ସୂଚନା ଅଧିକାର

ଭାରତ ସରକାର "ସୂଚନା ଅଧିକାର ଆଇନ୍ ୨୦୦୫କୁ" ଯେକୌଣସି ସରକାରୀ କର୍ତ୍ତୃପକ୍ଷଙ୍କ କାମରେ ସ୍ୱଚ୍ଛତା ଏବଂ ଉତ୍ତରଦାୟିତ୍ୱକୁ ପ୍ରୋତ୍ସାହିତ କରିବା ପାଇଁ ସରକାରୀ କର୍ତ୍ତୃପକ୍ଷଙ୍କ ନିୟନ୍ତ୍ରଣରେ ଥିବା ସୂଚନା ସୁରକ୍ଷିତ ଭାବରେ ନାଗରିକମାନେ ବ୍ୟବହାର କରିବା ପାଇଁ ବାସ୍ତବରେ ସୂଚନା ଅଧିକାର (ଆରଟିଆଇ) ପ୍ରଚଳନ ଆରମ୍ଭ କରିବା ପାଇଁ ଆଇନକରିଛନ୍ତି ।

ସୂଚନା ଅଧିକାର କ’ଣ?

RTI ସାହାଯ୍ୟରେ ସରକାରୀ କର୍ତ୍ତୃପକ୍ଷଙ୍କ ଦ୍ୱାରା କିମ୍ବା ତାଙ୍କ ନିୟନ୍ତ୍ରଣାଧୀନରେ ଥିବା ସୂଚନା ବ୍ୟବହାର କରିବାର ଅଧିକାର ମିଳିଥାଏ ଏବଂ ଏହା କାର୍ଯ୍ୟ, ଡକ୍ୟୁମେଣ୍ଟ, ରେକର୍ଡ, ନୋଟ୍ ନେବା, ଉଦ୍ଧୃତାଂଶ କିମ୍ବା ଡକ୍ୟୁମେଣ୍ଟ/ରେକର୍ଡର ପ୍ରମାଣିକୃତ ନକଲ ଏବଂ ଜିନିଷଗୁଡ଼ିକର ପ୍ରମାଣିକୃତ ନମୁନା ନିରୀକ୍ଷଣ ବା ତଦନ୍ତ କରିବାର ଏବଂ ବୈଦ୍ୟୁତିକ ରୂପରେ ମଧ୍ୟ ଗଚ୍ଛିତ ଥିବା ସୂଚନା ବାହାର କରିବାର ଅଧିକାର ଦେଇଥାଏ । ନିମ୍ନ ଲିଙ୍କରେ ଅନଲାଇନ୍ RTI ଦରଖାସ୍ତ କରାଯାଇପାରିବ rtionline.gov.in.

କିଏ ସୂଚନା ମାଗିପାରିବେ?

ଯେକୌଣସି ନାଗରିକ, ନିର୍ଦ୍ଧାରିତ ଦେୟ ସହ ଦରଖାସ୍ତ ଲେଖି ଲିଖିତ ଆକାରରେ ଆବେଦନ କରିପାରିବେ କିମ୍ବା ବୈଦ୍ୟୁତିକ ମାଧ୍ୟମରେ ଇଂରାଜୀ/ହିନ୍ଦୀ/ଦରଖାସ୍ତ ଲେଖାଯାଉଥିବା ଅଞ୍ଚଳର ସରକାରୀ ଭାଷାରେ ଆବେଦନ କରାଯାଇପାରିବ ।

ସୂଚନା କିଏ ଯୋଗାଇଦେବେ?

ପ୍ରତ୍ୟେକ ସରକାରୀ କର୍ତ୍ତୃପକ୍ଷ, ବିଭିନ୍ନ ସ୍ତରରେ ଜଣେ କେନ୍ଦ୍ରୀୟ ସହକାରୀ ଲୋକ ସୂଚନା ଅଧିକାରୀ ବା ସେଣ୍ଟ୍ରାଲ୍ ଆସିଷ୍ଟାଣ୍ଟ ପବ୍ଲିକ୍ ଇନଫର୍ମେସନ୍ ଅଫିସର (CAPIO)ଙ୍କୁ ନିଯୁକ୍ତ କରିବେ, ଯିଏ ଜନସାଧାରଣଙ୍କଠାରୁ ସୂଚନା ପାଇଁ ଅନୁରୋଧଗୁଡ଼ିକ ଗ୍ରହଣ କରିବେ । ସମସ୍ତ ପ୍ରଶାସନିକ ୟୁନିଟ୍/କାର୍ଯ୍ୟାଳୟରେ କେନ୍ଦ୍ରୀୟ ଲୋକ ସୂଚନା ଅଧିକାରୀ ବା ସେଣ୍ଟ୍ରାଲ୍ ପବ୍ଲିକ୍ ଇନଫର୍ମେସନ୍ ଅଫିସର (CAPIO)ମାନେ ଜନସାଧାରଣଙ୍କୁ ସୂଚନା ଯୋଗାଇଦେବାର ବ୍ୟବସ୍ଥା କରିବେ । 30 ଦିନ ସମୟ ମଧ୍ୟରେ ସୂଚନା ଯୋଗାଇ କିମ୍ବା ଅନୁରୋଧ ପ୍ରତ୍ୟାଖ୍ୟାନ କରି, ସୂଚନା ପାଇଁ ଆବେଦନ/ଅନୁରୋଧର କାର୍ଯ୍ୟ ସମାପ୍ତ କରାଯିବା ଉଚିତ ।

RTI ଆଇନ୍, ୨୦୦୫ର (ସେକସନ୍ ୮(୧) (ଜେ) ସୂଚନା ପ୍ରକାଶରୁ ଅବ୍ୟାହତି

ଏହି ଧାରା ଉଲ୍ଲେଖ କରେ ଯେ ‘‘ଏହା ସତ୍ତ୍ୱେ ଏହି ଆଇନରେ ଥିବା ଯେକୌଣସି ତଥ୍ୟ, କୌଣସି ନାଗରିକଙ୍କୁ ଦେବାରେ ଆଇନଗତ ବାଧ୍ୟତା ରହିବ ନାହିଁ ’’ ବ୍ୟକ୍ତିଗତ ତଥ୍ୟ ସହ ସମ୍ପର୍କିତ କୌଣସି ସୂଚନା ଯାହାର ପ୍ରକାଶ ହେବା ସହ ସର୍ବସାଧାରଣ କାର୍ଯ୍ୟକଳାପ କିମ୍ବା ସ୍ୱାର୍ଥର କୌଣସି ସମ୍ପର୍କ ନ ଥାଏ କିମ୍ବା ଯାହା ବ୍ୟକ୍ତିଗତ ପ୍ରସଙ୍ଗ ଉପରେ ଅଯୁକ୍ତିଯୁକ୍ତ ଆକ୍ରମଣ କରେ ନତୁବା (ନହେଲେ) ପରିସ୍ଥିତି ଅନୁଯାୟୀ କେନ୍ଦ୍ରୀୟ ଲୋକ ସୂଚନା ଅଧିକାରୀ ବା ସେଣ୍ଟ୍ରାଲ୍ ପବ୍ଲିକ୍ ଇନଫର୍ମେସନ୍ ଅଫିସର କିମ୍ବା ରାଜ୍ୟ ଲୋକ ସୂଚନା ଅଧିକାରୀ ବା ଷ୍ଟେଟ୍ ପବ୍ଲିକ୍ ଇନଫର୍ମେସନ୍ ଅଫିସର କିମ୍ବା ନ୍ୟାୟାଳୟ କର୍ତ୍ତୃପକ୍ଷ ସନ୍ତୋଷ ପ୍ରକାଶ କରିବେ ଯେ, ଏଭଳି ତଥ୍ୟର ପ୍ରଘଟରେ ସର୍ବସାଧାରଣଙ୍କର ବୃହତ୍ତର ସ୍ୱାର୍ଥ ସାଧନ ହେବ : ଏହି ସର୍ତ୍ତରେ ଯେ, ସଂସଦ କିମ୍ବା ରାଜ୍ୟ ବିଧାନସଭାକୁ ଯେଉଁ ସୂଚନା ମନା କରାଯାଇପାରିବ ନାହିଁ ତାହା କୌଣସି ବ୍ୟକ୍ତିଙ୍କୁ ମନା କରାଯିବ ନାହିଁ ।

ତେଣୁ UIDAIର ତଥ୍ୟ ଉନ୍ମୋଚନ ସର୍ତ୍ତ ଉଲ୍ଲେଖ କରେ ଯେ:

RTI ଆଇନ, ୨୦୦୫ର ଧାରା ୮(I)(j) ଅନୁଯାୟୀ ଏବଂ ବୟସ ଅନୁପାତରେ ଲିଙ୍ଗଭିତ୍ତିକ ଏବଂ ବାୟୋମେଟ୍ରିକ୍ ତଥ୍ୟ (ଜଣେ ବାସିନ୍ଦାଙ୍କର ବ୍ୟକ୍ତିଗତ ତଥ୍ୟ)ର ଗୋପନୀୟ ସ୍ୱଭାବ ଦୃଷ୍ଟିରୁ ତଥ୍ୟର ସମ୍ପର୍କ ଥିବା ବାସିନ୍ଦା କେବଳ ତଥ୍ୟ ମାଗିପାରିବେ । ଅନ୍ୟ କୌଣସି ଆବେଦନକାରୀ ଏହି ସୂଚନା ମାଗି ପାରିବେ ନାହିଁ । ଆଧାର କାର୍ଯ୍ୟକ୍ରମରେ ନାମାଙ୍କିତ ହୋଇଥିବା ବାସିନ୍ଦାଙ୍କର ବ୍ୟକ୍ତିଗତ ସୂଚନାର ସୁରକ୍ଷା ଏବଂ ଗୋପନୀୟତା ବଜାୟ ରଖିବା ପାଇଁ ତୃତୀୟ ପକ୍ଷ କିମ୍ବା ଅନ୍ୟ କୌଣସି ବାସିନ୍ଦାଙ୍କ ସହ ସମ୍ପର୍କିତ ବ୍ୟକ୍ତିଗତ ତଥ୍ୟ ଅନ୍ୟ ଆବେଦନକାରୀଙ୍କୁ ଦିଆଯିବ ନାହିଁ । କେତେକ ନିର୍ଦ୍ଦିଷ୍ଟ ପରିସ୍ଥିତିରେ ଆବେଦନକାରୀଙ୍କୁ ପରିଚୟର ଅତିରିକ୍ତ ଅନୁମୋଦନ ପାଇଁ ପ୍ରମାଣପତ୍ର ଦେବାକୁ ପଡ଼ିଥାଏ ।

ପ୍ରକ୍ରିୟାକରଣ ସ୍ଥିତି, ଆଧାର ସଂଖ୍ୟା କିମ୍ବା ପ୍ରେରଣ ଏବଂ ବଣ୍ଟନ ଭଳି ସେମାନଙ୍କ ପଞ୍ଜୀକରଣର ବିବରଣୀ ମାଗୁଥିବା ବାସିନ୍ଦା:

ନାଗରିକମାନେ UIDAI ୱେବସାଇଟ୍ ରୁ ଆଧାର ଜେନେରେସନ୍/ନମ୍ବରର ସ୍ଥିତି ଜାଣିପାରିବେ (uidai.gov.in) EID ନମ୍ବର ଦେଇ | ବୟସ ଏବଂ ଲିଙ୍ଗଗତ ସୂଚନା ସହ EID ନମ୍ବର ଦେଇ ରେସିଡେଣ୍ଟ ପୋର୍ଟାଲ୍ (uidai.gov.in ) ରୁ ନାଗରିକମାନେ ଆଧାର ଚିଠି ଅର୍ଥାତ୍ ଇ-ଆଧାରର ବୈଦ୍ୟୁତିକ ରୂପ ବା ସଂସ୍କରଣ ଆକେସସ୍ କରିପାରିବେ । ଯଦି ସମସ୍ତ ତଥ୍ୟ UIDAI ଡାଟାବେସରେ ଉପଲବ୍ଧ ତଥ୍ୟ ସହ ମେଳ ଖାଉଥାଏ, ଏକ ୱାନ୍-ଟାଇମ୍ ପାସୱର୍ଡ (OTP) ପଞ୍ଜୀକରଣ ସମୟରେ ନାଗରିକ ଦେଇଥିବା ମୋବାଇଲ୍ ନମ୍ବର କିମ୍ବା ଇ-ମେଲ୍ ଆଡ୍ରେସକୁ ପଠାଯିବ । ଯଦି କୌଣସି ନାଗରିକ ପଞ୍ଜୀକରଣ ସମୟରେ ମୋବାଇଲ୍ ନମ୍ବର ଏବଂ/କିମ୍ବା ଇ-ମେଲ୍ ଆଡ୍ରେସ ଦେଇନାହାଁନ୍ତି କିମ୍ବା ଯିଏ ତାଙ୍କର ମୋବାଇଲ୍ ନମ୍ବର ବଦଳାଇ ଦେଇଛନ୍ତି, ୱାନ୍-ଟାଇମ୍ ପାସୱର୍ଡ (OTP) ପାଇବା ପାଇଁ ଭେରିଫିକେସନ୍ ବା ଯାଞ୍ଚ ପରେ ନାଗରିକଙ୍କୁ ଏକ ମୋବାଇଲ୍ ନମ୍ବର ସହ ନାମ, EID ଏବଂ ପିନ୍ କୋଡ୍ ଦେବା ଦରାକର ପଡ଼ିବ । ଇ-ଆଧାର ଡାଉନଲୋଡ୍ କରିବା ପାଇଁ OTP ଦରକାର । UIDAIର ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ଯୋଗାଯୋଗ କେନ୍ଦ୍ରଗୁଡ଼ିକରେ ସଂପୃକ୍ତ କାର୍ଯ୍ୟାଳୟର ପ୍ରକ୍ରିୟା ଅନୁଯାୟୀ ଯାଞ୍ଚ ପରେ ମଧ୍ୟ ବାସିନ୍ଦା ଇ-ଆଧାର ପାଇପାରିବେ ।

ଆରଟିଆଇ ଆବେଦନ ଫି ବା ଦେୟ

’ଏହି ଆଇନ ଅନ୍ତର୍ଗତ RTI ଆବେଦନ ଦେୟ ନଗଦ ଟଙ୍କା/ଡିମାଣ୍ଡ ଡ୍ରାଫ୍ଟ/IPO, PAOଙ୍କୁ ଦେୟଯୋଗ୍ୟ, UIDAI' ଙ୍କ ନିକଟରେ ପଇଠ କରାଯିବ ।