ସଞ୍ଚାଳନ ମୋଡ଼େଲ

ଏହି ପରିଚାଳନା ବା ସଞ୍ଚାଳନ ମୋଡ଼େଲରେ ଆଧାର ପ୍ରମାଣୀକରଣ ପରିସଂସ୍ଥା ବା ବ୍ୟବସ୍ଥାରେ ଜଡ଼ିତ ଥିବା ବିଭିନ୍ନ ଅଂଶୀଦାର ଓ ଭୂମିକା ନିର୍ବହନକାରୀଙ୍କ ବିଷୟରେ ବର୍ଣ୍ଣନା ଦିଆଯାଇଛି । ଆଧାର ପ୍ରମାଣୀକରଣ ମୋଡ଼େଲରେ ଜଡ଼ିତ ଥିବା ପ୍ରମୁଖ ଭୂମିକା ନିର୍ବହନକାରୀଙ୍କ ସମ୍ବନ୍ଧରେ ନିମ୍ନରେ ବର୍ଣ୍ଣନା କରାଯାଇଛି ତଥା ତଥ୍ୟ ଓ ସୂଚନା କେମତି ଗତି କରେ ଏବଂ ସେଥିରେ ବିଭିନ୍ନ ଭୂମିକା ନିର୍ବହନକାରୀ କେମିତି ପରସ୍ପର ସହ ଜଡ଼ିତ ରହନ୍ତି ତାହାର ସୂଚନା ପ୍ରଦାନ କରାଯାଇଛ ି । ପ୍ରମୁଖ ଭୂମିକା ନିର୍ବହନକାରୀଙ୍କ ବିଷୟରେ ସଂକ୍ଷିପ୍ତ ବିବରଣୀ ଏବଂ ସେମାନେ କେଉଁ ସମୟରେ ବା ସ୍ଥିତିରେ କେମିତି ଅନ୍ୟ ଭୂମିକା ନିର୍ବହନକାରୀଙ୍କ ସହ ପାରସ୍ପରିକ ଯୋଗସୂତ୍ର ରଖନ୍ତି ତାହା ବିଷୟରେ ନିମ୍ନରେ ବର୍ଣ୍ଣନା କରାଯାଇଛି.

 

Aadhaar Authentication Framework

ଆଧାର ପ୍ରମାଣୀକରଣ ପରିସଂସ୍ଥା ବା ବ୍ୟବସ୍ଥାରେ ଜଡ଼ିତ ଥିବା ବିଭିନ୍ନ ଅଂଶୀଦାର

“ଆଧାର ଧାରୀ ବା ଆଧାର ସଂଖ୍ୟା ଧାରୀ”ର ଅର୍ଥ ହେଲା ଜଣେ ବ୍ୟକ୍ତି ଯାହାଙ୍କୁ ଆଧାର ଆଇନ ଅନୁସାରେ ଆଧାର ସଂଖ୍ୟା ଜାରି କରାଯାଇଛି।

“ଅଥିଣ୍ଟିକେସନ ବା ପ୍ରମାଣୀକରଣ”ର ଅର୍ଥ ହେଲା ସେହି ପ୍ରକ୍ରିୟା ଯହିଁରେ ଗୋଟିଏ ଆଧାର ସଂଖ୍ୟା ସହିତ ଜଣେ ବାସିନ୍ଦାଙ୍କ ଜନସଂଖ୍ୟାଗତ ବା ଡେମୋଗ୍ରାଫିକ ତଥ୍ୟ କିମ୍ବା ବାୟୋମେଟ୍ରିକ ବା ଶରୀରଗତ ତଥ୍ୟକୁ ସେଣ୍ଟ୍ରାଲ ଆଇଡ଼େଣ୍ଟିଟିଜ୍ ଡାଟା ରିପୋଜିଟୋରୀ ବା ସି.ଆଇ.ଡ଼ି.ଆର୍. ପାଖକୁ ଯାଞ୍ଚ ବା ମେଳକ ପାଇଁ ପଠାଯାଏ । ସି.ଆଇ.ଡ଼ି.ଆର୍. ତାହା ପାଖରେ ଥିବା ବାସିନ୍ଦାଙ୍କ ସମ୍ବନ୍ଧିତ ତଥ୍ୟ ସହିତ ତାହା ପାଖକୁ ପଠାଯାଇଥିବା ତଥ୍ୟ ମେଳ ଖାଉଛି ନା ନାହିଁ ତାହା ଯାଞ୍ଚ କରିବା ପରେ ତଥ୍ୟ ଠିକ୍ ଅଛି ନା ନାହିଁ ତାହା ଅନୁରୋଧକାରୀଙ୍କୁ ଜଣାଇଥାଏ ।

“ଅଥିଣ୍ଟିକେସନ ଫେସିଲିଟି ବା ଓଡ଼ିଆରେ ପ୍ରମାଣୀକରଣ ସୁବିଧା”ର କହିଲେ ଭାରତୀୟ ବିଶିଷ୍ଟ ପରିଚୟ ପ୍ରାଧିକରଣ ପ୍ରଦାନ କରୁଥିବା ସେହି ଯାଞ୍ଚ ସୁବିଧାକୁ ବୁଝାଏ ଯେଉଁଠି ଜଣେ ଆଧାର ସଂଖ୍ୟାଧାରୀଙ୍କ ପରିଚୟ ସମ୍ବନ୍ଧିତ ସୂଚନାକୁ ଯାଞ୍ଚ କରି ପରିଚୟ ଠିକ୍ ଅଛି ନା ନାହିଁ ତାହାର ଉତ୍ତର ଆବଶ୍ୟକତା ଅନୁସାରେ ହଁ / ନା ରେ କିମ୍ବା ଇ-କେୱାଇସି ତଥ୍ୟରେ ପ୍ରଦାନ କରାଯାଇଥାଏ ।

“ଅଥେଣ୍ଟିକେସନ ସର୍ଭିସ ଏଜେନ୍ସି ବା ଓଡ଼ିଆରେ ପ୍ରମାଣୀକରଣ ସେବାପ୍ରଦାନକାରୀ ସଂସ୍ଥା, ସଂକ୍ଷେପରେ ଏ.ଏସ.ଏ..” କହିଲେ ସେହି ସଂସ୍ଥା ବା ସଂଗଠନକୁ ବୁଝାଏ ଯିଏ ପ୍ରାଧିକରଣ ଦ୍ୱାରା ପ୍ରଦତ୍ତ ପ୍ରମାଣୀକରଣ ସୁବିଧା ଅନୁସାରେ ପରିଚୟର ପ୍ରମାଣ ଲୋଡ଼ୁଥିବା ଏକ ସଂସ୍ଥାକୁ ପରିଚୟର ପ୍ରମାଣ ହାସଲ କରିବା ପାଇଁ ସୁରକ୍ଷିତ ନେଟୱର୍କ ଯୋଗାଯୋଗ ଓ ସମ୍ବନ୍ଧିତ ସେବା ଉପଲବ୍ଧ କରାଇବା ପାଇଁ ଆବଶ୍ୟକୀୟ ଭିତ୍ତିଭୂମି ପ୍ରଦାନ କରିଥାଏ ।

“ଅଥେଣ୍ଟିକେସନ ୟୁଜର ଏଜେନ୍ସି ବା ପ୍ରମାଣୀକରଣ ବ୍ୟବହାରକାରୀ ସଂସ୍ଥା, ସଂକ୍ଷେପରେ ଏ.ୟୁ.ଏ.” କହିଲେ ସେହି ଅନୁରୋଧକାରୀ ସଂସ୍ଥାକୁ ବୁଝାଏ ଯିଏ ପ୍ରାଧିକରଣ ଦ୍ୱାରା ପ୍ରଦାନ କରାଯାଉଥିବା ହଁ/ନା ପ୍ରମାଣୀକରଣ ସୁବିଧାକୁ ବ୍ୟବହାର କରନ୍ତି ।

“ସେଣ୍ଟ୍ରାଲ ଆଇଡ଼େଣ୍ଟିଟିଜ୍ ଡାଟା ରିପୋଜିଟୋରୀ ବା କେନ୍ଦ୍ରୀୟ ପରିଚୟ ତଥ୍ୟ ଭଣ୍ଡାର” ବା “ସିଆଇଡିଆର୍”ର କହିଲେ ଏକ ବା ଏକାଧିକ ସ୍ଥାନରେ ଥିବା କେନ୍ଦ୍ରୀୟ ତଥ୍ୟ ଭଣ୍ଡାରକୁ ବୁଝାଏ ଯେଉଁଠି ଆଧାର ଧାରୀ ବାସିନ୍ଦାଙ୍କୁ ଜାରି କରାଯାଇଥିବା ସମସ୍ତ ଆଧାର ସଂଖ୍ୟା ସହିତ ସମ୍ବନ୍ଧିତ ବାସିନ୍ଦାଙ୍କ ଡେମୋଗ୍ରାଫିକ୍ ବା ଜନସଂଖ୍ୟାଗତ ଓ ବାୟୋମେଟ୍ରିକ ବା ଶରୀରଗତ ତଥ୍ୟ ଏବଂ ଅନ୍ୟ ସମ୍ବନ୍ଧିତ ତ୍ୟ ଗଚ୍ଛିତ ରହିଥାଏ ।

“ପ୍ରମାଣୀକରଣ ଉପକରଣ”: ଏହା ହେଉଛି ସେହି ସବୁ ଉପକରଣ ଯାହା ମାଧ୍ୟମରେ ଆଧାର ଧାରକଙ୍କ ବ୍ୟକ୍ତିଗତ ପରିଚୟ ତଥ୍ୟ (ଇଂରାଜୀରେ ସଂକ୍ଷେପରେ ପିଆଇଡ଼ି) ସଂଗ୍ରହ ହୁଏ, ପିଆଇଡ଼ି ବ୍ଲକ ସବୁ ଏନକ୍ରିପ୍ଟ ହୁଏ ବା ସଙ୍କେତରେ ରୁପାନ୍ତରିତ ହୁଏ, ପ୍ରମାଣୀକରଣ ପ୍ୟାକେଟକୁ ପଠାହୁଏ ଏବଂ ପ୍ରମାଣୀକରଣର ଫଳାଫଳ ପ୍ରାପ୍ତ ହୁଏ । ଏହାର ଉଦାହରଣ ହେଲା କମ୍ପ୍ୟୁଟର, କିଓସ୍କ, ହାତରେ ଧରି ବ୍ୟବହାର ହେଉଥିବା ଉପକରଣ ଇତ୍ୟାଦି । ଏହିସବୁ ଉପକରଣକୁ ଏ.ୟୁ.ଏ. / ଉପ ଏ.ୟୁ.ଏ ମାନେ ବ୍ୟବହାର କରନ୍ତି ।

ପ୍ରମାଣୀକରଣ ପାଇଁ ଅନୁରୋଧ ପଠାଇବା ପ୍ରକ୍ରିୟା

୧) ଅନୁରୋଧକାରୀ ସଂସ୍ଥା ଦ୍ୱାରା ପ୍ରଦାନ କରାଯାଇଥିବା ଆଧାର ସଂଖ୍ୟା ବା ଆଧାର ସଂଖ୍ୟା ସହିତ ଯୋଡ଼ାଯାଇଥିବା ଅନ୍ୟ କୌଣସି ପରିଚୟ ପୁଷ୍ଟି ସାଧନକାରୀ ଏବଂ/କିମ୍ବା ଆଧାରଧାରୀ ବାସିନ୍ଦାଙ୍କଠାରୁ ବାୟୋମେଟ୍ରିକ ତଥ୍ୟ ଏବଂ/କିମ୍ବା ଓଟିପି ବା ଥରକିଆ ପାସୱାର୍ଡ ପାଇବା ପରେ, କ୍ଲାଇଣ୍ଟ ଆପ୍ଲିକେସନ ସଙ୍ଗେସଙ୍ଗେ ତାହାକୁ ପ୍ରାଧିକରଣ ଦ୍ୱାରା ନିର୍ଦ୍ଧାରିତ ମାନକ ଅନୁଯାୟୀ ପ୍ୟାକ କରିବ ଓ ଆସିଥିବା ତଥ୍ୟକୁ ଅନ୍ୟଠାକୁ ପଠାଇବା ପୂର୍ବରୁ ତାହାକୁ ପିଆଇଡି ବ୍ଲକରେ ସଙ୍କେତରେ ରୂପାନ୍ତରିତ କରିବ ଏବଂ ତାହାକୁ ସୁରକ୍ଷିତ ପ୍ରୋଟୋକଲ ବ୍ୟବହାର କରି ଅନୁରୋଧକାରୀ ସଂସ୍ଥାର ସର୍ଭରକୁ ପଠାଇବ ।

୨) ସତ୍ୟତା ଯାଞ୍ଚ କରିବା ପରେ ଗୋଟିଏ ଅନୁରୋଧକାରୀ ସଂସ୍ଥା ପ୍ରାଧିକରଣ ନିର୍ଦ୍ଧାରଣ କରିଥିବା ମାନକ ଅନୁଯାୟୀ ପ୍ରମାଣୀକରଣ ସେବାପ୍ରଦାନକାରୀ ସଂସ୍ଥାର ସର୍ଭର ବ୍ୟବହାରକରି ପ୍ରମାଣୀକରଣର ଅନୁରୋଧକୁ ସିଆଇଡିଆରଙ୍କ ନିକଟକୁ ପଠାଇବ । ପ୍ରମାଣୀକରଣ ଅନୁରୋଧରେ ଅନୁରୋଧକାରୀ ସଂସ୍ଥାର ଏବଂ/କିମ୍ବା ପ୍ରମାଣୀକରଣ ସେବାପ୍ରଦାନକାରୀ ସଂସ୍ଥାର (ତାଙ୍କ ମଧ୍ୟରେ ହୋଇଥିବା ବୁଝାମଣା ଅନୁସାରେ) ଡିଜିଟାଲ ଦସ୍ତଖତ ରହିବ ।

୩) ପ୍ରମାଣୀକରଣ ପାଇଁ ଆସିଥିବା ଅନୁରୋଧର ମାଧ୍ୟମ ଭିତ୍ତିରେ, ସିଆଇଡିଆର ପାଇଥିବା ତଥ୍ୟକୁ ତାହାର ଭଣ୍ଡାରରେ ଥିବା ସମ୍ବନ୍ଧିତ ବାସିନ୍ଦାଙ୍କ ତଥ୍ୟ ସହ ମିଳାଇ ଦେଖେ ଏବଂ ପ୍ରମାଣୀକରଣର ଉତ୍ତର ହଁ ବା ନା ରେ ପ୍ରଦାନ କରେ କିମ୍ବା ସ୍ଥିତି ଅନୁସାରେ ଇ-କେୱାଇସିରେ ଉତ୍ତର ପ୍ରଦାନ କରେ । ଏହି ଉତ୍ତରରେ ଡିଜିଟାଲ ଦସ୍ତଖତ ଥାଏ । ହଁ ବା ନାରେ ଉତ୍ତର ସହିତ ପ୍ରମାଣୀକରଣ କାର୍ଯ୍ୟ ସହିତ ସମ୍ବନ୍ଧିତ ଅନ୍ୟ ବୈଷୟିକ ତଥ୍ୟ ମଧ୍ୟ ପ୍ରଦାନ କରେ ।

୪) ପ୍ରମାଣୀକରଣର ସମସ୍ତ ମାଧ୍ୟମରେ ଆଧାର ସଂଖ୍ୟା ଜରୁରୀ ଅଟେ ଏବଂ ତାହାକୁ ଉପରେ ବର୍ଣ୍ଣିତ ହୋଇଥିବା ସବ୍-ରେଗୁଲେସନ (୧) ବା ଉପ-ନିୟନ୍ତ୍ରଣ (୧) ଅନୁସାରେ ଧାର୍ଯ୍ୟ ହୋଇଥିବା ଇନପୁଟ ମାନକ ସହିତ ପ୍ରଦାନ କରାଯାଇଥାଏ ଯାହାଦ୍ୱାରା ପ୍ରମାଣୀକରଣ ସବୁବେଳେ ୧:୧ ମେଳକରେ ସୀମିତ ରହିପାରିଥାଏ ।

୫) ଏକ ଅନୁରୋଧକାରୀ ସଂସ୍ଥା ପ୍ରାଧିକରଣ ଦ୍ୱାରା ଧାର୍ଯ୍ୟ ପ୍ରକ୍ରିୟା ଓ ମାନକକୁ ନିଶ୍ଚିତ ଭାବରେ ଅନୁପାଳନ କରିବ ଓ ତଦନୁସାରେ ଏହା ନିଶ୍ଚିତ କରିବ ଯେ ପ୍ରମାଣୀକରଣ ଉପକରଣରେ ବାସିନ୍ଦାଙ୍କ ତଥ୍ୟ ପ୍ରାପ୍ତ ବା ଉତ୍ତୋଳିତ ହେବାମାତ୍ରେ ହିଁ ପିଆଇଡି ବ୍ଲକକୁ ଏନକ୍ରିପ୍ଟ କରିବ ବା ସଙ୍କେତରେ ରୂପାନ୍ତର ହେଉଥିବ ।

ପ୍ରମାଣୀକରଣ ବ୍ୟବସ୍ଥାରେ ସାମିଲ ଥିବା ପ୍ରମୁଖ ଅଂଶୀଦାରମାନେ ବିଭିନ୍ନ ଭାବରେ ତାଙ୍କ ଭିତରେ ଯୋଗାଯୋଗ ରଖିପାରିବେ ଓ ଜଡ଼ିତ ରହିପାରିବେ । ଉଦାହରଣସ୍ୱରୂପ, ଗୋଟିଏ ଏ.ୟୁ.ଏ. ତାହାର ନିଜର ଏଏସଏ ହେବା ପାଇଁ ଚାହିଁପାରେ, ଗୋଟିଏ ଏ.ୟୁ.ଏ. ଆଧାର ପ୍ରମାଣୀକରଣ ସେବାକୁ ବିଭିନ୍ନ କାରଣ ଯଥା, ବ୍ୟବସାୟ ନିରନ୍ତରତା ଯୋଜନା ଇତ୍ୟାଦି ପାଇଁ ଅନେକ ଏଏସଏଙ୍କ ମାଧ୍ୟମରେ ହାସଲ କରିପାରେ, ଗୋଟିଏ ଏ.ୟୁ.ଏ. ପ୍ରମାଣୀକରଣ ଅନୁରୋଧକୁ ନିଜ ସେବା ପ୍ରଦାନ ଆବଶ୍ୟକତା ପାଇଁ ପଠାଇପାରେ ବା ଅନେକ ଉପ-ଏୟୁଏଙ୍କ ତରଫରୁ ମଧ୍ୟ ପଠାଇପାରେ ।