- ଖାଦ୍ୟ ଓ ପୋଷଣ – ସାଧାରଣ ବଣ୍ଟନ ବ୍ୟବସ୍ଥା, ଖାଦ୍ୟ ସୁରକ୍ଷା, ମଧ୍ୟାହ୍ନ ଭୋଜନ, ମିଳିତ ଶିଷୁ କଲ୍ୟାଣ ଯୋଜନା
- ରୋଜଗାର –ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ ରୋଜଗାର ଯୋଜନା, ସ୍ଵର୍ଣଜୟନ୍ତି ଗ୍ରାମ ସ୍ଵରୋଜଗାର ଯୋଜନା, ଇନ୍ଦିରା ଆବାସ ଯୋଜନା, ପ୍ରଧାନ ମନ୍ତ୍ରି ନିଶ୍ଚିତ ରୋଜଗାର କାର୍ଯ୍ୟକ୍ରମ
- ଶିକ୍ଷା – ସର୍ବ ସିକ୍ଷା ଅଭିଯାନ, ରାଇଟ ଟୁ ଏଜୁକେଶନ୍
- ଅନ୍ତର୍ନିବେଶ ଓ ସାମାଜିକ ସୁରକ୍ଷା – ଜନନୀ ସୁରକ୍ଷା ଯୋଜନା, ଆଦିମ ଜନଜାତି ଗୋଷ୍ଠି ବିକାଶ, ଇନ୍ଦିରା ଗାନ୍ଧୀ ଓଲଡ ଏଜ୍ ପେନସନ୍ ଯୋଜନା
- ସ୍ଵାସ୍ଥ୍ୟର ଯତ୍ନ – ରାଷ୍ଟ୍ରିୟ ସ୍ଵାସ୍ଥ୍ୟ ବିମା ଯୋଜନା, ଜନଶ୍ରୀ ବିମା ଯୋଜନା, ଆମ୍ ଆଦମି ବିମା ଯୋଜନା
- ଅନ୍ୟାନ୍ୟ ବିବିଧ ଉଦ୍ଦେସ୍ୟ ଯେପରି ସମ୍ପତ୍ତି କାରବାର, ଭୋଟର୍ ID, PAN କାର୍ଡ ପ୍ରଭୃତି |
ନା, ଏମ୍-ଆଧାର ରୁଟଡେ୍ ଫୋନ ବା ଉପକରଣରେ ଚାଲେ ନାହିଁ ।
‘ରୁଟିଙ୍ଗ’ ହେଉଛି ସେହି ପ୍ରକ୍ରିୟା ଯାହା ଆଣ୍ଡ୍ରୋୟଡ ମୋବାଇଲ ଅପରେଟିଙ୍ଗ ସିଷ୍ଟମ ବ୍ୟବହାର କରୁଥିବା କୌଣସି ସ୍ମାର୍ଟ ଫୋନ, ଟାବଲେଟ ବା ଅନ୍ୟ ଉପକରଣର ବ୍ୟବହାରକାରୀଙ୍କୁ ବିଭିନ୍ନ ଆଣ୍ଡ୍ରୋୟଡ୍ ସବ୍-ସିଷ୍ଟମ ଉପରେ ନିୟନ୍ତ୍ରଣ ପାଇଁ ଏକ ବିଶେଷାଧିକାର ପ୍ରଦାନ କରିଥାଏ ।
- ପଞ୍ଜୀକରଣ କେନ୍ଦ୍ରରେ ଅପରେଟରଙ୍କ କାମ ହେଲା UIDAI ନିୟମାବଳୀଅନୁସାରେ ପଞ୍ଜିକୃତ ହେବାକୁ ଥିବା ବାସିନ୍ଦାଙ୍କର ଜନସାଂଖିକ ଓ ବାୟୋମେଟ୍ରିକ୍ ତଥ୍ୟକୁ ଗ୍ରହଣ କରିବା | ଗୋଟିଏ ଆଧାର ପଞ୍ଜୀକରଣ କେନ୍ଦ୍ରରେ ଅପରେଟର୍ ଭାବେ କାମ କଲାବେଳେ ନିମ୍ନଲିଖିତ “ପନ୍ଦରଟି ଧର୍ମାଦେଶକୁ” ସୁନିଶ୍ଚିତ କରିବେ:
- ପଞ୍ଜୀକରଣଗୁଡିକୁ କରିବା ପାଇଁ ଆଧାର କ୍ଲାଏଣ୍ଟରେ ନିଜର ଅପରେଟର୍ IDରେ ଲଗିନ୍ କରନ୍ତୁ ଏବଂ ଯାଗା ଛାଡି ଯିବା ପୂର୍ବରୁ ଲଗ-ଅଫ୍ କରିବାକୁ ଭୁଲନ୍ତୁ ନାହିଁ ଯାହାଦ୍ଵାରା ପଞ୍ଜୀକରଣ ପାଇଁ ଅନ୍ୟ କେହି ଆପଣଙ୍କ ଲଗିନକୁ ବ୍ୟବହାର କରିପାରିବେ ନାହିଁ |
- ପ୍ରତ୍ୟେକ ଦିନ ପଞ୍ଜୀକରଣ ଆରମ୍ଭ କରିବା ପୂର୍ବରୁ GPS କୋଅର୍ଡିନେଟଗୁଡିକୁ ଗ୍ରହଣ କରନ୍ତୁ |
- ପ୍ରତ୍ୟେକ ଲଗିନରେ ଆପଣଙ୍କ କମ୍ପ୍ୟୁଟରରେ ସାମ୍ପ୍ରତିକ ସମୟ ଓ ତାରିଖ ଥିବା ସୁନିଶ୍ଚିତ କରନ୍ତୁ |
- ସେବା କେନ୍ଦ୍ରର ନକ୍ସା UIDAI ନିୟମାବଳୀ ଅନୁସାରେ ଥିବା ସୁନିଶ୍ଚିତ କରନ୍ତୁ |
- ବାସିନ୍ଦାଙ୍କୁ ପୂର୍ବରୁ ପଞ୍ଜୀକରଣ/ନବୀକରଣ ବିଷୟରେ ସଂକ୍ଷେପରେ କୁହନ୍ତୁ ଏବଂ କାର୍ଯ୍ୟ ମଧ୍ୟରେ ବାସିନ୍ଦାଙ୍କୁ ସହଜ କରିବା ସହ ତଥ୍ୟକୁ ଗ୍ରହଣ କରନ୍ତୁ |
- ପ୍ରଦତ୍ତ “Find Aadhaar Facility”କୁ ବ୍ୟବହାର କରି ବାସିନ୍ଦାଙ୍କ ସଦ୍ୟ ପଞ୍ଜୀକରଣ କରିବା ପୂର୍ବରୁ ସେ କେବେ ମଧ୍ୟ ଆଧାର ପାଇଁ ପଞ୍ଜୀକରଣ କରି ନଥିବା ସୁନିଶ୍ଚିତ କରନ୍ତୁ |
- ସମସ୍ତ ଅସଲ ଦସ୍ତାବିଜଗୁଡିକ ଉପଲବ୍ଧ ଥିବା ସୁନିଶ୍ଚିତ କରନ୍ତୁ ଯାହା ବାସିନ୍ଦାଙ୍କ ଅନୁରୋଧ କ୍ରମେ ପଞ୍ଜୀକରଣ/ନବୀକରଣ ହେବ ଏବଂ ଏଗୁଡିକ ପଞ୍ଜୀକରଣ/ନବୀକରଣ ହେବାକୁ ଥିବା ବସିନ୍ଦାଙ୍କର ନିଜସ୍ଵ ଅଟେ |
- ବାସିନ୍ଦାଙ୍କ ସହ ଯୋଗାଯୋଗ କରିବା ପାଇଁ ସେମାନଙ୍କ ମୋବାଇଲ୍ ନମ୍ବର୍ ଓ ଇମେଲ୍ ଆଇଡି ଦେବା ପାଇଁ ବସିନ୍ଦାଙ୍କୁ ଉତ୍ସାହିତ କରନ୍ତୁ ଏବଂ ଅନ୍ୟାନ୍ୟ ବ୍ୟବହର ଯେପରି OTP ଆଧାରିତ ପ୍ରମାଣୀକରଣ ଏବଂ ଅନଲାଇନରେ ଆଧାର ନବୀକରଣ କରିବା ସୁବିଧା |
- ବସିନ୍ଦାଙ୍କର ଆଧାର ପଞ୍ଜୀକରଣ/ନବୀକରଣ ଫର୍ମ ଏବଂ ସେଥିରେ ଯାଞ୍ଚକର୍ତ୍ତାଙ୍କର ସ୍ଵାକ୍ଷର/ବୃଦ୍ଧାଙ୍ଗୁଳି ଛାପ ଏବଂ ମୋହର/ସ୍ଵାକ୍ଷର ଥିବା ଚେକ୍ କରନ୍ତୁ | ଫର୍ମରେ ବାସିନ୍ଦାଙ୍କର ସ୍ଵାକ୍ଷର/ ବୃଦ୍ଧାଙ୍ଗୁଳି ଛାପ ନିଶ୍ଚିତରୂପେ ରହିବା ଆବଶ୍ୟକ |
- ବାସିନ୍ଦାଙ୍କୁ ସୁନିଶ୍ଚିତ କରାନ୍ତୁ ଯେ ତା’ଙ୍କର ବାୟୋମେଟ୍ରିକ୍ କେବଳ ଆଧାର ପଞ୍ଜୀକରଣ/ନବୀକରଣ ପାଇଁ ବ୍ୟବହାର ହେବ ଅନ୍ୟ କିଛି ଉଦ୍ଦେଶ୍ୟରେ ନୁହେଁ |
- ପରିଚୟକର୍ତ୍ତା/HoF ଆଧାରିତ ପଞ୍ଜୀକରଣ କ୍ଷେତ୍ରରେ, ଫର୍ମରେ ଯଥାକ୍ରମେ ପରିଚୟକର୍ତ୍ତା ଓ HoFମାନଙ୍କ ପାଇଁ ପ୍ରଦାନ କରାଯାଇଥିବା କ୍ଷେତ୍ରକୁ ପୂରଣ କରିବା ସହିତ ପରିଚୟକର୍ତ୍ତା/HoFଙ୍କ ସ୍ଵାକ୍ଷର/ ବୃଦ୍ଧାଙ୍ଗୁଳି ଛାପ ମଧ୍ୟ ରହିବା ଆବଶ୍ୟକ |
- ଆଧାର କ୍ଲାଏଣ୍ଟ ସଫ୍ଟୱେର(ECMP/UCL)ରେ ବାସିନ୍ଦାଙ୍କର ଜନସାଂଖିକ ଓ ବାୟୋମେଟ୍ରିକ୍ ତଥ୍ୟକୁ କ୍ଲାଏଣ୍ଟ ସଫ୍ଟୱେରରେ ପ୍ରଦାନ କରାଯାଇଥିବା ସ୍କ୍ରୀନରେ ଥିବା କ୍ରମାନୁସାରେ ଗ୍ରହଣ କରନ୍ତୁ |
- ପଞ୍ଜୀକରଣ/ନବୀକରଣ କରିବା ସମୟରେ ସୁନିଶ୍ଚିତ କରନ୍ତୁ ଯେ ବାସିନ୍ଦାଙ୍କ ସ୍କ୍ରୀନ୍ ସର୍ବଦା ଖୋଲା ଅଛି ଏବଂ ପ୍ରବେଶ ହୋଇଥିବା ତଥ୍ୟର ସଠିକତାକୁ ଯାଞ୍ଚ କରିବା ପାଇଁ ବାସିନ୍ଦାଙ୍କୁ ପ୍ରଶ୍ନ ପଚାରନ୍ତୁ ଏବଂ ସାଇନ୍ ଅଫ୍ କରିବା ପୂର୍ବରୁ ବସିନ୍ଦାଙ୍କର ଜନସାଂଖିକ ତଥ୍ୟକୁ ସଂକ୍ଷିପ୍ତ ଆଲୋଚନା କରନ୍ତୁ |
- ମୁଦ୍ରଣ ଓ ସ୍ଵାକ୍ଷର କରି ବାସିନ୍ଦାଙ୍କୁ ସ୍ଵୀକୃତିପ୍ରାପ୍ତ ପ୍ରଦାନ କରିବା ସହ ସମ୍ମତିକ୍ରମେ ନାମଙ୍କନର ଶେଷରେ ବାସିନ୍ଦାଙ୍କର ସ୍ଵାକ୍ଷର ନେବେ |
- ପଞ୍ଜୀକରଣ/ନବୀକରଣ ଫର୍ମ, ଅସଲ ସହାୟକ ଦସ୍ତାବିଜଗୁଡିକ ଓ ସ୍ଵାକ୍ଷରିତ ସମ୍ମତି ଚିରିକୁଟି ପଞ୍ଜୀକରଣ/ନବୀକରଣ କ୍ଲାଏଣ୍ଟରେ ଅପଲୋଡ୍ ହେବା ଏବଂ ସମସ୍ତ ଦସ୍ତାବିଜଗୁଡିକ ବାସିନ୍ଦଙ୍କୁ ଫେରସ୍ତ ହୋଇଥିବା ସୁନିଶ୍ଚିତ କରନ୍ତୁ |
ଜନସାଂଖିକ ତଥ୍ୟ ଗ୍ରହଣ ନିୟମାବଳୀଗୁଡିକ:
- ଯାଞ୍ଚ ହୋଇଥିବା ପଞ୍ଜୀକରଣ/ନବୀକରଣ ଫର୍ମରୁ ବାସିନ୍ଦାଙ୍କର ଜନସାଂଖିକ ବିବରଣୀକୁ ପ୍ରବେଶ କରନ୍ତୁ |
- ଆଧାର ନବୀକରଣ ହେବାକ୍ଷେତ୍ରରେ, କେବଳ ନବୀକରଣ ଆବଶ୍ୟକ କରୁଥିବା କ୍ଷେତ୍ରଗୁଡିକୁ ଚିହ୍ନଟ ଓ ପୂରଣ କରନ୍ତୁ |
- ବାସିନ୍ଦାମାନଙ୍କୁ ମୋବାଇଲ୍ ନମ୍ବର୍ ଓ ଇମେଲ୍ ଆଇଡିକୁ ସଂଯୁକ୍ତ କରିବା ପାଇଁ ଉତ୍ସାହିତ କରନ୍ତୁ, ଏହି ବିବରଣୀକୁ ବ୍ୟବହାର କରି, UIDAI, ବାସିନ୍ଦାଙ୍କ ସମ୍ପର୍କରେ ରହିବ |
- ଜନସାଂଖିକ ତଥ୍ୟ ଗ୍ରହଣ କରିବା ସମୟରେ ତଥ୍ୟ ଆସ୍ଥେଟିକ୍ସ ଉପରେ ନଜର ରଖନ୍ତୁ | ତଥ୍ୟ ଗ୍ରହଣ କରିବା ସମୟରେ ସ୍ପେସଗୁଡିକର ଅନୁପଯୁକ୍ତ ବ୍ୟବହାର, ପଙ୍କଚୁଏସନ୍ ଚିହ୍ନଗୁଡିକ, କ୍ୟାପିଟାଲ୍ ଓ ସ୍ମଲ୍ ଅକ୍ଷରର ବ୍ୟବହାରକୁ ଏଡାଇବାକୁ ଚେଷ୍ଟା କରନ୍ତୁ |
- ଅଣ-ସାମ୍ବିନ୍ଧାନିକ ଭାଷାର ବ୍ୟବହାର ଓ ଅକ୍ଷରିକ ଅନୁବାଦର ତୃଟିକୁ ପରିହର କରନ୍ତୁ |
- ବାଧ୍ୟତାମୁଳକ ନଥିବା କ୍ଷେତ୍ରକୁ ଖାଲି ଛାଡିଦିଅନ୍ତୁ ଯେଉଁଠି ବାସିନ୍ଦାଙ୍କ ଦ୍ଵାରା କୌଣସି ତଥ୍ୟ ପ୍ରଦାନ କରାଯାଇ ନାହିଁ | ବାସିନ୍ଦା ତଥ୍ୟ ପ୍ରବେଶ କରିନଥିବା ସ୍ଥାନରେ N/A, NA ପ୍ରଭୃତିକୁ ପ୍ରବେଶ କରନ୍ତୁ ନାହିଁ |
- 5 ବର୍ଷରୁ ଊର୍ଦ୍ଧ୍ଵ ବସିନ୍ଦାଙ୍କ ପାଇଁ ବାପା / ମା’ / ସ୍ଵାମୀ / ସ୍ତ୍ରୀ / ଅଭିଭାବକ ସ୍ଥାନ ବାଧ୍ୟତାମୁଳକ ନୁହେଁ, ସାବାଳକଙ୍କ କ୍ଷେତ୍ରରେ ଯିଏକି ସେହି ପରିସ୍ଥିତିରେ ନଥିବେ କିମ୍ବା ପ୍ରକାଶ କରିବାକୁ ଇଚ୍ଛୁକ ନଥିବେ | ତା’ପରେ “Relationship to Resident”ରେ ଥିବା “Not Given” ଚେକ୍ ବକ୍ସକୁ ଚୟନ କରନ୍ତୁ |
- ଛୋଟ ପିଲା 5 ବର୍ଷରୁ କମ୍ ବୟସ କ୍ଷେତ୍ରରେ, ମାତାପିତା ଜଣଙ୍କର କିମ୍ବା ଅଭିଭାବକଙ୍କର ନାମ ଆଧାର ସଂଖ୍ୟାକୁ ରେକର୍ଡ କରିବା ବାଧ୍ୟତାମୁଳକ ଅଟେ |
- ‘parent’s name’ ବିପକ୍ଷରେ କେବଳ ବାପାଙ୍କ ନାମ ରେକର୍ଡ କରିବା ବାଧ୍ୟତାମୁଳକ ନୁହେଁ | ମାତାପିତାଙ୍କ ସହମତି କ୍ରମେ ‘parent’, guardian’ ନେମରେ ମାତାଙ୍କ ନାମ ମଧ୍ୟ ଏକକ ଭାବେ ରେକର୍ଡ କରାଯାଇପାରିବ |
- ପିଲାମାନଙ୍କୁ ଦୃଷ୍ଟିରେ ରଖି ମାତାପିତା ପଞ୍ଜୀକରଣ କରିବା ବାଧ୍ୟତାମୁଳକ ଅଟେ | ଯଦି ପିଲାର ବାପା / ମା’ / ଅଭିଭାବକ ପଞ୍ଜୀକରଣ କରିନାହାଁନ୍ତି କିମ୍ବା ଆଧାର ସଂଖ୍ୟା ନଥାଏ ତେବେ ପିଲାର ପଞ୍ଜୀକରଣ ହୋଇପାରିବ ନାହିଁ |
- ପରିବାରର ମୁଖ୍ୟ(HoF)ଆଧାରିତ ଯାଞ୍ଚ ପାଇଁ ନାମ, HoFଙ୍କର ଆଧାର ସଂଖ୍ୟା ଏବଂ ପରିବାରର ସଦସ୍ୟଙ୍କ ସହ ମୁଖ୍ୟଙ୍କର ସମ୍ପର୍କର ବିବରଣୀକୁ ପ୍ରବେଶ କରିବା ବାଧ୍ୟତାମୁଳକ ଅଟେ |
- ତା’ପରେ ଅପରେଟର୍ ନିଜକୁ ସ୍ଵୀକୃତି ପ୍ରଦାନ ପୂର୍ବକ ବସିନ୍ଦାଙ୍କ ପାଇଁ ଗ୍ରହଣ କରାଯାଇଥିବା ତଥ୍ୟକୁ ସାଇନ୍ ଅଫ୍ କରିବେ |
- ଆପଣ କରିଥିବା ପଞ୍ଜୀକରଣରେ ଅନ୍ୟ କାହାକୁ ସ୍ଵାକ୍ଷର କରିବା ପାଇଁ ଅନୁମତି ଦିଅନ୍ତୁ ନାହିଁ | ଅନ୍ୟ ମାନଙ୍କ ଦ୍ଵାରା କରାଯାଇଥିବା ପଞ୍ଜୀକରଣରେ ସ୍ଵାକ୍ଷର କରନ୍ତୁ ନାହିଁ |
- ଏନରୋଲୀଙ୍କ ବାୟୋମେଟ୍ରିକ୍ ବିଶିଷ୍ଟତା ଥିବା ସ୍ଥଳେ ଅପରେଟର୍ ସୁପରଭାଇଜରଙ୍କୁ ସାଇନ୍ ଅଫ୍ କରାଇବେ |
- ଯାଞ୍ଚର ପ୍ରକାର ପରିଚୟାକର୍ତ୍ତା/HOF ଭାବେ ଚୟନ ହେବା କ୍ଷେତ୍ରରେ, ପ୍ରଯ୍ୟବେକ୍ଷଣ ସ୍କ୍ରୀନରେ ପରିଚୟକର୍ତ୍ତା/HOF ସାଇନ୍ ଅଫ୍ କରିବେ |
- ପଞ୍ଜୀକରଣ ସମୟରେ ଯଦି ପରିଚୟକର୍ତ୍ତା ନିଜେ ଅନୁପସ୍ଥିତ ରୁହନ୍ତି, ତେବେ “ପରେ ସଂଲଗ୍ନ କରନ୍ତୁ (Attach later)” ଚେକ୍ ବକ୍ସକୁ ଚୟନ କରନ୍ତୁ, ଯାହାଦ୍ଵାରା ଦିନର ଶେଷସୁଦ୍ଧା ପରିଚୟକର୍ତ୍ତାଙ୍କ ଦ୍ଵାରା ପଞ୍ଜୀକରଣକୁ ଯାଞ୍ଚ କରାଯାଇପାରିବ |
- ଅପରେଟର୍ ଭାଷାକୁ ଚୟନ କରିପାରିବେ ଯେଉଁଥିରେ ବୈଧ/ଘୋଷଣାର ଟେକ୍ସଟକୁ ବାସିନ୍ଦାଙ୍କ ଉପସ୍ଥିତିରେ ରସିଦ୍ ଉପରେ ମୁଦ୍ରିତ କରାଯିବ |
- ଅପରେଟର୍ ବାସିନ୍ଦାଙ୍କୁ ସେମାନଙ୍କ ଭାଷାକୁ ଚୟନ କରିବା ପାଇଁ କୁହନ୍ତି ଯେଉଁଥିରେ ରସିଦ୍ ମୁଦ୍ରିତ ହେବ | ଯେକୌଣସି ଘୋଷିତ ଭାଷାର ବିକଳ୍ପକୁ ଚୟନ କଲାପରେ, ନିଶ୍ଚିତରୂପେ ଚୟନୀତ ଭାଷାରେ ରସିଦ୍ ମୁଦ୍ରିତ ହେବ ଯାହା ଇଙ୍ଗଲିଶ କିମ୍ବା ଯେକୌଣସି ସ୍ଥାନିୟ ଭାଷା ହୋଇପାରେ ଯାହା୍କୁ କନଫିଗୁରେଶନ୍ ସ୍କ୍ରୀନ୍ ଉପରେ ସେଟ୍ କରାଯାଇଥିବ |
- ସମାନ ଦସ୍ତାବିଜ୍ ଉପରେ ବାସିନ୍ଦାଙ୍କର ସ୍ଵାକ୍ଷରକୁ ଗ୍ରହଣ କରନ୍ତୁ ଏବଂ ବାସିନ୍ଦାଙ୍କର ଅନ୍ୟାନ୍ୟ ଦସ୍ତାବି୍ଜଗୁଡିକ ସହିତ ଏହାକୁ ଫାଇଲ୍ କରନ୍ତୁ | ବାସିନ୍ଦାଙ୍କର ଦସ୍ତାବିଜଗୁଡିକ ଜରୁରୀ ଅଟେ ଯେହେତୁ ସେଗୁଡିକ ଦ୍ଵାରା ବାସିନ୍ଦାଙ୍କୁ UIDAIରେ ଗ୍ରହଣ/ଅଗ୍ରାହ୍ୟ କରାଯିବ |
- ବାସିନ୍ଦାଙ୍କୁ ସ୍ଵାକ୍ଷର କରି ସ୍ଵୀକୃତିପ୍ରାପ୍ତ ପ୍ରଦାନ କରନ୍ତୁ | ପଞ୍ଜୀକରଣ ହୋଇଛି ବୋଲି ବାସିନ୍ଦାଙ୍କ ପାଇଁ ସ୍ଵୀକୃତିପ୍ରାପ୍ତ ଗୋଟିଏ ଲିଖିତ ପ୍ରମାଣ ଅଟେ | ଏହା ବାସିନ୍ଦାଙ୍କ ପାଇଁ ଜରୁରୀ ଅଟେ ଯେହେତୁ ଏହା ପଞ୍ଜୀକରଣ ସଂଖ୍ୟା ସହିତ, ତାରିଖ ଓ ସମୟକୁ ମଧ୍ୟ ଧାରଣ କରିଥାଏ ଯାହାକୁ UIDAI ସହିତ ଯୋଗାଯୋଗ କରିବା ସମୟରେ ଏବଂ ଯୋଗାଯୋଗ କେନ୍ଦ୍ର (1947)ରେ ଆଧାରର ଷ୍ଟେଟସକୁ ଜାଣିବା ପାଇଁ ବ୍ୟବହାର କରାଯାଇଥାଏ |
- ସଂଶୋଧନ ପ୍ରକ୍ରିୟାକୁ ବ୍ୟବହାର କରି ବାସିନ୍ଦାଙ୍କ ତଥ୍ୟଭାଣ୍ଡାର(ଡେଟାବେସ)ରେ ଆବଶ୍ୟକ ସଂଶୋଧନ କରିବା ପାଇଁ ମଧ୍ୟ ପଞ୍ଜୀକରଣ ସଂଖ୍ୟା, ତାରିଖ ଓ ସମୟ ଆବଶ୍ୟକ ହୋଇଥାଏ | ତେଣୁ ମୁଦ୍ରିତ ହୋଇଥିବା ସ୍ଵୀକୃତିପ୍ରାପ୍ତ ଓ ଅନ୍ୟାନ୍ୟ ତଥ୍ୟ ସ୍ପଷ୍ଟ ଓ ପଠନଯୋଗ୍ୟ ହେବାକୁ ଅପରେଟର୍ ସୁନିଶ୍ଚିତ କରିବେ |
- ବାସିନ୍ଦାଙ୍କୁ ସ୍ଵୀକୃତିପ୍ରାପ୍ତ ପ୍ରଦାନ କରିବା ସମୟରେ ଅପରେଟର୍ ନିମ୍ନଲିଖିତ ସବୁକୁ ନିଶ୍ଚିତରୂପେ ସୂଚିତ କରିବେ
- ମୁଦ୍ରିତ ହୋଇଥିବା ସ୍ଵୀକୃତିପ୍ରାପ୍ତ ସଂଖ୍ୟା ଆଧାର ସଂଖ୍ୟା ନୁହେଁ ଏବଂ ବାସିନ୍ଦାଙ୍କର ଆଧାର ସଂଖ୍ୟାକୁ ପତ୍ର ମାଧ୍ୟମରେ ପ୍ରେରଣ କରାଯିବ | ସ୍ଵୀକୃତିପ୍ରାପ୍ତ ଉପରେ ମଧ୍ୟ ଏହି ବାର୍ତ୍ତାକୁ ମୁଦ୍ରଣ କରାଯାଇଛି |
- ବାସିନ୍ଦା ନିଜର ତଥା ନିଜ ପିଲାମାନଙ୍କର ପଞ୍ଜୀକରଣ ସ୍ଵୀକୃତିପ୍ରାପ୍ତ ଚିରିକୁଟିକୁ ଭବିଷ୍ୟତରେ ସନ୍ଦର୍ଭିତ ପାଇଁ ସାଇତି ରଖିବେ |
- ପରିଚୟକର୍ତ୍ତା ଭିତ୍ତିକ ପଞ୍ଜୀକରଣ ହେବା କ୍ଷେତ୍ରରେ, ପରିଚୟକର୍ତ୍ତା ନିର୍ଦ୍ଦିଷ୍ଟ ସମୟ ସୀମାରେ ଠିକ୍ ଭାବେ ସାଇନ୍ ଅଫ୍ କରିବା ଆବଶ୍ୟକ ଅଟେ ଏବଂ ବାସିନ୍ଦାଙ୍କର ଆଧାର ଗୋଟିଏ ବୈଧ ପରିଚୟକର୍ତ୍ତାଙ୍କ ସମର୍ଥନ ଦ୍ଵାରା ପ୍ରାପ୍ତ ହେବ |
- ଏଠାରେ 96 ଘଣ୍ଟାର ଅବଧି ଅଛି ଯେଉଁ ସମୟ ମଧ୍ୟରେ ବାସିନ୍ଦାଙ୍କର ତଥ୍ୟ ସଂଶୋଧନ କରିହେବ, ତେଣୁ କୌଣସି ଏକ ତୃଟି ଥିବା କ୍ଷେତ୍ରରେ ସେମାନେ ଏହି ସୁବିଧାର ଉପଯୋଗ କରିପାରିବେ |
- ଆଧାର ସୃଷ୍ଟି ଷ୍ଟେଟସକୁ ଜାଣିବା ପାଇଁ ସେମାନେ କଲ୍ ସେଣ୍ଟରକୁ କଲ୍ କରିପାରିବେ କିମ୍ବା ଇ-ଆଧାର ପୋର୍ଟାଲ୍/ଆଧାର୍ ପୋର୍ଟାଲ୍/ୱେବସାଇଟରେ ଲଗ ଅନ୍ କରିପାରିବେ |
- ଆଧାର ସଂଖ୍ୟା ସ୍ଥାନୀୟ ପୋଷ୍ଟ ଅଫିସ୍ କିମ୍ବା ଅନ୍ୟ ସ୍ଵୀକୃତି ପ୍ରାପ୍ତ ଏଜେନ୍ସୀ ଦ୍ଵାରା ପଞ୍ଜୀକରଣ ସମୟରେ ପ୍ରଦାନ କରାଯାଇଥିବା ଠିକଣାରେ ପ୍ରେରଣ କରାଯିବ |
ଯେତେବେଳେ ଜଣେ ବାସିନ୍ଦା ଗୋଟିଏ ପଞ୍ଜୀକରଣ କେନ୍ଦ୍ରକୁ ଆଧାର ପଞ୍ଜୀକରଣ କରିବା ପାଇଁ ଆସନ୍ତି, ବାସିନ୍ଦା ପ୍ରଦାନ କରିଥିବା ଦସ୍ତାବିଜଗୁଡିକ ଅନୁସାରେ ଜନସାଂଖିକ ତଥ୍ୟଗୁଡିକୁ ପ୍ରବେଶ କରାଯିବ | ବାସିନ୍ଦାଙ୍କ ଦ୍ଵାରା ଦାଖଲ କରାଯାଇଥିବା ଦସ୍ତାବିଜଗୁଡିକର ପ୍ରାମାଣିକତାକୁ ଯଥାବିଧି ଅଧିକାରୀଙ୍କ ଦ୍ଵାରା ଯାଞ୍ଚ କରାଯାଏ, ଯାହାଙ୍କୁ ଦସ୍ତାବିଜ୍ ଯାଞ୍ଚ କରିବା ପାଇଁ ଅଧିକାର ଦିଆଯାଇଥାଏ | ଏପରି ଅଧିକାରୀଙ୍କୁ ଯାଞ୍ଚକର୍ତ୍ତା ଭାବେ କୁହାଯାଇଥାଏ | ପଞ୍ଜୀକରଣ କେନ୍ଦ୍ରରେ ଉପସ୍ଥିତ ଥିବା ଯାଞ୍ଚକର୍ତ୍ତା, ବାସିନ୍ଦା ପୂରଣ କରିଥିବା ପଞ୍ଜୀକରଣ ଫର୍ମର ବିପକ୍ଷରେ ଦାଖଲ ହୋଇଥିବା ଦସ୍ତାବିଜଗୁଡିକୁ ଯାଞ୍ଚ କରନ୍ତି | ଅବସରପ୍ରାପ୍ତ ସରକାରୀ କର୍ମଚାରୀଙ୍କୁ କାର୍ଯ୍ୟ ପ୍ରଦାନ କରାଯାଇଥାଏ ଯେଉଁମାନେ ଏହିପରି ଯାଞ୍ଚ ପ୍ରକ୍ରିୟା ସହିତ ପରିଚିତ ଥିବେ, ଯାହାଙ୍କୁ ରେଜିଷ୍ଟ୍ରାରଙ୍କ ଦ୍ଵାରା ବ୍ୟବହାର କରାଯାଇପାରିବ ଯଦି ସେମାନେ ଦସ୍ତାବିଜ ଯାଞ୍ଚ ପାଇଁ ଅଧିକାରୀ ଭାବେ ସେବା ପ୍ରଦାନ ପାଇଁ ଅକ୍ଷମ ହୁଅନ୍ତି |
- କୌଣସି କାର୍ଯ୍ୟରତ/ଅବସରପ୍ରାପ୍ତ କର୍ମକର୍ତ୍ତା ଉଭୟ ସରକାରୀ (ସସସ୍ତ୍ର ସେନା ଓ CPMF ମଧ୍ୟ) ଏବଂ PSUଗୁଡିକ ଯେପରି ବ୍ୟାଙ୍କ Group ‘C’/ class III କର୍ମକର୍ତ୍ତାଙ୍କ ଠାରୁ ନିମ୍ନ ପାହ୍ୟା ହୋଇନଥିବ, ସେମାନଙ୍କୁ ଯାଞ୍ଚକର୍ତ୍ତା ଭାବେ ନିଯୁକ୍ତ କରାଯାଇପାରେ | ସ୍ଥାନଗୁଡିକ ଯେପରି ବୃହତ ନଗରୀ ଓ ମେଟ୍ରୋଗୁଡିକରେ ଯେଉଁଠି ରେଜିଷ୍ଟ୍ରାର ଏଭଳି ଅବସରପ୍ରାପ୍ତ/କାର୍ଯ୍ୟରତ ସରକାରୀ କର୍ମଚାରୀଙ୍କର ସେବା ପାଇବା ପାଇଁ ଅକ୍ଷମ ହୁଅନ୍ତି, ଗୋଟିଏ ଆଉଟସୋର୍ସଡ ଭେଣ୍ଡର ଠାରୁ UIDAI ଆଞ୍ଚଳିକ କାର୍ଯ୍ୟାଳୟର ସହମତି କ୍ରମେ ଯାଞ୍ଚକର୍ତ୍ତାମାନଙ୍କୁ ନିଯୁକ୍ତ କରାଇବାରେ ସକ୍ଷମ ହୁଅନ୍ତି | ପଞ୍ଜୀକରଣ କେନ୍ଦ୍ରରେ ଥିବା ଯାଞ୍ଚକର୍ତ୍ତା ସମାନ ଭେଣ୍ଡରରୁ ଗ୍ରହଣ କରାଯାଇପାରିବ ନାହିଁ ଯାହାକୁ ପଞ୍ଜୀକରଣ ଏଜେନ୍ସୀ ଭଡାରେ ଦିଆଯାଇଥିବ | ଯାଞ୍ଚକର୍ତ୍ତା କ୍ଷେତ୍ରରେ କାମ କରିବା ପୂର୍ବରୁ ଉପଯୁକ୍ତ ଭାବେ ତାଲିମ୍ ଗ୍ରହଣ କରିଥିବା ରେଜିଷ୍ଟ୍ରାର୍ ସୁନିଶ୍ଚିତ କରିବେ |
- ଆବଶ୍ୟକତାନୁସାରେ ରେଜିଷ୍ଟ୍ରାର୍ ଗୋଟିଏ କେନ୍ଦ୍ରରେ ଏକରୁ ଅଧିକ ଯାଞ୍ଚକର୍ତ୍ତାଙ୍କୁ ନିଯୁକ୍ତ କରିପାରିବେ | ପଞ୍ଜୀକରଣ ଆରମ୍ଭ ପୂର୍ବରୁ ଉପାଧି ଅନୁସାରେ ସମସ୍ତ ଜାଞ୍ଚକର୍ତ୍ତାଙ୍କର ତାଲିକା ରେଜିଷ୍ଟ୍ରାରଙ୍କ ଦ୍ଵାରା ନିଶ୍ଚିତରୂପେ ପ୍ରକାଶ ହେବ ଏବଂ ତାଲିକାକୁ ସମ୍ପର୍କୀତ ଆଞ୍ଚଳିକ କାର୍ଯ୍ୟାଳୟକୁ ପ୍ରେରଣ କରାଯିବ |
ଏଫ୍.ଏ.କ୍ୟୁ
-
ଆପଣଙ୍କ ଆଧାର
-
ପଞ୍ଜୀକରଣ ଓ ନବୀକରଣ
-
ସତ୍ୟାପନ
-
ଡାଇରେକ୍ଟ ବେନିଫିଟ୍ ଟ୍ରାନ୍ସଫର୍ (DBT)
-
UIDAI ସମ୍ବନ୍ଧରେ
-
ଆଧାର ଅନଲାଇନ୍ ସେବା