ଅର୍ଥ ଏବଂ ଲେଖା

UIDAI ଅର୍ଥ ବିଭାଗ

ଅର୍ଥ ବିଭାଗ (FD)ର ମୁଖ୍ୟ ହେଉଛନ୍ତି ଉପ-ମହାନିର୍ଦ୍ଦେଶକ (ଅର୍ଥ), ଯିଏ UIDAIରେ ଆର୍ଥିକ ପରାମର୍ଶଦାତା ଅଟନ୍ତି | FD, ଆର୍ଥିକ ନିହିତାର୍ଥ ସହିତ ଜଡ଼ିତ ସମସ୍ତ ପ୍ରସଙ୍ଗ ଉପରେ ମହାନିର୍ଦ୍ଦେଶକ ଓ ମିଶନ୍ ନିର୍ଦ୍ଦେଶକଙ୍କୁ ପେସାଦାର ପରାମର୍ଶ ପ୍ରଦାନ କରନ୍ତି |

ବଜେଟ୍ ଗଠନ, ପରିଣାମୀ ବଜେଟ୍, ପ୍ରଦର୍ଶନ ବଜେଟ୍, ଖର୍ଚ୍ଚ ଓ ନଗଦ ପରିଚାଳନା ତଥା ଆର୍ଥିକ ନିହିତାର୍ଥ ଜଡ଼ିତ ଥିବା ପ୍ରସ୍ତାବଗୁଡ଼ିକର ସ୍କ୍ରୀନିଙ୍ଗ୍ ପାଇଁ FD ଦାୟୀ ଅଟନ୍ତି |

UIDAI ଅର୍ଥ ବିଭାଗର ଭୂମିକା

ଆର୍ଥିକ ପରାମର୍ଶ/ସଂବର୍ତ୍ତନ

  • ନିୟମ ଓ ପ୍ରୋଗ୍ରାମ୍ ଗଠନଠାରୁ ଆରମ୍ବ କରି ଆର୍ଥିକ ନିହିତାର୍ଥର ସଟିକ୍ ଅନୁମୋଦନ ସୁଗମ କରିବା ପର୍ଯ୍ୟନ୍ତ;
  • କ୍ୟାବିନେଟ୍/EFC/SFC ପ୍ରସ୍ତାବ ଏବଂ ସଂଶୋଧିତ ଖର୍ଚ୍ଚ ଆକଳନ ପ୍ରସ୍ତାବ ଉପରେ ପରାମର୍ଶ;
  • ଆର୍ଥିକ ଶକ୍ତିର ପ୍ରତିନିଧାନ ଉପରେ ପରାମର୍ଶ;
  • CFAର ଏକ୍ସପେଣ୍ଡିଚର୍ ଆଙ୍ଗଲ୍ ସାଙ୍କଶନ୍ (EAS) ଓ ଆକ୍ସେପ୍ଟାନ୍ସ ଅଫ୍ ନେସେସିଟୀ (AON) ପାଇଁ ଆର୍ଥିକ ପ୍ରସ୍ତାବ ପ୍ରତି ସରକାରୀ ବ୍ୟୟ/ସଂବର୍ତ୍ତନ ଜଡ଼ିତ ଥିବା ସମସ୍ତ ପ୍ରସଙ୍ଗ ଉପରେ ଆର୍ଥିକ ପରାମର୍ଶ ଦେବା;
  • ନିୟମ, ପରିଚାଳନା ଆବଶ୍ୟକତା ଓ ଯଥୋଚିତ ପରିଶ୍ରମ ପରିପ୍ରେକ୍ଷୀରୁ ପ୍ରସ୍ତାବଗୁଡ଼ିକର ଅନୁମୋଦନ ଓ ମୂଲ୍ୟାଙ୍କନ;
  • ଆର୍ଥିକ ଦିଗରୁ ଚୁକ୍ତିନାମାର ସଂଶୋଧନ ସମେତ ଟେଣ୍ଡର୍/RFP ଦସ୍ତାବିଜ୍, ଚୁକ୍ତିନାମାର ପୁନଃନିରୀକ୍ଷଣ;
  • ବିଭିନ୍ନ ସମିତି (CAB, ଟେଣ୍ଡର୍ ଖୋଲା ଓ ମୂଲ୍ୟାୟନ ସମିତି, ବ୍ୟାବସାୟିକ ଆଲୋଚନା ସମିତି, ଅନ୍ୟ ସମିତିମାନ) ଉପରେ ଆର୍ଥିକ ପ୍ରତିନିଧିଙ୍କର ପଞ୍ଜୀକରଣ ଓ ଅଂଶଗ୍ରହଣ; ଏବଂ
  • ’ଯଥୋଚିତ ପରିଶ୍ରମ’ ସୁନିଶ୍ଚିତ କରିବା ପାଇଁ କ୍ରୟ ମାନୁଆଲ୍ ମାଧ୍ୟମରେ ଆଭ୍ୟନ୍ତରୀଣ ନିୟନ୍ତ୍ରଣ ପ୍ରଣାଳୀ ଏବଂ ବିଭିନ୍ନ କ୍ରୟ ଓ ଚୁକ୍ତିନାମା ସମ୍ୱନ୍ଧରେ ଅର୍ଥ ମନ୍ତ୍ରଣାଳୟର ନିୟମ ଓ ମାର୍ଗଦର୍ଶନର ଅନୁପାଳନ |

ବଜେଟ୍ ପ୍ରସ୍ତୁତି

  • ବଜେଟ୍ ଓ ତତସମ୍ୱନ୍ଧୀୟ କାର୍ଯ୍ୟ (ବଜେଟ୍ ଆକଳନ, ସଂଶୋଧିତ ଆକଳନ ଓ ଅନୁପୂରକ ଗ୍ରାଣ୍ଟସ୍)ର ପ୍ରସ୍ତୁତି;
  • ମୁଖ୍ୟ କାର୍ଯ୍ୟାଳୟ ଓ ଆଞ୍ଚଳିକ କାର୍ଯ୍ୟାଳୟରେ କାର୍ଯ୍ୟକ୍ଷମ ବିଭାଗଗୁଡ଼ିକ ମଧ୍ୟରେ ବଜେଟ୍ ଆବଣ୍ଟନ;
  • ଚୂଡ଼ାନ୍ତ ଆବଶ୍ୟକତା ଏବଂ ସଞ୍ଚୟ ଓ ପୁନଃ-ବିନିଯୋଗର ସମୟାନୁସାରେ ସମର୍ପଣର ପ୍ରସ୍ତୁତି;
  • UIDAI ସମ୍ପର୍କିତ ପ୍ରସଙ୍ଗଗୁଡ଼ିକ ପାଇଁ ସଂସଦୀୟ ‍ସ୍ଥାୟୀ ସମିତିର ପରିପ୍ରେକ୍ଷୀରେ କାର୍ଯ୍ୟ |

ବ୍ୟୟ ତଦାରଖ

  • ମାସିକ ଭିତ୍ତିରେ ମଞ୍ଜୁରପ୍ରାପ୍ତ ଗ୍ରାଣ୍ଟ ସହିତ ବ୍ୟୟର ଅଗ୍ରଗତି ତଦାରଖ ଓ ସମୀକ୍ଷା କରିବା;
  • ଅର୍ଥବ୍ୟବସ୍ଥା ବ୍ୟୟ ବିଭାଗ/ ବ୍ୟୟ ଯୁକ୍ତିକରଣ ଦ୍ୱାରା ଜାରି କରାଯାଇଥିବା ନିର୍ଦ୍ଦେଶର ଅନୁପାଳନ ସୁନିଶ୍ଚିତ କରିବା; ଏବଂ
  • ପେ ଆଣ୍ଡ ଆକାଉଣ୍ଟସ୍ ଅଫିସ୍ (PAO)ର କାର୍ଯ୍ୟ ତଦାରଖ କରିବା |

ଆଭ୍ୟନ୍ତରୀଣ ଅଡିଟ୍

  • ଆଭ୍ୟନ୍ତରୀଣ ଅଡିଟ୍ ପ୍ଲାନ୍ (ମୁଖ୍ୟ କାର୍ଯ୍ୟାଳୟର ତ୍ରୈମାସିକ ଅଡିଟ୍), ମୁଖ୍ୟ କାର୍ଯ୍ୟାଳୟର କାର୍ଯ୍ୟକ୍ଷମ ବିଭାଗର ବାର୍ଷିକ ଅଡିଟ୍ ପ୍ରଦର୍ଶନ ଏବଂ RO/ଟେକ୍ ସେଣ୍ଟରଗୁଡ଼ିକର ବାର୍ଷିକ ଅଡିଟ୍)ର ପ୍ରସ୍ତୁତି ଏବଂ ସେଥିପାଇଁ ମାନବଶକ୍ତିର ନିୟୋଜନ;
  • ସମ୍ପର୍କିତ ବିଭାଗ/RO/ଟେକ୍ ସେଣ୍ଟର୍ କୁ ଆଭ୍ୟନ୍ତରୀଣ ଅଡିଟ୍ ରିପୋର୍ଟ ଜାରି କରିବା ଓ ଅନ୍ତିମ ରୂପ ଦେବା; ଏବଂ
  • ଆଭ୍ୟନ୍ତରୀଣ ଅଡିଟ୍ ନିରୀକ୍ଷଣ ଅନୁପାଳନର ପାଳନ କରିବା |

ଅନ୍ୟ କାର୍ଯ୍ୟକଳାପ

  • UIDAI ପରିପ୍ରେ‍କ୍ଷୀରେ CAG/PAC/ଅଡିଟ୍ ପାରସ ସହ ସମ୍ପର୍କିତ ମାମଲା;
  • ଅଡିଟ୍ ମହାନିର୍ଦ୍ଦେଶକ, CE, ନୂଆ ଦିଲ୍ଲୀଙ୍କ କାର୍ଯ୍ୟାଳୟ ତରଫରୁ ଜାରି କରାଯାଇଥିବା ଅଡିଟ୍ ପାରସ ଉପରେ କାର୍ଯ୍ୟକ୍ଷମ ବିଭାଗଗୁଡ଼ିକର ଅନୁପାଳନ/ପ୍ରତିତ୍ୟୁତ୍ତରର ପୁନରୀକ୍ଷଣ;
    • CAG ପାରସ ଉପରେ ଗ୍ରହଣ କରାଯାଇଥିବା କାର୍ଯ୍ୟାନୁଷ୍ଠାନ ନୋଟ୍ ର ପ୍ରସ୍ତୁତି;
    • ବାର୍ଷିକ ରିପୋର୍ଟ, ଅର୍ଥବ୍ୟସ୍ଥା ସର୍ବେକ୍ଷଣ, ମାସିକ PMO ରିପୋର୍ଟ ପାଇଁ ଇନପୁଟ୍ସ ପ୍ରଦାନ କରିବା; ଏବଂ
  • UIDAIର ଅଧିକାରୀମାନଙ୍କର ବିଦେଶ ପ୍ରତିନିଯୁକ୍ତି ପ୍ରସ୍ତାବ ପାଇଁ ଯାଞ୍ଚ ଓ ସହମତି

ବଜେଟ୍ ଓ ବ୍ୟୟ

UIDAIର ପ୍ରାରମ୍ଭରୁ ବଜେଟ୍ ଓ ବ୍ୟୟ ୨୦୦୯:

$Excess expenditure met from unspent grant of 2018-19
*Excess expenditure met from unspent grant of 2018-19 & 2019-20 and UIDAI Fund
**Including Rs.110 crore received as supplementary grant
#Excess expenditure met from UIDAI Receipt.
@ Expenditure upto January 2024


ଉଲ୍ଲେଖ / ଟିପ୍ପଣୀ

ଆମର ଦାୟିତ୍ୱକୁ ଦକ୍ଷତାର ସହ ନିଭାଇବା ପାଇଁ ଆମେ ପ୍ରକାଶିତ ହୋଇଥିବା ନିମ୍ନଲିଖିତ ଦସ୍ତାବିଜର ସାହାଯ୍ୟ ନେଉ :

  • ଜେନେରାଲ ଫାଇନାନ୍ସିଆଲ ରୁଲ୍ସ, ୨୦୧୭
  • ୟୁ.ଆଇ.ଡି.ଏ.ଆଇ. ପ୍ରୋକ୍ୟୁରମେଣ୍ଟ ମ୍ୟାନୁଆଲ
  • ଅର୍ଥ ବିଭାଗ, ଇଲେକ୍ଟ୍ରୋନିକ୍ସ ଓ ପ୍ରଯୁକ୍ତି ବିଭାଗ, ସିଭିସି ଆଦି ବିଭାଗ ଦ୍ୱାରା ଜାରି ହୋଇଥିବା ଅନ୍ୟାନ୍ୟ ନିର୍ଦ୍ଦେଶାବଳୀ

ସାଂଗଠନିକ ଚାର୍ଟ

ଉପ-ମହାନିର୍ଦ୍ଦେଶକ (ଅର୍ଥ)ଙ୍କୁ ନିମ୍ନଲିଖିତ ଟିମ୍ ସହଯୋଗ କରନ୍ତି:

organizational chart

Summarized Financial position as on 31st January 2024

31- Grants in Aid: General

785.00

586.08

694.66

89.08

783.74

76.34%

35- Grants for creation of capital assets

90.00

90.00

246.18

30.80

276.98

250.60%

36- Grants-in-aid salaries

65.00

55.00

50.61

7.74

58.35

75.09%

Total

940.00

731.08

991.45

127.62

1119.07 *

92.94%