ଆଧାର ତଥ୍ୟ ନବୀକରଣ

ଆଧାରକୁ ସବସିଡି ସୁବିଧା, ପେନସନ୍, ବୃତ୍ତି, ସାମାଜିକ ସୁବିଧା, ବ୍ୟାଙ୍କ ସେବା, ବୀମା ସେବା, କରପ୍ରଦାନ ସେବା, ଶିକ୍ଷା, ନିଯୁକ୍ତି, ସ୍ୱାସ୍ଥ୍ୟସୁରକ୍ଷା ଆଦି ଭଳି ବିଭିନ୍ନ ସରକାରୀ ଏବଂ ବେସରକାରୀ ସେବା ପାଇଁ ବ୍ୟବହାରଯୋଗ୍ୟ କରିବା ଦ୍ୱାରା ଏହା ସୁନିଶ୍ଚିତ କରିବା ଗୁରୁତ୍ୱପୂର୍ଣ୍ଣ ଯେ, CIDRରେ ଗଚ୍ଛିତ ହୋଇଥିବା ଆଧାର ତଥ୍ୟ ସଠିକ୍ ଏବଂ ନବୀକରଣ ।

ଜନସାଂଖିକୀୟ ତଥ୍ୟ ନବୀକରଣର ଆବଶ୍ୟକତା ନିମ୍ନୋକ୍ତ ପରିସ୍ଥିତିରୁ ଉତ୍ପନ୍ନ ହୋଇପାରେ :

  • ଜୀବନ ଘଟଣାରେ ପରିବର୍ତ୍ତନ, ଯେପରି ବିବାହ, ବାସିନ୍ଦାଙ୍କର ମୌଳିକ ଜନସାଂଖିକୀୟ ବିବରଣୀ ବଦଳାଇପାରେ, ଯେପରି ନାମ ଓ ଠିକଣା | ନୂଆ ‍ସ୍ଥାନକୁ ପ୍ରବାସ କାରଣରୁ ମଧ୍ୟ ଠିକଣା ଓ ମୋବାଇଲ୍ ନମ୍ୱର୍ ମଧ୍ୟ ବଦଳିଥାଏ | ଜୀବନ ଘଟଣା, ଯେପରି ଜଣେ ସମ୍ପର୍କୀୟଙ୍କ ବିବାହ, ମୃତ୍ୟୁ କାରଣରୁ ମଧ୍ୟ ବାସିନ୍ଦାମାନେ ସେମାନଙ୍କର ସମ୍ପର୍କୀୟଙ୍କ ବିବରଣୀ ବଦଳାଇବାକୁ ଚାହିଁଥା’ନ୍ତି | ଏହା ଅତିରିକ୍ତେ, ବାସିନ୍ଦାମାନେ, ନିଜ ମୋବାଇଲ୍ ନମ୍ୱର୍, ଇ-ମେଲ୍ ଠିକଣା ଆଦି ବଦଳାଇବାର ଅନ୍ୟ ବ୍ୟକ୍ତିଗତ କାରଣ ମଧ୍ୟ ଥାଇପାରେ |
  • ନୂଆ ସ୍ଥାନ-ଠିକଣାକୁ ସ୍ଥାନାନ୍ତର ହେବା ଏବଂ ମୋବାଇଲ୍ ନମ୍ବର ବଦଳାଇବା
  • ବିବାହ, ସମ୍ପର୍କୀୟଙ୍କ ମୃତ୍ୟୁ ଇତ୍ୟାଦି ଭଳି ଜୀବନରେ ଘଟିତ ଘଟଣା ଯୋଗୁଁ ସମ୍ପର୍କୀୟଙ୍କ ବିବରଣୀରେ ପରିବର୍ତ୍ତନ| ପଞ୍ଜୀକରଣ ତ୍ରୁଟି କାରଣରୁ ମୁଖ୍ୟତଃ ଜନ୍ମତାରିଖ/ବୟସ ଓ ଲିଙ୍ଗ ‍କ୍ଷେତ୍ରରେ ପରିବର୍ତ୍ତନର ଆଶା କରାଯାଇଥାଏ |
  • ଯେହେତୁ ଜଣେ ବାଶିନ୍ଦା ଭାରତର ଯେକୌଣସି ‍ସ୍ଥାନରେ ପଞ୍ଜୀକରଣ କରିପାରିବେ, ଏହା ହୋଇପାରେ ଯେ, ’କ’ ଭାଷୀ ବ୍ୟକ୍ତି, ’ଖ’ ଭାଷୀ ଅପରେଟର୍ ଦ୍ୱାରା ନାମାଙ୍କିତ କରାଯାଇପାରନ୍ତି ଏବଂ ପରବର୍ତ୍ତୀ ସମୟରେ ସେହି ବ୍ୟକ୍ତିଙ୍କ ମାତୃଭାଷା ’ଖ’ ହୋଇଯାଏ | ପରେ, ବାସିନ୍ଦା ଜଣକ ନିଜ ପସନ୍ଦ ଅନୁସାରେ ଅନ୍ୟ ‍ସ୍ଥାନୀୟ ଭାଷାରେ ପଞ୍ଜୀକରଣ ବଦଳାଇବାକୁ ଚାହିଁପାରନ୍ତି | ଯଦି ସେପରି ହୁଏ, ତେବେ ଆଧାର ପତ୍ରରେ ପ୍ରିଣ୍ଟ ହୋଇଥିବା ସମସ୍ତ ଜନସାଂଖିକୀୟ ସୂଚନାକୁ, ନୂଆ ‍ସ୍ଥାନୀୟ ଭାଷାରେ ନବୀକରଣ କରିବାକୁ ପଡ଼ିବ |
  • ପଞ୍ଜୀକରଣ ପ୍ରକ୍ରିୟା ସମୟରେ ହେଉଥିବା ତ୍ରୁଟି ଯେଉଁଠାରେ ବାସିନ୍ଦାଙ୍କ ଜନସାଂଖିକୀୟ ତଥ୍ୟ ତ୍ରୁଟିପୂର୍ଣ୍ଣ ଭାବରେ ସଂଗ୍ରହ କରାଯାଇଥାଏ ।
  • ବିବାହ ଯୋଗୁଁ ବାସିନ୍ଦାମାନେ ସେମାନଙ୍କ ମୂଳ ଜନ୍ମ, ଠିକଣା, ବୟସ ଏବଂ ସମ୍ପର୍କ ଭଳି ଜନସାଂଖିକୀୟ ବିବରଣୀ ବଦଳାଇପାରନ୍ତି ।
  • ସେବା ପହଞ୍ଚାଉଥିବା ବିଭିନ୍ନ ମଞ୍ଚରେ ପରିବର୍ତ୍ତନ ଯୋଗୁଁ ବାସିନ୍ଦା ମାନେ ସୂଚନା ଜଣାଇବା ସମ୍ମତିରେ ପରିବର୍ତ୍ତନ କରିବା ପାଇଁ ଏବଂ CIDRରେ ମୋବାଇଲ୍ ନମ୍ବର ଯୋଡ଼ିବା ପାଇଁ ଅନୁରୋଧ କରିପାରନ୍ତି ।
  • ବାସିନ୍ଦାମାନେ ପଞ୍ଜୀକରଣର ସ୍ଥାନୀୟ ଭାଷା ସେମାନଙ୍କ ପସନ୍ଦଯୋଗ୍ୟ ଭାଷାକୁ ବଦଳାଇବା ପାଇଁ ଇଚ୍ଛା କରିପାରନ୍ତି ।
  • ପଞ୍ଜୀକରଣ/ଅପଡେଟ୍ କରାଯିବା ସମୟରେ ସଂଗୃହୀତ PoI, PoA ଏବଂ ଅନ୍ୟ ପ୍ରମାଣପତ୍ରର ଉପଲବ୍ଧତା ଏବଂ ଏହାର ଗୁଣବତ୍ତା UIDAI ସୁନିଶ୍ଚିତ କରିପାରେ ଏବଂ ବାସିନ୍ଦାଙ୍କୁ ସେମାନଙ୍କ ଡେମୋଗ୍ରାଫିକ୍ ତଥ୍ୟ ଅପଡେଟ୍ କରିବା ପାଇଁ ଏବଂ ଆବଶ୍ୟକ ପ୍ରମାଣପତ୍ର ଦାଖଲ କରିବା ପାଇଁ ଜଣାଇପାରେ ଏବଂ ସୂଚିତ କରିବାକୁ ନିଷ୍ପତ୍ତି ନେବେ ।

ବାୟୋମେଟ୍ରିକ୍ ନବୀକରଣର ଆବଶ୍ୟକତା ନିମ୍ନୋକ୍ତ ପରିସ୍ଥିତିରୁ ଉତ୍ପନ୍ନ ହୋଇପାରେ

  • ପ୍ରାରମ୍ଭିକ ପଞ୍ଜୀକରଣ ସମୟରେ ପିଲାର ବୟସ 5 ବର୍ଷରୁ କମ୍ ହୋଇଥିଲେ ପିଲାଟିର ପୁନଃ-ପଞ୍ଜୀକରଣ କରାଯିବା ଉଚିତ, ପିଲା 5 ବର୍ଷର ହେଲା ପରେ ପୁନଃ-ପଞ୍ଜୀକରଣ ଦରକାର ପଡ଼େ ଏବଂ ସମସ୍ତ ବାୟୋମେଟ୍ରିକ୍ ତଥ୍ୟ ଦେବାକୁ ପଡ଼ିଥାଏ । ଏହି ସ୍ତରରେ ପିଲା ପାଇଁ ପୁନଃପ୍ରତିଲିପିକରଣ କରାଯିବ । ଏହି ଅନୁରୋଧକୁ ନୂଆ ପଞ୍ଜୀକରଣ ଅନୁରୋଧ ଭଳି ଗ୍ରହଣ କରାଯିବ ଯେତେବେଳେ କି ଆଧାର ନମ୍ବର ସମାନ ରହିବ ।
  • 5ରୁ 15 ବର୍ଷ ବୟସର ପିଲାଙ୍କ ପାଇଁ ପଞ୍ଜୀକରଣ ସମୟରେ – ବାସିନ୍ଦା ଜଣଜ 15 ବର୍ଷ ହେଲେ ବାସିନ୍ଦା ସମସ୍ତ ବାୟୋମେଟ୍ରିକ୍ ତଥ୍ୟ ଅପଡେଟ୍ କରିବା ଦରକାର ।
  • 15 ବର୍ଷରୁ କମ୍ ବୟସର ପିଲାଙ୍କର ପଞ୍ଜୀକରଣ ସମୟରେ – ବାସିନ୍ଦାମାନେ ପିଲାଙ୍କ ତଥ୍ୟ ପ୍ରତି 10 ବର୍ଷରେ ଥରେ ଅପଡେଟ୍ କରିବା ପାଇଁ ସୁପାରିସ କରାଯାଉଛି ।
  • ଦୁର୍ଘଟଣା କିମ୍ବା ରୋଗ ଭଳି ଘଟଣାରେ ବାୟୋମେଟ୍ରିକ୍ ବ୍ୟତିକ୍ରମ ଦେଖାଯାଏ ।
  • ଯେହେତୁ ଆଧାର ସତ୍ୟତା ପ୍ରତିପାଦନ ସେବା ସବୁଠାରେ ଉପଲବ୍ଧ ଅଟେ, ବାସିନ୍ଦାମାନେ ସତ୍ୟତା ପ୍ରତିପାଦନ ବିଫଳ ହେଲେ ବାୟୋମେଟ୍ରିକ୍ ଅପଡେଟ୍ ପାଇଁ ଆସି ପାରନ୍ତି (ଏହାକୁ ଭୁଲ୍ ପ୍ରତ୍ୟାଖ୍ୟାନ କୁହାଯାଏ- ଯେଉଁଠାରେ ଏକ ବୈଧ ଆଧାର ନମ୍ବର ସହ ଜଣେ ସଠିକ୍ ବାସିନ୍ଦା ତ୍ରୁଟିପୂର୍ଣ୍ଣ ଭାବରେ ପ୍ରତ୍ୟାଖ୍ୟାନ କରାଯାଇଥାଇପାରେ), ଯାହା ପଞ୍ଜୀକରଣ ସମୟରେ ଭୁଲ୍ ବାୟୋମେଟ୍ରିକ୍ ତଥ୍ୟ ସଂଗ୍ରହ କିମ୍ବା ଖରାପ ବାୟୋମେଟ୍ରିକ୍ ଗୁଣବତ୍ତାର ପରିଣାମ । ବୈଷୟିକ ବିଜ୍ଞାନରେ ଉନ୍ନତି ହେବା ସହ, CIDR ରେ ଅଧିକ ଭଲ ଗୁଣାତ୍ମକ ମାନର ବାୟୋମେଟ୍ରିକ୍ ସଂଗ୍ରହ କରିବା ସମ୍ଭବ ହୋଇପାରେ ।
  • ପଞ୍ଜୀକରଣ/ ନବୀକରଣ ସମୟରେ UIDAI ସଂଗୃହୀତ ବାୟୋମେଟ୍ରିକର ଗୁଣବତ୍ତା ଯାଞ୍ଚ କରିପାରେ ଏବଂ ଏକ ପ୍ରଭାବସୀମା (ଥ୍ରେସହୋଲ୍ଡ)ର ନିଷ୍ପତ୍ତି ନେଇପାରେ । ନିମ୍ନ ପ୍ରଦତ୍ତ ସମସ୍ତ ବାସିନ୍ଦା ଯେଉଁମାନଙ୍କର ବାୟୋମେଟ୍ରିକ୍ ସଂଗ୍ରହ କରାଯାଇସାରିଛି, ସେମାନଙ୍କ ବାୟୋମେଟ୍ରିକ୍ ଅପଡେଟ୍ କରିବା ପାଇଁ UIDAI ନିଷ୍ପତ୍ତି ନେଇଥିବା ପ୍ରଭାବସୀମା ଜଣାଇବେ ।

ନବୀକରଣ କରାଯାଇପାରିବା ଆଧାର ବିବରଣୀଗୁଡ଼ିକ ହେଲା:

UIDAIର ନବୀକରଣ ପ୍ରକ୍ରିୟା 18 PoI (ପରିଚୟ ପ୍ରମାଣ) ଏବଂ 33 PoA (ଠିକଣା ପ୍ରମାଣ) ପ୍ରମାଣପତ୍ର ଗ୍ରହଣ କରେ । ଦୟାକରି ଏଠାରେ କ୍ଲିକ୍ କରନ୍ତୁ ଜାତୀୟସ୍ତରରେ ବୈଧ ପ୍ରମାଣପତ୍ରର ତାଲିକା ପାଇଁ ।

ଅପଡେଟ୍ କରିବାର ପ୍ରଣାଳୀ

 

1. ସ୍ୱୟଂ ସେବା ପ୍ରଣାଳୀ

ଏହିଗୁଡ଼ିକ ହେଉଛି ସେହି ମୋଡ୍ସ, ଯେଉଁଠାରେ ବାସିନ୍ଦା, କୌଣସି ସହାୟତା ବିନା ସିଧା-ସଳଖ ନବୀକରଣ ଅନୁରୋଧ ରଖନ୍ତି |ସ୍ୱୟଂ-ସେବା ଅନଲାଇନ୍ ପ୍ରଣାଳୀ ବାସିନ୍ଦାଙ୍କୁ ଜନସାଂଖିକୀୟ ତଥ୍ୟ ଅପଡେଟ୍ କରିବାର ସୁଯୋଗ ଦିଏ ଯେଉଁଠାରେ ଇଣ୍ଟରନେଟ ବ୍ୟବହାର କରି ପ୍ରଦତ୍ତ ଲିଙ୍କରେ ବିନା ସହାୟତାରେ ବାସିନ୍ଦା ସିଧାସଳଖଭାବରେ ନବୀକରଣ ଅନୁରୋଧ କରିପାରିବେ ନମ୍ବର ଦରକାର . ପୋର୍ଟାଲରେ ଲଗଇନ୍ କରିବା ପାଇଁ ଆଧାର ନମ୍ବର ଏବଂ ପଞ୍ଜୀକୃତ ମୋବାଇଲ୍ ନମ୍ବର ଦରକାର । ତାଙ୍କ ପଞ୍ଜୀକୃତ ମୋବାଇଲ୍ ନମ୍ବରରେ OTP ବ୍ୟବହାର କରି ବାସିନ୍ଦାଙ୍କ ସତ୍ୟତା ପ୍ରତିପାଦନ ହୋଇଥାଏ । ନବୀକରଣ ପ୍ରକ୍ରିୟା ଶେଷ କରିବା ପାଇଁ, ବାସିନ୍ଦା ନିଜେ ସ୍ୱାକ୍ଷର କରିଥିବା ସମର୍ଥିତ POI/POA ଦସ୍ତାବିଜ୍ ଅପଲୋଡ୍ କରିବା ଦରକାର, ଯାହାପରେ ଜଣେ ଯାଞ୍ଚକାରୀଙ୍କ ଦ୍ୱାରା UIDAIର ଅପଡେଟ୍ ବ୍ୟାକ ଅଫିସରେ ଅନୁରୋଧ ବିପକ୍ଷରେ ଯାଞ୍ଚ କରାଯିବ । ଏହି ସେବା ବ୍ୟବହାର କରିବା ପାଇଁ ବାସିନ୍ଦା ତାଙ୍କର ମୋବାଇଲ୍ ନମ୍ବର ଆଧାର ସହ ପଞ୍ଜୀକୃତ କରିବା ଦରକାର ଅନ୍ୟଥା ସେ, ଏଠାରେ ପ୍ରଦତ୍ତ ଲିଙ୍କରେ ଉପଲବ୍ଧ ଫର୍ମ ପୂରଣ କରି ଡାକ ଯୋଗେ ଅନୁରୋଧ ପଠାଇ ପାରିବେ । ଏହି ସେବା ବ୍ୟବହାର କରିବା ପାଇଁ ବାସିନ୍ଦାଙ୍କୁ ନିଜ ମୋବାଇଲ୍ ନମ୍ୱର୍ ଆଧାର ସହିତ ପଞ୍ଜିକୃତ କରିବାକୁ ପଡ଼ିବ |

Using self-service Update Portal for online Aadhaar Data Update: Step 1 - Login to SSUP portal using Aadhaar and OTP, Step 2 - Select the fields to be updated, Step 3 - Fill the data in the selected fields, Step 4 - Submit the form & URN will be generated, Step 5 - Select the BPO for review of update, Step 6 - Attach original scanned copy of the support document, Step 7 - Using the URN check Aadhaar update status

 

2. ସହାୟତାରେ ପ୍ରଣାଳୀ (ପଞ୍ଜୀକରଣ କେନ୍ଦ୍ର ଯାଇ)

ଏହା ହେଉଛି ସେହି ପ୍ରଣାଳୀ, ଯେଉଁଠାରେ ବାସିନ୍ଦାମାନେ, ଗୋଟିଏ ପଞ୍ଜୀକରଣ/ନବୀକରଣ କେନ୍ଦ୍ରଠାରେ ଜଣେ ଅପରେଟର୍ ଙ୍କ ସାହାଯ୍ୟ ଦ୍ୱାରା ନବୀକରଣ ଅନୁରୋଧ ରଖିପାରିବେ | ଏହିପରି ମାମଲାରେ, ଅନୁରୋଧ ଗ୍ରହଣ କରିବା ସମୟରେ ଅପରେଟରଙ୍କ ଦ୍ୱାରା ଦସ୍ତାବିଜ୍ ପ୍ରମାଣ ସଂଗ୍ରହ କରାଯାଇଥାଏ | ଯାଞ୍ଚକର୍ତ୍ତାଙ୍କ ଦ୍ୱାରା ଦସ୍ତାବିଜ ଯାଞ୍ଚ ମଧ୍ୟ, ନବୀକରଣ ଅନୁରୋଧ ରଖିବା ସମୟରେ କରାଯାଇଥାଏ | UIDAI, ବର୍ତ୍ତମାନ ସହାୟତା ନବୀକରଣ ପାଇଁ ତିନୋଟି ପ୍ରଣାଳୀ ପରିକଳ୍ପିତ କରିଛି:

ଅପଡେଟ୍ କ୍ଲାଏଣ୍ଟ ଷ୍ଟାଣ୍ଡାର୍ଡ

ଫିଲ୍ଡସ୍: ‍ସ୍ଥାନୀୟ ଭାଷା ସମେତ ସମସ୍ତ ବାୟୋମେଟ୍ରିକ୍ ଓ ଜନସାଂଖିକୀୟ ଫିଲ୍ଡସ୍ ନବୀକରଣ କରିହେବ |

ପରିଚୟ ପ୍ରମାଣୀକରଣ: ବ୍ୟାକ୍-ଏଣ୍ଡରେ ବାୟୋମେଟ୍ରିକ୍ ଯାଞ୍ଚ

ଦସ୍ତାବିଜ୍ ଯାଞ୍ଚ

 

  • ଦସ୍ତାବିଜ୍ ପ୍ରମାଣ ଆବଶ୍ୟକ ଫିଲ୍ଡଗୁଡ଼ିକ ପାଇଁ ହିଁ ଯାଞ୍ଚ କରାଯିବ |
  • ପଞ୍ଜୀକରଣ/ନବୀକରଣ କେନ୍ଦ୍ରଠାରେ ଉପସ୍ଥିତ ଥିବା ତଥା UIDAI/ରେଜିଷ୍ଟ୍ରାର୍ ଦ୍ୱାରା ନିଯୁକ୍ତିପ୍ରାପ୍ତ ଯାଞ୍ଚକର୍ତ୍ତାଙ୍କ ଦ୍ୱାରା ଯାଞ୍ଚ କରାଯିବ |
  • ପଞ୍ଜୀକରଣ ପ୍ରକ୍ରିୟା ସମୟରେ DDSVP ସମିତି ପୁପାରିସ ସହିତ ସମ ରେଖାରେ ଯାଞ୍ଚ ପ୍ରକ୍ରିୟା ଅନୁସରଣ କରାଯିବା ଉଚିତ |

ଫର୍ମ ପୂରଣ ଓ ପ୍ରାପ୍ତି ସ୍ୱୀକାର

  • ବାସିନ୍ଦାଙ୍କ ଦ୍ୱାରା ଅନୁରୋଧ ଅନୁସାରେ ଅପଡେଟ୍ କ୍ଲାଏଣ୍ଟରେ ଅପରେଟରଙ୍କ ଦ୍ୱାରା କରାଯାଏ | ବନାନ, ଭାଷା ପ୍ରସଙ୍ଗ, ଲିପ୍ୟାନ୍ତରଣ ଆଦି ସମ୍ଭାଳିବା | ପ୍ରତ୍ୟେକ ନବୀକରଣ ଅନୁରୋଧ ସହିତ ଅପରେଟର୍ ବାୟୋମେଟ୍ରିକ୍ ସାଇନ୍-ଅଫ୍ ପ୍ରଦାନ କରିବେ |

 

ଏକ ପ୍ରାପ୍ତି ସ୍ୱୀକାର ରସିଦ ସହିତ ବାସିନ୍ଦା, ନବୀକରଣ ଅନୁରୋଧ ସଂଖ୍ୟା (URN) ପ୍ରାପ୍ତ କରିବେ, ଯାହାକୁ ଟ୍ରାକ୍ କରିହେବ |

Biometric Update Process: Step 1 - Filling Application Form, Step 2 - Manual Verification of proof, Step 3 - Entry of Data into client software by operator, Step 4 - Biometric Authentication by Resident, Step 5 - Operator & Supervisor's Confirmation, Step 6 - Acknowledgement of Receipt

ଅପଡେଟ୍ କ୍ଲାଏଣ୍ଟ ଲାଇଟ୍ (ULC)

ଫିଲ୍ଡସ୍: ‍ସ୍ଥାନୀୟ ଭାଷା ସମେତ ସମସ୍ତ ଜନସାଂଖିକୀୟ ଫିଲ୍ଡସ୍ ଓ ଫୋଟୋକୁ ଅଦ୍ୟନ୍ତ କରିହେବ |

ରେଜିଷ୍ଟ୍ରାର୍/AUA: ସମସ୍ତ ରେଜିଷ୍ଟାର୍ସ ଓ KUA

ପରିଚୟ ପ୍ରମାଣୀକରଣ: ଶିନ୍ଦାଙ୍କର ବାୟୋମେଟ୍ରିକ୍ ପ୍ରମାଣୀକରଣ

ଦସ୍ତାବିଜ୍ ଯାଞ୍ଚ

  • ଦସ୍ତାବିଜ୍ ପ୍ରମାଣ ଆବଶ୍ୟକ ଫିଲ୍ଡଗୁଡ଼ିକ ପାଇଁ ହିଁ ଯାଞ୍ଚ କରାଯିବ |
  • ପଞ୍ଜୀକରଣ/ନବୀକରଣ କେନ୍ଦ୍ରଠାରେ ଉପସ୍ଥିତ ଥିବା ତଥା UIDAI/ରେଜିଷ୍ଟ୍ରାର୍ ଦ୍ୱାରା ନିଯୁକ୍ତିପ୍ରାପ୍ତ ଯାଞ୍ଚକର୍ତ୍ତାଙ୍କ ଦ୍ୱାରା ଯାଞ୍ଚ କରାଯିବ |
  • ପଞ୍ଜୀକରଣ ପ୍ରକ୍ରିୟା ସମୟରେ DDSVP ସମିତି ପୁପାରିସ ସହିତ ସମ ରେଖାରେ ଯାଞ୍ଚ ପ୍ରକ୍ରିୟା ଅନୁସରଣ କରାଯିବା ଉଚିତ |

 

ଫର୍ମ ପୂରଣ ଓ ପ୍ରାପ୍ତି ସ୍ୱୀକାର

  • ବାସିନ୍ଦାଙ୍କ ଦ୍ୱାରା ଅନୁରୋଧ ଅନୁସାରେ ଅପଡେଟ୍ କ୍ଲାଏଣ୍ଟରେ ଅପରେଟରଙ୍କ ଦ୍ୱାରା କରାଯାଏ | ଏକ ପ୍ରାପ୍ତି ସ୍ୱୀକାର ରସିଦ ସହିତ ବାସିନ୍ଦା, ନବୀକରଣ ଅନୁରୋଧ ସଂଖ୍ୟା (URN) ପ୍ରାପ୍ତ କରିବେ, ଯାହାକୁ ଟ୍ରାକ୍ କରିହେବ | ପ୍ରତ୍ୟେକ ନବୀକରଣ ଅନୁରୋଧ ସହିତ ଅପରେଟର୍ ବାୟୋମେଟ୍ରିକ୍ ସାଇନ୍-ଅଫ୍ ପ୍ରଦାନ କରିବେ |

 

AUA ପଏଣ୍ଟ ଅଫ୍ ପ୍ରେଜେନ୍ସ ମାଧ୍ୟମରେ ନବୀକରଣ

ଚୟନିତ ରେଜିଷ୍ଟ୍ରାର୍ ଙ୍କ ଦ୍ୱାରା ଏହି ପ୍ରଣାଳୀ ବ୍ୟବହାର କରାଯିବ, ଯିଏ AUA ମଧ୍ୟ ହେବେ | UIDAI, ନବୀକରଣ ପାଇଁ ଆବେଦନ/API ପ୍ରଦାନ କରିପାରନ୍ତି | ଏହିପରି ନବୀକରଣ ପାଇଁ ଚୟନିତ ରେଜିଷ୍ଟ୍ରାର୍ସ, ସେହି ରେଜିଷ୍ଟ୍ରାର୍ସ ହେବେ, ଯେଉଁମାନେ ସଂଗ୍ରହ/ଜେନେରେଟ୍/ପ୍ରୋସେସ୍ ଏବଂ/କିମ୍ୱା ନିର୍ଦ୍ଦିଷ୍ଟ ଜନସାଂଖିକୀୟ ଫିଲ୍ଡ ପରିଚାଳନା ଜାଣିଥିବେ ଏବଂ ସେହିପରି ଡାଟାର ତତ୍ୱାବଧାରକ ଥିବେ |

ଫିଲ୍ଡସ୍: ଜନସାଂଖିକୀୟ ଫିଳ୍ଡସ୍

ପରିଚୟ ପ୍ରମାଣୀକରଣ: AUA ଉପକରଣରେ ବାସିନ୍ଦାଙ୍କର ବାୟୋମେଟ୍ରିକ୍ ପ୍ରମାଣୀକରଣ; ଆବଶ୍ୟକ ‍ସ୍ଥଳେ, ଅନ୍ୟ/ଅତିରିକ୍ତ ପ୍ରମାଣୀକରଣ କାରକ ବ୍ୟବହାର କରିବାକୁ UIDAI ନିଷ୍ପତ୍ତି ନେଇପାରେ | ଉଦାହରଣସ୍ୱରୂପ, ଏହି ମୋଡ୍ ରୁ ନବୀକରଣ ନେବାପାଇଁ OTP |

ପ୍ରତ୍ୟେକ ନବୀକରଣ ଅନୁରୋଧ ସହିତ ଅପରେଟର୍ ବାୟୋମେଟ୍ରିକ୍ ସାଇନ୍-ଅଫ୍ ପ୍ରଦାନ କରିବେ | ସେମାନଙ୍କର ଆଧାର ଥିବା ନିତାନ୍ତ ଆବଶ୍ୟକ | ବ୍ୟବହୃତ ଉପକରଣ(ଗୁଡ଼ିକ) ପାଇଁ UIDAIର ଅଥ୍ ଷ୍ଟାଣ୍ଡାର୍ଡ ଲାଗୁ ହେବ |

ଦସ୍ତାବିଜ୍ ଯାଞ୍ଚ: ରେଜିଷ୍ଟ୍ରାର୍ ଙ୍କ ଯାଞ୍ଚ ପ୍ରକ୍ରିୟା ଓ ବାସିନ୍ଦା ପ୍ରମାଣୀକରଣ ଉପରେ ଭିତ୍ତିକରି UIDAI ନବୀକରଣ ଗ୍ରହଣ କରେ | ଅଡିଟ୍ ପାଇଁ, ବୈଦ୍ୟୁତିକ/ସ୍କାଣ୍ଡ୍ ଦସ୍ତାବିଜ୍ ନକଲଗୁଡ଼ିକୁ ଅନଲାଇନ୍ ମାଧ୍ୟମରେ ସଂଗ୍ରହ କରାଯାଇପାରେ | ଏହି ଦସ୍ତାବିଜ୍ ନକଲଗୁଡ଼ିକ, ବାସିନ୍ଦାଙ୍କ ପ୍ରତ୍ୟେକ ଅନୁରୋଧ ସହିତ ସଂଗ୍ରହ ଓ ଗ୍ରହଣ କରାଯାଇପାରେ କିମ୍ୱା ନବୀକରଣ ଅନୁରୋଧ ସଂଖ୍ୟା, ତାରିଖ ଓ ସମୟ ସହିତ ଖେପରେ ରେଜିଷ୍ଟ୍ରାର୍ ଙ୍କ ଦ୍ୱାରା ଉପଲବ୍ଧ କରାଯାଇପାରେ |

 

ଫର୍ମ ପୂରଣ ଓ ପ୍ରାପ୍ତି ସ୍ୱୀକାର

  • ମାଇକ୍ରୋ-ATM ପରି ବାୟୋମେଟ୍ରିକ୍ ପ୍ରମାଣୀକରଣ ବୈଶିଷ୍ଟ୍ୟତା ସହିତ ଉପକରଣରେ ରେଜୀଷ୍ଟ୍ରାର୍ ଙ୍କ ଅପରେଟର୍ (କର୍ମଚାରୀ/ଆଉଟସୋର୍ସ) ଦ୍ୱାରା କରାଯାଏ | ଏକ ପ୍ରାପ୍ତି ସ୍ୱୀକାର ରସିଦ ସହିତ ବାସିନ୍ଦା, ନବୀକରଣ ଅନୁରୋଧ ସଂଖ୍ୟା (URN) ପ୍ରାପ୍ତ କରିବେ, ଯାହାକୁ ଟ୍ରାକ୍ କରିହେବ | ଏହି ପ୍ରାପ୍ତିସ୍ୱୀକାର, ଅନୁରୋଧ ଅନୁସାରେ, ପ୍ରିଣ୍ଟ ହୋଇଥିବା ରସିଦ ଏବଂ/କିମ୍ୱା SMS/ଇ-ମେଲ୍ ଭିତ୍ତିକ ହୋଇପାରେ | ଉଦାହରଣସ୍ୱରୂପ, ପ୍ରାପ୍ତିସ୍ୱୀକାରକୁ, ପ୍ରଦାନ କରାଯାଇଥିବା ମୋବାଇଲ୍ ନମ୍ୱର୍ ରେ SMS ଦ୍ୱାରା ପଠାଯାଇପାରେ | ପ୍ରିଣ୍ଟ କରାଯାଇଥିବା ରସିଦ ସମେତ ବୈଦ୍ୟୁତିକ ଜେନେରେଟ୍ କରିବା ପାଇଁ API ର କାର୍ଯ୍ୟକ୍ଷମତା ରହିଛି |

    ପ୍ରିଣ୍ଟ ରସିଦ୍ ଯଦି ରେଜିଷ୍ଟ୍ରାର୍ ନିଷ୍ପତ୍ତି ନିଅନ୍ତି, ତେବେ ନବୀକରଣ ଅନୁରୋଧ ଗ୍ରହଣ ଶେଷରେ ସେ, ପ୍ରିଣ୍ଟ ରସିଦ୍ ପ୍ରଦାନ କରିପାରନ୍ତି |