ଆଧାର ପ୍ରତୀକ

ଅବଧାରଣା ଓ ଲୋଗୋ ବା ପ୍ରତୀକ ଚିହ୍ନ

ଆଧାର ହେଉଛି ପୂର୍ବର ୟୁନିକ ଆଇଡେଣ୍ଟିଫିକେସନ ନମ୍ବର (ୟୁଆଇଡି) ବା ବିଶିଷ୍ଟ ପରିଚୟ ସଂଖ୍ୟାର ବ୍ରାଣ୍ଡ ନାମ । ୟୁ.ଆଇ.ଡି.ଏ.ଆଇ. ଦ୍ୱାରା ଜାରି କରାଯାଉଥିବା ଆଧାର ସଂଖ୍ୟାର ନାମ ଓ ତାହାର ଲୋଗୋକୁ କାର୍ଯ୍ୟକ୍ରମର ପରିବର୍ତ୍ତନାଭିମୂଖୀ ସମ୍ଭାବନାକୁ ଦୃଷ୍ଟିରେ ରଖି ପ୍ରସ୍ତୁତ କରାଯାଇଛି ।

ଆଧାର ବ୍ରାଣ୍ଡ (ଯାହାକୁ ପୂର୍ବରୁ ‘ୟୁ.ଆଇ.ଡି.’ କୁହାଯାଉଥିଲା) ଏବଂ ଲୋଗୋ ମିଶି ୟୁ.ଆଇ.ଡି.ଏ.ଆଇ.ର ମୂଳ ଉଦ୍ଦେଶ୍ୟର ସାର ଓ ତାତ୍ପର୍ଯ୍ୟକୁ ସାରା ଭାରତରେ ପହଞ୍ଚାନ୍ତି । ୟୁ.ଆଇ.ଡି.ଏ.ଆଇ.ର ସେହି ଲକ୍ଷ୍ୟ ଓ ଉଦ୍ଦେଶ୍ୟ ହେଲା ଭାରତର ପ୍ରତ୍ୟେକ ବାସିନ୍ଦାଙ୍କୁ ତାଙ୍କ ଡେମୋଗ୍ରାଫିକ ବା ସମାଜଗତ ଓ ବାୟୋମେଟ୍ରିକ ବା ଶରୀରଗତ ତଥ୍ୟ ସହ ଯୋଡ଼ି ହୋଇ ରହିଥିବାଏକ ଅନନ୍ୟ ବା ବିଶିଷ୍ଟ ପରିଚୟ ଚିହ୍ନଟକାରୀ ସଂଖ୍ୟା ଜାରି କରିବା ଯାହାକୁ ବ୍ୟବହାର କରି ସେମାନେ ଭାରତର ଯେକୌଣସି ସ୍ଥାନରେ ନିଜର ପରିଚୟକୁ ଜାହିର କରିପାରିବେ ଏବଂ ବିଭିନ୍ନ ସେବା ଓ ଲାଭକୁ ହାସଲ କରିପାରିବେ ।

ଆଧାରର ଆକ୍ଷରିକ ଅନୁବାଦ ହେଲା ‘ଭିତ୍ତି’ ବା ‘ନିହ’, ବା ‘ସାହାରା’ । ଏହି ଶଦ୍ଦ ପ୍ରାୟ ସମସ୍ତ ଭାରତୀୟ ଭାଷାରେ ଅଛି ଏବଂ ସେହି କାରଣରୁ ଏହାକୁ ସାରା ଭାରତରେ ୟୁ.ଆଇ.ଡି.ଏ.ଆଇ.ର ବ୍ରାଣ୍ଡିଙ୍ଗ ଓ ଯୋଗାଯୋଗ ପାଇଁ ବ୍ୟବହାର କରାଯାଇପାରିବ ।

ଏହା ସହିତ, ଆଧାରର ଅନଲାଇନ ଭିତ୍ତିକ ଅନନ୍ୟ ବା ବିଶିଷ୍ଟ ଏବଂ କେନ୍ଦ୍ରୀକୃତ ପରିଚୟ ପ୍ରମାଣୀକରଣର ଗ୍ୟାରେଣ୍ଟି ଅନେକ ସେବା ଓ ଆପ୍ଲିକେସନ ପାଇଁ ଭିତ୍ତି ଯୋଗାଇଥାଏ ଏବଂ ବଜାର ସହିତ ସଂଯୋଗକୁ ଅଧିକ ସୁଗମ୍ୟ କରିଥାଏ ।

ଆଧାର ବାସିନ୍ଦାଙ୍କୁ ସେହି ସବୁ ସେବା ଓ ସାଧନକୁ ଯେକୌଣସି ସମୟରେ ଓ ଦେଶର ଯେକୌଣସି ସ୍ଥାନରେ ହାସଲ କରିବା ପାଇଁ ବାସିନ୍ଦାଙ୍କୁ ସାମର୍ଥ୍ୟ ପ୍ରଦାନ କରିଥାଏ ।

ବ୍ରାଣ୍ଡ ମାର୍ଗଦର୍ଶିକା

ଆଧାର ଲୋଗୋ ୟୁନିଟଟି ପୁରା ବର୍ଗାକାର ଆକାରରେ ନାହିଁ । ଲୋଗୋର ଚଉଡ଼ା ଏହାର ଉଚ୍ଚତାଠାରୁ ସାମନ୍ୟ ଅଧିକ ଅଛି । ଲୋଗୋଟି ଏହାର ସଠିକ ସ୍ୱରୂପରେ ପ୍ରକାଶ ବା ପ୍ରସ୍ତୁତ କରି ଗୁରୁତ୍ୱପୂର୍ଣ୍ଣ ଅଟେ କାରଣ ଏହା ବ୍ରାଣ୍ଡ ଇମେଜ ପାଇଁ ଖୁବ୍ ଜରୁରୀ । ତଳେ ଦିଆଯାଇଥିବା ଡାଇଗ୍ରାମ ବା ଛବି ଅନୁସାରେ ଲୋଗୋର ସ୍ୱରୂପ ହୋଇଛି ନା ନାହିଁ ତାହା ଯାଞ୍ଚ କରି ନିଅନ୍ତୁ ।

Aadhaar Logo