ପଞ୍ଜୀକରଣ ଏଜେନ୍ସୀଗୁଡ଼ିକ

ପଞ୍ଜୀକରଣ ଏଜେନ୍ସୀଗୁଡ଼ିକ ହେଉଛି ସେହି ସଂସ୍ଥା, ଯେଉଁମାନଙ୍କୁ, UIDAI ପଞ୍ଜୀକରଣ ପ୍ରକ୍ରିୟା ଅନୁସାରେ, ବାସିନ୍ଦାମାନଙ୍କର ପଞ୍ଜୀକରଣ ନିମନ୍ତେ ଜନସାଂଖିକୀୟ ଓ ବାୟୋମେଟ୍ରିକ୍ ଡାଟା ସଂଗ୍ରହ କରିବା ପାଇଁ ରେଜିଷ୍ଟ୍ରାର୍ ଙ୍କ ଦ୍ୱାରା ନିଯୁକ୍ତି ଦିଆଯାଇଥାଏ | ରେଜିଷ୍ଟ୍ରାର୍ ଙ୍କ ଦ୍ୱାରା ନିୟୋଜିତ ହେବା କ୍ରମରେ, ପଞ୍ଜୀକରଣ ଏଜେନ୍ସୀଗୁଡ଼ିକୁ, UIDAI ସହିତ ପାନେଲଭୂକ୍ତତାକୁ ଜାରି ରଖିବା ସୁନିଶ୍ଚିତ କରିବାକୁ ପଡ଼ିବ | ଯଦି ଅଣ-ପାନେଲଭୂକ୍ତ ଏଜେନ୍ସୀଗୁଡ଼ିକ ରେଜିଷ୍ଟ୍ରାରଙ୍କ ଦ୍ୱାରା ନିୟୋଜିତ ହୁଅନ୍ତି, ତେବେ ସେମାନଙ୍କୁ ମଧ୍ୟ ପାନେଲଭୂକ୍ତ ଏଜେନ୍ସୀ ପରି ସମାନ ସର୍ତ୍ତାବଳୀ ମାନିବାକୁ ହେବ |

  • ପଞ୍ଜୀକରଣ ଏଜେନ୍ସୀ ହେଉଛି ସେହି ଏଜେନ୍ସୀ, ଯାହାକୁ ଅନୁଷ୍ଠାନର ପ୍ରୋଫାଇଲ୍, ବୈଷୟିକ ଓ ଆର୍ଥିକ ମୂଲ୍ୟାଙ୍କନ ଯାଞ୍ଚ କରିବା ପାଇଁ ରେଜିଷ୍ଟ୍ରାର୍ ଙ୍କ ଦ୍ୱାରା ନିଯୁକ୍ତ କରାଯାଇଥାଏ |
  • ପଞ୍ଜୀକରଣ ଏଜେନ୍ସୀଗୁଡ଼ିକୁ, ଫିଳ୍ଡରେ ଥିବା ପଞ୍ଜୀକରଣ ଷ୍ଟେସନ୍ସ ପାଇଁ ଅପରେଟର୍ ଓ ସୁପରଭାଇଜରମାନଙ୍କର ବ୍ୟବସ୍ଥା କରିବା ସହ ବାସିନ୍ଦାଙ୍କର ନ୍ୟୁନତମ ପଞ୍ଜୀକରଣ ପାଇଁ ଆବଶ୍ୟକ ସର୍ତ୍ତାବଳୀଊ ମଧ୍ୟ ସୃଷ୍ଟି କରିବାକୁ ହୋଇଥାଏ |
  • ବାସିନ୍ଦାମାନଙ୍କୁ ଓ UIDAIକୁ ପଞ୍ଜୀକରଣ ଏଜେନ୍ସୀଗୁଡ଼ିକ, ପଞ୍ଜୀକରଣ କାର୍ଯ୍ୟସୂଚୀ ବିଷୟରେ ନିଶ୍ଚିତ ଭାବେ ଆଗୁଆ ଜଣାଇବେ |
  • ପଞ୍ଜୀକରଣ ଏଜେନ୍ସୀଗୁଡ଼ିକ, ସଫଳତାପୂର୍ବକ ଆଧାର ପ୍ରସ୍ତୁତି ପାଇଁ UIDAI ଦ୍ୱାରା ପାନେଲଭୂକ୍ତ କରାଯିବେ ଏବଂ ରେଜିଷ୍ଟ୍ରାର୍ ଙ୍କ ଦ୍ୱାରା ପୈଠ କରାଯିବେ |
  • ବାସିନ୍ଦାଙ୍କର ପଞ୍ଜୀକରଣ ସମେତ ସେମାନଙ୍କ ତଥ୍ୟର ସଂଶୋଧନ ଓ ନବୀକରଣ ପାଇଁ ପଞ୍ଜୀକରଣ ଏଜେନ୍ସୀଗୁଡ଼ିକ, ପଞ୍ଜୀକରଣ କେନ୍ଦ୍ରର ‍ସ୍ଥାପନା କରିବେ |
  • ପଞ୍ଜୀକରଣ ପାଇଁ, କେବଳ UIDAI ଦ୍ୱାରା ପ୍ରଦାନ କରାଯାଇଥିବା ସଫ୍ଟୱେର୍ କୁ ହିଁ EA ବ୍ୟବହାର କରିବେ | ପଞ୍ଜୀକରଣ କ୍ଲାଏଣ୍ଟ, ଅପରେଟର୍, ସୁପରଭାଇଜର୍, ପଞ୍ଜୀକରଣ ଏଜେନ୍ସୀ, ରେଜିଷ୍ଟ୍ରାର୍ ଓ ଅନ୍ୟାନ୍ୟ ସୂଚନାର ଅନୁସନ୍ଧନୀୟତା ପାଇଁ ପ୍ରତ୍ୟେକ ପଞ୍ଜୀକରଣ / ନବୀକରଣ ସହିତ ପଞ୍ଜୀକରଣ ପ୍ୟାକେଟ୍ ର ଏକ ଅଂଶ ଭାବରେ ଅଡିଟ୍ ଡାଟା ସଂଗ୍ରହ କରିବାର ବ୍ୟବସ୍ଥା ମଧ୍ୟ ପଞ୍ଜୀକରଣ ସଫ୍ଟୱେର୍ ରେ ଅଛି |
  • ସମୟ ସମୟରେ UIDAI ଦ୍ୱାରା ପରାମର୍ଶିତ ଅନୁସାରେ କମ୍ପ୍ୟୁଟର୍, ପ୍ରିଣ୍ଟର୍, ବାୟୋମେଟ୍ରିକ୍ ଉପକରଣ ଓ ଅନ୍ୟାନ୍ୟ ସରଞ୍ଜାମ ପରି ଉପକରଣଗୁଡ଼ିକର ବିଶେଷତା ହେବା ଦରକାର |
  • ପଞ୍ଜୀକରଣ ପାଇଁ ବ୍ୟବହୃତ ବାୟୋମେଟ୍ରିକ୍ ଉପକରଣଗୁଡ଼ିକ, ପ୍ରାଧିକାରୀଙ୍କ ଦ୍ୱାରା ପରାମର୍ଶିତ ହେବା ସହିତ UIDAI ଦ୍ୱାରା ପରାମର୍ଶିତ ଅନୁସାରେ ପ୍ରମାଣିତ ହୋଇଥିବା ଦରକାର |
  • UIDAI ଦ୍ୱାରା ପରିଭାଷିତ ପ୍ରକ୍ରିୟା ଅନୁସାରେ, ପଞ୍ଜୀକରଣ ଅପରେଟର୍, ସମର୍ଥିତ ଦସ୍ତାବିଜର ଭୌତିକ/ବୈଦ୍ୟୁତିକ ନକଲ ସଂଗ୍ରହ କରିବେ କିମ୍ୱା ତାହାକୁ ବୈଦ୍ୟୁତିକ ପର୍ମାଟରେ ବଦଳାଇବେ |
  • ଫିଲ୍ଡସ୍ତରୀୟ କାର୍ଯ୍ୟାନ୍ୱୟନ ଓ ଅଡିଟ୍ ପାଇଁ ପଞ୍ଜୀକରଣ ଏଜେନ୍ସୀ ଦାୟୀ ଅଟେ | ପଞ୍ଜୀକରଣ ଏଜେନ୍ସୀ, ପ୍ରାଧିକାରୀଙ୍କୁ କିମ୍ୱା ତାଙ୍କ ତରଫରୁ ଆସିଥିବା ଅନ୍ୟ କୌଣସି ବ୍ୟକ୍ତିଙ୍କୁ ଯଥୋଚିତ ପ୍ରବେଶାଧିକାର ଦେବ ଏବଂ ପଞ୍ଜୀକରଣ ଏଜେନ୍ସୀ ଅଧିକାରରେ ଥିବା କୌଣସି ପ୍ରକାରର ପୁସ୍ତକ, ରେକର୍ଡ୍ସ, ଦସ୍ତାବିଜ୍ ଓ କମ୍ପ୍ୟୁଟର୍ ଡାଟା ଯାଞ୍ଚ କରିବାର ଯଥୋଚିତ ସୁବିଧା ତାଙ୍କୁ କିମ୍ୱା ତାଙ୍କ ତରଫରୁ ଆସିଥିବା ବ୍ୟକ୍ତିଙ୍କୁ ଦେବ ଏବଂ ଦସ୍ତାବିଜ କିମ୍ୱା ଅନ୍ୟ କୌଣସି ସାମଗ୍ରୀ ପ୍ରାଧିକାରୀଙ୍କ ମତରେ ଅଡିଟ୍ ପାଇଁ ପ୍ରାସଙ୍ଗିକ ହୋଇଥିବ, ସେଗୁଡ଼ିକର ନକଲ ମଧ୍ୟ ପ୍ରଦାନ କରିବ |
  • ପଞ୍ଜୀକରଣ ଏଜେନ୍ସୀ, ସବୁବେଳେ ପଞ୍ଜୀକରଣ ଏଜେନ୍ସୀର ଆଚାର ସଂହିତାକୁ ପାଳନ କରିବ |
  • ସମୟ ସମୟରେ, ପ୍ରାଧିକାରୀଙ୍କ ଦ୍ୱାରା ଜାରି କରାଯାଉଥିବା ବିଭିନ୍ନ ପ୍ରକ୍ରିୟା, ନିୟମ ଓ ମାର୍ଗଦର୍ଶିକା, ଯାଞ୍ଚ ତାଲିକା, ଫର୍ମ୍ସ ଓ ଟେମ୍ପଲେଟ୍ସକୁ ପଞ୍ଜୀକରଣ ଏଜେନ୍ସୀ ପାଳନ କରିବ |

ପଞ୍ଜୀକରଣ ଏଜେନ୍ସୀ କାର୍ଯ୍ୟକଳାପ

  • ପଞ୍ଜୀକରଣ କେନ୍ଦ୍ର ‍ସ୍ଥାପନା ପାଇଁ ଯାଞ୍ଚ ତାଲିକା ଅନୁସାରେ ଉପକରଣ ଓ ଅନ୍ୟାନ୍ୟ ଆବଶ୍ୟକତାର ଯୋଗାଣ |
  • ଅପରେଟର୍ସ/ସୁପରଭାଇଜର୍ସଙ୍କ ପଞ୍ଜୀକରଣ କରି ସେମାନଙ୍କୁ UIDAIଠାରେ ପଞିକରଣ ଓ ସକ୍ରିୟ କରିବା
    • ଜଣେ ଅଧିକାରପ୍ରାପ୍ତ EA ଅପରେଟର୍ ଦ୍ୱାରା ପ୍ରଥମ ଅପରେଟର୍ ର ପଞ୍ଜୀକରଣ କରିବା
    • ଏହି ଅପରେଟର୍ ପାଇଁ CIDRକୁ ଡାଟା ପ୍ୟାକେଟ୍ ଓ ଉପଭୋକ୍ତା ପରିଚାଳନା ଫର୍ଦ୍ଦ ପଠାଇବା
    • UID ଗ୍ରହଣ କରି ଏହି ଅପରେଟର୍ ସହିତ ଆଗକୁ ବଢ଼ି ଅନ୍ୟମାନଙ୍କର ପଞ୍ଜୀକରଣ ଆରମ୍ଭ କରିବା
    • ଅପରେଟର୍/ସୁପରଭାଇଜର୍ ଓ ବୈଷୟିକ ବ୍ୟବସ୍ଥାପକ ଏବଂ ଯଦି ଆବଶ୍ୟକ ହୁଏ, ତେବେ ପରିଚୟକର୍ତ୍ତା ପ୍ରାପ୍ତ କରି, ପ୍ରଥମ ଅପରେଟର୍ ଦ୍ୱାରା ସେମାନଙ୍କର ପଞ୍ଜୀକରଣ କରିବା
    • ସେମାନଙ୍କର ଡାଟା ପ୍ୟାକେଟ୍ସ ଓ ଉପଭୋକ୍ତା ପରିଚାଳନା ଫାଇଲ CIDRକୁ ପଠାଇବା
    • UIDs ଗ୍ରହଣ କରିବା
    • Sify ଦ୍ୱାରା ପ୍ରମାଣୀକରଣ ପରୀକ୍ଷା ପାଇଁ ସେମାନାଙ୍କୁ ପଞିକୃତ କରିବା
    • CIDRରେ ପ୍ରମାଣିତ ଓ ପଞ୍ଜିକୃତ କର୍ମକର୍ତ୍ତା ଆଗକୁ ଯାଇପାରିବେ ତଥା ଅନ୍ୟ ପରିଚୟକର୍ତ୍ତା, ବାସିନ୍ଦାମାନଙ୍କର ପଞ୍ଜୀକରଣ କରିପାରିବେ |
  • ଷ୍ଟେସନ୍ ପଞ୍ଜିକରଣ
    • A ଟେକ୍ନିକଲ୍ ଆଡମିନ୍ ଏମେଲ୍ IDରେ EA ଅଧିକାରପ୍ରାପ୍ତ ଉପଭୋକ୍ତା ଓ କୋଡ୍ ପ୍ରାପ୍ତ କରିବ|
    • UIDAIଠାରୁ ରେଜିଷ୍ଟ୍ରାର୍ କୋଡ୍, EA କୋଡ୍ ପ୍ରାପ୍ତ କରିବ |
    • ଅଦୁନାତନ ଆଧାର ସଫ୍ଟୱେର୍ ପ୍ରାପ୍ତ କରି ତାହାକୁ କ୍ଲାଏଣ୍ଟ ଲାପଟପ୍ସରେ ରେଜିଷ୍ଟର୍ ଓ କନଫିଗର୍ କରିବ |
    • ୟୁଜର୍ ସେଟଅପ୍ ସମ୍ପୂର୍ଣ୍ଣ କରି KYR ଓ KYR+ ପାଇଁ ଟେଷ୍ଟ ରିଲିଜ୍ କରିବ |
    • ପ୍ରାକ୍-ପଞ୍ଜୀକରଣ ଡାଟାର ଲୋଡିଙ୍ଗ୍ ଓ ଟେଷ୍ଟିଙ୍ଗ୍ କରିବ |
    • ସମୟ ସମୟରେ ଷ୍ଟେସନ୍ କୁ ନବୀକରଣ ରଖିବ |