ୟୁ.ଆଇ.ଡି.ଏ.ଆଇ ଇକୋସିଷ୍ଟମ୍ସ

ପଞ୍ଜୀକରଣ ଓ ନବୀକରଣ ଇକୋସିଷ୍ଟମ୍

ପଞ୍ଜୀକରଣ ଇକୋସିଷ୍ଟମ୍ ରେ, ରେଜିଷ୍ଟ୍ରାର୍ସ ଓ ପଞ୍ଜୀକରଣ ଏଜେନ୍ସୀମାନ ଅନ୍ତର୍ଭୁକ୍ତ ଅଛି | ରେଜିଷ୍ଟ୍ରାର୍ ହେଉଛି ଏପରି ଏକ ସଂସ୍ଥା, ଯାହା ବ୍ୟକ୍ତିବିଶେଷ ପଞ୍ଜୀକରଣ ପାଇଁ UIDAI ଦ୍ୱାରା ଅଧିକୃତ ବା ଚିହ୍ନିତ ହୋଇଛି | ରେଜିଷ୍ଟ୍ରାର୍ସ ଦ୍ୱାରା ପଞ୍ଜୀକରଣ ଏଜେନ୍ସୀଗୁଡ଼ିକ ନିଯୁକ୍ତ କରାଯାଇଥା’ନ୍ତି ଏବଂ ସ୍ୱୀକୃତିପ୍ରାପ୍ତ ଅପରେଟର୍ସ/ସୁପରଭାଇଜର୍ସ ନିଯୁକ୍ତି ମାଧ୍ୟମରେ ପଞ୍ଜୀକରଣ ପ୍ରକ୍ରିୟା ସମୟରେ ବ୍ୟକ୍ତିବିଶେଷମାନଙ୍କର ଜନସାଂଖିକୀୟ ଓ ବାୟୋମେଟ୍ରିକ୍ ସୂଚନା ସଂଗ୍ରହ ପାଇଁ ସେମାନେ ଦାୟୀ ରୁହନ୍ତି |

ରେଜିଷ୍ଟ୍ରାର୍ସଙ୍କ ସହ ସମନ୍ୱୟ ରକ୍ଷା କରି, ପଞ୍ଜୀକରଣ ଏଜେନ୍ସୀଗୁଡ଼ିକ, ପଞ୍ଜୀକରଣ କେନ୍ଦ୍ରର ‍ସ୍ଥାପନା କରନ୍ତି, ଯେଉଁଠାରେ ବାଶିନ୍ଦାମାନେ ଆଧାର ପାଇଁ ପଞ୍ଜୀକରଣ କରିପାରିବେ | ପଞ୍ଜୀକରଣ ପାଇଁ ଅନେକ ଫିଙ୍ଗରପ୍ରିଣ୍ଟ ସ୍କାନର୍, ଆଇରିସ୍ ସ୍କାନର୍ ଓ କ୍ୟାମେରା ବ୍ୟବହୃତ ହୋଇଥାଏ, ଯାହା STQC ଓ UIDAI ଦ୍ୱାରା ପ୍ରମାଣୀକୃତ ହୋଇଥାଏ ଏବଂ ସମସ୍ତକୁ, UIDAI ଦ୍ୱାରା ଡିଜାଇନ୍ କରାଯାଇଥିବା ଷ୍ଟାଣ୍ଡାର୍ଡ ଆପ୍ଲିକେଶନ୍ ପ୍ରୋଗ୍ରାମିଙ୍ଗ୍ ଇଣ୍ଟରଫେସ୍ (API) ସହିତ ସଂଯୋଗ କରାଯାଇଥାଏ | ଅନେକ ରେଜିଷ୍ଟ୍ରାର୍ସ, ଅନେକ ପଞ୍ଜୀକରଣ ଏଜେନ୍ସୀ ଓ ଅନେକ ବୈଷୟିକ ପ୍ରଦାତାଙ୍କ ନିଯୁକ୍ତି, ସେଥିମଧ୍ୟରେ ଏକ ସୁସ୍ଥ ପ୍ରତିଯୋଗିତାର ବାତାବରଣ ସୃଷ୍ଟି କରିଥାଏ |

ବାସିନ୍ଦାମାନେ ସେମାନଙ୍କ ତଥ୍ୟମାନ ଯଥା ବାସସ୍ଥାନ ଠିକଣା,ମୋବାଇଲ ନଂ,ଈ-ମେଲ ଇତ୍ୟାଦି ସଂଶୋଧନ ନିକଟସ୍ଥ ପଞ୍ଜୀକରଣ କେନ୍ଦ୍ରରେ,ଡାକ କିମ୍ବା ୱେବସାଇଟ ମାଧ୍ୟମରେ କରିପାରିବେ |

UIDର ପ୍ରମାଣୀକରଣ ଇକୋସିଷ୍ଟମ୍

ବାସିନ୍ଦାଙ୍କର ତୁରନ୍ତ ପ୍ରମାଣୀକରଣ ପାଇଁ UIDAI, ଏକ ମାପନୀୟ ଇକୋସିଷ୍ଟମ୍ ର ‍ସ୍ଥାପନା କରିଛି | ଆଧାର ପ୍ରମାଣୀକରଣ ଇକୋସିଷ୍ଟମ୍, ଦୈନିକ ଭିତ୍ତିରେ ହଜାର ହଜାର ସଂଖ୍ୟକ ପ୍ରମାଣୀକରଣମାନ ସମ୍ଭାଳିବାରେ ସମର୍ଥ ଏବଂ ଚାହିଦା ଅନୁସାରେ, ଏହା ଆହୁରି ବଢ଼ାଯାଇପାରେ | . UIDAI, ବିଭିନ୍ନ ସରକାରୀ ଓ ବେସରକାରୀ ଅନୁଷ୍ଠାନଗୁଡ଼ିକରୁ ଅନେକ ପ୍ରମାଣୀକରଣ ସେବା ସଂସ୍ଥା (ASA) ଓ ପ୍ରମାଣୀକରଣ ଉପଭୋକ୍ତା ସଂସ୍ଥା (AUA)ଙ୍କୁ ନିଯୁକ୍ତି ଦେଇଛି | UIDAI, STQCର ସହଯୋଗିତାରେ, ବାୟୋମେଟ୍ରିକ୍ସ ଡିଭାଇସ୍ ପାଇଁ ବୈଷୟିକ ମାନଦଣ୍ଡ ମଧ୍ୟ ‍ସ୍ଥାପନା କରିଛି ଓ ସେଗୁଡ଼ିକରୁ ଅନେକଙ୍କୁ ପ୍ରମାଣୀକୃତ ମଧ୍ୟ କରିଛି |

ଯେହେତୁ, ପ୍ରମାଣୀକରଣ ସେବା ଅନଲାଇନ୍ ରେ ଓ ରିଅଲ୍ ଟାଇମ୍ ରେ ପ୍ରଦାନ କରାଯାଏ, UIDAI, ଦୁଇଟି ଡାଟା ସେଣ୍ଟର୍ ର ମଧ୍ୟ ‍ସ୍ଥାପନା କରିଛି, ଯେଉଁଠାରେ ପ୍ରମାଣୀକରଣ ଓ ଅନ୍ୟ ଅନଲାଇନ୍ ସେବା, ଯେପରି e-KYC, ଉଚ୍ଚ ଉପଲବ୍ଧତା ସୁନିଶ୍ଚିତ କରିବା ପାଇଁ ସକ୍ରିୟ ମୋଡ୍ ରେ ନିଯୋଜିତ କରାଯାଇଛି | ରିଅଲ୍ ଟାଇମ୍, ମାପନୀୟ ଓ ଅନ୍ତଃକାର୍ଯ୍ୟକ୍ଷମଯୋଗ୍ୟ ଶୈଳୀରେ, ଦେଶର ଯେକୌଣସି ‍ସ୍ଥାନରେ ଶାଖା ବିହୀନ ବ୍ୟାଙ୍କିଙ୍ଗ୍ ପ୍ରଦାନ କରିବା କ୍ରମରେ, ବ୍ୟାଙ୍କ୍ସ ଓ ପେମେଣ୍ଟ ନେଟୱର୍କ ଅପରେଟରମାନେ ଆଧାର ପ୍ରମାଣୀକରଣକୁ ମାଇକ୍ରୋ ATMରେ ସମ୍ମିଳିତ କରିଛନ୍ତି |