ଉଦ୍ଦେଶ୍ୟ ଓ ଲକ୍ଷ୍ୟ

ଲକ୍ଷ୍ୟ

ପ୍ରମାଣୀକରଣ ପାଇଁ ଏକ ବିଶିଷ୍ଟ ପରିଚୟ ଏବଂ ଏକ ଡିଜିଟାଲ ମାଧ୍ୟମ ଦେଇ ଭାରତର ବାସିନ୍ଦାଙ୍କୁ ବଳବାନ କରିବା.

ମିଶନ

  • ଭାରତରେ ରହୁଥିବା ବ୍ୟକ୍ତିଙ୍କୁ ଏକ ବିଶିଷ୍ଟ ପରିଚୟ ସଂଖ୍ୟା ଦେଇ ସୁଶାସନ ଦେବା; ଭାରତର ସଂଯୁକ୍ତ ପାଣ୍ଠିରୁ ପ୍ରଦାନ ହେଉଥିବା ସବସିଡି, ରିହାତି, ଲାଭ ଓ ଫାଇଦା ଏବଂ ସେବାଗୁଡିକୁ ଦକ୍ଷ, ପାରଦର୍ଶୀ ଓ ଲକ୍ଷ୍ୟଭେଦୀ କରିବାପ୍ରଦାନ କରିବା.
  • ନାମାଙ୍କନ ପ୍ରକ୍ରିୟା ମାଧ୍ୟମରେ ନିଜର ଜନସଂଖ୍ୟାଗତ ବା ଡେମୋଗ୍ରାଫିକ ଏବଂ ଶରୀରଗତ ବା ବାୟୋମେଟ୍ରିକ ତଥ୍ୟ ପ୍ରଦାନ କରି ଆଧାର ସଂଖ୍ୟା ମାଗୁଥିବା ବ୍ୟକ୍ତିଙ୍କୁ ଆଧାର ସଂଖ୍ୟା ଜାରି କରିବା ପାଇଁ ନୀତି, ପ୍ରକ୍ରିୟା ଓ ବ୍ୟବସ୍ଥା ତିଆରି କରିବା.
  • ଆଧାର ଧାରକଙ୍କୁ ତାଙ୍କର ଡିଜିଟାଲ ପରିଚୟର ଅପଡେଟ ବା ନବୀକରଣ କରିବା ତଥା ପ୍ରମାଣୀକରଣ କରିବା ପାଇଁ ନୀତି, ପ୍ରକ୍ରିୟା ଓ ବ୍ୟବସ୍ଥା ତିଆରି କରିବା.
  • ବୈଷୟିକ ଭିତ୍ତିଭୂମିର ଉପଲବ୍ଧିତା, ବିସ୍ତାର ଓ ସହନଶୀଳତା ନିଶ୍ଚିତ କରିବା.
  • ୟୁ.ଆଇ.ଡି.ଏ.ଆଇ.ର ଲକ୍ଷ୍ୟ ଓ ମୂଲ୍ୟବୋଧକୁ ଆଗେଇ ନେବା ପାଇଁ ଏକ ଦୀର୍ଘ-ସୂତ୍ରୀକ ଚିରନ୍ତନ ସଂସ୍ଥା ଗଢିବା.
  • ପ୍ରତ୍ୟେକ ବ୍ୟକ୍ତିର ପରିଚୟ ସମ୍ବନ୍ଧିତ ତଥ୍ୟ ଓ ପ୍ରମାଣୀକରଣର ରେକର୍ଡର ନିରାପତ୍ତା ଓ ଗୋପନୀୟତାକୁ ନିଶ୍ଚିତ କରିବା.
  • ସମସ୍ତ ବ୍ୟକ୍ତି ଓ ସଂସ୍ଥା ଦ୍ୱାରା ଆଧାର ଅଧିନିୟମର ଅକ୍ଷରେଅକ୍ଷରେ ବା ସମ୍ପୂର୍ଣ୍ଣ ଅନୁପାଳନ ନିଶ୍ଚିତ କରିବା.
  • ଆଧାର ଅଧିନିୟମର ପ୍ରାବଧାନଗୁଡିକୁ କାର୍ଯ୍ୟକାରୀ କରିବା ପାଇଁ ସେହି ଆଇନ ସମ୍ମତ ନୀତି ଓ ନିୟନ୍ତ୍ରଣ ବନାଇବା.

ମୂଳ ମନ୍ତ୍ର

  • ଆମେ ସୁ-ଶାସନକୁ ଗତି ଦେବା, ଆଗକୁ ବଢ଼ିବାରେ ବିଶ୍ୱାସ କରୁ.
  • ଆମେ ସତ୍ୟନିଷ୍ଠାକୁ ମହତ୍ୱ ଦେଉ.
  • ଆମେ ଇନକ୍ଲୁସିଭ ଦେଶ ଗଠନ ବା ସମସ୍ତଙ୍କ ଭାଗିଦାରିରେ ଦେଶ ଗଠନ ପାଇଁ ପ୍ରତିବଦ୍ଧ ଅଟୁ.
  • ଆମେ ଏକ ଭାଗିଦାରୀ ଓ ସହଯୋଗୀ ପନ୍ଥା ଆପଣାଉ ଏବଂ ଆମର ସହଯୋଗୀ ଓ ସହଭାଗୀଙ୍କୁ ମହତ୍ତ୍ୱ ଦେଉ
  • ଆମେ ବାସିନ୍ଦାମାନଙ୍କୁ ତଥା ସେବା ପ୍ରଦାନକାରୀମାନଙ୍କୁ ସର୍ବୋତ୍ତମ ସେବା ପ୍ରଦାନ କରିବା ପାଇଁ ଚେଷ୍ଟାରତ ରହିବୁ.
  • ଆମେ ସର୍ବଦା ଶିଖିବା ପ୍ରୟାସରେ ରହିବୁ ଏବଂ ସର୍ବଦା ଆମର ମାନକୁ ଉନ୍ନତ କରିବାର ଲକ୍ଷ୍ୟ ରଖିବୁ.
  • ଆମେ ନୂଆ ଉଦ୍ଭାବନ କରିବା ପ୍ରେରିତ ରହିଛୁ ଏବଂ ଆମର ସହଯୋଗୀଙ୍କୁ ନୂଆ ଉଦ୍ଭାବନ କରିବା ଆବଶ୍ୟକୀୟ ମଞ୍ଚ ଯୋଗାଉ.
  • ଆମେ ଏକ ପାରଦର୍ଶୀ ଓ ଖୋଲା ସଂସ୍ଥାରେ ବିଶ୍ୱାସ କରୁ.