କେଉଁଠାରେ ମୁଁ ଆଧାର ପାଇଁ ପଞ୍ଜୀକରଣ କରିପାରିବି?keyboard_arrow_down
ଆଧାରର ପଞ୍ଜୀକରଣ ପାଇଁ ପଞ୍ଜୀକରଣ ଏଜେନ୍ସୀ ଦ୍ଵାରା ପ୍ରତିଷ୍ଠା କରାଯାଇଥିବା ଆଧାର ପଞ୍ଜୀକରଣ କେନ୍ଦ୍ରକୁ ଆପଣଙ୍କୁ ଯିବାକୁ ହେବ |
“Locate Enrolment Center” ଉପରେ କ୍ଲିକ୍ କରି କିମ୍ବା
https://appointments.uidai.gov.in/easearch.aspx କୁ ଯାଇ ମଧ୍ୟ ନିକଟସ୍ଥ ପଞ୍ଜୀକରଣ କେନ୍ଦ୍ରକୁ ସର୍ଚ କରିପାରିବେ | ନିକଟସ୍ଥ ପଞ୍ଜୀକରଣ କେନ୍ଦ୍ର ପ୍ରାପ୍ତ କରିବା ପାଇଁ ଆପଣଙ୍କୁ ରାଜ୍ୟ, ଜିଲ୍ଲା, ଲୋକାଲିଟୀକୁ ପ୍ରବେଶ କରିବାକୁ ହେବ |
ଆଧାରରେ ପଞ୍ଜୀକରଣ କରିବା ପାଇଁ କେଉଁ ଦସ୍ତାବିଜଗୁଡିକ ଆବଶ୍ୟକ ଅଟେ?keyboard_arrow_down
ଆପଣଙ୍କୁ ପଞ୍ଜୀକରଣ କେନ୍ଦ୍ରରେ ଉପଲବ୍ଧ ଥିବା ଗୋଟିଏ ଆବେଦନ ଫର୍ମକୁ, ସହାୟକ ଦସ୍ତାବିଜଗୁଡିକ ଯେପରି ବ୍ୟକ୍ତିଗତ ପ୍ରମାଣ ପତ୍ର (PoI) ଓ ଠିକଣାର ପ୍ରମାଣ ପତ୍ର (PoA) ସହ ପୂରଣ କରିବା ଆବଶ୍ୟକ | UIDAI 18ଟି PoI ଏବଂ 35ଟି PoA ଦସ୍ତାବିଜଗୁଡିକୁ ଗ୍ରହଣ କରିଥାଏ | ସାରା ଦେଶରେ ବୈଧ ଥିବା ସହାୟକ ଦସ୍ତାବିଜଗୁଡିକର ତାଲିକା ପାଇଁ, ଦୟାକରି ଏଠାରେ
click hereକ୍ଲିକ୍ କରନ୍ତୁ |
ଆଧାରର ପଞ୍ଜୀକରଣ ପାଇଁ ଅସଲ ଦସ୍ତାବିଜଗୁଡିକ ଆଣିବା ଆବଶ୍ୟକ ଅଟେ କି?keyboard_arrow_down
ହଁ, ଆଧାରରେ ପଞ୍ଜୀକରଣ ପାଇଁ ଆପଣଙ୍କୁ ସହାୟକ ଦସ୍ତାବିଜର ଅସଲ ଗୁଡିକୁ ଆଣିବା ଆବଶ୍ୟକ ଅଟେ | ଏହି ଅସଲଗୁଡିକୁ ସ୍କାନ୍ କରାଯିବ ଏବଂ ପଞ୍ଜୀକରଣ ପରେ ଆପଣଙ୍କୁ ଫେରାଇଦିଆଯିବ |
ଆଧାରର ପଞ୍ଜୀକରଣ ପାଇଁ ମୋତେ କିଛି ପାଉଣା ଦେବାକୁ ପଡିବ କି?keyboard_arrow_down
ନାହିଁ, ଆଧାର ପଞ୍ଜୀକରଣ ସମ୍ପୂର୍ଣ୍ଣ ନିଶୂଳ୍କ ଅଟେ ତେଣୁ ଆପଣଙ୍କୁ ପଞ୍ଜୀକରଣ କେନ୍ଦ୍ରରେ କିଛି ବି ଦେବାକୁ ପଡିବ ନାହିଁ |
ଆଧାର ପଞ୍ଜୀକରଣ କରିବା ସମୟରେ କେଉଁ ପ୍ରକାରର ତଥ୍ୟକୁ ଗ୍ରହଣ କରାଯାଇଥାଏ?keyboard_arrow_down
ଆଧାର ପଞ୍ଜୀକରଣ ପାଇଁ ଦୁଇ ପ୍ରକାରର ତଥ୍ୟକୁ ଗ୍ରହଣ କରାଯାଇଥାଏ ଜନସାଂଖିକ(ନାମ, ଲିଙ୍ଗ, ଜନ୍ମ ତାରିଖ(DoB), ଠିକଣା, ମୋବାଇଲ୍ ନମ୍ବର୍ ଏବଂ ଇମେଲ୍ ଆଇଡି) ଏବଂ ବାୟୋମେଟ୍ରିକ୍(ଦଶଟି ହାତଆଙ୍ଗୁଠି ଛାପ, ଉଭୟ ଆଇରିସ୍(ଆଖିଡୋଳା) ଏବଂ ଫୋଟୋଗ୍ରାଫ୍) | ମୋବାଇଲ୍ ନମ୍ବର୍ ଓ ଇମେଲ୍ ଆଇଡି ବାଧ୍ୟତାମୁଳକ ନୁହେଁ |
ଆଧାରରେ ପଞ୍ଜୀକରଣ କରିବା ପାଇଁ କୌଣସି ଅନଲାଇନ୍ ବ୍ୟବସ୍ଥା ଅଛି କି?keyboard_arrow_down
ନା, ପଞ୍ଜୀକରଣ କରିବା ପାଇଁ ଆପଣଙ୍କୁ ନିଜେ ପଞ୍ଜୀକରଣ କେନ୍ଦ୍ରକୁ ଯିବାକୁ ହେବ ଯେହେତୁ ଆପଣଙ୍କ ବାୟୋମେଟ୍ରିକଗୁଡିକୁ ନେବାକୁ ପଡିଥାଏ |
ଆବଶ୍ୟକ ଦସ୍ତାବିଜଗୁଡିକୁ ଡାକରେ ପ୍ରେରଣ କରି, ମୁଁ ଆଧାର ପାଇଁ ପଞ୍ଜୀକରଣ କରିପାରିବି କି?keyboard_arrow_down
ନା, ପଞ୍ଜୀକରଣ କରିବା ପାଇଁ ଆପଣଙ୍କୁ ନିଜେ ପଞ୍ଜୀକରଣ କେନ୍ଦ୍ରକୁ ଯିବାକୁ ହେବ ଯେହେତୁ ଆପଣଙ୍କ ବାୟୋମେଟ୍ରିକଗୁଡିକୁ ନେବାକୁ ପଡିଥାଏ |
ଯଦି ମୋର ସ୍ଵୀକୃତିପ୍ରାପ୍ତ/ପଞ୍ଜୀକରଣ ଚିରିକୁଟି ଉପରେ ଉଲ୍ଲେଖ ଥିବା ଜନସାଂଖିକ ବିବରଣୀ, ସହାୟକ ଦସ୍ତାବିଜ ସହ ମେଳ ନହୁଏ ତେବେ ମୁଁ କ’ଣ କରିବି?keyboard_arrow_down
ଅପଣଙ୍କର ପଞ୍ଜୀକରଣ ହେବାର 96 ଘଣ୍ଟା ମଧ୍ୟରେ, ନିଜର ସମ୍ପୂର୍ଣ୍ଣ ବିବରଣୀକୁ ସଂଶୋଧନ କରିପାରିବେ | 96 ଘଂଣ୍ଟାର ୱିଣ୍ଡୋ, ଆପଣଙ୍କ ସ୍ଵୀକୃତିପ୍ରାପ୍ତ/ପଞ୍ଜୀକରଣ ସ୍ଲିପରେ ଉଲ୍ଲେଖ ଥିବା ସମୟର ମୋହରରୁ ଆରମ୍ଭ ହୋଇଥାଏ |
96 ଘଣ୍ଟା ପରେ କିପରି ମୁଁ ବିବରଣୀଗୁଡିକୁ ସଂଶୋଧନ କରିପାରିବି?keyboard_arrow_down
ଯଦି ଆପଣ 96 ଘଣ୍ଟା ୱିଣ୍ଡୋରେ ଆପଣଙ୍କ ବିବରଣୀଗୁଡିକୁ ସଂଶୋଧନ କରିବା ପାଇଁ ସକ୍ଷମ ହେବେ ନାହିଁ ତେବେ ଥରେ ଆଧାର ସୃଷ୍ଟି ହେବା ପରେ ବିବରଣୀଗୁଡିକୁ ନବୀକରଣ କରିପାରିବେ |
ଯଦି ମୋର କୌଣସି ଏକ ଆଙ୍ଗୁଠି କିମ୍ବା ଆଇରିସ୍(ଆଖିଡୋଳା) ଛାଡିଯାଇଥାଏ ତେବେ ଆଧାର ପାଇଁ ମୋର ପଞ୍ଜୀକରଣ ହୋଇପାରିବି କି?keyboard_arrow_down
ହଁ, ଯଦି କୌଣସି କିମ୍ବା ସମସ୍ତ ଆଙ୍ଗୁଳି/ଆଇରିସ୍(ଆଖିଡୋଳା)ଗୁଡିକ ଛାଡିଯାଇଥା’ନ୍ତି ତେବେ ମଧ୍ୟ ଆପଣ ଆଧାର ପାଇଁ ପଞ୍ଜୀକରଣ କରିପାରିବେ | ଏହି ଭଳି ବିଶିଷ୍ଟତାଗୁଡିକୁ ନିୟନ୍ତ୍ରଣ କରିବା ପାଇଁ ଆଧାର ସଫ୍ଟୱେରରେ ବ୍ୟବସ୍ଥା ଅଛି |
ଆଧାରରେ ପଞ୍ଜୀକରଣ କରିବା ପାଇଁ ମୋବାଇଲ୍ ନମ୍ବର୍ କିମ୍ବା ଇମେଲ୍ ପ୍ରଦାନ କରିବା ବାଧ୍ୟତାମୁଳକ ଅଟେ କି?keyboard_arrow_down
ନା, ଆଧାରରେ ପଞ୍ଜୀକରଣ କରିବା ପାଇଁ ମୋବାଇଲ୍ ନମ୍ବର୍ କିମ୍ବା ଇମେଲ୍ ପ୍ରଦାନ କରିବା ବାଧ୍ୟତାମୁଳକ ନୁହେଁ | କିନ୍ତୁ ସର୍ବଦା ଏହା ପରାମର୍ଶ ଦିଆଯାଏ ଯେ ଆଧାର ଆବେଦନର ଷ୍ଟେଟସର ନବୀକରଣ ପ୍ରାପ୍ତ କରିବା ପାଇଁ ମୋବାଇଲ୍ ନମ୍ବର୍ ଏବଂ ଇମେଲ୍ ପ୍ରଦାନ କରିବା ଉତ୍ତମ ଅଟେ |
ଆଧାରରେ ପଞ୍ଜୀକରଣ କରିବା ପାଇଁ କୌଣସି ବୟସ ସୀମା ଅଛି କି?keyboard_arrow_down
ନା, ଆଧାରରେ ପଞ୍ଜୀକରଣ କରିବା ପାଇଁ କୌଣସି ବୟସ ସୀମାର ଉଲ୍ଲେଖ ନାହିଁ | ଏପରିକି ଗୋଟିଏ ନବଜାତ ଶିଷୁ ମଧ୍ୟ ଆଧାର ପାଇଁ ପଞ୍ଜୀକରଣ କରିପାରିବ |
ପଞ୍ଜୀକରଣ ପରେ ଆଧାର ସୃଷ୍ଟି ହେବା ପାଇଁ, ଏହା କେତେ ସମୟ ନେଇଥାଏ?keyboard_arrow_down
ପଞ୍ଜୀକରଣ ହେବାର ତାରିଖ ଠାରୁ ଆଧାର ସୃଷ୍ଟି ହେବା ପାଇଁ ପାଖାପାଖି 90 ଦିନ ସମୟ ଲାଗିଥାଏ |
ଏହା ସୃଷ୍ଟି ହେବା ପରେ, ମୁଁ ଅନଲାଇନରେ ମୋର ଆଧାର ଲେଟରକୁ ଡାଉନଲୋଡ୍ କରିପାରିବି କି?keyboard_arrow_down
ହଁ, ଥରେ ଆପଣଙ୍କ ଆଧାର ସୃଷ୍ଟି ହେଇସାରିବା ପରେ, ଆପଣ ଆଧାର ପଞ୍ଜୀକରଣ ବିଭାଗ ଅଧିନରେ ଥିବା uidai.gov.in ୱେବସାଇଟକୁ ଯାଇ “Download Aadhaar” ଉପରେ କ୍ଲିକ୍ କରି ଯେକୌଣସି ସମୟରେ ଇ–ଆଧାର ଲେଟରକୁ ଡାଉନଲୋଡ୍ କରିପାରିବେ |
ଅନଲାଇନରୁ ଡାଉନଲୋଡ୍ ହୋଇଥିବା ଆଧାର ପତ୍ର, ଅସଲ ଭଳି ବୈଧ ହେବ କିkeyboard_arrow_down
ହଁ, ଅନଲାଇନରୁ ଡାଉନଲୋଡ୍ ହୋଇଥିବା ଇ-ଆଧାର ପତ୍ର, ଅସଲ ଭଳି ସମାନ ବୈଧ ଅଟେ |
ମୁଁ ମୋର ପଞ୍ଜୀକରଣ ID ଚିରିକୁଟି/ଆଧାର ପତ୍ର ହଜାଇ ଦେଇଛି, ସମାନକୁ ପ୍ରାପ୍ତ କରିବା ପାଇଁ କିଛି ମାର୍ଗ ଅଛି କି?keyboard_arrow_down
ହଁ,
ଆଧାରରେ ଆପଣଙ୍କ ମୋବାଇଲ୍ ନମ୍ବର୍ ପଞ୍ଜିକୃତ ହେବା କ୍ଷେତ୍ରରେ, ଆପଣ ଆଧାର ପଞ୍ଜୀକରଣ ବିଭାଗର uidai.gov.in ୱେବସାଇଟ୍ କିମ୍ବା ଅଧିନରେ ଥିବା “
Retrieve Lost UID/EID” ଟାବ୍ ଉପରେ କ୍ଲିକ୍ କରି ଆପଣ ଆପଣଙ୍କର ପଞ୍ଜୀକରଣ ସଂଖ୍ୟା(EID) କିମ୍ବା ଆଧାର(UID)କୁ ପ୍ରାପ୍ତ କରିପାରିବେ | ଆପଣ ଆବଶ୍ୟକ କରୁଥିବା EID/UIDକୁ ଚୟନ କରନ୍ତୁ, ଯାହାକୁ ପୁନଃ ପ୍ରାପ୍ତ କରିବାକୁ ଚାହାଁନ୍ତି ଏବଂ ତା’ପରେ ନିଜ ନାମ ଓ ମୋବାଇଲ୍ ନମ୍ବରକୁ ପ୍ରବେଶ କରନ୍ତୁ(ଯାହା ଆଧାର ପଞ୍ଜୀକରଣ ସମୟରେ ପଞ୍ଜିକୃତ କରିଥିବେ) | ଆପଣ ଆପଣଙ୍କର EID/ ଆଧାର ସଂଖ୍ୟା ନିଜ ଏମେଲ/ମୋବାଇଲ ନମ୍ବରକୁ ପ୍ରେରଣ ହେବ |
ଆଧାରରେ ଆପଣଙ୍କ ମୋବାଇଲ୍ ନମ୍ବର୍ ପଞ୍ଜିକୃତ ହୋଇନଥିବା କ୍ଷେତ୍ରରେ, ଆପଣଙ୍କୁ ନିକଟସ୍ଥ ସ୍ଥାୟୀ ଆଧାର ପଞ୍ଜୀକରଣ କେନ୍ଦ୍ରକୁ ଯିବାକୁ ହେବ |
ଆଧାର ପାଇଁ ମୁଁ ଅନେକ ଥର ପଞ୍ଜୀକରଣ କରିଛି କିନ୍ତୁ ମୋର ଆଧାର ପତ୍ର ପ୍ରାପ୍ତ କରି ନାହିଁ | ଏହି କ୍ଷେତ୍ରରେ ମୁଁ କ’ଣ କରିବି?keyboard_arrow_down
ଏହା ହୋଇପାରେ ଯେ ଆପଣଙ୍କ ଆଧାର ସୃଷ୍ଟି ହୋଇସାରିଛି କିନ୍ତୁ ଡାକ ଦ୍ଵାରା ଆପଣ ଆଧାର ପତ୍ର ପ୍ରାପ୍ତ କରିନାହାଁନ୍ତି | ଏହି କ୍ଷେତ୍ରରେ “
Check Aadhaar Status” ଉପରେ କ୍ଲିକ୍ କରି କିମ୍ବା
https://resident.uidai.gov.in/check-aadhaar କିମ୍ବା ନିକଟସ୍ଥ ସ୍ଥାୟୀ ଆଧାର ପଞ୍ଜୀକରଣ କେନ୍ଦ୍ରକୁ ଯାଇ ଆପଣଙ୍କ ଆଧାରର ଷ୍ଟେଟସକୁ ଯାଞ୍ଚ କରିବା ପାଇଁ, ପରାମର୍ଶ ଦିଆଯାଉଛି |
ମୋର ଆଧାରକୁ ଅଗ୍ରାହ୍ୟ କରିଦିଆଯାଇଛି ବୋଲି, ମୋବାଇଲରେ SMS ପ୍ରାପ୍ତ କରିଛି, ମୁଁ କ’ଣ କରିବି?keyboard_arrow_down
ଆଧାର ସୃଷ୍ଟି ହେବାରେ ବିଭିନ୍ନ ପ୍ରକାରର ଗୁଣବତ୍ତାର ଯାଞ୍ଚ ନିହିତ ଥାଏ ତେଣୁ ଗୁଣବତ୍ତା କିମ୍ବା ଅନ୍ୟ କୌଣସି ଟେକନିକାଲ୍ କାରଣରୁ ଆପଣଙ୍କ ଆଧାର ଅଗ୍ରାହ୍ୟ ହେବାର ଅନେକ ସୁଯୋଗ ଅଛି | ତେଣୁ ଯଦି ଆପଣଙ୍କ ଆଧାର ଅଗ୍ରାହ୍ୟ ହୋଇଛି ବୋଲି SMS ପ୍ରାପ୍ତ କରନ୍ତି ତେବେ ପୁନଃ ପଞ୍ଜୀକରଣ କରିବା ପାଇଁ ପରାମର୍ଶ ଦିଆଯାଉଛି |
ଆଧାରରେ ପଞ୍ଜୀକରଣ କରିବା ପାଇଁ ମୋର ଆବଶ୍ୟକୀୟ ଦସ୍ତାବିଜଗୁଡିକ ନାହିଁ, ତଥାପି ମୁଁ ପଞ୍ଜୀକରଣ କରିପାରିବି କି?keyboard_arrow_down
ହଁ, ଯଦି ଗୋଟିଏ ପରିବାରରେ ଜଣଙ୍କର ଆବଶ୍ୟକୀୟ ଦସ୍ତାବିଜ ନାହିଁ, ତଥାପି ବାସିନ୍ଦା ଜଣକ ପଞ୍ଜୀକରଣ କରିପାରିବେ ଯଦି ପରିବାର ଯୋଗ୍ୟତା ଦସ୍ତାବିଜରେ ତା’ଙ୍କ ନାମ ଉପସ୍ଥିତ ଥାଏ | ଏହି କ୍ଷେତ୍ରରେ, ପରିବାରର ଯୋଗ୍ୟତା ଦସ୍ତାବିଜ୍ ଅନୁସାରେ, ପରିବାରର ମୁଖ୍ୟଙ୍କୁ ବୈଧ PoI ଓ PoA ଦସ୍ତାବିଜ୍ ସହିତ, ପ୍ରଥମେ ପଞ୍ଜୀକରଣ କରିବାକୁ ହେବ ଏବଂ ତା’ପରେ ପରିବାରର ମୁଖ୍ୟଙ୍କ EID/ଆଧାର ସଂଖ୍ୟାକୁ ଆଧାର କରି ପରିବାରର ଅନ୍ୟ ସଦସ୍ୟମାନେ ପଞ୍ଜୀକରଣ କରିପାରିବେ | UIDAI, 8 ପ୍ରକାରର ଦସ୍ତାବିଜକୁ ସମ୍ପର୍କୀତ ପ୍ରମାଣପତ୍ର(PoR) ଭାବେ ଅନୁମୋଦନ ପ୍ରଦାନ କରିଛି | ସାରା ଦେଶରେ ବୈଧ ଥିବା ଦସ୍ତାବିଜଗୁଡିକର ଗୋଟିଏ ତାଲିକା ପାଇଁ, ଦୟାକରି ଏଠାରେ
list of supporting documentsକ୍ଲିକ୍ କରନ୍ତୁ |
ନିଜର ପଞ୍ଜୀକରଣ ଅଗ୍ରାହ୍ୟ ହୋଇନାହିଁ ବୋଲି ସୁନିଶ୍ଚିତ କରିବା ପାଇଁ ବାସିନ୍ଦାମାନଙ୍କର କ’ଣ ସବୁ ଦାୟିତ୍ଵ ରହିଛି?keyboard_arrow_down
ନିଜ ସମ୍ମୁଖରେ ଉପଲବ୍ଧ ଥିବା ରେସିଡେଣ୍ଟ ସ୍କ୍ରୀନକୁ ଦେଖି, ଜଣେ ବାସିନ୍ଦା ନିଜର ସମ୍ପୂର୍ଣ୍ଣ ବିବରଣୀକୁ ଇଙ୍ଗଲିଶରେ କିମ୍ବା ସ୍ଥାନୀୟ ଭାଷାରେ ନିଶ୍ଚିତ ଭାବେ ପୁନଃ ଅବଲୋକନ କରିବା ଉଚିତ | ନାମ, ଲିଙ୍ଗ, ଜନ୍ମ ତାରିଖ, ଠିକଣା ପ୍ରଭୃତି ସଠିକ ଅଛି ବୋଲି ସୁନିଶ୍ଚିତ କରନ୍ତୁ | ଏହା ମଧ୍ୟ ସୁନିଶ୍ଚିତ କରନ୍ତୁ ଯେ ଉପନାମ/Mr./ Mrs./ Col./ Dr. ପ୍ରଭୃତି ନାମ ସହିତ ପ୍ରୀଫିକ୍ସ କିମ୍ବା ସଫିକ୍ସ ହେବ ନାହିଁ | ନାମକୁ ସଂକ୍ଷିପ୍ତରେ ପ୍ରକାଶ ନକରି ପୁରାନାମ, ଉଦାହରଣସ୍ଵରୂପ B.K Sharmaକୁ Brij Kumar Sharma ଭାବେ ଲେଖନ୍ତୁ | ଏହା ମଧ୍ୟ ସୁନିଶ୍ଚିତ କରନ୍ତୁ ଯେ ଅପରେଟର୍ ଦ୍ଵାରା ଗ୍ରହଣ କରାଯାଇଥିବା ଫୋଟୋଗ୍ରାଫ୍ ସଠିକ୍ ଓ ଚିହ୍ନି ହେଉଥିବା ଆବଶ୍ୟକ ଅଟେ |
ରାଶନ୍ କାର୍ଡ, NEREGA କାର୍ଡ ପ୍ରଭୃତି, ଦସ୍ତାବିଜରେ ତାଲିକାଭୁକ୍ତ ଥିବା ପରିବାର ସଦସ୍ୟଙ୍କର ବ୍ୟକ୍ତିଗତ/ଠିକଣାର ବୈଧ ପ୍ରମାଣ ପତ୍ର ଭାବେ, ସେମାନଙ୍କର ଅଲଗା PoI କିମ୍ବା PoA ଦସ୍ତାବିଜ୍ ନଥିବା କ୍ଷେତ୍ରରେ, ଏହା ଗ୍ରହଣୀୟ ହେବ କି?keyboard_arrow_down
ହଁ | ପରିବାର ଯୋଗ୍ୟତା ଦସ୍ତାବିଜଗୁଡିକ ପରିବାର ପଞ୍ଜୀକରଣ ପାଇଁ ବ୍ୟକ୍ତିଗତ/ଠିକଣାଗତ ପ୍ରମାଣ ପତ୍ର ଭାବେ ଗ୍ରହଣ କରାଯିବ ଯେପର୍ଯ୍ୟନ୍ତ ପରିବାରର ମୁଖ୍ୟ ଯାହାଙ୍କର ଫୋଟୋଗ୍ରାଫ୍, ପରିବାରର ସଦସ୍ୟମାନଙ୍କର ଦ୍ଵାରା ପ୍ରଦାନ ଏବଂ ବ୍ୟକ୍ତିଗତ ଓ ଠିକଣାର ଯାଞ୍ଚ ସମୟରେ ଦସ୍ତାବିଜରେ ଦୃଶ୍ୟମାନ ହେଉଥିବ ଏବଂ ସ୍ଵୀକୃତିପ୍ରାପ୍ତ ପ୍ରମାଣ ଭାବରେ ଦସ୍ତାବିଜର ନକଲକୁ ରେଜିଷ୍ଟ୍ରାରଙ୍କ ଦ୍ଵାରା ଅଧିକାର ପ୍ରାପ୍ତ ଯାଞ୍ଚକର୍ତ୍ତା ପ୍ରତିସ୍ଵାକ୍ଷର କରିବେ |
ପରିବାର ପଞ୍ଜୀକରଣ ପାଇଁ, ଅନୁସରଣ ସକାଷେ UIDAIରେ କିଛି ପରିଭାଷିତ କାର୍ଯ୍ୟଧାରା ଅଛି କି?keyboard_arrow_down
ହଁ | ପରିବାରର ମୁଖ୍ୟ ନିଶ୍ଚିତରୂପେ ଯାଞ୍ଚ ପାଇଁ POI/POAର ଅସଲକୁ ଆଣିବା ଆବଶ୍ୟକ ଅଟେ ଏବଂ ପରିବାର ଯୋଗ୍ୟତା ଦସ୍ତାବିଜ୍ ଅନୁସାରେ କେବଳ ସେହି ପରିବାରର ସଦସ୍ୟମାନେ ପଞ୍ଜୀକରଣ କରିପାରିବେ ଯାହାଙ୍କର ନାମ ଓ ଅନ୍ୟାନ୍ୟ ବିବରଣୀଗୁଡିକ ଏହା ମଧ୍ୟରେ ରେକର୍ଡ ଥିବ | ପରିବାର ପଞ୍ଜୀକରଣ ପାଇଁ, ଯେତେ ସମ୍ଭବ ସମସ୍ତ ପରିବାର ପଞ୍ଜୀକରଣ ପାଇଁ ଏକ ସଙ୍ଗେ ଉପସ୍ଥିତ ରହିବା ଆବଶ୍ୟକ ଅଟେ | ସଦସ୍ୟମାନଙ୍କ ଦ୍ଵାରା ଏକା ଦିନରେ ଏହା କରିବା ସମ୍ଭବ ନହେବା କ୍ଷେତ୍ରରେ, ଯେତେବେଳେ ସଦସ୍ୟ ଜଣକ ପଞ୍ଜୀକରଣ ପାଇଁ ଆସିବେ ତାଙ୍କ ସହିତ ପରିବାରର ମୁଖ୍ୟ ନିଶ୍ଚିତରୂପେ ଆସିବା ଆବଶ୍ୟକ ଅଟେ |
ଯଦି PoA ଦସ୍ତାବିଜ ଉପରେ ସୂଚିତ ଥିବା ଠିକଣା, ଡାକ ଦ୍ଵାରା ପ୍ରେରଣ କରିବା ପାଇଁ ପର୍ଯ୍ୟାପ୍ତ ନହୁଏ ତେବେ ବିକଳ୍ପ କ’ଣ ଅଛି?ବାସିନ୍ଦାଙ୍କ ଦ୍ଵାରା ପ୍ରଦତ୍ତ ଅତିରିକ୍ତ ତଥ୍ୟକୁ ଗ୍ରହଣ କରାଯାଇପାରିବ କି?keyboard_arrow_down
ହଁ | ବାସିନ୍ଦାଙ୍କୁ ସହଜ ଫିଲ୍ଡଗୁଡିକୁ ଯେପରି, ଘର ନମ୍ବର୍, ଲେନ୍ ନମ୍ବର୍, ଗଳି ନାମକୁ ସଂଯୋଗ କରିବା, ଟାଇପିଙ୍ଗ ତୃଟିଗୁଡିକୁ ସଂଶୋଧନ କରିବାପୂର୍ବକ, ସହଜ ପରିବର୍ତ୍ତନଗୁଡିକ/ପିନ୍ କୋଡକୁ ସଂଶୋଧନ କରିବା ପ୍ରଭୃତି, ପାଇଁ ଅନୁମତି ପ୍ରଦାନ କରାଯାଇଛି ଯେପର୍ଯ୍ୟନ୍ତ PoA ଦସ୍ତାବିଜରେ ଥିବା ଠିକଣାରେ ଏହି ସଂଯୋଗ/ରୂପାନ୍ତର ଦ୍ଵାରା, ମୂଳ PoA ଦସ୍ତାବିଜରେ ଥିବା ଠିକଣାରେ କୌଣସି ପରିବର୍ତ୍ତନ ହେବ ନାହିଁ | ଯଦି ଅନୁରୋଧ କରାଯାଇଥିବା ଠିକଣା ଗୁରୁତ୍ଵପୂର୍ଣ୍ଣ ଥାଏ ଏବଂ PoAରେ ଥିବା ମୂଳ ଠିକଣାକୁ ପରିବର୍ତ୍ତନ କରିବାକୁ ହୁଏ ତେବେ ବାସିନ୍ଦାଙ୍କୁ ଗୋଟିଏ PoAର ବିକଳ୍ପ ଦେବାକୁ ହେବ କିମ୍ବା ଏକ ପରିଚୟକର୍ତ୍ତାଙ୍କ ମାଧ୍ୟମରେ ପଞ୍ଜୀକରଣ କରିବାକୁ ହେବ |
ଯେତେବେଳେ ଗୋଟିଏ ବାସିନ୍ଦାଙ୍କର ଅନେକ ଠିକଣାର ପ୍ରମାଣଗୁଡିକ ଉପଲବ୍ଧ ଥାଏ(ଉଦାହରଣ, ଉପସ୍ଥିତ ଓ ଜନ୍ମସ୍ଥାନ), କେଉଁ ପ୍ରମାଣକୁ UIDAI ଗ୍ରହଣ କରିବ ଏବଂ କେଉଁଠାକୁ ଆଧାର ଲେଟରକୁ ପ୍ରେରଣ କରିବ?keyboard_arrow_down
ଆଧାର ଲେଟରକୁ ପ୍ରେରଣ କରିବା ପାଇଁ, UIDAI ବାସିନ୍ଦାଙ୍କୁ ଠିକଣାଗୁଡିକ ମଧ୍ୟରୁ ଗୋଟିଏକୁ ସୁନିଶ୍ଚିତ କରିବା ପାଇଁ ନିର୍ଦ୍ଦେଶ ଦେଇଥାଏ | ବାସିନ୍ଦାଙ୍କର ଚୟନକୁ ଆଧାର କରି, UIDAI ସହାୟକ ଦସ୍ତାବିଜଗୁଡିକ ଆନୁସାରେ ବିବରଣୀକୁ ଗ୍ରହଣ କରିଥାଏ |