ବାସିନ୍ଦାଙ୍କ ପଞ୍ଜୀକରଣ ସମୟରେ ଅପରେଟର୍ ନିଶ୍ଚିତରୂପେ ମନେରଖିବା ପନ୍ଦରଟି ଧର୍ମାଦେଶଗୁଡିକ କ’ଣ

  • ପଞ୍ଜୀକରଣ କେନ୍ଦ୍ରରେ ଅପରେଟରଙ୍କ କାମ ହେଲା UIDAI ନିୟମାବଳୀଅନୁସାରେ ପଞ୍ଜିକୃତ ହେବାକୁ ଥିବା ବାସିନ୍ଦାଙ୍କର ଜନସାଂଖିକ ଓ ବାୟୋମେଟ୍ରିକ୍ ତଥ୍ୟକୁ ଗ୍ରହଣ କରିବା | ଗୋଟିଏ ଆଧାର ପଞ୍ଜୀକରଣ କେନ୍ଦ୍ରରେ ଅପରେଟର୍ ଭାବେ କାମ କଲାବେଳେ ନିମ୍ନଲିଖିତ “ପନ୍ଦରଟି ଧର୍ମାଦେଶକୁ” ସୁନିଶ୍ଚିତ କରିବେ:
  • ପଞ୍ଜୀକରଣଗୁଡିକୁ କରିବା ପାଇଁ ଆଧାର କ୍ଲାଏଣ୍ଟରେ ନିଜର ଅପରେଟର୍ IDରେ ଲଗିନ୍ କରନ୍ତୁ ଏବଂ ଯାଗା ଛାଡି ଯିବା ପୂର୍ବରୁ ଲଗ-ଅଫ୍ କରିବାକୁ ଭୁଲନ୍ତୁ ନାହିଁ ଯାହାଦ୍ଵାରା ପଞ୍ଜୀକରଣ ପାଇଁ ଅନ୍ୟ କେହି ଆପଣଙ୍କ ଲଗିନକୁ ବ୍ୟବହାର କରିପାରିବେ ନାହିଁ |
  • ପ୍ରତ୍ୟେକ ଦିନ ପଞ୍ଜୀକରଣ ଆରମ୍ଭ କରିବା ପୂର୍ବରୁ GPS କୋଅର୍ଡିନେଟଗୁଡିକୁ ଗ୍ରହଣ କରନ୍ତୁ |
  • ପ୍ରତ୍ୟେକ ଲଗିନରେ ଆପଣଙ୍କ କମ୍ପ୍ୟୁଟରରେ ସାମ୍ପ୍ରତିକ ସମୟ ଓ ତାରିଖ ଥିବା ସୁନିଶ୍ଚିତ କରନ୍ତୁ |
  • ସେବା କେନ୍ଦ୍ରର ନକ୍ସା UIDAI ନିୟମାବଳୀ ଅନୁସାରେ ଥିବା ସୁନିଶ୍ଚିତ କରନ୍ତୁ |
  • ବାସିନ୍ଦାଙ୍କୁ ପୂର୍ବରୁ ପଞ୍ଜୀକରଣ/ନବୀକରଣ ବିଷୟରେ ସଂକ୍ଷେପରେ କୁହନ୍ତୁ ଏବଂ କାର୍ଯ୍ୟ ମଧ୍ୟରେ ବାସିନ୍ଦାଙ୍କୁ ସହଜ କରିବା ସହ ତଥ୍ୟକୁ ଗ୍ରହଣ କରନ୍ତୁ |
  • ପ୍ରଦତ୍ତ “Find Aadhaar Facility”କୁ ବ୍ୟବହାର କରି ବାସିନ୍ଦାଙ୍କ ସଦ୍ୟ ପଞ୍ଜୀକରଣ କରିବା ପୂର୍ବରୁ ସେ କେବେ ମଧ୍ୟ ଆଧାର ପାଇଁ ପଞ୍ଜୀକରଣ କରି ନଥିବା ସୁନିଶ୍ଚିତ କରନ୍ତୁ |
  • ସମସ୍ତ ଅସଲ ଦସ୍ତାବିଜଗୁଡିକ ଉପଲବ୍ଧ ଥିବା ସୁନିଶ୍ଚିତ କରନ୍ତୁ ଯାହା ବାସିନ୍ଦାଙ୍କ ଅନୁରୋଧ କ୍ରମେ ପଞ୍ଜୀକରଣ/ନବୀକରଣ ହେବ ଏବଂ ଏଗୁଡିକ ପଞ୍ଜୀକରଣ/ନବୀକରଣ ହେବାକୁ ଥିବା ବସିନ୍ଦାଙ୍କର ନିଜସ୍ଵ ଅଟେ |
  • ବାସିନ୍ଦାଙ୍କ ସହ ଯୋଗାଯୋଗ କରିବା ପାଇଁ ସେମାନଙ୍କ ମୋବାଇଲ୍ ନମ୍ବର୍ ଓ ଇମେଲ୍ ଆଇଡି ଦେବା ପାଇଁ ବସିନ୍ଦାଙ୍କୁ ଉତ୍ସାହିତ କରନ୍ତୁ ଏବଂ ଅନ୍ୟାନ୍ୟ ବ୍ୟବହର ଯେପରି OTP ଆଧାରିତ ପ୍ରମାଣୀକରଣ ଏବଂ ଅନଲାଇନରେ ଆଧାର ନବୀକରଣ କରିବା ସୁବିଧା |
  • ବସିନ୍ଦାଙ୍କର ଆଧାର ପଞ୍ଜୀକରଣ/ନବୀକରଣ ଫର୍ମ ଏବଂ ସେଥିରେ ଯାଞ୍ଚକର୍ତ୍ତାଙ୍କର ସ୍ଵାକ୍ଷର/ବୃଦ୍ଧାଙ୍ଗୁଳି ଛାପ ଏବଂ ମୋହର/ସ୍ଵାକ୍ଷର ଥିବା ଚେକ୍ କରନ୍ତୁ | ଫର୍ମରେ ବାସିନ୍ଦାଙ୍କର ସ୍ଵାକ୍ଷର/ ବୃଦ୍ଧାଙ୍ଗୁଳି ଛାପ ନିଶ୍ଚିତରୂପେ ରହିବା ଆବଶ୍ୟକ |
  • ବାସିନ୍ଦାଙ୍କୁ ସୁନିଶ୍ଚିତ କରାନ୍ତୁ ଯେ ତା’ଙ୍କର ବାୟୋମେଟ୍ରିକ୍ କେବଳ ଆଧାର ପଞ୍ଜୀକରଣ/ନବୀକରଣ ପାଇଁ ବ୍ୟବହାର ହେବ ଅନ୍ୟ କିଛି ଉଦ୍ଦେଶ୍ୟରେ ନୁହେଁ |
  • ପରିଚୟକର୍ତ୍ତା/HoF ଆଧାରିତ ପଞ୍ଜୀକରଣ କ୍ଷେତ୍ରରେ, ଫର୍ମରେ ଯଥାକ୍ରମେ ପରିଚୟକର୍ତ୍ତା ଓ HoFମାନଙ୍କ ପାଇଁ ପ୍ରଦାନ କରାଯାଇଥିବା କ୍ଷେତ୍ରକୁ ପୂରଣ କରିବା ସହିତ ପରିଚୟକର୍ତ୍ତା/HoFଙ୍କ ସ୍ଵାକ୍ଷର/ ବୃଦ୍ଧାଙ୍ଗୁଳି ଛାପ ମଧ୍ୟ ରହିବା ଆବଶ୍ୟକ |
  • ଆଧାର କ୍ଲାଏଣ୍ଟ ସଫ୍ଟୱେର(ECMP/UCL)ରେ ବାସିନ୍ଦାଙ୍କର ଜନସାଂଖିକ ଓ ବାୟୋମେଟ୍ରିକ୍ ତଥ୍ୟକୁ କ୍ଲାଏଣ୍ଟ ସଫ୍ଟୱେରରେ ପ୍ରଦାନ କରାଯାଇଥିବା ସ୍କ୍ରୀନରେ ଥିବା କ୍ରମାନୁସାରେ ଗ୍ରହଣ କରନ୍ତୁ |
  • ପଞ୍ଜୀକରଣ/ନବୀକରଣ କରିବା ସମୟରେ ସୁନିଶ୍ଚିତ କରନ୍ତୁ ଯେ ବାସିନ୍ଦାଙ୍କ ସ୍କ୍ରୀନ୍ ସର୍ବଦା ଖୋଲା ଅଛି ଏବଂ ପ୍ରବେଶ ହୋଇଥିବା ତଥ୍ୟର ସଠିକତାକୁ ଯାଞ୍ଚ କରିବା ପାଇଁ ବାସିନ୍ଦାଙ୍କୁ ପ୍ରଶ୍ନ ପଚାରନ୍ତୁ ଏବଂ ସାଇନ୍ ଅଫ୍ କରିବା ପୂର୍ବରୁ ବସିନ୍ଦାଙ୍କର ଜନସାଂଖିକ ତଥ୍ୟକୁ ସଂକ୍ଷିପ୍ତ ଆଲୋଚନା କରନ୍ତୁ |
  • ମୁଦ୍ରଣ ଓ ସ୍ଵାକ୍ଷର କରି ବାସିନ୍ଦାଙ୍କୁ ସ୍ଵୀକୃତିପ୍ରାପ୍ତ ପ୍ରଦାନ କରିବା ସହ ସମ୍ମତିକ୍ରମେ ନାମଙ୍କନର ଶେଷରେ ବାସିନ୍ଦାଙ୍କର ସ୍ଵାକ୍ଷର ନେବେ |
  • ପଞ୍ଜୀକରଣ/ନବୀକରଣ ଫର୍ମ, ଅସଲ ସହାୟକ ଦସ୍ତାବିଜଗୁଡିକ ଓ ସ୍ଵାକ୍ଷରିତ ସମ୍ମତି ଚିରିକୁଟି ପଞ୍ଜୀକରଣ/ନବୀକରଣ କ୍ଲାଏଣ୍ଟରେ ଅପଲୋଡ୍ ହେବା ଏବଂ ସମସ୍ତ ଦସ୍ତାବିଜଗୁଡିକ ବାସିନ୍ଦଙ୍କୁ ଫେରସ୍ତ ହୋଇଥିବା ସୁନିଶ୍ଚିତ କରନ୍ତୁ |