ଆଧାର ବ୍ରାଣ୍ଡ

ସୂଚନା, ଶିକ୍ଷା ଓ ଯୋଗାଯୋଗ କୌଶଳ

ୟୁଆଇଡିଏଆ ତାହାର ସମସ୍ତ ସହଯୋଗୀ ଏବଂ ବାସିନ୍ଦାଙ୍କୁ ସୂଚନା, ଶିକ୍ଷା ଓ ଯୋଗାଯୋଗ (ଇଂରାଜୀରେ ଯାହାକୁ ସଂକ୍ଷେପରେ ଆଇ.ଇ.ସି. କୁହାଯାଏ) କୌଶଳ ମାଧ୍ୟମରେ ଶିକ୍ଷିତ କରିବାର ଲକ୍ଷ୍ୟ ରଖିଛି ଯାହା ଦ୍ୱାରା ସେମାନେ ଆଧାରର ବିଭିନ୍ନ ବ୍ୟବହାର ତଥା ତହିଁରୁ ମିଳୁଥିବା ଲାଭ ବିଷୟରେ ଜାଣିପାରିବେ । ନିବନ୍ଧକ ଏବଂ ୟୁ.ଆଇ.ଡି.ଏ.ଆଇ. ଆଧାରର ବ୍ୟବହାର ସମ୍ବନ୍ଧରେ ସୂଚନାର ପ୍ରସାର ପାଇଁ ସଦା ପ୍ରୟାସରତ ରହିବେ ଯେମିତି କି ବିଭିନ୍ନ ସରକାରୀ ଓ ଅନ୍ୟାନ୍ୟ ଯୋଜନାର ସୁଫଳ ଉପଯୁକ୍ତ ବା ଲକ୍ଷ୍ୟ ରଖାଯାଇଥିବା ହିତାଧିକାରୀଙ୍କ ନିକଟରେ ପହଞ୍ଚିପାରିବ ।
ସମସ୍ତ ବାସିନ୍ଦା ଯେମିତି ଏହି ବ୍ୟବସ୍ଥାରେ ସାମିଲ ହେବେ ତାହା ନିଶ୍ଚିତ କରିବା ପାଇଁ ଆଧାରର ବାର୍ତ୍ତାକୁ ନିମ୍ନରେ ଦିଆଯାଇଥିବା ଯୋଗାଯୋଗ ମାଧ୍ୟମ ଜରିଆରେ ପ୍ରସାର କରାଯିବ:

  • ବ୍ରଡକାଷ୍ଟ ଓ ଟେଲିକାଷ୍ଟ: ଟେଲିଭିଜନ, ରେଡିଓ, ପ୍ରିଣ୍ଟ, ଇଣ୍ଟରନେଟ
  • ସୂଚନା: ଖବର ଓ ପ୍ରକାଶନ
  • ଆଉଟଡୋର ବା ବାହାରେ: ପୋଷ୍ଟର, ହ୍ୟାଣ୍ଡ ଆଉଟ, କାନ୍ଥ ଚିତ୍ର, ବ୍ୟାନର, ହୋର୍ଡିଙ୍ଗ
  • ମନୋରଞ୍ଜନ: ସିନେମା, କ୍ରୀଡ଼ା, ବିଜ୍ଞାପନ
  • ଆନ୍ତଃ-ବ୍ୟକ୍ତି: ଭିଡିଓ ବା ଦୃଶ୍ୟ, ଅଡିଓ ବା ଶ୍ରାବ୍ୟ, ଟେଲେକମ
  • ସହାୟକ ଭିତ୍ତିଭୂମି: ନିବନ୍ଧକ ଓ ନାମାଙ୍କନକାରୀ ସଂସ୍ଥାର ଭିତ୍ତିଭୂମି

ସୂଚନା, ଶିକ୍ଷା ଓ ଯୋଗାଯୋଗ (ଆଇ.ଇ.ସି.) ଅର୍ଥ ବ୍ୟବସ୍ଥା

ଆଧାର ବ୍ରାଣ୍ଡ ସହିତ ପ୍ରତ୍ୟକ୍ଷ ଭାବରେ ସମ୍ବନ୍ଧିତ ସମସ୍ତ ସାଧନର ପ୍ରସ୍ତୁତି ବେଳେ ଓ କାର୍ଯ୍ୟାନ୍ୱୟନ ସ୍ତରରେ ୟୁ.ଆଇ.ଡି.ଏ.ଆଇ. ଆବଶ୍ୟକ ସ୍ଥଳେ ଅର୍ଥର ବ୍ୟବସ୍ଥା କରିବ । ନିବନ୍ଧକଙ୍କ ସହିତ ଜଡ଼ିତ ଯୋଗାଯୋଗ ସାଧନ ଯହିଁରେ ଆଧାର ବ୍ରାଣ୍ଡ ମଧ୍ୟ ସଂଲଗ୍ନ ଥିବ ତାହା ପାଇଁ ମଧ୍ୟ ୟୁ.ଆଇ.ଡି.ଏ.ଆଇ. ଅର୍ଥ ଯୋଗାଇଦେବ । ତେବେ, ନିବନ୍ଧକଙ୍କ କୌଣସି ନିର୍ଦ୍ଦିଷ୍ଟ ଆବଶ୍ୟକତା ପାଇଁ ଦରକାର ହେଉଥିବା ଅତିରିକ୍ତ ସାଧନକୁ ନିବନ୍ଧକ ନିଜେ ବହନ କରିବେ ।
ୟୁ.ଆଇ.ଡି.ଏ.ଆଇ.ରୁ ଏକ ସମର୍ପିତ ଦଳ ଏବଂ ତାଙ୍କ ସହ ଉପଯୁକ୍ତ ସଂସ୍ଥା ଯଥା – ବିଜ୍ଞାପନ ଓ ଜନ ସମ୍ବନ୍ଧ ଭଳି ସଂସ୍ଥା ନିବନ୍ଧକଙ୍କ ସହ ଘନିଷ୍ଠ ଭାବରେ କାମ କରି ସୂଚନା, ଶିକ୍ଷା ଓ ଯୋଗାଯୋଗ କୌଶଳକୁ କାର୍ଯ୍ୟକାରୀ କରିବେ ।

ସଚେତନତା ଓ ଯୋଗାଯୋଗ କୌଶଳ ଉପଦେଷ୍ଟା ପରିଷଦ

  • ୟୁଆଇଡି ପ୍ରକଳ୍ପକୁ ସଫଳ କରିବା ପାଇଁ ଏକ ସଚେତନତା ଓ ଯୋଗାଯୋଗ କୌଶଳର ଆବଶ୍ୟକତାକୁ ଉପଲବ୍ଧି କରି ୟୁ.ଆଇ.ଡି.ଏ.ଆଇ. ଏକ ସଚେତନତା ଓ ଯୋଗାଯୋଗ କୌଶଳ ଉପଦେଷ୍ଟା ପରିଷଦ (ଇରାଜୀରେ - ଆୱାରନେସ ଆଣ୍ଡ କମ୍ୟୁନିକେସନ ଷ୍ଟ୍ରାଟେଜୀ ଆଡଭାଇଜରୀ କାଉନସିଲ ବା ସଂକ୍ଷେପରେ ଏ.ସି.ଏସ.ଏ.ସି.)କୁ ନିୟୋଜିତ କରିଛି । ଏହି ପରିଷଦ ୟୁଆଇଡିଏଆର ଉଦ୍ଦେଶ୍ୟ ସାଧନ ପାଇଁ ଆବଶ୍ୟକ ହେଉଥିବା ସଚେତନତା ଓ ଯୋଗାଯୋଗ କୌଶଳ ସୁପାରିଶ କରିବେ । ପରିଷଦର ଗଠନ ନେଇ ଥିବା ଆଦେଶ ତଥା ତାହାର କାର୍ଯ୍ୟ ଆଦିର ବିବରଣୀ ଏଠାରେ ପାଇପାରିବେ: ସଚେତନତା ଓ ଯୋଗାଯୋଗ କୌଶଳ ଉପଦେଷ୍ଟା ପରିଷଦ ଆଦେଶ