ଅନବୋର୍ଡ ହୋଇଥିବା ରେଜିଷ୍ଟ୍ରାର୍ ଓ ପ୍ରାସଙ୍ଗିକ MoUର ଅନୁମୋଦିତ ତାଲିକା ୱେବସାଇଟରେ ଉପଲବ୍ଧ ହେବ |

ଚୟନିତ ଅଞ୍ଚଳରେ ବାସିନ୍ଦାମାନଙ୍କର ପଞ୍ଜୀକରଣ ପାଇଁ, ରେଜିଷ୍ଟ୍ରାର୍ ଏକ ରଣନୀତି ପରିଭାଷିତ କରିବା ଆବଶ୍ୟକ, ଯେଉଁଥିପାଇଁ RFQ/RFP ମଡେଲ୍ ମାଧ୍ୟମରେ EA ଚୟନ କରାଯିବା ଦରକାର | UIDAI ପାଖରେ, ପାନେଲଭୂକ୍ତ ହୋଇଥିବା ଏଜେନ୍ସୀର ଏକ ତାଲିକା ଅଛି, ଯେଉଁମାନଙ୍କର ବଷୟିକ ଓ ଆର୍ଥିକ ପ୍ରୋଫାଇଲ୍ କୁ ବୈଷୟିକ ସମିତି ଯାଞ୍ଚ କରାଯିବ ଓ ପଞ୍ଜୀକରଣ ଆରମ୍ଭ କରିବା ପାଇଁ ପ୍ରସ୍ତୁତ କରାଯିବ |

EAର ଚୟନ ପାଇଁ ମଡେଲ୍ RFQ, ଏକ ସନ୍ଦର୍ଭିତ ଦସ୍ତାବିଜ୍ ଭାବରେ UIDAI ଦ୍ୱାରା ବିକଶିତ ହୋଇଛି ଏବଂ ୱେବସାଇଟରେ ଉପଲବ୍ଧ ଅଛି | ରେଜିଷ୍ଟ୍ରାର୍ ଙ୍କ ଆବଶ୍ୟକତା ଅନୁସାରେ ଦସ୍ତାବିଜ୍ ସଂଶୋଧିତ ହେବା ଆବଶ୍ୟକ ଏବଂ ସେହି ଭୌଗଳିକ ‍ସ୍ଥାନ, ଯେଉଁଠାରେ ରେଜିଷ୍ଟ୍ରାର୍, ପଞ୍ଜୀକରଣ ଆରମ୍ଭ କରିବାକୁ ଯୋଜନା କରିଛନ୍ତି |

ନିମ୍ନ ମାନଦଣ୍ଡ ଉପରେ ରେଜିଷ୍ଟ୍ରାରଙ୍କୁ EA ଭିତ୍ତିକ ଚୟନ କରିବା ଦରକାର ହେବ

  • ବୈଷୟିକ ଓ ଆର୍ଥିକ ସାମର୍ଥ୍ୟତା
  • ପଞ୍ଜୀକରଣର ପରିମାଣ |
  • ସେହି ‍କ୍ଷେତ୍ରରେ ପଞ୍ଜୀକରଣ ଅଗ୍ରଗତିର ସୂଚୀ |
  • ଆବଶ୍ୟକ ଡାଟା ଷ୍ଟୋରେଜ୍ ଏବଂ |
  • ପ୍ରଦାନ କରାଯାଉଥିବା ପଞ୍ଜୀକରଣ ଭିତ୍ତିଭୂମି |

ସନ୍ନିବେଶରେ ରେଜିଷ୍ଟ୍ରାର୍ ଙ୍କ ଭୂମିକା

ମହିଳା, ଶିଶୁ, ବରିଷ୍ଠ ନାଗରିକ, ଶାରୀରିକ ଅକ୍ଷମ ବ୍ୟକ୍ତି, ଅଦକ୍ଷ ଓ ଅବ୍ୟବସ୍ଥିତ ଶ୍ରମିକ ଓ ଆଦିବାସୀ କିମ୍ୱା ସେହିପରି ଅନ୍ୟ ବ୍ୟକ୍ତିମାନେ, ଯେଉଁମାନଙ୍କର କୌଣସି ‍ସ୍ଥାୟୀ ବାସସ୍ଥାନ ନଥିବ ଓ ସେହିପରି ବ୍ୟକ୍ତିବିଶେଷମାନଙ୍କର ଅନ୍ୟ ବର୍ଗମାନଙ୍କ ପଞ୍ଜୀକରଣ ପାଇଁ ରେଜିଷ୍ଟ୍ରାର୍ ଙ୍କୁ ସ୍ୱତନ୍ତ୍ର ମାନଦଣ୍ଡ ଗ୍ରହଣ କରିବାକୁ ପଡ଼ିବ |

ବ୍ୟକ୍ତିବିଶେଷମାନଙ୍କର ସୀମିତ/ଦୁର୍ବଳ ଗୋଷ୍ଠୀର ସମସ୍ତ ବର୍ଗକୁ, ଯେଉଁମାନଙ୍କ ପାଖରେ, UIDAI ଦ୍ୱାରା ପରାମର୍ଶିତ ସହାୟକ ଦସ୍ତାଗିଜଗୁଡ଼ିକ ମଧ୍ୟରୁ ଗୋଟିଏ କିମ୍ୱା ଅଧିକ ଥିବ ଏବଂ ବାସିନ୍ଦାଙ୍କର ଅନ୍ୟ ବର୍ଗ, ଯେଉଁମାନଙ୍କ ପାଖରେ, ନିଜର ପରିଚୟ ପ୍ରମାଣ କରିବାକୁ କୌଣସି ଦସ୍ତବିଜ୍ ନଥିବ, ମିଶାଇବା ପାଇଁ ରେଜିଷ୍ଟ୍ରାର୍ ଙ୍କ ତରଫରୁ ସେହିପରି ପ୍ରାବଧାନ ରହିବା ଉଚିତ |

ସେହିପରି ଅନୁଷ୍ଠାନ, ଯେଉଁଠାରେ କେବଳ ମହିଳାମାନେ ପଞ୍ଜୀକରଣ କରିବେ, ମହିଳା ଅପରେଟର୍ ବ୍ୟବସ୍ଥା ରେଜିଷ୍ଟ୍ରାର୍ ଙ୍କୁ କରିବାକୁ ପଡ଼ିବ | ଡାକ୍ତରଖାନା ପରି ‍ସ୍ଥାନରେ, ନୂତନ ଜନ୍ମିତ ଶିଶୁମାନଙ୍କର ପଞ୍ଜୀକରଣ କରିବାର ବ୍ୟବସ୍ଥା ମଧ୍ୟ ରେଜିଷ୍ଟ୍ରାର୍ ଙ୍କୁ କରିବାକୁ ହେବ |

ରେଜିଷ୍ଟ୍ରାର୍ କାର୍ଯ୍ୟକଳାପ

Following are the activities in which Registrar gets involved

  • ପଞ୍ଜୀକରଣ ଏଜେନ୍ସୀଗୁଡ଼ିକର ଅନବୋର୍ଡିଙ୍ଗ୍
  • ପଞ୍ଜୀକରଣର ପ୍ରଶିକ୍ଷଣ ଓ ତଦାରଖର ଆୟୋଜନ
  • ପ୍ରୋସେସିଙ୍ଗ୍ ପାଇଁ ପଞ୍ଜୀକରଣ ପ୍ୟାକେଟଗୁଡ଼ିକର CIDRକୁ ‍ସ୍ଥାନାନ୍ତର
  • DMS (ଦସ୍ତାବିଜ୍ ପରିଚାଳନା ପ୍ରଣାଳୀ) ରୂପରେ ପଞ୍ଜୀକରଣ ଦସ୍ତାବିଜଗୁଡ଼ିକର ହସ୍ତାନ୍ତର
  • ପଞ୍ଜୀକରଣ ସମୟରେ ସଂଗୃହିତ ଦସ୍ତାବିଜଗୁଡ଼ିକର ଯାଞ୍ଚ
  • ବୈଠକରେ ଅଂଶଗ୍ରହଣ ଓ ପ୍ରକ୍ରିୟା ଉପରେ ନବୀକରଣ