ଗୋପନୀୟତା ନିୟମ

ସାଇଟ୍ ଭିଜିଟ୍ ଡାଟା

UIDAI ୱେବସାଇଟ୍, ଆପଣଙ୍କଠାରୁ ସ୍ୱୟଂକୃତ ଭାବେ କୌଣସି ନିର୍ଦ୍ଦିଷ୍ଟ ବ୍ୟକ୍ତିଗତ ସୂଚନା ନିଏନାହିଁ (ଯେପରି ନାମ, ଫୋନ୍ ନମ୍ୱର୍ କିମ୍ୱା ଇମେଲ୍ ଠିକଣା), ଯାହା ଆପଣଙ୍କୁ ବ୍ୟକ୍ତିଗତ ଭାବେ ଆମକୁ ଚିହ୍ନଟ କରିବାକୁ ଦେଇଥାଏ |

ଏହି ୱେବସାଇଟ୍ ଆପଣଙ୍କ ଭିଜିଟ୍ ର ରେକର୍ଡ ରଖିଥାଏ ଏବଂ ସାଂଖିକୀୟ ପ୍ରୟୋଜନ ପାଇଁ ନିମ୍ନଲିଖିତ ସୂଚନା ଲଗ୍ କରିଥାଏ | ଆପଣଙ୍କ ସାଭର୍ ର ଠିକଣା କିମ୍ୱା ଉଚ୍ଚ ସ୍ତରର ଡୋମେନ୍ ନାମ, ଯେଉଁଟଃଆରୁ ଆପଣ ଇଣ୍ଟରନେଟ୍ ବ୍ୟବହାର କରନ୍ତି (ଉଦାହରଣସ୍ୱରୂପ, .gov, .com, .in, ଆଦି), ବ୍ୟବହାର କରାଯାଉଥିବା ବ୍ରାଉଜ୍ ର ତାରିଖ ଓ ସମୟ, ବ୍ୟବହାର କରାଯାଇଥିବା ପୃଷ୍ଠା ଓ ଦସ୍ତାବିଜ୍, ଯାହା ଡାଉନଲୋଡ୍ କରାଯାଇଥିବ ଏବଂ ପୂର୍ବ ଲିଙ୍କ୍ କୁ ଇଣ୍ଟରନେଟ୍ ର ଠିକଣା, ଯେଉଁଠରୁ ଆପଣ ଏହି ସାଇଟ୍ କୁ ଆସିଥିବେ | ଆମ ୱେବସାଇଟକୁ ଆସୁଥିବା ବ୍ୟକ୍ତିବିଶେଷଙ୍କର ପରିଚୟ ସହିତ ଏହି ଠିକଣାଗୁଡ଼ିକୁ ଲିଙ୍କ୍ କରିବାକୁ ଆମେ କୌଣସି ପ୍ରୟାସ କରୁନାହୁଁ, ଯେପର୍ଯ୍ୟନ୍ତ ସାଇଟକୁ ‍କ୍ଷତି କରୁଥିବା ଚେଷ୍ଟା ଜଣାନପଡ଼େ | ଆମେ, ବ୍ୟବହାରକର୍ତ୍ତାଙ୍କ ପରିଚୟ କିମ୍ୱା ବ୍ରାଉଜିଙ୍ଗ୍ ଗତିବିଧି କୁ ରଖୁନାହୁଁ, ଯେପର୍ଯ୍ୟନ୍ତ ଆଇନ ପ୍ରବର୍ତନ ଏଜେନ୍ସୀ ସେବା ପ୍ରଦାତା ଲଗ୍ ର ନିରୀକ୍ଷଣ ନିମନ୍ତେ ୱାରେଣ୍ଟ ଅମଳ କରେନାହିଁ |

ଯଦି UIDAI ୱେବସାଇଆଟ୍ ଆପଣଙ୍କୁ ବ୍ୟକ୍ତିଗତ ସୂଚନା ପ୍ରଦାନ କରିବାକୁ ଅନୁରୋଧ କରେ, ତେବେ ଆପଣଙ୍କୁ ସେହି ନିର୍ଦ୍ଦିଷ୍ଟ ଉଦ୍ଦେଶ୍ୟ ପାଇଁ ସୂଚିତ କରାଯିବ, ଯେଉଁଥିପାଇଁ ସେହି ସୂଚନା ଏକତ୍ରିତ କରାଯାଉଥିବ ଏବଂ ଆପଣଙ୍କର ବ୍ୟକ୍ତିଗତ ସୂଚନା ସୁରକ୍ଷିତ ରଖିବା ପାଇଁ ପର୍ଯ୍ୟାପ୍ତ ସୁରକ୍ଷା ମାନଦଣ୍ଡ ଗ୍ରହଣ କରାଯିବ | UIDAI, ସ୍ୱେଚ୍ଛାକୃତ ଭାବେ କୌଣସି ବ୍ୟକ୍ତିଗତ ଚିହ୍ନଟଯୋଗ୍ୟ ସୂଚନାକୁ ନିଜ ୱେବସାଇଟରେ କିମ୍ୱା କୌଣସି ତୃତୀୟ ପାର୍ଟୀକୁ (ସାର୍ବଜନୀନ/ଘରୋଇ) ବିକ୍ରି କିମ୍ୱା ଆବଣ୍ଟିତ କରେ ନାହିଁ | ଏହି ୱେବସାଇଟକୁ ପ୍ରଦାନ କରାଯାଇଥିବା ଯେକୌଣସି ସୂଚନାକୁ ହଜିବାରୁ, ଅପବ୍ୟବହାରରୁ, ଅନଧିକୃତ ଆକ୍ସେସ୍ ରୁ କିମ୍ୱା ପ୍ରଘଟ, ବଦଳ କିମ୍ୱା ନଷ୍ଟ ହେବାରୁ ରକ୍ଷା କରାଯିବ |

କୁକିଜ୍

ଏହା, ସଫ୍ଟୱେର୍ କୋଡ୍ ର ସେହି ଭାଗ ଅଟେ, ଯାହାକୁ ୱେବସାଇଟ୍, ଆପଣଙ୍କ ବ୍ରାଉଜର୍ କୁ ସେହି ସମୟରେ ପଠାଇଥାଏ, ଯେତେବେଳେ ଆପଣ ସେହି ୱେବସାଇଟ୍ ର ବ୍ୟବହାର କରନ୍ତି | ଏହି ୱେବସାଇଟ୍ କୁକିଜ୍ ର ବ୍ୟବହାର କରେନାହିଁ |

ଇ-ମେଲ୍ ପରିଚାଳନା

ଯଦି ଆପଣ ଏକ ବାର୍ତ୍ତା ପଠାଇବାକୁ ଚାହାଁନ୍ତି, କେବଳ ସେତେବେଳେ ହିଁଆପଣଙ୍କ ଇମେଲ୍ ରେକର୍ଡ କରାଯାଏ | ଏହାକୁ ସେହି ଉଦ୍ଦେଶ୍ୟରେ ହିଁ ବ୍ୟବହାର କରାଯିବ, ଯେଉଁଥିପାଇଁ ଆପଣ ତାହାକୁ ପ୍ରଦାନ କରିଥିବେ ଏବଂ ଏକ ମେଲିଙ୍ଗ୍ ତାଲିକାରେ ଅନ୍ତର୍ଭୁକ୍ତ କରାଯିବ ନାହିଁ | ଆପଣଙ୍କ ଇମେଲ୍ ଆଡ୍ରେସ୍, ଅନ୍ୟ କୌଣସି ଉଦ୍ଦେଶ୍ୟ ପାଇଁ ବ୍ୟବହାର କରାଯିବ ନାହିଁ ତଥା ଆପଣଙ୍କ ସହମତି ବିନା ପ୍ରଘଟ କରାଯିବ ନାହିଁ |

ବ୍ୟକ୍ତିଗତ ସୂଚନାର ସଂଗ୍ରହ

ଯଦି ଆପଣଙ୍କୁ ଅନ୍ୟ କୌଣସି ପ୍ରକାରର ବ୍ୟକ୍ତିଗତ ସୂଚନା ପାଇଁ କୁହାଯିବ ଏବଂ ଯଦି ଆପଣ ତାହାକୁ ଦେବାକୁ ଚାହିଁବେ, ତେବେ ତାହା କିପରି ବ୍ୟବହାର କରାଯିବ, ଆପନଙ୍କୁ ସୂଚିତ କରାଯିବ | ଯେତେବେଳେବି ଆପଣଙ୍କୁ ଲାଗିବ ଯେ, ଏହି ଗୋପନୀୟତା ବିବୃତିରେ ଉଲ୍ଲିଖିତ ନିୟମଗୁଡ଼ିକର ପାଳନ କରାଯାଉନାହିଁ କିମ୍ୱା ଏହି ନିୟମଗୁଡ଼ିକ ଉପରେ ଅନ୍ୟ କୌଣସି ମନ୍ତବ୍ୟ ଥିବ, ତେବେ ଦୟାକରି ’ଆମକୁ ଯୋଗାଯୋଗ କରନ୍ତୁ’ ପୃଷ୍ଠା ମାଧ୍ୟମରେ ୱେବମାଷ୍ଟର୍ ଙ୍କୁ ସୂଚିତ କରନ୍ତୁ |

ଟିପ୍ପଣୀ: ଏହି ଗୋପନୀୟ ବିବୃତିରେ "ବ୍ୟକ୍ତିଗତ ସୂଚନା" ଶବ୍ଦର ବ୍ୟବହାର, ଯେକୌଣସି ସୂଚନାକୁ ସନ୍ଦର୍ଭିତ କରିଥାଏ, ଯେଉଁଥିରୁ ଆପଣଙ୍କର ପରିଚୟ ସ୍ପଷ୍ଟ ହେଉଥିବ କିମ୍ୱା ଯଥୋଚିତ ଜଣାଯାଇପାରିବ |

ଯଥୋଚିତ ସୁରକ୍ଷା ଅଭ୍ୟାସ

ଯଥୋଚିତ ସୁରକ୍ଷା ପରିମାପ, ଯେପରି ପ୍ରଶାସନିକ, ବୈଷୟିକ, କାର୍ଯ୍ୟକ୍ଷମ ଓ ଶାରୀରିକ ନିୟନ୍ତ୍ରଣକୁ ଲାଗୁ କରାଯାଇଥାଏ, ବ୍ୟକ୍ତିଗତ ସୂଚନାର ସୁରକ୍ଷା ସୁନିଶ୍ଚିତ କରିବା ପାଇଁ, ଯଦି ସଂଗ୍ରହ କରାଯାଇଥାଏ |