References
ଏଫ୍.ଏ.କ୍ୟୁ
ଡିଜିଟାଲ ଦସ୍ତଖତର ପ୍ରମାଣନ ପାଇଁ କମ୍ପ୍ୟୁଟରଟି ନିଶ୍ଚିତ ଭାବରେ ଇଣ୍ଟରନେଟ ସହିତ ସଂଯୁକ୍ତ ହୋଇଥିବା ଆବଶ୍ୟକ ।
- 'validity unknown' ଆଇକନରେ ରାଇଟ୍ କ୍ଲିକ କରନ୍ତୁ ଓ ସେଠାରେ 'Validate Signature'ରେ କ୍ଲିକ କରନ୍ତୁ ।
- ଆପଣ ଏଥର ଦସ୍ତଖତ ଭାଲିଡେସନ୍ ବା ପ୍ରମାଣନ ସ୍ଥିତି ଦର୍ଶାଉଥିବା ପୃଷ୍ଠା ଦେଖିପାରିବେ । ସେଠାରେ 'Signature Properties' ଉପରେ କ୍ଲିକ କରନ୍ତୁ ।
- 'Show Certificate' ଉପରେ କ୍ଲିକ କରନ୍ତୁ ।
- ନିଶ୍ଚିତ କରିନିଅନ୍ତୁ ଯେ ସେଠାରେ ଦସ୍ତାବିଜରେ ଦସ୍ତଖତ କଲାବେଳେ ଡିଜିଟାଲ ଦସ୍ତଖତର ମାଲିକ ଭାବରେ 'NIC sub-CA for NIC 2011, National Informatics Center' ନାମରେ ଏକ ପ୍ରମାଣୀକରଣ ପାଥ୍ ରହିଛି ।
- 'NIC sub-CA for NIC 2011, National Informatics Center' ନାମରେ ଥିବା ପ୍ରମାଣନ ପାଥ୍ କୁ ଦେଖନ୍ତୁ ଓ ମାର୍କ କରନ୍ତୁ । ସେଠାରେ ଥିବା 'Trust' ଟ୍ୟାବରେ କ୍ଲିକ କରନ୍ତୁ ଏବଂ ତାହାପରେ 'Add to Trusted Identities' କ୍ଲିକ କରନ୍ତୁ ।
- ଯାହା ବି ସୁରକ୍ଷା ସମ୍ପର୍କିତ ପ୍ରଶ୍ନ ଆସିବ ତାହାକୁ 'OK'ରେ ଉତ୍ତର ଦିଅନ୍ତୁ ।
- 'Use this certificate as a trusted root' ପାଇଁ ଥିବା କ୍ଷେତ୍ରକୁ ଚେକ୍ (✔) କରନ୍ତୁ ଏବଂ ସେହି ୱିଣ୍ଡୋ ଓ ତା ପରବର୍ତ୍ତୀ ୱିଣ୍ଡୋକୁ ବନ୍ଦ କରିବା ପାଇଁ ଦୁଇଥର 'OK'ରେ କ୍ଲିକ୍ କରନ୍ତୁ ।
- ପ୍ରମାଣନକୁ କାର୍ଯ୍ୟକାରୀ କରିବା ପାଇଁ 'Validate Signature' ଉପରେ କ୍ଲିକ୍ କରନ୍ତୁ ।
ନୋଟ୍ : - ଥରେ 'NIC sub-CA for NIC 2011, National Informatics Center' କୁ ବିଶ୍ୱସ୍ତ ପରିଚୟ ଭାବରେ ଗ୍ରହଣ କରିନେଲା ପରେ ଉଉଇ ର ଡିଜିଟାଲ ଦସ୍ତଖତ ଥିବା ପରବର୍ତ୍ତୀ କୌଣସି ଦସ୍ତାବିଜ ଖୋଲିବା ବେଳେ ଆପେଆପେ ଭାଲିଡେଟ୍ ବା ପ୍ରମାଣନ ହୋଇଯିବ ।
କ୍ୟାପିଟାଲ ଲେଟରରେ ନାମର ପ୍ରଥମ ଚାରି ଅକ୍ଷର ସହିତ ଚାରିଅଙ୍କ ବିଶିଷ୍ଟ ଜନ୍ମବର୍ଷ ହେଲା ଇ-ଆଧାରର ପାସୱାର୍ଡ ।
ଉଦାହରଣସ୍ୱରୂପ:
ଉଦାହରଣ ୧
ନାମ: SURESH KUMAR
ଜନ୍ମବର୍ଷ: 1990
ପାସୱାର୍ଡ ହେଲା: SURE1990
ଉଦାହରଣ ୨
ନାମ: SAI KUMAR
ଜନ୍ମବର୍ଷ: 1990
ପାସୱାର୍ଡ ହେଲା: SAIK1990
ଉଦାହରଣ ୩
ନାମ: P. KUMAR
ଜନ୍ମବର୍ଷ: 1990
ପାସୱାର୍ଡ ହେଲା: P.KU1990
ଉଦାହରଣ ୪
ନାମ: RIA
ଜନ୍ମବର୍ଷ: 1990
ପାସୱାର୍ଡ ହେଲା: RIA1990
ଜଣେ ବାସିନ୍ଦା ଇ-ଆଧାର ଦେଖିବା ପାଇଁ ‘ଏଡୋବ୍ ରିଡର’ ଆବଶ୍ୟକ ପଡିଥାଏ । ଆପଣଙ୍କ ଫୋନ୍ ବା କମ୍ପ୍ୟୁଟରରେ ‘ଏଡୋବ୍ ରିଡର’ ଥାଏ । ଯଦି ନ ଥାଏ ତେବେ ‘ଏଡୋବ୍ ରିଡର’କୁ ସିଷ୍ଟମରେ ଇନଷ୍ଟଲ କରିବା ପାଇଁ ଏଠାରେ କ୍ଲିକ କରନ୍ତୁ - https://get.adobe.com/reader/
ବାସିନ୍ଦାମାନେ ନିମ୍ନୋକ୍ତ ଦୁଇଟି ପ୍ରକାରେ ଇ-ଆଧାର ଡାଉନଲୋଡ୍ କରିପାରିବେ ।
- ନାମାଙ୍କନ ସଂଖ୍ୟା ବ୍ୟବହାର କରି:ବାସିନ୍ଦା ୨୮ ଅଙ୍କ ବିଶିଷ୍ଟ ନାମାଙ୍କନ ସଂଖ୍ୟା ସହିତ ତାଙ୍କର ପୁରା ନାମ ଓ ପିନ୍ କୋଡ୍ ବ୍ୟବହାର କରି ଇ-ଆଧାର ଡାଉନଲୋଡ୍ କରିପାରିବେ । ଏହି ଡାଉନଲୋଡ୍ ପ୍ରକ୍ରିୟାରେ ବାସିନ୍ଦାଙ୍କ ପଞ୍ଜୀକୃତ ମୋବାଇଲ ନମ୍ବରରେ ଏକ ଓ.ଟି.ପି. ବା ଥରକିଆ ପାସୱାର୍ଡ ଆସିଥାଏ । ବାସିନ୍ଦାମାନେ ଓ.ଟି.ପି. ବଦଳରେ ଟି.ଓ.ଟି.ପି. ବା ସମୟ ଆଧାରିତ ଥରକିଆ ପାସୱାର୍ଡ ବ୍ୟବହାର କରି ମଧ୍ୟ ଇ-ଆଧାର ଡାଉନଲୋଡ୍ କରିପାରିବେ। mAadhaar ମୋବାଇଲ ଆପ୍ଲିକେସନ ମାଧ୍ୟମରେ ଟି.ଓ.ଟି.ପି. ବାହାର କରାଯାଏ ।
- ଆଧାର ସଂଖ୍ୟା ବ୍ୟବହାର କରି:ବାସିନ୍ଦାମାନେ ତାଙ୍କର ୧୨ ଅଙ୍କ ବିଶିଷ୍ଟ ଆଧାର ସଂଖ୍ୟା ସହିତ ତାଙ୍କର ପୁରା ନାମ ଓ ପିନ୍ କୋଡ ବ୍ୟବହାର କରି ଇ-ଆଧାର ଡାଉନଲୋଡ୍ କରିପାରିବେ । ଏହି ଡାଉନଲୋଡ୍ ପ୍ରକ୍ରିୟାରେ ବାସିନ୍ଦାଙ୍କ ପଞ୍ଜୀକୃତ ମୋବାଇଲ ନମ୍ବରରେ ଏକ ଓ.ଟି.ପି. ବା ଥରକିଆ ପାସୱାର୍ଡ ଆସିଥାଏ । ବାସିନ୍ଦାମାନେ ଓ.ଟି.ପି. ବଦଳରେ ଟି.ଓ.ଟି.ପି. ବା ସମୟ ଆଧାରିତ ଥରକିଆ ପାସୱାର୍ଡ ବ୍ୟବହାର କରି ମଧ୍ୟ ଇ-ଆଧାର ଡାଉନଲୋଡ୍ କରିପାରିବେ। mAadhaar ମୋବାଇଲ ଆପ୍ଲିକେସନ ମାଧ୍ୟମରେ ଟି.ଓ.ଟି.ପି. ବାହାର କରାଯାଏ ।
ବାସିନ୍ଦାମାନେ ୟୁ.ଆଇ.ଡି.ଏ.ଆଇ.ର ୱେବସାଇଟ - https://uidai.gov.in/ ବା https://eaadhaar.uidai.gov.in କୁ ଯାଇ ଇ-ଆଧାର ଡାଉନଲୋଡ୍ କରିପାରିବେ ।
ଆଧାର ଅଧିନିୟମ ଅନୁସାରେ, ଇ-ଆଧାର ସମସ୍ତ ବ୍ୟବହାର ପାଇଁ ଆଧାରର ମୂଳ କାର୍ଡ ଭଳି ସମାନ ଭାବରେ ବ÷÷ଧ ଅଟେ । ଇ-ଆଧାରର ବୈଧତା ସମ୍ପର୍କରେ ୟୁ.ଆଇ.ଡି.ଏ.ଆଇ.ର ସର୍କୁଲାର ଦେଖିବା ପାଇଁ ଏଠାରେ କ୍ଲିକ୍ କରନ୍ତୁ, https://uidai.gov.in/images/uidai_om_on_e_aadhaar_validity.pdf
ଆଧାରରେ ଆପଣଙ୍କ ମୋବାଇଲ୍ ନମ୍ବର୍ ପଞ୍ଜିକୃତ ହୋଇନଥିବା କ୍ଷେତ୍ରରେ, ଆପଣଙ୍କୁ ନିକଟସ୍ଥ ସ୍ଥାୟୀ ଆଧାର ପଞ୍ଜୀକରଣ କେନ୍ଦ୍ରକୁ ଯିବାକୁ ହେବ |